ରୋମୀୟ ସାମ୍ରାଜ୍ୟ

ଉଇକିପିଡ଼ିଆ‌ରୁ
ରୋମୀୟ ସାମ୍ରାଜ୍ଯ

Senatus Populusque Romanus (ଲାଟିନ) ସେନାଟସ୍ ପୋପୁଲୁସକ୍ୟୁ ରୋମାନସ୍
Imperium Romanum (ଲାଟିନ)
ଇମ୍ପେରିଅମ ରୋମାନମ
Βασιλεία Ῥωμαίων (ପ୍ରାଚୀନ ଗ୍ରୀକ୍)
ବାସିଲେଇଆ ରୋମାଇଓନ
ଖ୍ରୀଷ୍ଟପୂର୍ବ ୨୭ – ଖ୍ରୀଷ୍ଟାବ୍ଦ ୪୭୬ (ପାରମ୍ପରିକ ତିଥି)[୧][୨]
ଖ୍ରୀଷ୍ଟପୂର୍ବ ୩୯୫ – ୪୭୬/୪୮୦ (ପଶ୍ଚିମ)
ଖ୍ରୀଷ୍ଟାବ୍ଦ ୩୯୫–୧୪୫୩ (ପୂର୍ବ)
Flag of ରୋମାନ ସାମ୍ରାଜ୍ଯ
ସାମ୍ରାଜ୍ୟକୀୟ ଆକ୍ୱିଲା of ରୋମାନ ସାମ୍ରାଜ୍ଯ
ସାମ୍ରାଜ୍ୟକୀୟ ଆକ୍ୱିଲା ସହିତ
ଭେକ୍ସିଲିଅମ
ସାମ୍ରାଜ୍ୟକୀୟ ଆକ୍ୱିଲା
ଟ୍ରାଜାନଙ୍କ ମୃତ୍ଯୁ ବେଳେ ଖ୍ରୀଷ୍ଟୀୟ ୧୧୭ରେ ରୋମୀୟ ସାମ୍ରାଜ୍ଯର ସର୍ବାଧିକ ବିସ୍ତାର
ଟ୍ରାଜାନଙ୍କ ମୃତ୍ଯୁ ବେଳେ ଖ୍ରୀଷ୍ଟୀୟ ୧୧୭ରେ ରୋମୀୟ ସାମ୍ରାଜ୍ଯର ସର୍ବାଧିକ ବିସ୍ତାର
Statusସାମ୍ରାଜ୍ୟ
ରାଜଧାନୀ
ସାଧାରଣ ଭାଷାଲାଟିନ (ଖ୍ରୀଷ୍ଟୀୟ ୬୧୦ ପର୍ଯ୍ୟନ୍ତ ଆଧିକାରିକ)
ଗ୍ରୀକ୍
(ଖ୍ରୀଷ୍ଟୀୟ ୬୧୦ ପରେ ଆଧିକାରିକ)
ଧର୍ମ
Governmentଅର୍ଦ୍ଧ-ନିର୍ବାଚନୀୟ, ସମ୍ପୂର୍ଣ୍ଣ ରାଜତନ୍ତ୍ର
ସମ୍ରାଟ 
• ଖ୍ରୀ.ପୂ. ୨୭ - ଖ୍ରୀ.ଅ. ୧୪
ଅଗଷ୍ଟସ (ପ୍ରଥମ)
• ୯୮–୧୧୭
ଟ୍ରାଜାନ
• ୨୭୦–୨୭୫
ଅରେଲିଆନ
• ୨୮୪–୩୦୫
ଡିଓକ୍ଲେଟିଆନ
• ୩୦୬–୩୩୭
କୋନଷ୍ଟାଇନ ପ୍ରଥମ
• ୩୭୯–୩୯୫
ଥିଓଡୋସିଅସ୍ ପ୍ରଥମ[ନୋ ୨]
• ୪୭୪–୪୮୦
ଜୁଲିଅସ ନେପୋସ[ନୋ ୩]
• ୪୭୫–୪୭୬
ରୋମୁଲସ ଅଗଷ୍ଟସ
• ୫୨୭–୫୬୫
ଜଷ୍ଟିନିାନ ପ୍ରଥମ
• ୬୧୦–୬୪୧
ହେରାକ୍ଲିଅସ
• ୭୮୦–୭୯୭
କୋନଷ୍ଟାଇନ ଷଷ୍ଠ[ନୋ ୪]
• ୯୭୬–୧୦୨୫
ବାସିଲ ଦ୍ୱିତୀୟ
• ୧୪୪୯–୧୪୫୩
କୋନଷ୍ଟାଇନ ଏକାଦଶ[ନୋ ୫]
ବିଧାନ ମଣ୍ଡଳସିନେଟ
History 
ଖ୍ରୀଷ୍ଟପୂର୍ବ ୩୨-୩୦
ଖ୍ରୀଷ୍ଟପୂର୍ବ ୩୦-୨
• କୋନଷ୍ଟାଣ୍ଟିନୋପଲ
ରାଜଧାନୀ ହେଲା
୩୩୦ ମସିହା ମେ ୧୧
୩୯୫ ମସିହା ଜାନୁଆରୀ ୧୭
୪୭୬ ମସିହା ସେପ୍ଟେମ୍ବର ୪
୪୮୦ ମସିହା ଅପ୍ରେଲ ୨୫
୧୨୦୪ ମସିହା ଅପ୍ରେଲ ୧୨
• କୋନଷ୍ଟାଣ୍ଟିନୋପଲର ପୁନଃ ଅଧିକରଣ
୧୨୬୧ ମସିହା ଜୁଲାଇ ୨୫
ମେ ୨୯ ୧୪୫୩
୧୪୬୧ ଅଗଷ୍ଟ ୧୫
କ୍ଷେତ୍ରଫଳ
ଖ୍ରୀଷ୍ଟପୂର୍ବ ୨୫2,750,000 km2 (1,060,000 sq mi)
ଖ୍ରୀଷ୍ଟାବ୍ଦ ୧୧୭5,000,000 km2 (1,900,000 sq mi)
ଖ୍ରୀଷ୍ଟାବ୍ଦ ୩୯୦4,400,000 km2 (1,700,000 sq mi)
ଲୋକସଂଖ୍ୟା
• ଖ୍ରୀଷ୍ଟପୂର୍ବ ୨୫
56800000
ମୁଦ୍ରାସେଷ୍ଟେରଟିଅସ,[ନୋ ୬] ଅରେଅସ, ସୋଲିଡସ, ନୋମିସ୍ମା
Preceded by
Succeeded by
ରୋମୀୟ ସାଧାରଣତନ୍ତ୍ର
ପଶ୍ଚିମ ରୋମୀୟ ସାମ୍ରାଜ୍ଯ
ପୂର୍ବ ରୋମୀୟ ସାମ୍ରାଜ୍ଯ

