ରୀଲା ହୋତା

ଉଇକିପିଡ଼ିଆ‌ରୁ
ରୀଲା ହୋତା
ରୀଲା ହୋତା
Born
Nationalityଭାରତ
Occupation(s)ଓଡ଼ିଶୀ ନୃତ୍ୟଶିଳ୍ପୀ, କଳା ପ୍ରବର୍ତ୍ତକ
Styleଓଡ଼ିଶୀ, ଫ୍ୟୁଜନ ଡ୍ୟାନ୍ସ
Parent(s)ପୂର୍ଣ୍ଣ ଚନ୍ଦ୍ର ହୋତା, ବିଜୟଲକ୍ଷ୍ମୀ ହୋତା
Awardsସନାତନ ନୃତ୍ୟ ପୁରସ୍କାର
Websitereela.inreela.org

ରୀଲା ହୋତା ହେଉଛନ୍ତି ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ, ପ୍ରଶିକ୍ଷକ ଏବଂ ପ୍ରଯୋଜକ, ଯିଏ ତାଙ୍କର ଅନେକ ପ୍ରଦର୍ଶନ ପାଇଁ ପ୍ରଶଂସିତ।[୧][୨] ସେ ଯୋଗଗୁରୁ ବିଜୟଲକ୍ଷ୍ମୀ ହୋତାଙ୍କର କନ୍ୟା। ସେ ବାଲ୍ୟ କାଳରୁ ନୃତ୍ୟ, ଯୋଗ ଓ ଆଶ୍ରମ ଜୀବନ ସହିତ ସମ୍ପୃକ୍ତ ଥିଲେ। ଗୁରୁ ଗଙ୍ଗାଧର ପ୍ରଧାନ, ଶ୍ରୀମତୀ ମାଧବୀ ମୁଦ୍‌ଗଲ ଏବଂ ଗୁରୁ କେଳୁଚରଣ ପ୍ରଧାନଙ୍କ ପରି ତିନିଜଣ ପ୍ରମୁଖ ହସ୍ତୀଙ୍କଠାରୁ ଓଡ଼ିଶୀ ଶିକ୍ଷା ପାଇ ସେ ଏଥିରେ ଲୟ, ମାଧୁର୍ଯ୍ୟ, ଅତ୍ୟାଧୁନିକତା ଏବଂ ପ୍ରଦର୍ଶନ କୌଶଳକୁ ନିଖୁଣ ଭାବରେ ଆୟତ୍ତ କରି ପାରିଥିଲେ। ସେ ହେଉଛନ୍ତି ଓଡ଼ିଶୀ ନୃତ୍ୟର ଏକ ନୂତନ ଧାରାର ପ୍ରବର୍ତ୍ତକ। ଭାରତୀୟ ଦର୍ଶନ ଯଥା ଯୋଗ, କୁଣ୍ଡଳିନୀ ଏବଂ ସଂସ୍କୃତ ଭାଷାକୁ ତାଙ୍କ ପ୍ରଦର୍ଶନର ଆଧାର କରି ସେ ଓଡ଼ିଶୀ ନୃତ୍ୟକୁ ଏକ ଆଧ୍ୟାତ୍ମିକ ଦିଗ ଦେଇଛନ୍ତି।

ପରିବାର[ସମ୍ପାଦନା]

ରୀଲା ପିତା ପୂର୍ଣ୍ଣ ଚନ୍ଦ୍ର ହୋତା, ଭାରତୀୟ ପ୍ରଶାସନିକ ସେବା ଏବଂ ମାତା ବିଜୟଲକ୍ଷ୍ମୀ ହୋତାଙ୍କର କନିଷ୍ଠା କନ୍ୟା। ମାତା ବିଜୟ ଲକ୍ଷ୍ମୀ[୩] ଜଣେ ଯୋଗ ଶିକ୍ଷକ ଏବଂ ସେ ଯୋଗ ଏବଂ ଖଦ୍ୟ ଉପରେ ଆଠଗୋଟି ପୁସ୍ତକ ରଚନା କରିଛନ୍ତି। [୪] ତାଙ୍କ ବଡ଼ ଭଉଣୀ ହେଉଛନ୍ତି ରୀମା ସିଂ, ଆଇ.ଆର୍.ଏସ୍. ଏବଂ ବଡ଼ ଭାଇ ପ୍ରସେନଜିତ ହୋତା।

