ବିଜାଣ୍ଟିନୀୟ ସାମ୍ରାଜ୍ଯ

ଉଇକିପିଡ଼ିଆ‌ରୁ
Jump to navigation Jump to search
ବିଜାଣ୍ଟିନୀୟ ସାମ୍ରାଜ୍ଯ

Βασιλεία Ῥωμαίων, Basileía Rhōmaíōn
Imperium Romanum
୩୯୫–୧୪୫୩
Flag of ବିଜାଣ୍ଟିନୀୟ ସାମ୍ରାଜ୍ଯ
ଖ୍ରୀଷ୍ଟ ପାଣ୍ଟୋକ୍ରାଟୋରଙ୍କ ଦର୍ଶାଉଥିବା ସୋଲିଡସ of ବିଜାଣ୍ଟିନୀୟ ସାମ୍ରାଜ୍ଯ
ଚି ରୋ (ବିଜାଣ୍ଟିନୀୟ ଇନ୍ସିଗ୍ନିଆ ଦେଖନ୍ତୁ) ଖ୍ରୀଷ୍ଟ ପାଣ୍ଟୋକ୍ରାଟୋରଙ୍କ ଦର୍ଶାଉଥିବା ସୋଲିଡସ
ପଶ୍ଚିମ ରୋମୀୟ ସାମ୍ରାଜ୍ଯର ପତନ ପରେ ୫୫୫ ମସିହାରେ ମହାନ ଜଷ୍ଟିନିଆନଙ୍କ ଅଧିନରେ ସାମ୍ରାଜ୍ଯର ସର୍ବାଧିକ ବିସ୍ତାର (ସାମ୍ରାଜ୍ଯର ଅଧିରାଜ୍ଯଗୁଡ଼ିକ ଗୋଲାପୀରେ ଦିଆଯାଇଛି) ।
ପଶ୍ଚିମ ରୋମୀୟ ସାମ୍ରାଜ୍ଯର ପତନ ପରେ ୫୫୫ ମସିହାରେ ମହାନ ଜଷ୍ଟିନିଆନଙ୍କ ଅଧିନରେ ସାମ୍ରାଜ୍ଯର ସର୍ବାଧିକ ବିସ୍ତାର (ସାମ୍ରାଜ୍ଯର ଅଧିରାଜ୍ଯଗୁଡ଼ିକ ଗୋଲାପୀରେ ଦିଆଯାଇଛି) ।
ବିଜାଣ୍ଟିନୀୟ ସାମ୍ରାଜ୍ଯର ରାଜ୍ଯକ୍ଷେତ୍ରରେ ପରିବର୍ତ୍ତନ (୪୭୬–୧୪୦୦)
ବିଜାଣ୍ଟିନୀୟ ସାମ୍ରାଜ୍ଯର ରାଜ୍ଯକ୍ଷେତ୍ରରେ ପରିବର୍ତ୍ତନ (୪୭୬–୧୪୦୦)
Statusସାମ୍ରାଜ୍ଯ
ରାଜଧାନୀକୋନଷ୍ଟାଣ୍ଟିନୋପଲ
(୩୯୫–୧୨୦୪, ୧୨୬୧–୧୪୫୩)
ସାଧାରଣ ଭାଷା
ଧର୍ମ
ବିଶେଷ ସମ୍ରାଟଗଣ 
• ୩୦୬–୩୩୭
କୋନଷ୍ଟାଣ୍ଟାଇନ ପ୍ରଥମ
• ୩୯୫–୪୦୮
ଆର୍କାଡିଅସ
• ୪୯୨–୪୫୦
ଥିଓଡିସିଅସ ଦ୍ୱିତୀୟ
• ୫୨୭–୫୬୫
ଜଷ୍ଟିନିଆନ ପ୍ରଥମ
• ୬୧୦–୬୪୧
ହେରାକ୍ଲିଅସ
• ୭୧୭–୭୪୧
ଲିଓ ତୃତୀୟ
• ୭୯୭–୮୦୨
ଇରିନ୍
• ୮୬୭–୮୮୬
ବାସିଲ ପ୍ରଥମ
• ୯୭୬–୧୦୨୫
ବାସିଲ ଦ୍ୱିତୀୟ
• ୧୦୪୨–୧୦୫୫
କୋନଷ୍ଟାଣ୍ଟାଇନ ନବମ
• ୧୦୮୧–୧୧୧୮
ଆଲେକ୍ଜିଅସ ପ୍ରଥମ
• ୧୨୫୯–୧୨୮୨
ମିକାଏଲ ଅଷ୍ଟମ
• ୧୪୪୯–୧୪୫୩
କୋନଷ୍ଟାଣ୍ଟାଇନ ଏକାଦଶ
Historical eraପରବର୍ତ୍ତୀ ପ୍ରାଚୀନଯୁଗରୁ ପରବର୍ତ୍ତୀ ମଧ୍ଯଯୁଗ
ଅପ୍ରେଲ ୧ ୨୮୬
୩୩୦ ମସିହା ମେ ୧୧
• ଥିଓଡିସିଅସ ପ୍ରଥମଙ୍କ ମୃତ୍ୟୁ ପରେ ଅନ୍ତିମ ପୂର୍ବ-ପଶ୍ଚିମ ବିଭାଜନ
୩୯୫ ଜାନୁଆରୀ ୧୭
୪୭୬ ସେପ୍ଟେମ୍ବର ୪
୪୮୦ ଅପ୍ରେଲ ୨୫
• ଚତୁର୍ଥ କ୍ରୁସେଡ; କାଥୋଲୀୟ କ୍ରସେଜକଙ୍କ ଦ୍ବାରା ଲାଟିନ୍ ସାମ୍ରାଜ୍ଯର ସ୍ଥାପନ
୧୨୦୪ ଅପ୍ରେଲ ୧୨
• ମିକାଏଲ ଅଷ୍ଟମ ପାଲାଇଓଲୋଗସଙ୍କ କୋନଷ୍ଟାଣ୍ଟିନୋପଲର ପୁନଃ ଅଧିକରଣ
୧୨୬୧ ଜୁଲାଇ ୨୫
ମଇ ୨୯ ୧୪୫୩
୧୪୬୧ ଅଗଷ୍ଟ ୧୫
ଲୋକସଂଖ୍ୟା
• ୪୫୭
୧,୬୦,୦୦,୦୦୦e
• ୫୬୫
୨,୬୦,୦୦,୦୦୦
• ୭୭୫
୭୦,୦୦,୦୦୦
• ୧୦୨୫
୧,୨୦,୦୦,୦୦୦
• ୧୩୨୦
୨୦,୦୦,୦୦୦
ମୁଦ୍ରାସୋଲିଡସ, ଦିନାରିଅସହାଇପରପାଇରୋନ
Preceded by
Succeeded by
ରୋମୀୟ ସାମ୍ରାଜ୍ଯ
ଓଟୋମାନ ସାମ୍ରାଜ୍ଯ
  1. ^ Βασιλεία Ῥωμαίων ଲାଟିନ ଭାଷାରେ Basileia Rhōmaiōn ବୋଲି ଭାଷ୍ୟାନ୍ତରଣ କରାଯାଇ ପାରେ (ଯାହାର ଶାବ୍ଦିକ ଅର୍ଥ ହେଉଛି ରୋମୀୟମାନଙ୍କ ରାଜତନ୍ତ୍ର).
  2. ^ Roman Empire
  3. ^ Between 1204 and 1261 there was an interregnum when the Empire was divided into the Empire of Nicaea, the Empire of Trebizond and the Despotate of Epirus, which were all contenders for rule of the Empire. The Empire of Nicaea is considered the legitimate continuation of the Byzantine Empire because it managed to retake Constantinople.
  4. ^ Constantinople became the capital of the (united) empire in 330. Theodosius I was the last emperor to rule over both the Eastern and Western Roman Empire. He died in 395, dividing the empire in western and eastern halves.
  5. ^ See Population of the Byzantine Empire for more detailed figures taken provided by McEvedy and Jones, Atlas of World Population History, 1978, as well as Angeliki E. Laiou, The Economic History of Byzantium, 2002.

ବିଜାଣ୍ଟିନୀୟ ସାମ୍ରାଜ୍ଯ, ବା ପୂର୍ବ ରୋମୀୟ ସାମ୍ରାଜ୍ଯ, ବା ବିଜାଣ୍ଟିଅମ, ହେଉଛି ରୋମୀୟ ସାମ୍ରାଜ୍ଯର ପୂର୍ବ ପ୍ରାନ୍ତଗୁଡ଼ିକୁ ନେଇ ଗଠିତ ସାମ୍ରାଜ୍ଯ ଯାହାର ରାଜଧାନୀ କୋନଷ୍ଟାଣ୍ଟିନୋପଲ ଥିଲା । ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯର ପତନ ସତ୍ତ୍ବେ ଏହା ତିଷ୍ଠି ରହିପାରିଥିଲା ଏବଂ ପ୍ରାୟ ଏକ ସହସ୍ରାବ୍ଦ ପରେ ଓଟୋମାନ ସାମ୍ରାଜ୍ଯ ହାତରେ ଏହାର ପତନ ଘଟିଲା । ଏହାର ଅସ୍ତିତ୍ବ କାଳରେ ଏହା ୟୁରୋପରେ ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି, ସଂସ୍କୃତି ଓ ସୈନ୍ଯବାହିନୀର ଅଧିକାରୀ ଥିଲା ।

ସାମ୍ରାଜ୍ଯର ବାସ୍ତବ ଅନ୍ତ ପରେ ଏହାକୁ "ବିଜାଣ୍ଟିନୀୟ ସାମ୍ରାଜ୍ଯ" ବୋଲି କୁହାଗଲା; ତା ପୂର୍ବରୁ ଏହାର ନାଗରିକମାନେ ଏହାକୁ ସାଧାରଣତଃ ରୋମୀୟ ସାମ୍ରାଜ୍ଯ (ଛାଞ୍ଚ:Lang-gkm) ବା ରୋମାନିଆ (ଛାଞ୍ଚ:Lang-gkm), ଏବଂ ନିଜକୁ ରୋମୀୟ (ଛାଞ୍ଚ:Lang-gkm) ବୋଲି କହୁଥିଲେ । ରୋମୀୟ ସାମ୍ରାଜ୍ଯର ବିଭାଜନ ପରେ ଏହାର ସଂସ୍କୃତି, ପରମ୍ପରା ଓ ପ୍ରଶାସନିକ ଭିତ୍ତିମୂଳ ପରବର୍ତ୍ତୀ ଦୁଇ ସାମ୍ରାଜ୍ଯରେ ଅପରିବର୍ତ୍ତନୀୟ ହୋଇ ରହିଥିଲେ ମଧ୍ଯ ଇତିହାସକାରମାନେ ଏହାକୁ ରୋମୀୟ ସାମ୍ରାଜ୍ଯଠାରୁ ଅଲଗା ବୋଲି ଗ୍ରହଣ କରନ୍ତି । କାରଣ ଏହାର ରାଜଧାନୀ କୋନଷ୍ଟାଣ୍ଟିନୋପଲରେ ଥିଲା, ଏହାର ସଂସ୍କୃତି ଗ୍ରୀସୀୟ ସଂସ୍କୃତି ଆଡକୁ ଅଧିକ ଢଳି ଥିଲା ଏବଂ ଏହାର ରାଜଧର୍ମ ପୂର୍ବ ମୌଳିକ ଖ୍ରୀଷ୍ଟଧର୍ମ ଥିଲା ।

ଖ୍ରୀଷ୍ଟୀୟ ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ଯରେ ରୋମୀୟ ସାମ୍ରାଜ୍ଯର ଗ୍ରୀକ୍ ପୂର୍ବ ଓ ଲାଟିନ୍ ପଶ୍ଚିମ ବିଭାଜନ ଅଧିକ ତ୍ୱରାନ୍ୱିତ ହେଲା । କୋନଷ୍ଟାଣ୍ଟାଇନ ପ୍ରଥମ (ଛାଞ୍ଚ:Reign) ସାମ୍ରାଜ୍ୟର ପୁନର୍ବିନ୍ୟାସ ସହିତ କୋନଷ୍ଟାଣ୍ଟିନୋପଲକୁ ଏହାର ରାଜଧାନୀ କରାଇଲେ ଏବଂ ଖ୍ରୀଷ୍ଟଧର୍ମକୁ ବୈଧ ଘୋଷଣା କଲେ । ଥିଓଡୋସିଅସଙ୍କ (ଛାଞ୍ଚ:Reign) ନେତୃତ୍ବରେ ଖ୍ରୀଷ୍ଟଧର୍ମ ରାଜ୍ଯର ରାଜଧର୍ମ ରୂପେ ପ୍ରତିଷ୍ଠିତ ହେଲା ଏବଂ ଅନ୍ୟ ଧାର୍ମିକ ରୀତିନୀତିଗୁଡ଼ିକ ନିଷିଦ୍ଧ କରିଦିଆଗଲାହେରାକ୍ଲିଅସଙ୍କ (ଛାଞ୍ଚ:Reign) ଅଧିନରେ ସାମ୍ରାଜ୍ଯର ସାମରିକ ଓ ପ୍ରଶାସନିକ ଭିତ୍ତିଭୂମିରେ ପରିବର୍ତ୍ତନ କରାଗଲା ଏବଂ ଲାଟିନ୍ ବଦଳରେ ଗ୍ରୀକ୍ ଭାଷାକୁ ଆଧିକାରିକ ମର୍ଯ୍ୟାଦା ପ୍ରଦାନ କରାଗଲା ।