ରୋମୀୟ ସାମ୍ରାଜ୍ୟ (Imperium Rōmānum (ଲାଟିନ୍); ଇମ୍ପେରିଅମ ରୋମାନମ, Βασιλεία τῶν Ῥωμαίων (କୋଇନେ ଗ୍ରୀକ୍); ବାସିଲେଇଆ ତୋନ୍ ରୋମାଇଓନ), ପ୍ରାଚୀନ ରୋମର ସାଧାରଣତନ୍ତ୍ର ପରବର୍ତ୍ତୀ ପର୍ଯ୍ୟାୟ ଅଟେ । ଏକ ରାଜ୍ଯ ହିସାବରେ, ଏହା ଭୂମଧ୍ଯସାଗର ଚାରିପଟେ, ଉତ୍ତର ଆଫ୍ରିକାରେ ଏବଂ ପଶ୍ଚିମ ଏସିଆରେ ସୁବିସ୍ତୃତ ଅଞ୍ଚଳ ନିଜ ଅଧିନରେ ରଖିଥିଲା । ସାମ୍ରାଜ୍ୟର ସର୍ବେସର୍ବା ଏହାର ସମ୍ରାଟମାନେ ଥିଲେ । କାଇଜର ଅଗଷ୍ଟସଙ୍କ ସିଂହାସନ ଆରୋହଣ ଠାରୁ ତୃତୀୟ ଶତାବ୍ଦୀର ସାମରିକ ଅରାଜକତା, ଏହା ଏକ ପ୍ରଥମତନ୍ତ୍ର ହୋଇ ରହିଥିଲା, ଯାହାର ମାତୃଦେଶ ଇଟାଲୀ ଏବଂ ଏକମାତ୍ର ରାଜଧାନୀ ରୋମରେ ଅବସ୍ଥିତ ଥିଲା । ସାମରିକ ଅରାଜକତା ପରେ, ଏକାଧିକ ସମ୍ରାଟଙ୍କ ଦ୍ବାରା ସାମ୍ରାଜ୍ୟର ଶାସନ ହେଲା । ଏହି ସମ୍ରାଟମାନେ ମିଳିତ ଭାବରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯପୂର୍ବ ରୋମୀୟ ସାମ୍ରାଜ୍ଯ (ବାଇଜାଣ୍ଟୀୟ ସାମ୍ରାଜ୍ଯ)ର ଶାସନ କଲେ । ଖ୍ରୀ.ଅ. ୪୭୬ ପର୍ଯ୍ୟନ୍ତ ଉଭୟ ସାମ୍ରାଜ୍ଯର ଆଧିକାରିକ ରାଜଧାନୀ ରୋମରେ ହିଁ ଥିଲା । ଖ୍ରୀଷ୍ଟାଦ୍ଦ ୩୮୦ରେ ଖ୍ରୀଷ୍ଟଧର୍ମକୁ ରାଜଧର୍ମ ରୂପେ ଉଦଘୋଷଣା କରିବା ଏବଂ ଜର୍ମାନୀ ରାଜାମାନଙ୍କ ହାତରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯର ପତନ ପରେ ଶାସ୍ତ୍ରୀୟ ପ୍ରାଚୀନତାର ଅନ୍ତ ହେଲା ଏବଂ ମଧ୍ଯଯୁଗର ଆରମ୍ଭ ହେଲା । ଏହା ସହ ପୂର୍ବୀ ରୋମୀୟ ସାମ୍ରାଜ୍ଯର ହେଲେନୀକରଣ ଯୋଗୁଁ ଇତିହାସକାରମାନେ ପୂର୍ବ ରୋମୀୟ ସାମ୍ରାଜ୍ଯକୁ ବିଜାଣ୍ଟିନୀୟ ସାମ୍ରାଜ୍ଯ ବୋଲି ପୃଥକ ନାମକରଣ କରିଛନ୍ତି ।

ରୋମୀୟ ସାମ୍ରାଜ୍ଯର ପୂର୍ବାଧିକାରୀ, ରୋମୀୟ ସାଧାରଣତନ୍ତ୍ର (ଯାହା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରୋମର ରାଜତନ୍ତ୍ରକୁ ବିସ୍ଥାପିତ କରିଥିଲା) କ୍ରମେ ରାଜନୈତିକ ବିବାଦ ଓ କ୍ରମିକ ଗୃହଯୁଦ୍ଧଦ୍ୱାରା ଦୁର୍ବଳ ହୋଇଯାଇଥିଲା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ମଧ୍ଯ ଭାଗରେ, ଜୁଲିଅସ କାଇଜରଙ୍କୁ ନିରବଚ୍ଛିନ୍ନ ଏକଛତ୍ରବାଦୀ ରୂପେ ନିଯୁକ୍ତି ଦିଆଗଲା ଏବଂ ପରେ ଖ୍ରୀଷ୍ଟପୂର୍ବ ୪୪ରେ ତାଙ୍କର ହତ୍ଯା କରିଦିଆଗଲା । ଗୃହଯୁଦ୍ଧ ଓ ରାଜହତ୍ୟା ବଢ଼ି ଚାଲିଲା, ଏବଂ ଶେଷରେ ଆକ୍ଟିଅମ ଯୁଦ୍ଧରେ ମାର୍କ ଆଣ୍ଟୋନିକ୍ଲିଓପାଟ୍ରାଙ୍କ ଉପରେ କାଇଜରଙ୍କ ପୋଷ୍ୟପୁତ୍ର ଅକ୍ଟୋଭିଆନଙ୍କ ବିଜୟ ହେଲା । ସେ ପରବର୍ତ୍ତୀ ବର୍ଷରେ ରୋମୀୟ ମିଶରଟୋଲେମୀୟ ମିଶରକୁ ନିଜ ଅକ୍ତିଆରରେ ଆଣିଲେ । ଏଥି ସହିତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମାସେଡୋନର ମହାନ ଆଲେକ୍ଜାଣ୍ଡରଙ୍କ ଯୁଦ୍ଧଘୋଷଦ୍ୱାରା ପ୍ରାରମ୍ଭିତ ହେଲେନୀୟ ଯୁଗର ଅନ୍ତ ହେଲା । ଫଳରେ ଅକ୍ଟୋଭିଆନଙ୍କ କ୍ଷମତା ଅଭେଦ୍ୟ ହୋଇଗଲା ଏବଂ ଖ୍ରୀଷ୍ଟପୂର୍ବ ୨୭ରେ ରୋମୀୟ ସିନେଟ ଆଧିକାରିକ ଭାବରେ ତାଙ୍କୁ ଅସୀମିତ କ୍ଷମତା ପ୍ରଦାନ କଲା । ଏଥିସହିତ ସେ ପ୍ରଥମ ଥର ପାଇଁ ଅଗଷ୍ଟସ ଉପାଧିରେ ଭୂଷିତ ହୋଇ ରୋମୀୟ ସାମ୍ରାଜ୍ଯର ପ୍ରଥମ ସମ୍ରାଟ ହେଲେ ।