ପେଶା[ସମ୍ପାଦନା]

ସେ ବହୁତ କମ୍ ବୟସରୁ ଗୁରୁ ଗଙ୍ଗାଧର ପ୍ରଧାନଙ୍କଠାରୁ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ। ନୃତ୍ୟବିଦ୍ୟାରେ ଉଚ୍ଚତର ଶିକ୍ଷା ଗୁରୁ ମାଧବୀ ମୁଦ୍‌ଗଲ ଏବଂ ପ୍ରସିଦ୍ଧ ଗୁରୁ କେଳୁଚରଣଙ୍କଠାରୁ ଗ୍ରହଣ କରିଥିଲେ। [୫] ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀଙ୍କ ପ୍ରେରଣାରେ ସେ ନିଜର ପ୍ରଦର୍ଶନର ଆଧାର କରିଥିଲେ ଭାରତୀୟ ଦର୍ଶନକୁ। ସେ ରେଜ୍ ଅଫ୍ ୱିଜଡମ୍ ସୋସାଇଟି ନାମରେ ଏକ ସଂସ୍ଥାର ସଂସ୍ଥାପକ। ନୃତ୍ୟ, ସଂଗୀତ ଏବଂ ପାରମ୍ପରିକ ଚିକିତ୍ସା ବିଜ୍ଞାନର ସଂଯୋଗ ମାଧ୍ୟମରେ କେମିତି ଆଜିର ଯୁଗରେ ମାନବ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମ୍ପର୍କୀତ ବିପଦଗୁଡ଼ିକର ସାମ୍ନା କରି ପାରିବ ସେ ନେଇ ଏହି ସଂସ୍ଥା କାର୍ଯ୍ୟରତ। ଭାରତୀୟ କଳାକୁ ତାଙ୍କର ଅସାଧାରଣ ଅବଦାନ ପାଇଁ ସେ ସନାତନ ନୃତ୍ୟ ପୁରସ୍କାର ହାସଲ କରିଛନ୍ତି। [୬]

ନୃତ୍ୟ ମିଶ୍ରଣ[ସମ୍ପାଦନା]

ସେ ଓଡ଼ିଶୀ ନୂତ୍ୟକୁ ଭାରତର ଅନ୍ୟ ପ୍ରମୁଖ ନୃତ୍ୟ ଶୈଳୀ ଯଥା, ମଣିପୁରୀ, କଥକ, ଭାରତନାଟ୍ୟମ୍ ଏବଂ ଛଉ ଆଦି ସହିତ ମିଶ୍ରଣ କରି ସେଥିରେ ଏକ ସ୍ୱାତନ୍ତ୍ର୍ୟ ଆଣି ପାରିଛନ୍ତି। ସେଥି ମଧ୍ୟରୁ ଏକ ଉତ୍କୃଷ୍ଟ କୃତି ହେଉଛି "ରବୀନ୍ଦ୍ର ଅଭିବ୍ୟକ୍ତି", ଏକ ଅଦ୍ୱିତୀୟ ଫ୍ୟୁଜନ ପ୍ରଡକ୍ସନ ଯାହା ନୋବେଲ ସାହିତ୍ୟିକ ରବୀନ୍ଦ୍ରନାଥଙ୍କ ରଚନା ଉପରେ ପର୍ଯ୍ୟବସିତ। [୭]

