ରାମପୁର , ହିମାଚଳ ପ୍ରଦେଶ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ରାମପୁର
ସହର
Country India
StateHimachal Pradesh
DistrictShimla
Elevation
1,021 m (3,350 ft)
Population
 (2011)[୧]
 • Total୫,୬୫୫
Languages
 • OfficialHindi
Time zoneUTC+5:30 (IST)

ରାମପୁର ବୁଶହର... ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶଠାରେ ଅବସ୍ଥିତ ଏକ ସହର ଓ ମୁନିସିପାଲିତଟି । ଏହା ରାଜ୍ୟର ରାଜଧାନୀ ସିମଳାଠାରୁ 130 କିଲୋମିଟର ଦୁରବର୍ତୀ ଏବଂ ନରକନ୍ଦା ସହର ସହ ଜାତୀୟ ରାଜପଠାଦ୍ୱାରା ସଂଯୁକ୍ତ । (attitude 2708m).

ଇତିହାସ [ସମ୍ପାଦନା]

ରାମପୁର ଅଞ୍ଚଳରେ ସତଲେଜ ନଦୀର ଚିତ୍ର  1857 ମସିହା ରେ 

ବଶହର ଜନବଶତି ବୁଶହର ବା ବୁଶସହର ନାମରେ ମଧ୍ୟ ପରିଚିତ ଓ ଏହା ବ୍ରିଟିଶ ସମୟରେ ଥିବା 28ଟି ରାଜକୀୟ ଅଧୀନ ରାଜ୍ୟ ମଧ୍ୟରୁ ସର୍ବ ବୃହତ ଥିଲା । ଏଠାରୁ  ବ୍ରିଟିଶମାନେ ହିମାଲୟର ପ୍ରକୃତିକ ସମ୍ପଦର ବାଣିଜ୍ୟ ଓ ରପ୍ତାନି ପାଇଁ ଆଗ୍ରହ ନେଇଥିଲେ । ଏହାର ଉତ୍ତରରେ ସ୍ପିଟି , ପୂର୍ବରେ ତିବ୍ୱତ, ଦକ୍ଷିଣରେ ଗହର୍ବାଳଓ ପଶ୍ଚିମରେ ଯୁବବଳ , କୋଟଖାଇ କୁମ୍ଭାରସାଇନ କୋତଗଡ ଓ କୁଲ୍ଲୂ ରହିଛି ।  ଏହି ଅଞ୍ଚଳ ଇଂରେଜମାନଙ୍କଦ୍ୱାରା ରାଜନୈତିକ ତଥା ଅର୍ଥନୈତିକ ଉତ୍ପୀଡନର ଶିକାର ହେଇଥିବା ବେଳେ ଭରତ ସ୍ୱାଧୀନ ହେଲା ପରେ ହିମାଚଳ ପ୍ରଦେଶର ଅଞ୍ଚଳ ଭାବରେ ରହିଲା । 

ସତଲେଜ ନଦୀର ବାମ ତଟରେ 1,005 ପତ୍ତନରେ ରାମପୁର ସହର  ଅବସ୍ଥିତ । ଏହା ନୁଶାହିରର ଶିତ କାଳୀନ ମୁଖ୍ୟାଳୟ ଭାବରେ କାର୍ଯ୍ୟ କରେ । କେନ୍ଦ୍ର ଏସିଆ ଓ ତିବ୍ୱତ ସହ ରାସ୍ତା ପଥଦ୍ୱାରା ସଂଯୁକ୍ତ ଥିବାରୁ ସ୍ଥଳପଥ ବାଣିଜ୍ୟ ପାଇଁ ଏହା ଏକ ଉତ୍ତମ ମାର୍ଗ । ଉତ୍ତର ହିମାଳୟ ଅଞ୍ଚଳର ସର୍ବ ବୃହର ବାଣିଜ୍ୟ ମେଳା "ଲାଭି ମେଳା "ଏହିଠାରେ ହେଇ କାଶ୍ମୀର , ଲାଦାଖ , ୟାରଖଣ୍ଡ ଓ ଅନନ୍ୟ ଭାରତୀୟ ଅଞ୍ଚଳରୁ ଅନେକ ବଣିକ ଏଠାକୁ ଆସିଥାନ୍ତି । 

ରାମପୁର ପଶ୍ଚିମ ତିବ୍ୱତରେ ଥିବା ହିନ୍ଦୁ ,ବୁଦ୍ଧ ଓ ବନ ଧର୍ମସ୍ଥଳୀ ପାଇଁ ତଥା କୈଳାଶ ପର୍ବତ ଓ ମାନସରୋବର ହ୍ରଦକୁ ଯିବାର ରାସ୍ତାରେ ରହିଥିବାରୁ ଏଠାରେ ସର୍ବଦା ତୀର୍ଥ ଯାତ୍ରୀ ତଥା ବଣିକ ମାନଙ୍କ ଗହଳି ରହିଥାଏ । ରାମପୁରଠାରେ ନପ୍ତା ଝକରି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରାମପୁର ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି । 1570 ମସିହାରେ ଏଠାରେ ରାଜା ସେଙ୍ଗ ଗେ ରେଗୟଳ ଏକ ଦୁର୍ଗ ନିର୍ମାଣ କରିଥିଲେ । [୨]

ଭୌଗୋଳିକ ସ୍ଥିତି [ସମ୍ପାଦନା]

ରାମପୁରର ଭୌଗୋଳିକ ସ୍ଥିତି  31°27′N 77°38′E / 31.45°N 77.63°E / 31.45; 77.63.[୩] ଏହାର ହାରାହାରି ପତ୍ତନ 4429 ଫୁଟ । ଏହା ସତଲେଜ ନଦୀ ଟିରରେ ଅବସ୍ଥିତ ଏକ ସୁନ୍ଦର ପ୍ରକୃତିକ ସ୍ଥଳ । ଏହା ନିକଟରେ ଝକରି , ଶରାହନ ବୁଶହର , ସବୁଜ ଉପତ୍ୟକା ଧର ଗୌରା, ଶରଇକୋଟ ହାତୁ ମାତା ମନ୍ଦିର , ବରଫାବୃତ ପର୍ବତ ପରି ଦର୍ଶନୀୟ ସ୍ଥାନ ସମୂହ ରହିଛି । 

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

  • Photographs of Rampur-Bushahr [୧] in SAS-Space