ସାମ୍ରାଜ୍ୟରେ ପ୍ରଥମ ଦୁଇ ଶତାବ୍ଦୀ ଧରି ଅକଳ୍ପନୀୟ ସ୍ଥିରତା ଓ ଅଭିବୃଦ୍ଧି ପରିଲକ୍ଷିତ ହେଲା, ଯାହା ପାକ୍ସ ରୋମାନା (ରୋମୀୟ ଶାନ୍ତି) ନାମରେ ପରିଚିତ ହେଲା । ଖ୍ରୀଷ୍ଟାବ୍ଦ ୯୮ରୁ ୧୧୭ ମଧ୍ଯରେ ଟ୍ରାଜାନଙ୍କ ଶାସନକାଳରେ ରୋମ ଏହାର ସର୍ବାଧିକ ଆଞ୍ଚଳିକ ବିସ୍ତାର ଲାଭ କଲା । ଖ୍ରୀଷ୍ଟାବ୍ଦ ୧୭୭ରୁ ୧୯୨ ମଧ୍ଯରେ କୋମୋଡସଙ୍କ ରାଜୁତି ବେଳେ ସାମ୍ରାଜ୍ଯରେ ବିଭିନ୍ନ ସମସ୍ୟା ଓ ଅବନ୍ନତିର ସୂତ୍ରପାତ ହେଲା । ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ସାମ୍ରାଜ୍ଯ ଏକ ମହାବିପଦର ସମ୍ମୁଖୀନ ହେଲା, ଯାହା ଏହାର ଅସ୍ତିତ୍ବରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହି ସମୟରେ ଗାଲୀୟ ସାମ୍ରାଜ୍ଯପାଲମିରିନ ସାମ୍ରାଜ୍ଯ ରୋମୀୟ ରାଜ୍ଯଠାରୁ ଅଲଗା ହୋଇଗଲେ ଏବଂ କେତେକ ଅଳ୍ପକାଳୀନ ସମ୍ରାଟମାନେ ରାଜ୍ୟର ନେତୃତ୍ବ ନେଲେ । ଖ୍ରୀଷ୍ଟାବ୍ଦ ୨୭୦ରୁ ୨୭୫ ମଧ୍ଯରେ, ଅରେଲିଆନ ସାମ୍ରାଜ୍ଯକୁ ପୁଣି ଏକତ୍ରୀତ କରିଥିଲେ । ସାମ୍ରାଜ୍ଯକୁ ସ୍ଥିରତା ପ୍ରଦାନ କରିବା ପାଇଁ, ସମ୍ରାଟ ଡିଓକ୍ଲେଟିଆନ ୨୮୬ ମସିହାରେ ଗ୍ରୀକ୍ ପୂର୍ବ ଓ ଲାଟିନ୍ ପଶ୍ଚିମ ଏହିପରି ଭାବରେ ଦୁଇଟି ଭିନ୍ନ ସାମ୍ରାଜ୍ଯସଭାର ସ୍ଥାପନା କଲେ । ୩୧୩ ମସିହାରେ ମିଲାନଙ୍କ ଅଧ୍ୟାଦେଶ ପରେ ଖ୍ରୀଷ୍ଟୀଆନମାନେ କ୍ଷମତାକୁ ଆସିଲେପ୍ରବ୍ରଜନ କାଳର କିଛି ସମୟ ପରେ, ଜର୍ମାନୀୟଆଟିଲିଆର ହୁଣମାନଙ୍କ ବାରମ୍ବାର ଆକ୍ରମଣ ଯୋଗୁଁ ପଶ୍ଚିମ ସାମ୍ରାଜ୍ଯର ପତନ ଘଟିଲା । ଜର୍ମାନୀୟ ହେରୁଲୀୟଙ୍କ ହାତରେ ରାଭେନ୍ନାର ପତନ ସହିତ ଖ୍ରୀଷ୍ଟାବ୍ଦ ୪୭୬ରେ ଓଡୋଆସେରଙ୍କ ଦ୍ବାରା ରମୁଲସ ଅଗଷ୍ଟସଙ୍କ ବିସ୍ଥାପନ ଯୋଗୁଁ ଶେଷରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଭାଙ୍ଗି ପଡିଲା । ଖ୍ରୀଷ୍ଟାବ୍ଦ ୪୮୦ରେ ପୂର୍ବ ରୋମୀୟ ସମ୍ରାଟ ଜେନୋ ଏହାର ଆନୁଷ୍ଠାନିକ ଉଚ୍ଛେଦ କଲେ । ପରବର୍ତ୍ତୀ କାଳରେ, ପଶ୍ଚିମ ରୋମୀୟ ସାମ୍ରାଜ୍ଯର ଅଞ୍ଚଳରେ ଗଢିଉଠିଥିବା କେତେକ ନୂତନ ସାମ୍ରାଜ୍ଯ ବା ରାଜ୍ଯ, ବିଶେଷ କରି ପବିତ୍ର ରୋମୀୟ ସାମ୍ରାଜ୍ଯ ଦାବି କରୁଥିଲେ ଯେ ସେମାନେ ରୋମୀୟ ସମ୍ରାଟମାନଙ୍କ ବାସ୍ତବିକ ଉତ୍ତରାଧିକାରୀ । ପୂର୍ବ ରୋମୀୟ ସାମ୍ରାଜ୍ଯ ଆଉ ଏକ ସହସ୍ରାବ୍ଦ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା । ଶେଷରେ ୧୪୫୩ ମସିହାରେ ସୁଲତାନ ମେହମେଦ ଦ୍ୱିତୀୟଙ୍କ ଓଟୋମାନ ତୁର୍କୀମାନଙ୍କ ହାତରେ କୋନଷ୍ଟାଣ୍ଟିନୋପଲର ପତନ ଯୋଗୁଁ ପୂର୍ବ ସାମ୍ରାଜ୍ଯର ମଧ୍ଯ ଅନ୍ତ ଘଟିଲା ।[ନୋ ୭]