୨୦୧୩ ମସିହାରେ ସେ ପାଶ୍ଚାତ୍ୟ ନୃତ୍ୟ ଶୈଳୀ ଏବଂ ଓଡ଼ିଶୀର ଏକ ଅଦ୍ୱିତୀୟ ଏବଂ ସର୍ବପ୍ରଥମ ନୃତ୍ୟ ମିଶ୍ରଣ ରଚନା କରି ତାଙ୍କ ନୃତ୍ୟଶିଳ୍ପୀ ଜୀବନରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲେ। ଏଥିରେ ସେ ସଂସ୍କୃତର ଆରୋଗ୍ୟକାରୀ ଦିଗକୁ ସେ ବୁକାରେଷ୍ଟ ନ୍ୟାସନାଲ ଅପେରା ହାଉସର ବାଲେଟ ନୃତ୍ୟଶିଳ୍ପୀମାନଙ୍କ ସହଯୋଗରେ ମିଶ୍ରିତ କରିଥିଲେ। [୮] ଏହାକୁ ଠିକ୍ ଭାବେ ବୁଝିବା ଏବଂ ପ୍ରଶଂସା କରିବାପାଇଁ ବେଳେବେଳେ ଏହି କ୍ଷେତ୍ରର ଜଣେ ମୁଖ୍ୟ ବିଶେଷଜ୍ଞଙ୍କର ଭାଷଣ ପରେ ତାଙ୍କର ପ୍ରଦର୍ଶନ ଆରମ୍ଭ ହେଉଥିଲା। ଆନ୍ତର୍ଜାତୀୟ ପୁରାତନ କଳା ଉତ୍ସବ ୨୦୧୩ର ଦ୍ୱିତୀୟ ଦିନରେ ସାଇକୋଡ୍ରାମା ଇନଷ୍ଟିଚ୍ୟୁଟ୍ ମେଲବୋର୍ଣ୍ଣର ନିର୍ଦ୍ଦେଶକ ସୁଏ ଡାନିଏଲଙ୍କର ଭାଷଣ "ସାଇକୋଡ୍ରାମା ଏଜ୍ ଏ ଲିଭିଂ ପ୍ରସେସ୍" ପରେ ସେହି ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। [୯]

୨୦୧୪ରେ ସେ ବ୍ରୋଡୱେ କରେଣ୍ଟ ସେନସେସନ, ଜାସନ ମାକଡୋନାଲ୍‌ଡଙ୍କ ସହିତ କାମ କରିଥିଲେ। [୧୦] ଏଥିରେ ସାତୋଟି ଚକ୍ରର ପ୍ରତୀକ ଉପରେ ନୃତ୍ୟ, ସଙ୍ଗୀତ ଏବଂ ନାଟକର ଏକ ଅସାମାନ୍ୟ ଏବଂ ଆକର୍ଷକ ସିନର୍ଜି ପ୍ରଦର୍ଶିତ କରିଥିଲେ। [୧୧]

ଅପେରା ସହିତ ରାମଲୀଳାର ମିଶ୍ରଣ[ସମ୍ପାଦନା]

ସେ ପ୍ରଥମଥର ପାଇଁ ଅପେରା ସହିତ ରାମଲୀଳାକୁ ମିଶ୍ରୀତ କରିଥିଲେ। [୧୨] ଏଥିରେ ଇଟାଲୀ, ଫ୍ରାନ୍ସ, ହଙ୍ଗେରୀ, ଆମେରିକା ଓ ଭାରତ, ୫ଟି ଦେଶରୁ ୧୦୦ ଜଣ କଳାକାର କଠିନ ପରିଶ୍ରମ କରି ସଂସ୍କୃତି ଏବଂ ବିଚାରର ସଂଗମ ଉପରେ ଆଲୋକ ପାତ କରିଥିଲେ। ରୀଲାଙ୍କ ମା, ଯୋଗଗୁରୁ ବିଜୟଲକ୍ଷ୍ମୀ ହୋତାଙ୍କ ରଚିତ [୧୩] ଅପେରାରେ ରାମଲୀଳା ରାମଙ୍କର ସୀତାଙ୍କ ସହିତ ବିବାହରୁ ଆରମ୍ଭ ହୋଇଥିଲା, ପରେ ପରେ ରାମ, ଲକ୍ଷ୍ମଣ ସୀତାଙ୍କର ବନଗମନ, ସୀତା ହରଣ ଆଦି ପ୍ରଦର୍ଶିତ ହୋଇଥିଲା। ଅପେରାରେ ପରେ ପରେ ହନୁମାନଙ୍କର ଲଙ୍କାଗମନ ଏବଂ ପରିଶେଷରେ ସେହି ତିନି ଜଣଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଏବଂ ଉତ୍ସବ ଆଦିରେ ଏହି ଅପେରା ସମାପ୍ତ ହୋଇଥିଲା।[୧୪]

ମହାନ ସଙ୍ଗୀତକାର ପୁଚି କଟେନାଙ୍କ ନିର୍ଦ୍ଦେଶିତ ଅପେରାରେ ରାମଲୀଳାରେ ୪୫ ଜଣ ଭାରତୀୟ ଏବଂ ପାଶ୍ଚାତ୍ୟ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଭୌଗୋଳିକ ଏବଂ ସାଂସ୍କୃତିକ ଭାବରେ ପୃଥକ ଦୁଇଟି ପ୍ରାନ୍ତର ରାମାୟଣ ମାଧ୍ୟମରେ ଏହି ସମ୍ମେଳନ ଏକ ସୁନ୍ଦର ଚିନ୍ତାଧାରା। [୧୫]

