ରିମି ସେନ

ଉଇକିପିଡ଼ିଆ‌ରୁ
ରିମି ସେନ
ବାପି ଲ‌ହରୀଙ୍କ ବାହାଘରରେ ରିମି
ଜନ୍ମ
ଶୁଭମିତ୍ରା ସେନ[୧]

(1981-09-21) ୨୧ ସେପ୍ଟେମ୍ବର ୧୯୮୧ (ବୟସ ୪୨)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

‌ରିମି ସେନ‌ (ଜନ୍ମ: ୨୧ ସେପ୍ଟେମ୍ବର ୧୯୮୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ଚଳଚ୍ଚିତ୍ର ପ୍ରଯୋଜିକା, ଯିଏକି ହିନ୍ଦୀ, ତେଲୁଗୁ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ୨୦୧୫ରେ ଦୂରଦର୍ଶନରେ ପ୍ରସାରିତ କାର୍ଯ୍ୟକ୍ରମ ‌ବିଗ୍ ବସ୍‌‌ରେ ମଧ୍ୟ ସେ ଭାଗନେଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରିମି ୨୧ ସେପ୍ଟେମ୍ବର ୧୯୮୧ରେ ପଶ୍ଚିମ ବଙ୍ଗର କଲିକତାଠାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ‌ବେଳେ ତାଙ୍କ ନାମ ଥିଲା ଶୁଭମିତ୍ରା ସେନ ।[୧] ୧୯୯୮ରେ ବିଦ୍ୟା ଭାରତୀ ମହିଳ ଉଚ୍ଚବିଦ୍ୟାଳୟରୁ ସେ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । କଲିକତା ବିଶ୍ୱବିଦ୍ୟାଳୟରୁ ରିମି ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ ।[୨]

ଅଭିନୀତ ଜୀବନ[ସମ୍ପାଦନା]

ରିମି ଛୋଟବେଳୁ ଜଣେ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖିଥିଲେ । ରିମି ତାଙ୍କ ପାଠ ପଢ଼ା ଶେଷ କରିବା ପରେ ମାଆ'ଙ୍କ ଅନୁମତିରେ ମୁମ୍ବାଇ ଯାଇଥିଲେ । ଅଭିନୟ ପାଇଁ ରିମିଙ୍କୁ ତାଙ୍କ ଜେଜେଙ୍କ ବ୍ୟତୀତ ଆଉ କାହାର ପ୍ରେରଣା ମିଳିନଥିଲା । ରିମି ଅଭିନେତା ଅମିର ଖାଁଙ୍କ ସ‌ହ କୋକା-କୋଲା ବିଜ୍ଞାପନରେ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ସୁଯୋଗ ମିଳିଥିଲା ।[୨]

ରିମି ତେଲୁଗୁ ଚଳଚ୍ଚିତ୍ର ‌ନୀ ଥୋଡ଼ୁ କାବାଲି‌ ଚଳଚ୍ଚିତ୍ର ଜରିଆରେ ନାୟିକା ଭାବରେ ପ୍ରଥମ ଅଭିନୟର ସୁଯୋଗ ପାଇଥିଲେ । ଏହାପରେ ୨୦୦୩ରେ ସେ ‌ହଙ୍ଗାମା‌ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟର ସୁଯୋଗ ପାଇଥିଲେ । ଏହା ପରେ ସେ ‌ଧୁମ୍‌, ‌କିଉଁ କି‌, ‌ଗରମ ମସଲା‌, ‌ଗୋଲମାଲ୍: ଫନ୍ ଅନ୍‌ଲିମିଟେଡ୍‌, ‌ଧୁମ୍-୨‌, ‌ଜନି ଗଦ୍ଦାର‌, ‌ଦେ ତାଲି‌, ‌ସଙ୍କଟ ସିଟୀ‌, ‌ହର୍ନ ଓକେ ପ୍ଲିଜ୍‌, ‌ଥ୍ୟାଙ୍କ ୟୁ‌, ‌ସାଗିର୍ଦ‌ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ରିମି ୨୦୧୬ରେ ବୁଦ୍ଧିଆ ସିଂହଙ୍କ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‌ବୁଦ୍ଧିଆ ସିଂହ-ବର୍ଣ ଟୁ ରନ୍‌ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ।[୩][୪] ସେ ତାଙ୍କର ପ୍ରଯୋଜନା ସଂସ୍ଥା ପାଇଁ ତାଙ୍କ ନାମ ‌ରିମି‌ରୁ ପୁଣିଥରେ ‌ଶୁଭମିତ୍ରା ସେନ‌କୁ ପରିବର୍ତ୍ତନ କରିଥିଲେ ।[୫]