ରୋମୀୟ ସାମ୍ରାଜ୍ଯର ବିସ୍ତୃତି ଓ ଏହାର ଦୀର୍ଘକାଳର ତିଷ୍ଠତି କାରଣରୁ, ରୋମର ଅନୁଷ୍ଠାନ ଓ ସଂସ୍କୃତିଗୁଡିକ ଏହା ଅଧିନସ୍ଥ ଅଞ୍ଚଳ ତଥା ବାହାର ଅଞ୍ଚଳମାନଙ୍କର ଭାଷା, ଧର୍ମ, କଳା, ସ୍ଥାପନ ଶୈଳୀ ଦର୍ଶନ, ବିଧି ତଥା ପ୍ରଶାସନର ପ୍ରରୂପରେ, ସୁଦୂର ପ୍ରସାରୀ ପ୍ରଭାବ ପକାଇଥିଲା । ରୋମୀୟମାନଙ୍କ ଲାଟିନ ଭାଷା, ମଧ୍ଯଯୁଗ ଓ ଆଧୁନିକ ଯୁଗର ରୋମୀୟ ଭାଷାସମୂହରେ ପରିବର୍ଦ୍ଧିତ ହେଲା, ଅପରପକ୍ଷରେ ମଧ୍ଯଯୁଗୀୟ ଗ୍ରୀକ୍ ଭାଷା, ପୂର୍ବ ରୋମୀୟ ସାମ୍ରାଜ୍ଯର ରାଜଭାଷାର ମର୍ଯ୍ୟାଦା ପାଇଲା । ସାମ୍ରାଜ୍ଯର ଖ୍ରୀଷ୍ଟଧର୍ମରେ ଦିକ୍ଷିତ ହେବା ପରେ ମଧ୍ଯଯୁଗୀୟ ଖ୍ରୀଷ୍ଟରାଜ୍ୟ ସ୍ଥାପନ ହେଲା । ଇଟାଲୀୟ ପୁନର୍ଜାଗରଣ ଉପରେ ଗ୍ରୀକ୍ରୋମୀୟ କଳାର ଗଭୀର ପ୍ରଭାବ ପଡିଥିଲା । ରୋମର କଳାକୃତିର ପରମ୍ପରା, ରୋମନେସ୍କ, ପୁନର୍ଜାଗରଣନୂଆ ଶାସ୍ତ୍ରୀୟ ସ୍ଥାପତ୍ୟ କଳା ଉପରେ ଗଭୀର ପ୍ରଭାବ ପକାଇଛି ।

ଇତିହାସ[ସମ୍ପାଦନା]

ସାଧାରଣତନ୍ତ୍ରରୁ ସାମ୍ରାଜ୍ଯରେ ପରିବର୍ଦ୍ଧନ[ସମ୍ପାଦନା]

ପ୍ରାଇମା ପୋର୍ଟାର ଅଗଷ୍ଟସ
(ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ପ୍ରଥମାର୍ଦ୍ଧ)

ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ରୋମୀୟ ସାଧାରଣତନ୍ତ୍ରର ସ୍ଥାପନ ପରେ ରୋମ ବିସ୍ତାର ଆରମ୍ଭ କରିଥିଲା, କିନ୍ତୁ ତୃତୀୟ ଶତାବ୍ଦୀ ପୂର୍ବରୁ ଏହା ଇଟାଲୀୟ ଉପଦ୍ବୀପ ମଧ୍ଯରେ ହିଁ ସୀମିତ ଥିଲା । ତାପରେ, ଏକ ସମ୍ରାଟ ପାଇବା ପୂର୍ବରୁ ଏହା ଏକ ସାମ୍ରାଜ୍ଯ ବା ମହାଶକ୍ତିରେ ପରିଣତ ହୋଇସାରିଥିଲା ।[୩][୪][୫][୬] ରୋମୀୟ ସାଧାରଣତନ୍ତ୍ର, ଆଧୁନିକ ଜାତି-ରାଷ୍ଟ୍ର ନ ଥିଲା, ଅପିତୁ କେତେକ ସହରମାନଙ୍କୁ ଏକତ୍ର ସ୍ୱୟଂଶାସନର ଅଧିକାର (ରୋମୀୟ ସିନେଟ ଦ୍ୱାରା) ଦିଆଯାଇଥିଲା ଏବଂ ପ୍ରାନ୍ତଗୁଡ଼ିକ ସାମରିକ ସେନାନାୟକମାନଙ୍କଦ୍ୱାରା ଶାସିତ ହେଉଥିଲା । ଏହା ସମ୍ରାଟମାନଙ୍କଦ୍ୱାରା ଶାସିତ ନ ହୋଇ ପ୍ରତି ବର୍ଷ ନିର୍ବାଚିତ ମାଜିଷ୍ଟ୍ରେଟମାନଙ୍କଦ୍ୱାରା ସିନେଟର ନିର୍ଦ୍ଦେଶ କ୍ରମେ ଶାସିତ ହେଉଥିଲା ।[୭] କେତେକ କାରଣ ବସତଃ ପ୍ରଥମ ଶତାବ୍ଦୀରେ ଅନେକ ରାଜନୈତିକ ଓ ସାମରିକ ଅସ୍ଥିରତା ଦେଖାଦେଇଥିଲା, ଯାହା ପର୍ଯ୍ୟାୟ କ୍ରମେ ସମ୍ରାଟମାନଙ୍କ ଶାସନ ପାଇଁ ପଥ ଉନ୍ମୋଚନ କଲା ।[୪][୮][୯][୧୦] କୋନ୍ସୁଲର ସାମରିକ କ୍ଷମତା, ରୋମୀୟ ବୈଧିକ ଚିନ୍ତାଧାରା ଇମ୍ପେରିଅମ ଉପରେ ନିର୍ଭର କରୁଥିଲା, ଯାହାର ଶାବ୍ଦିକ ଅର୍ଥ ହେଉଛି "ଆଦେଶ" (ସାମରିକ ବିଷୟବସ୍ତୁରେ).[୧୧] କେତେକାଂଶରେ, ସଫଳ କନ୍ସୁଲମାନଙ୍କୁ ସମ୍ମାନସୂଚକ ଉପାଧି ଇମ୍ପେରାଟୋର (କମାଣ୍ଡର)ରେ ଭୂଷିତ କରାଯାଉଥିଲା ।[୧୨]

