ରାମପୁର , ହିମାଚଳ ପ୍ରଦେଶ
ରାମପୁର | |
---|---|
ସହର | |
Country | India |
State | Himachal Pradesh |
District | Shimla |
Elevation | 1,021 m (3,350 ft) |
Population (2011)[୧] | |
• Total | ୫,୬୫୫ |
Languages | |
• Official | Hindi |
Time zone | UTC+5:30 (IST) |
ରାମପୁର ବୁଶହର... ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶଠାରେ ଅବସ୍ଥିତ ଏକ ସହର ଓ ମୁନିସିପାଲିତଟି । ଏହା ରାଜ୍ୟର ରାଜଧାନୀ ସିମଳାଠାରୁ 130 କିଲୋମିଟର ଦୁରବର୍ତୀ ଏବଂ ନରକନ୍ଦା ସହର ସହ ଜାତୀୟ ରାଜପଠାଦ୍ୱାରା ସଂଯୁକ୍ତ । (attitude 2708m).
ଇତିହାସ
[ସମ୍ପାଦନା]ବଶହର ଜନବଶତି ବୁଶହର ବା ବୁଶସହର ନାମରେ ମଧ୍ୟ ପରିଚିତ ଓ ଏହା ବ୍ରିଟିଶ ସମୟରେ ଥିବା 28ଟି ରାଜକୀୟ ଅଧୀନ ରାଜ୍ୟ ମଧ୍ୟରୁ ସର୍ବ ବୃହତ ଥିଲା । ଏଠାରୁ ବ୍ରିଟିଶମାନେ ହିମାଲୟର ପ୍ରକୃତିକ ସମ୍ପଦର ବାଣିଜ୍ୟ ଓ ରପ୍ତାନି ପାଇଁ ଆଗ୍ରହ ନେଇଥିଲେ । ଏହାର ଉତ୍ତରରେ ସ୍ପିଟି , ପୂର୍ବରେ ତିବ୍ୱତ, ଦକ୍ଷିଣରେ ଗହର୍ବାଳଓ ପଶ୍ଚିମରେ ଯୁବବଳ , କୋଟଖାଇ କୁମ୍ଭାରସାଇନ କୋତଗଡ ଓ କୁଲ୍ଲୂ ରହିଛି । ଏହି ଅଞ୍ଚଳ ଇଂରେଜମାନଙ୍କଦ୍ୱାରା ରାଜନୈତିକ ତଥା ଅର୍ଥନୈତିକ ଉତ୍ପୀଡନର ଶିକାର ହେଇଥିବା ବେଳେ ଭରତ ସ୍ୱାଧୀନ ହେଲା ପରେ ହିମାଚଳ ପ୍ରଦେଶର ଅଞ୍ଚଳ ଭାବରେ ରହିଲା ।
ସତଲେଜ ନଦୀର ବାମ ତଟରେ 1,005 ପତ୍ତନରେ ରାମପୁର ସହର ଅବସ୍ଥିତ । ଏହା ନୁଶାହିରର ଶିତ କାଳୀନ ମୁଖ୍ୟାଳୟ ଭାବରେ କାର୍ଯ୍ୟ କରେ । କେନ୍ଦ୍ର ଏସିଆ ଓ ତିବ୍ୱତ ସହ ରାସ୍ତା ପଥଦ୍ୱାରା ସଂଯୁକ୍ତ ଥିବାରୁ ସ୍ଥଳପଥ ବାଣିଜ୍ୟ ପାଇଁ ଏହା ଏକ ଉତ୍ତମ ମାର୍ଗ । ଉତ୍ତର ହିମାଳୟ ଅଞ୍ଚଳର ସର୍ବ ବୃହର ବାଣିଜ୍ୟ ମେଳା "ଲାଭି ମେଳା "ଏହିଠାରେ ହେଇ କାଶ୍ମୀର , ଲାଦାଖ , ୟାରଖଣ୍ଡ ଓ ଅନନ୍ୟ ଭାରତୀୟ ଅଞ୍ଚଳରୁ ଅନେକ ବଣିକ ଏଠାକୁ ଆସିଥାନ୍ତି ।
ରାମପୁର ପଶ୍ଚିମ ତିବ୍ୱତରେ ଥିବା ହିନ୍ଦୁ ,ବୁଦ୍ଧ ଓ ବନ ଧର୍ମସ୍ଥଳୀ ପାଇଁ ତଥା କୈଳାଶ ପର୍ବତ ଓ ମାନସରୋବର ହ୍ରଦକୁ ଯିବାର ରାସ୍ତାରେ ରହିଥିବାରୁ ଏଠାରେ ସର୍ବଦା ତୀର୍ଥ ଯାତ୍ରୀ ତଥା ବଣିକ ମାନଙ୍କ ଗହଳି ରହିଥାଏ । ରାମପୁରଠାରେ ନପ୍ତା ଝକରି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରାମପୁର ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି । 1570 ମସିହାରେ ଏଠାରେ ରାଜା ସେଙ୍ଗ ଗେ ରେଗୟଳ ଏକ ଦୁର୍ଗ ନିର୍ମାଣ କରିଥିଲେ । [୨]
ଭୌଗୋଳିକ ସ୍ଥିତି
[ସମ୍ପାଦନା]ରାମପୁରର ଭୌଗୋଳିକ ସ୍ଥିତି 31°27′N 77°38′E / 31.45°N 77.63°E.[୩] ଏହାର ହାରାହାରି ପତ୍ତନ 4429 ଫୁଟ । ଏହା ସତଲେଜ ନଦୀ ଟିରରେ ଅବସ୍ଥିତ ଏକ ସୁନ୍ଦର ପ୍ରକୃତିକ ସ୍ଥଳ । ଏହା ନିକଟରେ ଝକରି , ଶରାହନ ବୁଶହର , ସବୁଜ ଉପତ୍ୟକା ଧର ଗୌରା, ଶରଇକୋଟ ହାତୁ ମାତା ମନ୍ଦିର , ବରଫାବୃତ ପର୍ବତ ପରି ଦର୍ଶନୀୟ ସ୍ଥାନ ସମୂହ ରହିଛି ।
ଆଧାର
[ସମ୍ପାଦନା]- ↑ http://www.census2011.co.in/data/town/800133-rampur-himachal-pradesh.html
- ↑ Halkias, Georgios (2009).
- ↑ Falling Rain Genomics, Inc - Rampur
ବାହାର ଲିଙ୍କ
[ସମ୍ପାଦନା]- Photographs of Rampur-Bushahr [୧] in SAS-Space