ଦାର୍ଢ଼୍ୟତାଭକ୍ତି ରସାମୃତ

ଉଇକିପିଡ଼ିଆ‌ରୁ

ଉତ୍କଳରେ ଜନ୍ମିତ ଭକ୍ତକବି ରାମଦାସ ଥିଲେ ପ୍ରଭୁ ଜଗନ୍ନାଥଙ୍କର ଭକ୍ତ ତଥା ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ଭକ୍ତିକାବ୍ୟ ଦାର୍ଢ଼୍ୟତାଭକ୍ତିର ରଚୟିତା । ଏହି ଗ୍ରନ୍ଥରେ ବହୁ ଉତ୍କଳ ଓ ବୈଷ୍ଣବ କବିଙ୍କ ଜୀବନ ଚରିତ ସହ ମାହାତ୍ମ୍ୟ ବର୍ଣ୍ନିତ ହୋଇଛି । ଖୋର୍ଦ୍ଧାରାଜା ବୀରକେଶରୀ ଦେବଙ୍କ ୪୨ ଅଙ୍କ, ଜୁଲାଇ ୨୫ ତାରିଖ, ରବିବାର ଦିନ ରାମଦାସ ତାଙ୍କ ରଚିତ ଦାର୍ଢ଼୍ୟତାଭକ୍ତି ରସାମୃତ ନାମକ ଗ୍ରନ୍ଥ ରଚନା ସଂପୂର୍ଣ୍ନ କରିଥିଲେ ।[୧] ଦାର୍ଢ଼୍ୟତାଭକ୍ତି ରସାମୃତ ଦୁଇ ଭାଗରେ ବିଭକ୍ତ ହୋଇଛି । ଦ୍ୱିତୀୟ ଭାଗଟି ଖ୍ରୀ: ୧୮୦୦ରେ ପୂର୍ଣ୍ନ ହୋଇଥିବାର ଜଣାଯାଏ ।[୧] କାହାଣୀଗୁଡିକ ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ଏବଂ ପ୍ରତାପରୁଦଦେବଙ୍କ ରାଜତ୍ୱ ବିଷୟରେ ଅନେକ ନିର୍ଭରଯୋଗ୍ୟ ଏବଂ ଉପଯୋଗୀ ଐତିତିହାସିକ ତଥ୍ୟ ମଧ୍ୟ ପ୍ରଦାନ କରିଥାଏ । ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଭଳି ନବାକ୍ଷରୀ ବୃତ୍ତରେ ଛନ୍ଦବଦ୍ଧ କବିତାରେ କାହାଣିଗୁଡିକ ସରଳ ଏବଂ ଆକର୍ଷଣୀୟ ଭାବେ ବର୍ଣ୍ଣିତ ହୋଇଛି ।[୨]

ଗ୍ରନ୍ଥ ବୃତ୍ତାନ୍ତ (ପ୍ରଥମ ଭାଗ)[ସମ୍ପାଦନା]

ଦୁଇଭାଗରେ ରଚିତ ଦାର୍ଢ଼୍ୟତାଭକ୍ତି ଗ୍ରନ୍ଥର ପ୍ରଥମ ଭାଗରେ ରହିଛି ୨୫ଟି ଅଧ୍ୟାୟ ଏବଂ ଦ୍ୱିତୀୟ ଭାଗରେ ରହିଛି ୩୦ଟି ଅଧ୍ୟାୟ । ପ୍ରଥମ ଭାଗଟି ବଳୀରାଜା ଚରିତରୁ ଆରମ୍ଭ ହୋଇ ମେଳଛ ସମ୍ବାଦରେ ଶେଷ ହୋଇଛି । ଏଥିରେ ଥିବା ୨୫ଟି ଅଧ୍ୟାୟରେ ୨୫ ଜଣ ବିଶିଷ୍ଟ ଭକ୍ତମାନଙ୍କର ଚରିତ ବର୍ଣ୍ନନା କରାଯାଇଛି ।

୧ମ ଅଧ୍ୟାୟ (ବଳୀରାଜା ଚରିତ)[ସମ୍ପାଦନା]