ଇଟାଲୀ ବାହାରେ ନିଜର ବିସ୍ତାର କରୁଥିବା ସତ୍ତ୍ବେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଶେଷାର୍ଦ୍ଧରେ ରୋମରେ ଆନ୍ତରିକ କଳହ, ଷଡ଼ଯନ୍ତ୍ର ତଥା ଗୃହଯୁଦ୍ଧ ବଢ଼ିଚାଲିଲା । ଏହି ସମୟକୁ ରୋମୀୟ ସାଧାରଣତନ୍ତ୍ରର ସଙ୍କଟ ବୋଲି କୁହାଯାଏ । ଏହି ଯୁଗର ସମାପ୍ତି ବେଳକୁ, ଖ୍ରୀଷ୍ଟପୂର୍ବ ୪୪ରେ ଜୁଲିୟସ କାଇଜର ମୃତ୍ଯୁ ପୂର୍ବରୁ ଆମରଣ ଏକଛତ୍ରବାଦୀ ରୂପେ ଉଭା ହେଲେ । କାଇଜରଙ୍କ ପୋଷ୍ୟପୁତ୍ର ଓକ୍ଟାଭିଆନମାର୍କ ଆଣ୍ଟୋନିଙ୍କ ନେତୃତ୍ବରେ ଏକ ସୈନ୍ୟବାହିନୀ ଖ୍ରୀଷ୍ଟପୂର୍ବ ୪୨ରେ ଫିଲିପ୍ପୀର ଯୁଦ୍ଧରେ କାଇଜରଙ୍କ ହତ୍ଯାକାରୀମାନଙ୍କୁ ରୋମରୁ ବହିଷ୍କାର କରି ପରାସ୍ତ କଲେ । ଆଣ୍ଟୋନି ଓ ଓକ୍ଟାଭିଆନ ରୋମୀୟ ସାମ୍ରାଜ୍ଯକୁ ନିଜ ମଧ୍ଯରେ ବାଣ୍ଟି ନେଲେ କିନ୍ତୁ ତାହା ବେଶୀ ସମୟ ତିଷ୍ଠି ରହିପାରିଲା ନାହିଁ । ଶେଷରେ ଖ୍ରୀଷ୍ଟପୂର୍ବ ୩୧ରେ ହୋଇଥିବା ଆକ୍ଟିଅମର ଯୁଦ୍ଧରେ ମାର୍କ ଆଣ୍ଟୋନି ଓ କ୍ଲିଓପାଟ୍ରା ଓକ୍ଟାଭିଆନଙ୍କ ସମ୍ମୁଖରେ ପରାଜିତ ହେଲେ । ଏହିପରି ଭାବରେ ରୋମୀୟ ସାଧାରଣତନ୍ତ୍ରର ଅନ୍ତିମ ଯୁଦ୍ଧର ସମାପ୍ତି ହେଲା । ଖ୍ରୀଷ୍ଟପୂର୍ବ ୨୭ରେ ସିନେଟ ଓ ରୋମୀୟ ଲୋକମାନେ ଓକ୍ଟାଭିଆନଙ୍କୁ ପ୍ରୋକୋନ୍ସୁଲୀୟ ଇମ୍ପେରିଅମର କ୍ଷମତା ସହିତ ପ୍ରନ୍ସେପ୍ସ ("ପ୍ରଥମ ନାଗରିକ") ଭାବରେ ଆଖ୍ୟାୟିତ କଲେ । ଫଳରେ ପ୍ରନ୍ସିପତନ୍ତ୍ରର ଆରମ୍ଭ ହେଲା ଏବଂ ଏହା ସହିତ ତାଙ୍କୁ ଅଗଷ୍ଟସ (ସମ୍ମାନନୀୟ) ଉପାଧିରେ ଭୂଷିତ କଲେ । ପୂର୍ବର ସାମ୍ବିଧାନିକ ଶୈଳୀରେ କୌଣସି ପରିବର୍ତ୍ତନ ଅଣାଗଲା ନାହିଁ, କିନ୍ତୁ ଅଗଷ୍ଟସ ଏଥିରେ ନିଜର ଆଧିପତ୍ଯ ଜାହିର କରିପାରିଲେ । ଏହି ସମୟରେ ରାଜ୍ଯର ନାମ ଅବଶ୍ଯ ସାଧାରଣତନ୍ତ୍ର ହୋଇରହିଲା, କିନ୍ତୁ ଅଗଷ୍ଟସଙ୍କ ସମକାଳୀନ ପ୍ରତିଦ୍ବନ୍ଦୀମାନେ ଜାଣିସାରିଥିଲେ ଯେ ଅଗଷ୍ଟସଙ୍କ ହାତରେ ବାସ୍ତବିକ କ୍ଷମତା ଆସି ସାରିଛି ।[୧୩] ଯେହେତୁ ତାଙ୍କ ଶାସନ ଏକ ଶତାବ୍ଦୀ ଧରି ଲାଗିରହିଥିବା ଗୃହଯୁଦ୍ଧର ଅବସାନ କରିଥିଲା ଏବଂ ଏକ ଅକଳ୍ପନୀୟ ଶାନ୍ତି ଓ ସମୃଦ୍ଧିର ଯୁଗର ଆରମ୍ଭ କରିଥିଲା, ଲୋକମାନେ ତାଙ୍କୁ ବହୁତ ସମ୍ମାନ ଦେଲେ ଓ ସେ ପ୍ରକାରାନ୍ତରେ ବିଧିବଦ୍ଧ ନହେଲେହେଁ ବାସ୍ତବିକ ରାଜତନ୍ତ୍ରୀ ହୋଇସାରିଥିଲେ । ତାଙ୍କ ଶାସନକାଳରେ, ଏକ ନୂତନ ସାମ୍ବିଧାନିକ ସ୍ଥିତିର ଅଭ୍ୟୁଦୟ ହେଲା ।