ଦୂରଦର୍ଶନ[ସମ୍ପାଦନା]

୨୦୧୫ରେ ରିମି ବିଗ୍ ବସ୍-୯ରେ ଜଣେ ପ୍ରତିଯୋଗୀ ଭାବରେ ଭାଗନେଇଥିଲେ ।[୬][୭]

ଅଭନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୦: ପରୋମିତାର ଏକ୍ ଦିନ୍ (ବଙ୍ଗଳା)
  • ୨୦୦୧: ଇଦେ ନା ମୋଦାତି ପ୍ରେମ ଲେଖା (ବଙ୍ଗଳା)
  • ୨୦୦୨: ନୀ ଥୋଡ଼ୁ କାବାଲି (ତେଲୁଗୁ)
  • ୨୦୦୩: ହଙ୍ଗାମା (ହିନ୍ଦୀ)
  • ୨୦୦୩: ବଘବନ୍ (ହିନ୍ଦୀ)
  • ୨୦୦୪: ସଜନୀ (ବଙ୍ଗଳା)
  • ୨୦୦୪: ଧୁମ୍ (ହିନ୍ଦୀ)
  • ୨୦୦୪: ସ୍ୱପ୍ନେର୍ (ବଙ୍ଗଳା)
  • ୨୦୦୫: ଅନ୍ଦାରିୱାଡ଼ୁ (ତେଲୁଗୁ)
  • ୨୦୦୫: ଗରମ ମସଲା (ହିନ୍ଦୀ)
  • ୨୦୦୫: କିଉଁ କି (ହିନ୍ଦୀ)
  • ୨୦୦୫: ଦିୱାନା ହୁଏ ପାଗଲ୍ (ହିନ୍ଦୀ)
  • ୨୦୦୬: ଫିର୍ ହେରା ଫେରି (ହିନ୍ଦୀ)
  • ୨୦୦୬: ଗୋଲ୍‌ମାଲ୍: ଫନ୍ ଅନ୍‌ଲିମିଟେଡ୍ (ହିନ୍ଦୀ)
  • ୨୦୦୬: ଧୁମ୍-୨ (ହିନ୍ଦୀ)
  • ୨୦୦୭: ହ୍ୟାଟ୍ରିକ୍ କାଶ୍ମିରା (ହିନ୍ଦୀ)
  • ୨୦୦୭: ଜନି ଗଦ୍ଦାର (ହିନ୍ଦୀ)
  • ୨୦୦୮: ଦେ ତାଲି (ହିନ୍ଦୀ)
  • ୨୦୦୯: ସଙ୍କଟ ସିଟି (ହିନ୍ଦୀ)
  • ୨୦୦୯: ହର୍ଣ୍ଣ ଓକେ ପ୍ଲିଜ୍ (ହିନ୍ଦୀ)
  • ୨୦୧୧: ଥ୍ୟାଙ୍କ୍ ୟୁ (ହିନ୍ଦୀ)
  • ୨୦୧୧: ସାଗିଦ୍ (ହିନ୍ଦୀ)
  • ୨୦୧୬: ବୁଦ୍ଧିଆ ସିଂ- ବର୍ନ ଟୁ ରନ୍ (ପ୍ରଯୋଜିକା)

ଆଧାର[ସମ୍ପାଦନା]

  1. ୧.୦ ୧.୧ Vyavahare, Renuka (26 February 2015). "Rimi Sen resurfaces as Subhamitra". The Times of India. Retrieved 17 April 2017.
  2. ୨.୦ ୨.୧ "Rimi Sen: Acting cannot be taught". smashits.com. Retrieved 17 April 2017.
  3. Banerjee, Urmimala (2016-08-10). "Here is what ex-Bigg Boss contestant Rimi Sen is upto nowadays?". Bollywoodlife.com. Retrieved 2017-04-17.
  4. "Rimi Sen unveils the poster of her maiden production 'Budhia Singh' - Entertainment". Mid-day.com. Retrieved 2017-04-17.
  5. "Rimi Sen is Back With her Maiden Production Venture Budhia Singh". Pinkvilla. 2016-06-17. Archived from the original on 2016-09-26. Retrieved 2017-04-17.
  6. "Rimi Sen in Bigg Boss 9 Double Trouble". The Times of India.
  7. "Took up 'Bigg Boss' to reconnect with fans: Dhoom girl Rimi Sen". The Indian Express. 12 October 2015.

ଅଧିକ ତ‌ଥ୍ୟ[ସମ୍ପାଦନା]