ଆୟୋଜନ[ସମ୍ପାଦନା]

ସେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ICCR (Indian Council for Cultural Relations)ଙ୍କ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ପୁରାତନ କଳା ନାମକ ଏକ ଅଦ୍ୱିତୀୟ ଉତ୍ସବ ସମ୍ମିଳନୀର ଆୟୋଜନ କରିଥିଲେ। [୧୬] ରାମଲୀଳା, ଶାସ୍ତ୍ରୀୟ ନୃତ୍ୟ, କବାଲି, ବିଦେଶୀ ନାଚ, ଫ୍ୟୁଜନ ଏବଂ କଣ୍ଢେଇନାଚ ଓ ଲୋକନୃତ୍ୟ ପରି ଏ ଗୁଡ଼ିକ ଦୀର୍ଘ ସପ୍ତାହାନ୍ତ ଉତ୍ସବ ଥିଲା।

ସେ ଦ୍ୱି-ଦିବସୀୟ ଆନ୍ତର୍ଜାତୀୟ ପୁରାତନ କଳା ଉତ୍ସବ 2012ର ଆୟୋଜନ କରିଥିଲେ। ଏ ସମୟରେ ଫ୍ୟୁଜନ ଆନ୍ତର୍ଜାତୀୟ ମିଳିତ ସଙ୍ଗୀତ ପରିବେଷଣ ଅନୁଷ୍ଠିତ ହୋଇଥିଲା। ଏଠାରେ ଚୀନ୍‌ରୁ ୱାଙ୍ଗ ଫେଇ, ଇରାନ୍‌ରୁ ବାହମନ ପାନାହି ଏବଂ ଭାରତରୁ ବେହେଲାରେ ଉସ୍ତାଦ୍ ଜୋହାର ଅଲି ସଙ୍ଗୀତ ସହିତ ରୀଲା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। [୧୭] ୨୦୧୩ରେ ଶାସ୍ତ୍ରୀୟ ଭାଷା, ବିଶେଷ କରି ସଂସ୍କୃତ ମାଧ୍ୟମରେ ଆନ୍ତର୍ଜାତୀୟ ପୁରାତନ କଳା ସଙ୍ଗୀତର ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଉତ୍ସବର ମୁଖ୍ୟ ବାକ୍ୟ ଥିଲା “ମନ୍ତ୍ରଭାଷା ସଂସ୍କୃତ” ଯେଉଁଠାରେ ରୀଲା ବୁକାରେଷ୍ଟ ଜାତୀୟ ଅପେରା ହାଉସ୍, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ପାଶ୍ଚାତ୍ୟ ଶାସ୍ତ୍ରୀୟ ସିମ୍ଫୋନୀ ସହିତ ନିଜ କଳାର ପ୍ରଦର୍ଶନ କରିଥିଲେ।[୧୮]

ଦୂରଦର୍ଶନ[ସମ୍ପାଦନା]

ଦୂରଦର୍ଶନର ଭାରତୀ ଚ୍ୟାନେଲରେ “ସେଲିବ୍ରିଟୀମାନେ କ'ଣ କହନ୍ତି” (‘What Celebrities Say’) ଶିର୍ଷକ କାର୍ଯ୍ୟକ୍ରମରେ ଭାଗନେବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ସେଲିବ୍ରିଟୀ ଏବଂ ଏକମାତ୍ର ଓଡ଼ିଶୀ କଳାକାର। [୧୯] ଆଉ ତାଙ୍କ ସହିତ ଥିଲେ ପଦ୍ମଭୂଷଣ ରାଜା ରେଡ୍ଡୀ, ପଣ୍ଡିତ ବିର୍ଜୁ ମହାରାଜ, ଏବଂ ପଦ୍ମ ଭୂଷଣ ପଣ୍ଡିତ ଦେବୁ ଚୌଧୁରୀଙ୍କ ବିଶେଷ ବ୍ୟକ୍ତି। ଦୂରଦର୍ଶନରେ ତାଙ୍କ ସହିତ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ହୋଇଥିଲା। [୨୦] ସେ ରାଜ୍ୟ ସଭା ଟିଭିର ଭାରତର ରଙ୍ଗ (Colors of India )ସିରିଜ୍ ପାଇଁ ଫ୍ୟୁଜନ ନୃତ୍ୟ ନିର୍ମାଣ ଓ ପ୍ରଦର୍ଶନ କରିଥିଲେ। [୨୧] ପୂର୍ବରୁ ସେ ଲୋକ ସଭା ଦୂରଦର୍ଶନ ସିରିଜ୍ " ସଂସ୍କୃତିର ରାଜ୍ୟ "State of Culture" ପାଇଁ ମଧ୍ୟ ପ୍ରଦର୍ଶନ କରିଥିଲେ। [୨୨]