ପାକ୍ସ ରୋମାନା[ସମ୍ପାଦନା]

ଅଗଷ୍ଟସଙ୍କ ରାଜୁତି କାଳରୁ ୨୦୦ ବର୍ଷ ପର୍ଯ୍ୟନ୍ତ ସମୟକୁ ପାରମ୍ପରିକ ଭାବେ ପାକ୍ସ ରୋମାନା ("ରୋମୀୟ ଶାନ୍ତି") କୁହାଗଲା । ଏହି ସମୟରେ ରୋମରେ ଅଭୂତପୂର୍ବ ସାମାଜିକ ସ୍ଥିରତା ଓ ସମ୍ପନ୍ନତା ଦେଖାଗଲା, ଯାହା ଫଳରେ ସାମ୍ରାଜ୍ଯରେ ଏକତା ରହିଲା । ପ୍ରାନ୍ତଗୁଡ଼ିକରେ ବିଦ୍ରୋହ ବେଳେବେଳେ ଦେଖାଦେଉଥିଲେ ମଧ୍ଯ ସେଗୁଡ଼ିକୁ ଅତି ସହଜରେ ବର୍ବରତାର ସହିତ ଦମନ କରାଯାଉଥିଲା ।[୧୪] ରାଜବଂଶର ଉତ୍ତରାଧିକାରର ନୀତି ପ୍ରତିଷ୍ଠା କରିବାରେ ଅଗଷ୍ଟସଙ୍କ ସଫଳତା ତାଙ୍କର ଅନେକ ପ୍ରତିଭାଶାଳୀ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କଦ୍ୱାରା ସୀମିତ ଥିଲା । ଜୁଲୀୟ-କ୍ଲୌଡୀୟ ରାଜବଂଶର ଚାରିଜଣ - ଟିବେରିଅସ, କାଲିଗୁଲା, କ୍ଲୌଡିଅସ, ନେରୋ ଆଦି ସମ୍ରାଟ ପଦବୀ ଆରୋହଣ କରିଥିଲେ । ଖ୍ରୀଷ୍ଟୀୟ ୬୯ରେ ସଂଘର୍ଷଗ୍ରସ୍ତ ଚତୁର୍ସମ୍ରାଟଙ୍କ ବର୍ଷ ପରେ ବିଜେତା ରୂପେ ଭେସ୍ପାସିଆନ ଉଭା ହେଲେ । ଭେସ୍ପାସିଆନ ଫ୍ଲାଭୀୟ ରାଜବଂଶର ସ୍ଥାପନ କଲେ । ଏହା ପରେ ନର୍ଭା-ଆଣ୍ଟୋନିନେ ରାଜବଂଶ ସ୍ଥାପିତ ହେଲା - ଯାହା ପଞ୍ଚ ଭଲ ସମ୍ରାଟଙ୍କୁ (ଯଥା - ନର୍ଭା, ଟ୍ରାଜାନ, ହାଦ୍ରିଆନ, ଆଣ୍ଟୋନିନସ ପିଅସମାର୍କସ ଔରେଲିଅସ) ଜନ୍ମ ଦେଇଥିଲା ।

ପଶ୍ଚିମର ପତନ ଓ ପୂର୍ବର ତିଷ୍ଠନ[ସମ୍ପାଦନା]

ବର୍ବରମାନଙ୍କଦ୍ୱାରା ଆକ୍ରମଣ ସହିତ (ମୁଖ୍ୟତଃ) ପ୍ରାଚୀନ ଜର୍ମାନୀୟ ଲୋକମାନଙ୍କ ରୋମୀୟ ସାମ୍ରାଜ୍ଯରେ ପ୍ରବେଶ ହୋଇଥିଲା । ସାମ୍ରାଜ୍ଯର ସମ୍ପୂର୍ଣ୍ଣ ଜୀବନ କାଳରେ ଉତ୍ତର ଦିଗରୁ ଆକ୍ରମଣ ହୋଇଥିଲେ ମଧ୍ଯ, ପ୍ରବ୍ରଜନ କାଳ ଆଧିକାରିକ ଭାବେ ଚତୁର୍ଥ ଶତାବ୍ଦୀରୁ ଆରମ୍ଭ ହୋଇ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ଚାଲୁରହିଥିଲା, ଏହି ସମୟରେ ପଶ୍ଚିମାଞ୍ଚଳଗୁଡ଼ିକ ବହିରାଗତ ଶକ୍ତିର ନିୟନ୍ତ୍ରଣରେ ରହିଥିଲା । ଇତିହାସ ଦୃଷ୍ଟିକୋଣରୁ ଏହି ସମୟକୁ ଶାସ୍ତ୍ରୀୟ ପ୍ରାଚୀନତାମଧ୍ୟଯୁଗର ସନ୍ଧିକ୍ଷଣ ବୋଲି କୁହାଯାଏ ।

ତତ୍କାଳୀନ ପ୍ରଦର୍ଶକ ଡିଓ କାସିଅସଙ୍କ ମତରେ, ଖ୍ରୀଷ୍ଟୀୟ ୧୮୦ରେ ସମ୍ରାଟ କୋମୋଡସଙ୍କ ସିଂହାସନାରୋହଣ ପରେ ଏକ ସୁନାର ରାଜ୍ଯ, ଏକ ଲୁହା ଓ କଳଙ୍କିର ରାଜ୍ଯରେ ପତିତ ହେଲା ।[୧୫] ତାଙ୍କର ଏହି ଟିପ୍ପଣୀ ଯୋଗୁଁ କେତେକ ଇତିହାସକାର, ବିଶେଷତଃ ଏଡୱାର୍ଡ ଗିବନ, କୋମୋଡସଙ୍କ ରାଜୁତିକାଳକୁ ସାମ୍ରାଜ୍ଯର ପତନର ଆରମ୍ଭ ବୋଲି କହନ୍ତି ।[୧୬][୧୭]