ଭକ୍ତକବି ରାମଦାସ ଅଗ୍ରପୂଜ୍ୟ ଗଣେଶଙ୍କ ବନ୍ଦନା ସହ ଦାର୍ଢ଼୍ୟତାଭକ୍ତି ରସାମୃତ ଗ୍ରନ୍ଥର ପ୍ରଥମ ଅଧ୍ୟାୟ ଆରମ୍ଭ କରିଛନ୍ତି । ସେଥିରେ ବର୍ଣ୍ଣିତ "ବଳୀ ରାଜା ଚରିତ"ର ପ୍ରଥମାଂଶ ଏହିଭଳି:

ନମଇଁ ଗଉରୀ ନନ୍ଦନ । ସକଳ ବିଘ୍ନ ବିନାଶନ ।।

ଶ୍ରୀ ଚନ୍ଦ୍ରଶେଖର କୁମର । ଅଶେଷ ବିଦ୍ୟାର ଭଣ୍ଡାର ।।

ସଦା ଆନନ୍ଦ ସଦା ଭୋଗୀ । ଓଁକାର ବ୍ରହ୍ମ ଅନୁରାଗୀ ।।

ଅଶେଷ ମହିମା ତୋହର । ବ୍ରହ୍ମାଦି ସୁରେ ଅଗୋଚର ।।

ଭକତ ଆରତ ନ ସହୁ । ଚିତ୍ତ ବାଞ୍ଛିତ ଫଳ ଦେଉ ।।

ଯେ ପ୍ରାଣୀ ଆଶ୍ରେ କରେ ତୋତେ । ମୂର୍ଖ ସେ ନୋହେ କଦାଚିତେ ।।

ମୁହିଁ ପାମର ରାମଦାସ । ତୋ ପାଦପଦ୍ମେ କଲି ଆଶ ।।

ଅଶେଷ ଜନ୍ମ ଦୁର୍ବାସନା । ଖଣ୍ଡି ମୁଁ ହୋଇବି ସୁମନା ।।

ମୂର୍ଖ ପଣରୁ ହେବି ପାର । ହେ ଗଜାନନ କୃପା କର ।।

ଶ୍ରୀଦେବୀ ଶାରଦା ଚରଣେ । ଶରଣ ମାଗେ ଅନୁକ୍ଷଣେ ।।

ବୁଡ଼ି ମରୁଛି ମୂର୍ଖ ଜଳେ । ଉଦ୍ଧରି ଧର ଜ୍ଞାନ କୂଳେ ।।

ତୋ କୃପା ରବି ଉଦେ କର । ମୋ ଅଜ୍ଞ ଅନ୍ଧକାର ହର ।।

ଭୋ ମାତ ପଦ୍ମପାଦେ ତୋର । ଶରଣ ନିରନ୍ତରେ ମୋର ।।

୨ୟ ଅଧ୍ୟାୟ (ହରିଶ୍ଚନ୍ଦ୍ର ରାଜା ଚରିତ)[ସମ୍ପାଦନା]

୩ୟ ଅଧ୍ୟାୟ (କର୍ଣ୍ନ ରାଜା ସମ୍ବାଦ )[ସମ୍ପାଦନା]

୪ର୍ଥ ଅଧ୍ୟାୟ (ଦୀନବନ୍ଧୁ ଦାସ ସମ୍ବାଦ)[ସମ୍ପାଦନା]

୫ମ ଅଧ୍ୟାୟ (ଦାମୋଦର ଦାସ ସମ୍ବାଦ)[ସମ୍ପାଦନା]

୬ଷ୍ଠ ଅଧ୍ୟାୟ (ବିଶ୍ୱମ୍ଭର ଦାସ ସମ୍ବାଦ)[ସମ୍ପାଦନା]

୭ମ ଅଧ୍ୟାୟ (ରାମଦାସ ସମ୍ବାଦ)[ସମ୍ପାଦନା]

୮ମ ଅଧ୍ୟାୟ (ରଘୁ ଅରକ୍ଷୀତ ସମ୍ବାଦ)[ସମ୍ପାଦନା]

୯ମ ଅଧ୍ୟାୟ (ରଘୁ ଅରକ୍ଷୀତ ସମ୍ବାଦ)[ସମ୍ପାଦନା]

