ଅଗଷ୍ଟସ
| ଅଗଷ୍ଟସ | |
|---|---|
| ପ୍ରଥମ ରୋମ ସମ୍ରାଟ | |
The statue known as the Augustus of Prima Porta, 1st century
|
|
| ଶାସନ କାଳ | 16 January 27 BC – 19 August AD 14 |
| ପୁରାନାମ | Imperator Gaius Julius Caesar Octavianus Divi Filius Augustus |
| ଜନ୍ମ | 23 September 63 BC |
| ଜନ୍ମସ୍ଥାନ | Rome, Roman Republic |
| ମୃତ୍ୟୁ | 19 August AD 14 (aged 75) |
| ମୃତ୍ୟୁସ୍ଥାନ | Nola, Italia, Roman Empire |
| Buried | Mausoleum of Augustus, Rome |
| ପୂର୍ବଧୀକାରୀ | None (Empire founded) |
| ଉତ୍ତରାଧୀକାରୀ | Tiberius |
| Consort to | Clodia Pulchra (42 BC - 40 BC) Scribonia (40 BC - 38 BC) Livia Drusilla (37 BC - 14 AD) |
| Offspring | Julia the Elder Gaius Caesar (adoptive) Lucius Caesar (adoptive) Agrippa Postumus (adoptive) Tiberius (adoptive) |
| ପିତା | Gaius Octavius |
| ମାତା | Atia Balba Caesonia |
ରୋମାନ ସମ୍ରାଟ ଅଗଷ୍ଟସ ଖ୍ରୀଷ୍ଟ ପୂର୍ବ ୬୩ରେ କେନ୍ଦ୍ରୀୟ ଇଟାଲୀ ଅନ୍ତର୍ଗତ ଲାଟିଅମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପୁରା ନାମ ଥିଲା ଗାୟସ ଅକ୍ଟାଭିଅସ ଥ୍ରୁନିଅସ । ତାଙ୍କ ପିତା ଗାୟସ ଅକ୍ଟାଭିଅସ ଜୁଲିଅସ ସିଜରଙ୍କ ସମ୍ପର୍କୀୟ ଥିଲେ । ମାସିଡୋନିଆ ଏବଂ ଆତିଆର ସେ ଥିଲେ ଶାସକ । ଥ୍ରୁନିଅସ ମାତ୍ର ୪ବର୍ଷ ବୟସରେ ନିଜର ପିତାଙ୍କୁ ହରାଇବା ପରେ ଜୁଲିଅସ ସିଜର ତାଙ୍କୁ ପୋଷ୍ୟ କରିବା ସହ ନିଜର ଉତ୍ତରାଧିକାରୀ ଘୋଷିତ କରିଥିଲେ । ସିଜରଙ୍କ ମୃତ୍ୟୁ ପରେ ସେ ରୋମର ସମ୍ରାଟ ହୋଇଥିଲେ ଏବଂ ସିନେଟର ଅନୁମୋଦନ କ୍ରମେ ଅଗଷ୍ଟସ ନାମ ଗ୍ରହଣ କରିବା ସହ ସେହି ନାମରେ ସର୍ବତ୍ର ପରିଚିତ ହୋଇଥିଲେ । ଅଗଷ୍ଟସ ଜଣେ ସୁଶାସକ ଓ ପ୍ରବୀଣ ଯୋଦ୍ଧା ଥିଲେ । କେବଳ ଭୋକ ହେଲେ ଖାଉଥିବା ଅଗଷ୍ଟସଙ୍କ ଖାଦ୍ୟ ଅତି ସାଧାରଣ ମୋଟା ରୁଟି, ଛେନା ଓ ସବୁଜ ଫିଗ କୋଳି ଥିଲା । ସେ ମାଛ ଧରିବାକୁ ଭଲ ପାଉଥିଲେ । ସେ କାଳରେ ପ୍ରଚଳିତ ଗ୍ଳାଡ଼ିଏଟର ଲଢ଼େଇ ଓ ଅନ୍ୟ ପାଶବିକ ମନୋରଞ୍ଜନ ତାଙ୍କର ପସନ୍ଦ ନ ଥିଲା । ସେ ସିଜରଙ୍କ ପ୍ରମୁଖ ହତ୍ୟାକାରୀ ବ୍ରୁଟସଙ୍କ କଟା-ମୁଣ୍ଡକୁ ରୋମ ପଠାଇଥିବା ଇତିହାସରୁ ଜଣାପଡ଼େ । ପୁଣି ତାଙ୍କ ନିର୍ଦ୍ଦେଶରେ ସିଜର ଓ କ୍ଳିଓପାଟ୍ରାଙ୍କ ନାବାଳକ ପୁତ୍ର ସିଜରିଆନ ଓ ୩୦୦ ସଂଭ୍ରାନ୍ତଙ୍କୁ ହତ୍ୟା କରାଯାଇଥିଲା । ଏଥିରୁ ସେ ନୃଶଂସ ଥିବା ପ୍ରତିୟମାନ ହୁଏ । ସେ ଅତିମାତ୍ରାରେ ଅନ୍ଧବିଶ୍ଵାସୀ ଥିଲେ ହେଁ ଏକଦା ଭବିଷ୍ୟତବାଣୀ ସମ୍ପର୍କିତ ୨୦୦୦ ପୁସ୍ତକ ପୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳିକୁ ଡରୁଥିବା ଅଗଷ୍ଟସ ଭୟ ଦୂରକରିବା ପାଇଁ ହାତରେ ସିଲ ଚମଡ଼ାର ତାବିଜଟିଏ ବାନ୍ଧିଥିଲେ । ଜଣେ ପଠନପ୍ରିୟ ସୁଲେଖକ ଥିବା ଅଗଷ୍ଟସ ଆତ୍ମଜୀବନୀ ଓ କିଛି କବିତା ରଚନା କରିଥିଲେ । ଭର୍ଜିଲ ଏବଂ ହୋରେସ ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିବା ବିଶ୍ଵାସ କରାଯାଏ । ଭର୍ଜିଲଙ୍କ ମହାକାବ୍ୟ ଏନିଡ ର ବିଷୟବସ୍ତୁ ଅଗଷ୍ଟସଙ୍କର ପରିକଳ୍ପନା ଥିଲା । ଭର୍ଜିଲ ନିଜ ଜୀବନକାଳରେ ଏନିଡର ରଚନା ସମାପ୍ତ କରିପାରିନଥିବାରୁ, ତାହାକୁ ପୋଡ଼ିଦେବା ପାଇଁ ଅଗଷ୍ଟସଙ୍କୁ ଅନୁରୋଧ କରିଥିଲେ । ଅଗଷ୍ଟସ ଭର୍ଜିଲଙ୍କ କଥା ନ ରଖି, ଏନିଡ଼କୁ ଅନ୍ୟମାନଙ୍କ ଦ୍ଵାରା ଶେଷ କରାଇ ଛାପିଥିଲେ ।
ଆଧାର[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]
| ଅଗଷ୍ଟସ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
|
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
|
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
| ଉଇକିଉତ୍ସରୁ ମୂଳାଧାର ଲେଖାମାନ |
|
| ଉଇକିପୋଥିରେ ପଢ଼ାବହିମାନ |
|
- Primary sources
- Cassius Dio's Roman History: Books 45–56, English translation
- Gallery of the Ancient Art: August
- Humor of Augustus
- Life of Augustus by Nicolaus of Damascus, English translation
- Suetonius' biography of Augustus, Latin text with English translation
- The Res Gestae Divi Augusti (The Deeds of Augustus, his own account: complete Latin and Greek texts with facing English translation)
- The Via Iulia Augusta: road built by the Romans; constructed on the orders of Augustus between the 13–12 B.C.
- Secondary source material
- Augustus—short biography at the BBC
- Brown, F. The Achievements of Augustus Caesar, Clio History Journal, 2009.
- "Augustus Caesar and the Pax Romana"—essay by Steven Kreis about Augustus's legacy
- "De Imperatoribus Romanis"—article about Augustus at Garrett G. Fagan's online encyclopedia of Roman Emperors
- Octavian / Augustus—pages by Yong-Ling Ow
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |