ରାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ରାସ ନୟାଗଡ଼ଜିଲ୍ଲାର ଏକ ଲୋକ ନାଟ୍ୟକଳା ।

ରାଧା କୃଷ୍ଣଙ୍କ ଗୋପୀଙ୍କ ଗହଣରେ ନୃତ୍ୟ ଆସରକୁ ରାସଦଳ, ରାସଲୀଳା ମାଧ୍ୟମରେ ପରିବେଷଣ କରିଥାନ୍ତି ।

ହିନ୍ଦୁ ଧର୍ମର କିମ୍ବଦନ୍ତୀ ଅନୁଯାୟୀ ଶ୍ରୀକୃଷ୍ଣ ସହ ରାଧା ବୃନ୍ଦାବନର କୁଞ୍ଜକାନନରେ ରାସ ରଚନା କରିଥିଲେ । ଓଡ଼ିଆ ଭାଗବତର ଦଶମ ସ୍କନ୍ଦର ୩୦ରୁ ୩୪ ଅଧ୍ୟ୍ୟାୟରେ କୃଷ୍ଣଙ୍କ ରାସଲୀଳା ବର୍ଣ୍ଣିତ ହୋଇଛି ।

‘ରାସ’ର ବୈଶିଷ୍ଟ୍ୟ ହେଲା କୃଷ୍ଣ ସମ୍ୱନ୍ଧ, ପରମାତ୍ମା ସମ୍ବଳ ବା ବ୍ରହ୍ମ ସହିତ ସମ୍ୱନ୍ଧ । ସାଧୁସନ୍ଥ ରାସଲୀଳାକୁ ମହାଯୋଗ ଭାବେ ଅଭିହିତ କରିଛିନ୍ତି । ଏହାକୁ କାମ ବିଜୟ ଲୀଳା ବା ସମସ୍ତଙ୍କ ସହିତ ପ୍ରେମ ସମ୍ପର୍କ ରଖି ଅନାସକ୍ତ ରହିବାର କଳା କୁହାଯାଇଛି ।[୧] ଶ୍ରୀମଦ ଭାଗବତରେ ଉଲ୍ଲେଖ ଅଛି- ‘ରାସୋତ୍ସବଃ ସମ୍ପ୍ରବୃତ୍ତୋ ଗୋପୀ ମଣ୍ଡଲ ମଣ୍ଡିତଃ, ଯୋଗେଶ୍ୱରେଣ କୃଷ୍ଣେନ ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ ।’ କୃଷ୍ଣ ଦୁଇଦୁଇଜଣ ଗୋପୀଙ୍କର ମଝିରେ ସ୍ୱୟଂ ଆବିର୍ଭାବ ହୋଇ ସେମାନଙ୍କ ଗଳାରେ ହାତ ଛନ୍ଦି ନୃତ୍ୟ ଆରମ୍ଭ କରିଥିଲେ । ଏହିଭଳି ଜଣେ ଗୋପୀ ଓ ଜଣେ କୃଷ୍ଣ ସେତେବେଳେ ଏପରି କ୍ରମ ଥିଲା । ଏହିପରି ହଜାର ହଜାର ଗୋପୀଙ୍କଦ୍ୱାରା ଶୋଭାୟମାନ କୃଷ୍ଣଙ୍କ ରାସୋତ୍ସବ ଆରମ୍ଭ ହୋଇଥିଲା । ରାସମଣ୍ଡଳରେ ସମସ୍ତ ଗୋପୀ ସେମାନଙ୍କର ପ୍ରିୟ କୃଷ୍ଣଙ୍କ ସହିତ ନୃତ୍ୟ କରିଥିଲେ ।

ରାସଲୀଳା ଆୟୋଜନ[ସମ୍ପାଦନା]

କାର୍ତ୍ତିକ ପୂର୍ଣ୍ଣିମାରେ ଗୋପନାରୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିବାରୁ କାର୍ତ୍ତିକ ମାସର ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୈଷ୍ଣବ ମାନେ ରାସ ଉତ୍ସବ ଆୟୋଜନ କରିଥାନ୍ତି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଅାରମ୍ଭ ହେଉଥିବା ଏହି ଉତ୍ସବ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ ।

ରାସ କୁଞ୍ଜ[ସମ୍ପାଦନା]

ରାସଲୀଳା ପାଇଁ ବୃନ୍ଦାବନ କୁଞ୍ଜ ଭଳି ରାସକୁଞ୍ଜ ପ୍ରତିକୃତି ତିଆରି ହୋଇଥାଏ । କୃଷ୍ଣ ରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ପ୍ରତିଛବିକୁ ରାସ କୁଞ୍ଜମାନଙ୍କରେ ଉପସ୍ଥାପନା କରାଯାଏ । ରାଧାକୃଷ୍ଣଙ୍କ ଅମୃତ ପ୍ରେମ କଥାକୁ ସଚିତ୍ର ଅାକାରରେ ବିଭିନ୍ନ ରାସ କୁଞ୍ଜରେ ଗାନ କରାଯାଏ । କଳାକାରମାନଙ୍କୁ ନେଇ ନୃତ୍ୟ ଗୀତ ମାଧ୍ୟମରେ ଏହା ପରିବେଷଣ କରାଯାଏ । କୁଞ୍ଜରେ ପ୍ରତ୍ୟହ ସଂଧ୍ୟରେ ତୁଳସୀ ବନ୍ଦନା, ଅାକାଶ ଦୀପ ପ୍ରତିଷ୍ଠା, ମଙ୍ଗଳ ଅାରତୀ ସହିତ ଓଡ଼ିଆ ଭାଗବତର ଦଶମ ସ୍କନ୍ଦର ୩୦ରୁ ୩୪ ଅଧ୍ୟ୍ୟାୟରେ ବର୍ଣ୍ଣିତ ରାସଲୀଳା କଳାକାର ମାନଙ୍କଦ୍ୱାରା ଉପସ୍ଥାପନା ହୋଇଥାଏ । [୨]

ଆଧାର[ସମ୍ପାଦନା]

  1. ରଜନୀକାନ୍ତ ପୃଷ୍ଟି, ସମାଜ ରବିବାର, ପୃଷ୍ଠା-୨, ୨୦୧୩ ଡିସେମ୍ବର ୧-୭
  2. "ଶରତ ରାସ ଓ କାର୍ତ୍ତିକେଶ୍ୱର ପୂଜାରେ ଭୁଷଳ ଉତ୍ସବ ମୁଖର". ନ୍ୟୁଜ ଡେଲି ହଣ୍ଟ. Retrieved 12 January 2017.