୧୦ମ ଅଧ୍ୟାୟ (ନୀଳାମ୍ବର ଦାସ ସମ୍ବାଦ)[ସମ୍ପାଦନା]

୧୧ଶ ଅଧ୍ୟାୟ (ରଘୁ ବେହେରା ସମ୍ବାଦ)[ସମ୍ପାଦନା]

୧୨ଶ ଅଧ୍ୟାୟ (ଗଙ୍ଗାଧର ଦାସ ସମ୍ବାଦ)[ସମ୍ପାଦନା]

୧୩ଶ ଅଧ୍ୟାୟ (ବନ୍ଧୁ ମହାନ୍ତି ସମ୍ବାଦ)[ସମ୍ପାଦନା]

୧୪ଶ ଅଧ୍ୟାୟ (ବଳରାମ ଦାସ ସମ୍ବାଦ)[ସମ୍ପାଦନା]

୧୫ଶ ଅଧ୍ୟାୟ (ଜଗନ୍ନାଥ ଦାସ ସମ୍ବାଦ)[ସମ୍ପାଦନା]

୧୬ଶ ଅଧ୍ୟାୟ (ମାଧବାଚାର୍ଯ୍ୟ ସମ୍ବାଦ)[ସମ୍ପାଦନା]

୧୭ଶ ଅଧ୍ୟାୟ (ଝୋଲିଆ କବିର ସମ୍ବାଦ)[ସମ୍ପାଦନା]

୧୮ଶ ଅଧ୍ୟାୟ (ମଣି ଦାସ ସମ୍ବାଦ)[ସମ୍ପାଦନା]

୧୯ଶ ଅଧ୍ୟାୟ (କୃଷ୍ଣ ଦାସ ସମ୍ବାଦ)[ସମ୍ପାଦନା]

ଏହି ଅଧ୍ୟାୟରେ ଭକ୍ତ କୃଷ୍ନ ଦାସର ଚରିତ ବର୍ଣ୍ନନା କରାଯାଇଛି । ନବାକ୍ଷରୀ ଛାନ୍ଦରେ ବର୍ଣ୍ଣିତ କୃଷ୍ଣଦାସ ଚରିତର ସାରମର୍ମ ଏହିପରି ।

ହଜାର ହଜାର ଭକ୍ତ ପ୍ରଭୁ ଜଗନ୍ନାଥଙ୍କ ମହିମା ବାରମ୍ବାର ପ୍ରଚାର କରିଛନ୍ତି । ଏହିପରି ଜଣେ ଭକ୍ତ ହେଉଛନ୍ତି ପୁରୀର କୃଷ୍ଣ ଦାସ । ସେ ପ୍ରଭୁ ଭଗବାନଙ୍କ ଅନନ୍ତ ନାମ ଜପ କରି ଭଜନ ଲେଖୁଥିଲେ । ଥରେ ଏପରି ଘଟିଲା ଯେ ପୁରୀର ରାଜା କୃଷ୍ଣ ଦାସଙ୍କ ବିଷୟରେ ଜାଣିବାକୁ ପାଇଲେ । ରାଜା ତାଙ୍କୁ ଡ଼କାଇଲେ ଏବଂ ରାଜାଙ୍କ ପ୍ରାଙ୍ଗଣରେ ରାଜାଙ୍କର ପ୍ରଶସ୍ତି ଗାନ କରି ଏକ ଗୀତ ପାଠ କରିବାକୁ ଆଦେଶ ଦେଲେ । ଜଗତନ ନାଥ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରଶଂସା କରୁଥିବା ଏକ ଗୀତ ଗାଇବାକୁ ଇଚ୍ଛୁକ ନଥିଲେ କୃଷ୍ଣ ଦାସ । ଅତ୍ୟନ୍ତ ନମ୍ର ଏବଂ ସାହସର ସହିତ କୃଷ୍ଣ ଦାସ ରାଜାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ । ରାଜା ମହିପାଳ, କୃଷ୍ଣ ଦାସଙ୍କୁ ତାଙ୍କ ଅବମାନନା ପାଇଁ ଦଣ୍ଡ ଦେବା ପାଇଁ ସମାନ ଭାବରେ ପ୍ରତିଶୋଧ ନେଇଥିଲେ । ତାଙ୍କ ହାତରେ ଦଉଡି ବାନ୍ଧି କୃଷ୍ଣ ଦାସଙ୍କୁ କାରାଗାରରେ ନିକ୍ଷେପ କରାଗଲା । ଭଗବାନ ତାଙ୍କୁ ସାହାଯ୍ୟ କରିବାକୁ ଆସିବେ ବୋଲି କୃଷ୍ଣ ଦାସ ନିଶ୍ଚିତ ଥିଲେ । ସେ ସର୍ବଶକ୍ତିମାନ୍ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ । ପରଦିନ ସକାଳେ ରାଜା ଦେଖିଲେ ଯେ କୃଷ୍ଣ ଦାସ ମୁକ୍ତ ଅଟନ୍ତି ଏବଂ କେବଳ ପ୍ରଭୁ ଜଗନ୍ନାଥଙ୍କ ହାତ ଦଉଡ଼ିରେ ବନ୍ଧା । ଏହା ସମସ୍ତଙ୍କୁ ଚ୍ଚକିତ କରିଦେଇଥିଲା । ରାଜା କୃଷ୍ଣ ଦାସଙ୍କୁ ଆଲିଙ୍ଗନ ପୂର୍ବକ ପ୍ରଭୁ ଜଗନ୍ନାଥଙ୍କ ଆଗରେ ତାଙ୍କ ପାଦଛୁଇଁ କ୍ଷମା ମାଗିଲେ ।

