ରାମଦାସ

ଉଇକିପିଡ଼ିଆ‌ରୁ

ରାମଦାସ ଜଣେ ଜଗନ୍ନାଥ ଭକ୍ତ ତଥା ଓଡ଼ିଆ କବି ଥିଲେ । ତାଙ୍କର ରଚନାବଳୀ ଭକ୍ତିବାଦ ସମ୍ବନ୍ଧିତ ଓ ତାଙ୍କୁ ସାଧାରଣତଃ "ଭକ୍ତକବି ରାମଦାସ" ବୋଲି ସମ୍ବୋଧନ କରାଯାଏ । ତାଙ୍କର ଭକ୍ତି କାବ୍ୟ "ଦାର୍ଢ଼୍ୟତାଭକ୍ତି" ଏକ ପ୍ରସିଦ୍ଧ ରଚନା । ଦାର୍ଢ଼୍ୟତାଭକ୍ତି ବ୍ୟତୀତ ତାଙ୍କର ଆଉ ଏକ ରଚନା ହେଉଛି "ରାମ ରସାମୃତ" ।[୧]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରାମଦାସଙ୍କର ଜନ୍ମ ସମୟ ବିଷୟରେ କୌଣସି ପ୍ରାମାଣିକ ତଥ୍ୟ ନାହିଁ । ସେ ରାମଦାସ ପ୍ରାଚୀନ ମହୁରୀ ରାଜ୍ୟରେ ଡୁରା ନାମକ ଏକ ଗ୍ରାମ (ଅଧୁନା ବ୍ରହ୍ମପୁରସ୍ଥ ଭଞ୍ଜବିହାରଠାରୁ ସାମାନ୍ୟ ଦୂରରେ ଅବସ୍ଥିତ) ଅଷ୍ଟଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଲଛମନଦାସଙ୍କ ଔରସ୍ୟରେ ଜନ୍ମଗ୍ରହଣ କରିଥିଲେ । ପ୍ରବାଦ ଅଛି, ଡ଼ୁରା ଗ୍ରାମ ନିକଟବର୍ତ୍ତୀ ମୁକ୍ତେଶ୍ୱର ମନ୍ଦିର ପଛରେ ଥିବା ଏକ ପ୍ରକାଣ୍ଡ ବାହାଡା ଗଛମୂଳେ ଲେଖାଲେଖି କରୁଥିଲେ ।[୨]

ଭକ୍ତିବାଦ[ସମ୍ପାଦନା]

ରାମଦାସ ଜଣେ ଦୀକ୍ଷାଗୁରୁ ଥିଲେ । ସେ ଗଦାଧର ଦାସଙ୍କଠାରୁ ଦୀକ୍ଷା ଗ୍ରଗଣ କରିଥିଲେ । ତାଙ୍କ ବଂଶଧରମାନେ ଏବେ ବି ଦୀକ୍ଷାଗୁରୁ ଭାବେ ସମ୍ମାନିତ ।[୨]

ରଚନାବଳୀ[ସମ୍ପାଦନା]

ଦାର୍ଢ଼୍ୟତାଭକ୍ତି[ସମ୍ପାଦନା]

ଖୋର୍ଦ୍ଧାରାଜା ବୀରକେଶରୀ ଦେବଙ୍କ ୪୨ ଅଙ୍କ, ଜୁଲାଇ ୨୫ ତାରିଖ, ରବିବାର ଦିନ (୧୭୬୮ ମସିହା) ରାମଦାସ ତାଙ୍କ ରଚିତ ଦାର୍ଢ଼୍ୟତାଭକ୍ତି ରସାମୃତ ଗ୍ରନ୍ଥ ରଚନା ସଂପୂର୍ଣ୍ଣ କରିଥିଲେ । ଦାର୍ଢ଼୍ୟତାଭକ୍ତି ରସାମୃତ ଦୁଇ ଭାଗରେ ବିଭକ୍ତ ହୋଇଛି । ଦ୍ୱିତୀୟ ଭାଗଟି ଖ୍ରୀ: ୧୮୦୦ରେ ସଂପୂର୍ଣ୍ଣ ହୋଇଥିବାର ଜଣାଯାଏ । ଦାର୍ଢ଼୍ୟତାଭକ୍ତି ରସାମୃତର ପଚାଶ ଅଧ୍ୟାୟରେ କବି ନିଜର ପରିଚୟ ଏହିପରି ଦେଇଛନ୍ତି ।[୨]

ମହୁରୀରାଜ୍ୟେ ଡ଼ୁରା ଗ୍ରାମ
ସେ ଗ୍ରାମେ ମୋହର ଆଶ୍ରମ ।

ଶ୍ରୀଗୁରୁ ଗଦାଧର ଦାସ
ସେ ପାଦପଦ୍ମେ ମୋର ଆଶ ।

ପିତା ମୋ ଲଛମନ ଦାସ
ମୁହିଁ ଅଟଇ ତାଙ୍କ ଶିଷ୍ୟ ।

ଆଧାର[ସମ୍ପାଦନା]

  1. "Dardhyata Bhakti Rasamirta ( Aesthetic bliss of firm faith in God )". PURIWAVES. 12 February 2013. Retrieved 15 June 2021.
  2. ୨.୦ ୨.୧ ୨.୨ ତ୍ରିପାଠୀ, ମହୀ ମୋହନ (୧୯୮୦). ଭକ୍ତକବି ରାମଦାସ: ସୃଷ୍ଟି ଓ ସମୀକ୍ଷା. ବାହାଦୁରପେଟା, ଗଞ୍ଜାମ: ବାଳାନନ୍ଦ ପାତ୍ର. Retrieved 15 June 2021.