ସାମ୍ପ୍ରଦାୟିକ ଉନ୍ନତି

ନିଜର ନିଃସ୍ୱାର୍ଥ 'ସେବା' ହିସାବରେ ୨୦୦୮ ମସିହାରୁ ରୀଲା ତାଙ୍କର ନାଚକୁ ଝାଡଖଣ୍ଡର ସ୍ଥାନୀୟ ସମ୍ପ୍ରଦାୟ ରିଖିଆକୁ ଶିକ୍ଷା ଦେଇ ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ[ସମ୍ପାଦନା]

ରୀଲା ହୋତା ଅନେକ ସମ୍ମାନଜନକ ଭାରତୀୟ ନୃତ୍ୟ ଉତ୍ସବରେ ପ୍ରଦର୍ଶନ କରିଛନ୍ତି। କେତେକ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନର ତାଲିକା ଏଠାରେ ଦିଆଗଲା।

  1. କାର୍ତ୍ତିକ ପୂର୍ଣ୍ଣିମା, ଇଟରନାଲ ମେୱାର ଫେଷ୍ଟିଭାଲ [୨୩]
  2. ନଭେମ୍ବର, 1998 – ଶିବଙ୍କ କାହାଣୀ, ଶ୍ରୀରାମ ସେଣ୍ଟର ଅଫ ଆର୍ଟ ଏଣ୍ଡ କଲ୍‌ଚର, ନୂଆ ଦିଲ୍ଲୀ[୨୪]

ମୁଖ୍ୟ ଉପଲବ୍ଧି[ସମ୍ପାଦନା]

  • ଦୂରଦର୍ଶନର ଭାରତୀ ଚ୍ୟାନେଲରେ “ସେଲିବ୍ରିଟୀମାନେ କ'ଣ କହନ୍ତି” (‘What Celebrities Say’) ଶିର୍ଷକ କାର୍ଯ୍ୟକ୍ରମରେ ପଦ୍ମଭୂଷଣ ରାଜା ରେଡ୍ଡୀ, ପଣ୍ଡିତ ବିର୍ଜୁ ମହାରାଜ, ଏବଂ ପଦ୍ମ ଭୂଷଣ ପଣ୍ଡିତ ଦେବୁ ଚୌଧୁରୀଙ୍କ ପରି ବିଶେଷ ବ୍ୟକ୍ତିମାନଙ୍କ ସହିତ ଭାଗନେବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ସେଲିବ୍ରିଟୀ ଏବଂ ଏକମାତ୍ର ଓଡ଼ିଶୀ କଳାକାର। [୨୫]
  • ଆନ୍ତର୍ଜାତୀୟ BRICSର ସେ ହେଉଛନ୍ତି ସର୍ବ କନିଷ୍ଠ ପ୍ରଦର୍ଶନକାରୀ ଏବଂ କଳା ନିର୍ଦ୍ଦେଶିକା [୨୬] CAPAM ଏବଂ CVC କନଫେରେନ୍ସ, ଭାରତ ସରକାରଙ୍କଦ୍ୱାରା
  • ୨୦୦୬ରେ ସେ ସାଂସ୍କୃତିକ ସମ୍ପର୍କପାଇଁ ଭାରତୀୟ କାଉନସିଲ (ICCR) ତାଙ୍କୁ ଭାରତୀୟ ନୃତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାରପାଇଁ ମରିସସ୍, ବୋଷ୍ଟୱାନା, ଜିମ୍ବାୱେ, ଜାମ୍ବିଆ, ଦକ୍ଷିଣ ଆଫ୍ରିକା ଆଦି ପାଞ୍ଚଟି ଦେଶକୁ ପଠାଇଥିଲେ। [୨୭]