ଏହିପରି ପ୍ରଭୁ ଜଗନ୍ନାଥ ଭକ୍ତର ମାନ ରକ୍ଷାକରିବା ପାଇଁ ଆଗେଇ ଆସିଥିଲେ ।

୨୦ଶ ଅଧ୍ୟାୟ (ଚିଳଛ ମହାପାତ୍ର ସମ୍ବାଦ)[ସମ୍ପାଦନା]

୨୧ଶ ଅଧ୍ୟାୟ (ଅଙ୍କନା ଓ ମାଧନା ସମ୍ବାଦ)[ସମ୍ପାଦନା]

୨୨ଶ ଅଧ୍ୟାୟ (କୀର୍ତ୍ତିଚନ୍ଦ୍ର ସମ୍ବାଦ)[ସମ୍ପାଦନା]

୨୩ଶ ଅଧ୍ୟାୟ (ଗଣପତି ଭଟ୍ଟ ସମ୍ବାଦ)[ସମ୍ପାଦନା]

୨୪ଶ ଅଧ୍ୟାୟ (ଅନନ୍ତ ସବର ସମ୍ବାଦ)[ସମ୍ପାଦନା]

୨୫ଶ ଅଧ୍ୟାୟ (ମେଳଛ ସମ୍ବାଦ)[ସମ୍ପାଦନା]

ଗ୍ରନ୍ଥ ବୃତ୍ତାନ୍ତ (ଦ୍ୱିତୀୟ ଭାଗ)[ସମ୍ପାଦନା]

ଦୁଇଭାଗରେ ରଚିତ ଦାର୍ଢ଼୍ୟତାଭକ୍ତି ଗ୍ରନ୍ଥର ଦ୍ୱିତୀୟ ଭାଗରେ ରହିଛି ୩୦ଟି ଅଧ୍ୟାୟ । ଐତିହାସିକ ତଥ୍ୟ ଅନୁସାରେ ପ୍ରଥମ ଭାଗ ରଚନା ଦେବାର ପ୍ରାୟ ୩୨ ବର୍ଷ ପରେ ଦ୍ୱିତୀୟ ଭାଗ ରଚିତ । ଦ୍ୱିତୀୟ ଭାଗଟି କୁଳଶିଖର ରାଜା ସମ୍ବାଦରୁ ଆରମ୍ଭ ହୋଇ ଜୟଦେବ ସମ୍ବାଦରେ ଶେଷ ହୋଇଛି । ଏଥିରେ ଥିବା ୩୦ଟି ଅଧ୍ୟାୟରେ ୩୦ ଜଣ ବିଶିଷ୍ଟ ଭକ୍ତମାନଙ୍କର ଚରିତ ବର୍ଣ୍ନନା କରାଯାଇଛି ।