ସାମ୍ରାଜ୍ଯର ସୀମାରେ ବାରମ୍ବାର ହ୍ରାସବୃଦ୍ଧି ଲାଗିରହିଥିଲା । ଜଷ୍ଟିନିଆନ ପ୍ରଥମଙ୍କ (୫୨୭-୫୬୫) ରାଜୁତି କାଳରେ, ରୋମୀୟ ପଶ୍ଚିମ ଉପକୂଳ ସମେତ ଉତ୍ତର ଆଫ୍ରିକା, ଇଟାଲୀ ଓ ରୋମର ଅଧିକାଂଶ ଅଞ୍ଚଳ ଅଧିକାର ଫଳରେ ଏହା ନିଜର ସର୍ବାଧିକ ବିସ୍ତାର କରିପାରିଥିଲା । ୬୦୨-୬୨୮ର ବିଜାଣ୍ଟାଇନ-ସାସାନୀୟ ଯୁଦ୍ଧ ଯୋଗୁଁ ସାମ୍ରାଜ୍ଯର ସମ୍ବଳରେ ହ୍ରାସ ଘଟିଥିଲା ଏବଂ ସପ୍ତମ ଶତାବ୍ଦୀର ପ୍ରାଥମିକ ମୁସଲିମ ଆକ୍ରମଣ ସମୟରେ ଏହା ନିଜର ମୂଲ୍ଯବାନ ପ୍ରାନ୍ତ, ଯଥା - ମିଶରସିରିଆ ଆଦି ସବୁ ରଶିଦୁନ ଖିଲାଫତ ହାତରେ ହାରିଗଲା । ମାସେଡୋନୀୟ ରାଜବଂଶ (ଦଶମ-ଏକାଦଶ ଶତାବ୍ଦୀ) ସମୟରେ ସାମ୍ରାଜ୍ଯର ପୁନର୍ବିସ୍ତାର ହୋଇଥିଲା ଏବଂ ଦୁଇ ଶତାବ୍ଦୀ ଧରି ମାସେଡୋନୀୟ ପୁନର୍ଜାଗରଣର ଅନୁଭବ କଲା । ୧୦୭୧ ମସିହାର ମାଞ୍ଜିକର୍ଟ ଲଢେଇ ପରେ କ୍ଷୁଦ୍ର ଏସିଆ ସେଲଯୁକ ତୁର୍କୀମାନଙ୍କ ପାଖକୁ ଚାଲିଗଲା ଓ ଏହା ସହ ମାସେଡୋନୀୟ ପୁନର୍ଜାଗରଣର ଅନ୍ତ ହେଲା । ଏହି ଯୁଦ୍ଧ ତୁର୍କୀମାନଙ୍କୁ ଆନାତୋଲିଆରେ ବାସ କରିବା ପାଇଁ ସୁଯୋଗ ଦେଲା । କୋମ୍ନେନୀୟ ପୁନରୁତ୍ଥାନ ବେଳେ ସାମ୍ରାଜ୍ଯର କ୍ଷତିପୂରଣ ହେଲା ଏବଂ ଦ୍ୱାଦଶ ଶତାବ୍ଦୀ ସୁଦ୍ଧା କୋନଷ୍ଟାଣ୍ଟିନୋପଲ ୟୁରୋପରେ ସର୍ବବୃହତ ଓ ଧନୀ ସହରରେ ପରିଣତ ହୋଇସାରିଥିଲା ।

ଆଧାର[ସମ୍ପାଦନା]