ଖ୍ରୀଷ୍ଟୀୟ ୨୧୨ରେ କାରାକାଲ୍ଲାଙ୍କ ଶାସନ କାଳରେ ସମସ୍ତ ମୁକ୍ତଜାତ ଲୋକଙ୍କୁ ରୋମୀୟ ନାଗରିକତା ଦିଆଯାଉଥିଲା । ଏହାସତ୍ତ୍ବେ ସେଭେରୀୟ ରାଜବଂଶ ସମୟଟି ଉତ୍ତେଜନା ପୂର୍ଣ୍ଣ ଥିଲା - କୋଣସି ସମ୍ରାଟଙ୍କ ଶାସନ ହତ୍ଯା କିମ୍ବା ପ୍ରାଣଦଣ୍ତ ଦ୍ବାରା ବାରମ୍ବାର ଶେଷ କରି ଦିଆଯାଉଥିଲା - ଏବଂ ଏହି ରାଜବଂଶର ପତନ ପରେ ରୋମୀୟ ସାମ୍ରାଜ୍ଯ ତୃତୀୟ ଶତାବ୍ଦୀର ମହାବିପଦର କବଳରେ କବଳିତ ହେଲା । ଏହି ସମୟରେ ବାରମ୍ବାର ବହିରାକ୍ରମଣ, ସାମାଜିକ ବିଶୃଙ୍ଖଳା, ଅର୍ଥନୈତିକ ବିଶୃଙ୍ଖଳା ତଥା ପ୍ଲେଗ ଆଦି ଦେଖାଯାଇଥିଲା ।[୧୮] ଐତିହାସିକ କାଳାନ୍ତରର ବର୍ଣ୍ଣନାରେ, ଏହି ବିପତ୍ତିକୁ ଶାସ୍ତ୍ରୀୟ ପ୍ରାଚୀନତାରୁ ପରବର୍ତ୍ତୀ ପ୍ରାଚୀନତାକୁ ପ୍ରବେଶର ଚିହ୍ନ ବୋଲି ଧରାଯାଏ । ଔରେଲିଆନ (୨୭୦ରୁ ୨୭୫ ପର୍ଯ୍ୟନ୍ତ ଶାସନକାଳ), ସାମ୍ରାଜ୍ଯକୁ ବିଧ୍ବଂସ ମୁହଁରୁ ବଞ୍ଚେଇଲେ ଏବଂ ଏହାକୁ ସ୍ଥିରତା ପ୍ରଦାନ କଲେ । ଡିଓକ୍ଲେଟିଆନ ସାମ୍ରାଜ୍ଯର ସଂପୂର୍ଣ୍ଣ ପୁନରୁତ୍ଥାନ କଲେ, କିନ୍ତୁ ପ୍ରିନ୍ସେପ୍ସର ଭୂମିକା ନ୍ୟୁନ କଲେ ଓ ପ୍ରଥମ ଥର ପାଇଁ ଡୋମିନେ, "ମାଷ୍ଟର" ବା "ସ୍ୱାମୀ" ରୂପେ ସମ୍ବୋଧିତ ହେଲେ ।[୧୯] ଡିଓକ୍ଲେଟିଆନଙ୍କ ରାଜୁତି କାଳରେ ଖ୍ରୀଷ୍ଟଧର୍ମ ବିରୁଦ୍ଧରେ ସାମ୍ରାଜ୍ଯ ଠୋସ ପଦକ୍ଷେପ ନେଇଥିଲା, ଯାହାକୁ "ମହୌତ୍ପିଡ଼ନ" ବୋଲି କୁହାଯାଏ ।

ଡିଓକ୍ଲେଟିଆନ, ସାମ୍ରାଜ୍ଯକୁ ଚାରୋଟି ଭାଗରେ ବିଭକ୍ତ କଲେ ଏବଂ ପ୍ରତ୍ୟେକ ଭାଗ ଏକ ଭିନ୍ନ ସମ୍ରାଟ ଦ୍ବାରା ଶାସିତ ହେଲା, ଏହାକୁ ଚତୁର୍ତନ୍ତ୍ର କୁହାଯାଏ ।[୨୦] ରୋମକୁ କବଳିତ କରିଥିବା ବିଶୃଙ୍ଖଳା ସବୁର ଅନ୍ତ ଘଟାଇଥିବା ଭାବି ସେ ଓ ତାଙ୍କ ସହିତ ତାଙ୍କର ସହ-ସମ୍ରାଟ ପଦବୀରୁ ସ୍ୱେଚ୍ଛାରେ ଅବସର ନେଲେ । କିନ୍ତୁ କିଛି ସମୟ ପରେ ହିଁ ଚତୁର୍ତନ୍ତ୍ର ଭାଙ୍ଗିଗଲା । ମହାନ କୋନଷ୍ଟାଇନ ଶେଷରେ ବିଧିବ୍ୟବସ୍ଥାର ପୁନର୍ସ୍ଥାପନା କଲେ । ସେ ଖ୍ରୀଷ୍ଟଧର୍ମରେ ଦିକ୍ଷିତ ହୋଇଥିବା ପ୍ରଥମ ସମ୍ରାଟ ହେଲେ ଏବଂ କୋନଷ୍ଟାଣ୍ଟିନୋପଲକୁ ପୂର୍ବ ସାମ୍ରାଜ୍ଯର ନୂତନ ରାଜଧାନୀ କରାଇଲେ । କୋନଷ୍ଟାଇନୀୟଭାଲେଣ୍ଟିନୀୟ ରାଜବଂଶର ଶାସନକାଳରେ, ସାମ୍ରାଜ୍ଯଟି ପୂର୍ବ-ପଶ୍ଚିମ ଅକ୍ଷରେ ବିଭାଜିତ ଥିଲା ଏବଂ ରୋମ ଓ କୋନଷ୍ଟାଣ୍ଟିନୋପଲ ଦ୍ୱୈତ କ୍ଷମତାର ଆଧାର ଥିଲା ।

ଆଧାର[ସମ୍ପାଦନା]

  1. Morley, Neville (17 August 2010). The Roman Empire: Roots of Imperialism. ISBN 978-0-7453-2870-6.
  2. Diamond, Jared (4 January 2011). Collapse: How Societies Choose to Fail or Succeed: Revised Edition. ISBN 978-1-101-50200-6.
  3. Kelly, p. 4ff.
  4. ୪.୦ ୪.୧ Nicolet, pp. 1, 15
  5. Brennan, T. Corey (2000) The Praetorship in the Roman Republic. Oxford University Press. p. 605.
  6. Peachin, pp. 39–40.
  7. Potter (2009), p. 179.
  8. ଆଧାର ଭୁଲ: ଅଚଳ <ref> ଚିହ୍ନ; Hekster ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. Lintott, Andrew (1999) The Constitution of the Roman Republic. Oxford University Press. p. 114
  10. Eder, W. (1993) "The Augustan Principate as Binding Link," in Between Republic and Empire. University of California Press. p. 98. ISBN 0-520-08447-0.
  11. Richardson, John (2011) "Fines provinciae", in Frontiers in the Roman World. Brill. p. 10.
  12. Richardson, John (2011) "Fines provinciae", in Frontiers in the Roman World. Brill. pp. 1–2.
  13. Syme, Ronald (1939) The Roman Revolution. Oxford: Oxford University Press. pp. 3–4.
  14. Boatwright, Mary T. (2000) Hadrian and the Cities of the Roman Empire. Princeton University Press. p. 4.
  15. Dio Cassius 72.36.4, Loeb edition translated E. Cary
  16. Gibbon, Edward (1776), "The Decline And Fall in the West – Chapter 4", The History of the Decline And Fall of the Roman Empire.
  17. Goldsworthy 2009, p. 50
  18. Brown, P., The World of Late Antiquity, London 1971, p. 22.
  19. Goldsworthy 2009, pp. 405–415.
  20. Potter, David. The Roman Empire at Bay. 296–98.

ନୋଟ[ସମ୍ପାଦନା]

  1. ଖ୍ରୀଷ୍ଟୀୟ ୧୨୦୪ ଓ ୧୨୬୧ ମଧ୍ଯରେ ସାମ୍ରାଜ୍ୟଟି ନିକୀୟ ସାମ୍ରାଜ୍ୟ, ତ୍ରେବିଜୋନ୍ଦ ସାମ୍ରାଜ୍ୟଏପିରସୀୟ ଡେସ୍ପୋଟେଟ – ଏହିପରି ତିନୋଟି ସାମ୍ରାଜ୍ୟରେ ବିଭାଜିତ ହୋଇଯାଇଥିଲା । ଯେହେତୁ ନିକୀୟ ସାମ୍ରାଜ୍ୟ ପୁନଃ କୋନଷ୍ଟାଣ୍ଟିନୋପଲକୁ ଅକ୍ତିଆର କରିବାରେ ସକ୍ଷମ ହେଲା, ଏହାକୁ ରୋମୀୟ ସାମ୍ରାଜ୍ଯର ପରବର୍ତ୍ତୀ ପର୍ଯ୍ୟାୟ ବୋଲି ଗ୍ରହଣ କରାଯାଇଛି ।
  2. ରୋମୀୟ ସାମ୍ରାଜ୍ଯ ଏକ ଦ୍ୱିତନ୍ତ୍ର ହେବା ପୂର୍ବରୁ ଏହାର ସମସ୍ତ କ୍ଷେତ୍ରରେ ରାଜୁତି କରିଥିବା ଅନ୍ତିମ ସମ୍ରାଟ ।
  3. ଆଧିକାରିକ ଭାବରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯର ଅନ୍ତିମ ସମ୍ରାଟ ।
  4. ପୂର୍ବୀ ସାମ୍ରାଜ୍ୟ, ପାପାସୀ ଓ ପଶ୍ଚିମ ୟୁରୋପୀୟ ରାଜ୍ଯମାନଙ୍କ ଦ୍ବାରା ଅନ୍ତିମ ସ୍ୱୀକୃତ ରୋମୀୟ ସମ୍ରାଟ ।
  5. ପୂର୍ବୀ (ବାଇଜାଣ୍ଟୀୟ) ସାମ୍ରାଜ୍ୟର ଅନ୍ତିମ ସମ୍ରାଟ ।
  6. Abbreviated "HS". Prices and values are usually expressed in sesterces; see #Currency and banking for currency denominations by period.
  7. ବେଳେବେଳେ ଓଟୋମାନମାନେ ନିଜ ରାଜ୍ଯକୁ "ରମର ସାମ୍ରାଜ୍ଯ" (ଛାଞ୍ଚ:Lang-ota) ବୋଲି କହୁଥିଲେ । ଏହି ଅର୍ଥରେ କୁହାଯାଇପାରିବ ଯେ, "ରୋମୀୟ" ସାମ୍ରାଜ୍ଯ ପ୍ରାଥମିକ ବିଂଶଶତାବ୍ଦୀ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା । ନିମ୍ନକୁ ଦେଖ: Roy, Kaushik (2014). Military Transition in Early Modern Asia, 1400-1750: Cavalry, Guns, Government and Ships. Bloomsbury Studies in Military History. London: Bloomsbury Publishing. p. 37. ISBN 978-1-78093-800-4. Retrieved 4 January 2020. After the capture of Constantinople, the capital of the Byzantine Empire became the capital of the Ottoman Empire. The Osmanli Turks called their empire the Empire of Rum (Rome).(ଭାଷ୍ୟାନ୍ତରଣ : କୋନଷ୍ଟାଣ୍ଟିନୋପଲର ପତନ ପରେ ବିଜାଣ୍ଟିନୀୟ ସାମ୍ରାଜ୍ଯର ରାଜଧାନୀ ଓଟୋମାନ ସାମ୍ରାଜ୍ଯର ରାଜଧାନୀ ହେଲା । ଓସମାନଲୀ ତୁର୍କୀମାନେ ନିଜ ସାମ୍ରାଜ୍ଯକୁ ରମ (ରୋମ)ର ସାମ୍ରାଜ୍ଯ ବୋଲି କହୁଥିଲେ ।))