ଦାର୍ଢ଼୍ୟତାଭକ୍ତି ରସାମୃତର ପଚାଶ ଅଧ୍ୟାୟରେ କବି ନିଜର ପରିଚୟ ଏହିପରି ଦେଇଛନ୍ତି ।

"ମହୁରୀରାଜ୍ୟେ ଡ଼ୁରା ଗ୍ରାମ
ସେ ଗ୍ରାମେ ମୋହର ଆଶ୍ରମ ।
ଶ୍ରୀଗୁରୁ ଗଦାଧର ଦାସ
ସେ ପାଦପଦ୍ମେ ମୋର ଆଶ ।
ପିତା ମୋ ଲଛମନ ଦାସ
ମୁହିଁ ଅଟଇ ତାଙ୍କ ଶିଷ୍ୟ ।"

୫୫ଶ ଅଧ୍ୟାୟ (ଜୟଦେବ ସମ୍ବାଦ)[ସମ୍ପାଦନା]

ଜଗନ୍ନାଥଙ୍କ ପରମ ଭକ୍ତ ଜୟଦେବ ପ୍ରଭୁଙ୍କ ପରୋକ୍ଷ ନିର୍ଦ୍ଦେଶରେ ଗୀତଗୋବିନ୍ଦ ରଚ୍ନନା କରିବା ଆରମ୍ଭ କରିଥିଲେ । ତେବେ ଏହି ଭକ୍ତିକାବ୍ୟ ରଚନା କରୁ କରୁ ଏକ ସର୍ଗରେ "ଦେହୀ ପଦ ପଲ୍ଲବ ମୁଦାରମ୍" ଲେଖିବା ବେଳେ ସଂଶୟ ବଶତଃ ଅଟକିଗଲେ । ଶ୍ରୀକୃଷ୍ଣଙ୍କ କ୍ଷେତ୍ରରେ ପଦର ଯଥାର୍ଥତାକୁ ନେଇ ସେ ଅତ୍ୟନ୍ତ ଦ୍ୱନ୍ଦରେ ପଡ଼ି କୌଣସି ସେ ସମୁଦ୍ରରେ ସ୍ନାନ କରିବା ପାଇଁ ଘରୁ ବାହାରିଗଲେ । ଏହାର କିଛି ସମୟ ପରେ ପ୍ରଭୁ ଜଗନ୍ନାଥ ନିଜେ ଛଦ୍ମବେଶୀ ଜୟଦେବ ରୂପେ ଯେତେବେଳେ ଫେରନ୍ତି, ସ୍ୱାମୀ ସ୍ନାନରୁ ଏତେ ଶୀଘ୍ର ଫେରି ଆସି ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, " ତୁମେ ମାତ୍ର ଏକ ମିନିଟ୍ ପୂର୍ବରୁ ଚାଲିଯାଇଥିଲ, ପୁଣି କାହିଁକି ଆସିଛ ?" ଛଦ୍ମବେଶି ଜଗନ୍ନାଥ ଉତ୍ତର ଦେଲେ, "ମୁଁ ରାସ୍ତାରେ ଗୀତଗୋବିନ୍ଦ ବିଷୟରେ ଏକ ପଦ ମନେ ପଡ଼ିଯିବାରୁ, କାଳେ ଭୁଲିଯିବି ଭାବି ମୁଁ ଏହାକୁ ଲେଖିବାକୁ ଫେରି ଆସିଲି ।" ଏହାପରେ ଛଦ୍ମବେଶୀ ଜୟଦେବ ରୂପେ ଆସି ପାଣ୍ଡୁଲିପି ଖୋଲି ଉକ୍ତ ପାଦ (ଦେହୀ ପଦ ପଲ୍ଲବ ମୁଦାରମ) ପୂରଣ କରି ଚାଲିଗଲେ ।[୩]

ଜଗନ୍ନାଥ ଚାଲିଯିବାର କିଛି ସମୟ ପରେ ପ୍ରକୃତ ଜୟଦେବ ଫେରି ଆସିଥିଲେ । ଏଥର ପଦ୍ମାବତୀ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ, "ତୁମେ ଗାଧୋଇବାକୁ ଯାଇ ଫେରିଆସିଥିଲ । କିