ରିଫିଡିଂ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Starvation from one month in a Viet Cong prison camp in 1966.
ବିଭାଗGastroenterology
ଲକ୍ଷଣWeakness, decreased breathing, poor coordination, confusion, seizures, heart arrythmias[୧]
ବିପଦ କାରକEating disorders, alcoholism, post surgery, chronic malnutrition, bariatric surgery, inflammatory bowel disease[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on history and blood tests after ruling out other possible causes[୧]
ଚିକିତ୍ସାGradual reintroduction of calories, vitamin and mineral supplements[୧]
ପୁନଃପୌନିକUnclear[୧]

ରିଫିଡିଂ ସିଣ୍ଡ୍ରୋମ ହେଉଛି ଏକ ଅବସ୍ଥା ଯାହା ଦୀର୍ଘ ସମୟର ଅନାହାର ପରେ ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଇଲେ ଘଟିପାରେ | [୧] ଏହା କେବଳ ଶିରାଭ୍ୟନ୍ତର ପୋଷକ ନେଉଥିବା ବ୍ୟକ୍ତିର ମଧ୍ୟ ହୋଇପାରେ | [୧] ଏହା ରୋଗରେ ହାଇପୋଫସଫେଟେମିଆ, ମ୍ୟାଗ୍ନେସିୟମ୍ ଅଭାବ, ହାଇପୋକାଲେମିଆ ଏବଂ କମ୍ ଥିଆମିନ ଦେହରେ ଥାଏ । [୧] ଏହା ଫଳରେ ଦୁର୍ବଳତା, କମ୍ ଶ୍ୱାସକ୍ରିୟା, ସମନ୍ୱୟ ଅଭାବ, ଦ୍ୱନ୍ଦ୍ୱ, ବାତ ଏବଂ ଅନିୟମିତ ହୃତ୍‌ପିଣ୍ଡ ଗତି ହୋଇପାରେ | [୧]

ବିପଦ କାରକଗୁଡ଼ିକ ମଧ୍ୟରେ ଖାଇବା ବେମାରୀ, ମଦ୍ୟପାନ, ଅସ୍ତ୍ରୋପଚାର ପରବର୍ତ୍ତୀ ସମୟ, କ୍ରନିକ୍ ପୁଷ୍ଟିହୀନତା, ବାରିଆଟ୍ରିକ ଅସ୍ତ୍ରୋପଚାର ଏବଂ ପ୍ରଦାହଜନ‌କ ଅନ୍ତନଳୀ ରୋଗ ଥାଇପାରେ । [୧] ଅନ୍ତର୍ନିହିତ ପ୍ରଣାଳୀରେ ରକ୍ତରେ ଶର୍କରା ବୃଦ୍ଧି ଯୋଗୁ ଇନସୁଲିନ କ୍ଷରଣ ଅଧିକ ହେବା ଫଳରେ ଜୀବକୋଷ ଅଧିକ ପୋଟାସିଅମ ଓ ଫସଫେଟ ଗ୍ରହଣ କରେ । [୧] ରକ୍ତରେ ଫସଫେଟ, ପୋଟାସିଏମ ଓ ମାଗନେସିଅମ ସ୍ତର ହ୍ରାସ ଉପରେ ରୋଗ ନିର୍ଣ୍ଣୟ କରାଯାଏ। [୧] ସାମାନ୍ୟ ରୋଗରେ ୧୦ରୁ ୨୦%, ମଧ୍ୟମ ରୋଗରେ ୨୦ରୁ ୩୦% ହ୍ରାସ, ଏବଂ ଗୁରୁତର ରୋଗରେ ୩୦%ରୁ ଅଧିକ ହ୍ରାସ ହୋଇଥାଏ | [୧]

ଏହାର ଚିକିତ୍ସାରେ କ୍ୟାଲୋରୀ ସ୍ତରର ଧୀରେ ଧୀରେ ଉନ୍ନତି କରିବାକୁ ଚେଷ୍ଟା କରାଯାଏ | [୧] ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୧୦ରୁ ୨୦ କିକାଲ/କେଜି କିମ୍ବା ବ୍ୟକ୍ତିଙ୍କ ଶକ୍ତି ଆବଶ୍ୟକତାର ଅଧାରୁ ଅଧିକ ନ ଦେବାକୁ ସୁପାରିଶ କରାଯାଏ | [୨] [୧] ଥାୟାମିନ‌ଯୁକ୍ତ ଖାଦ୍ୟ ଶୀଘ୍ର ଦିଆଯିବା ଉଚିତ୍ | [୧] ପୋଟାସିୟମ୍, ଫସଫେଟ୍, କ୍ୟାଲସିୟମ୍, ଏବଂ ମ୍ୟାଗ୍ନେସିୟମ୍ ଇତ୍ୟାଏ ଦେବାକୁ ମଧ୍ୟ ସୁପାରିଶ କରାଯାଏ | [୩] ପ୍ରାରମ୍ଭରେ ପ୍ରତି ୧୨ ଘଣ୍ଟାରେ ଇଲେକ୍ଟ୍ରୋଲାଇଟ୍ ମାପ କରାଯିବା ଉଚିତ୍ | [୧]

ରିଫିଡିଂ ସିଣ୍ଡ୍ରୋମର ଫ୍ରିକ୍ୱେନ୍ସି ବା ଆବୃତ୍ତି ଅସ୍ପଷ୍ଟ | [୧] ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୦.୫%ରୁ ୧୮% ହାର ରହିଛି। [୧] ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହାର ଆଧୁନିକ ବର୍ଣ୍ଣନା କରାଯାଇଛି | [୧] ଦୁର୍ଭିକ୍ଷ ପରବର୍ତ୍ତୀ ସମୟରେ ଅଧିକ ଖାଇବା ପରେ ମରିଯାଉଥିବା ଲୋକଙ୍କ ଅନେକ ବର୍ଣ୍ଣନା ଇତିହାସରେ ଲିପିବଦ୍ଧ ଅଛି | [୪] [୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Persaud-Sharma, D; Saha, S; Trippensee, AW (January 2021). "Refeeding Syndrome". PMID 33232094. {{cite journal}}: Cite journal requires |journal= (help)
  2. Mehanna HM, Moledina J, Travis J (June 2008). "Refeeding syndrome: what it is, and how to prevent and treat it". BMJ. 336 (7659): 1495–8. doi:10.1136/bmj.a301. PMC 2440847. PMID 18583681.
  3. Mehanna HM, Moledina J, Travis J (June 2008). "Refeeding syndrome: what it is, and how to prevent and treat it". BMJ. 336 (7659): 1495–8. doi:10.1136/bmj.a301. PMC 2440847. PMID 18583681.
  4. "Refeeding Syndrome in Historical Perspective: Its First Description by Rodulfus Glaber (1033)" (PDF). AJBSR. January 7 2021. doi:10.34297/AJBSR.2021.11.001644. Retrieved 7 March 2021. {{cite journal}}: Check date values in: |date= (help)
  5. De Santo, Natale G; Bisaccia, Carmela; Phillips, Malcolm E; De Santo, Luca S (11 December 2020). "Refeeding syndrome as described in 1507 by Antonio Benivieni in Florence". Nephrology Dialysis Transplantation. doi:10.1093/ndt/gfaa295. PMID 33313827.