ପୁରସ୍କାର[ସମ୍ପାଦନା]

  1. ସନାତନ ସଙ୍ଗୀତ ସଂସ୍କୃତିଙ୍କଦ୍ୱାରା ୨୦୦୭ରେ ଭାରତୀୟ କଳାକୁ ଅସାଧାରଣ ଅବଦାନ ପାଇଁ ସନାତନ ନୃତ୍ୟ ପୁରସ୍କାର[୨୮]


ଆଧାର[ସମ୍ପାଦନା]

  1. "Homage to a Lost Language". Mail Today – via HighBeam Research (subscription required). 17 May 2013. Archived from the original on 11 June 2014. Retrieved 26 March 2014.
  2. "Feel India' Showcases Shades of Culture". Hindustan Times – via HighBeam Research (subscription required). 27 February 2014. Archived from the original on 11 June 2014. Retrieved 26 March 2014.
  3. "ଆର୍କାଇଭ୍ କପି". Archived from the original on 2014-03-02. Retrieved 2016-03-19. {{cite web}}: Cite has empty unknown parameter: |1= (help)
  4. http://bijoylaxmihota.com/books.html[permanent dead link]
  5. "ଆର୍କାଇଭ୍ କପି". Archived from the original on 2013-08-13. Retrieved 2016-03-19. {{cite web}}: Cite has empty unknown parameter: |1= (help)
  6. [୧]
  7. Kavita (May 13, 2012). "The spiritual aspect of Tagore". The Daily Star. Archived from the original on March 31, 2014. Retrieved March 19, 2016.
  8. Madhur Tankha (May 22, 2012). "Odissi, Romanian ballet to enthral Delhi". The Hindu.
  9. Meenakshi Sinha (May 21, 2013). "Romanian ballet and Indian Odissi fusion in Delhi". The Times of India.
  10. http://www.popsugar.com/love/Jason-Macdonald-Hot-Pictures-38002320#photo-38002320
  11. <http://www.dnaindia.com/lifestyle/report-international-ancient-arts-festival-dance-drama-retells-delhi-gangrape-case-2041194
  12. http://timesofindia.indiatimes.com/city/delhi/First-ever-operatic-Ramleela-in-Delhi/articleshow/45367266.cms
  13. <http://www.dayafterindia.com/detail.php?headline=content&catid=6996 Archived 2015-09-23 at the Wayback Machine.
  14. "ଆର୍କାଇଭ୍ କପି". Archived from the original on 2015-08-17. Retrieved 2016-03-19. {{cite web}}: Cite has empty unknown parameter: |1= (help)
  15. "ଆର୍କାଇଭ୍ କପି". Archived from the original on 2015-08-17. Retrieved 2016-03-19. {{cite web}}: Cite has empty unknown parameter: |1= (help)
  16. Promita Mukherjee (May 10, 2011). "So, was your grandmom artistic?". Mid-Day.
  17. Nidhi Gupta (May 20, 2012). "Sing and dance to heal your soul". The Sunday Guardian. Archived from the original on September 24, 2015. Retrieved March 19, 2016.
  18. Katyayini Singh (May 22, 2013). "The Language of Healing". The Indian Express.
  19. "What Celebrities say about DD Bharati". Doordarshan India National T.V. Archived from the original on 31 March 2014. Retrieved 29 March 2014.
  20. https://www.youtube.com/watch?v=LJFBxS-OQIw
  21. Rajya Sabha (Jun 22, 2013). "Fusion dance on Sanskrit". Doordarshan Rajya Sabha TV.
  22. Lok Sabha (Oct 11, 2012). "State of Culture". Doordarshan Lok Sabha TV.
  23. "ଆର୍କାଇଭ୍ କପି". Archived from the original on 2014-03-29. Retrieved 2016-03-19. {{cite web}}: Cite has empty unknown parameter: |1= (help)
  24. Celia W., Dugger (18 October 1998). "WHAT'S DOING IN; New Delhi". The New York Times. New York. Retrieved 28 March 2014.
  25. "What Celebrities say about DD Bharati". Doordarshan India National T.V. Archived from the original on 31 March 2014. Retrieved 29 March 2014.
  26. CCI Newsletter Vol.7 Oct-Dec, 2013, Page-8
  27. Lexpress (Apr 27, 2006). "Reela Hota, danseuse du sublime". Lexpress.
  28. Art India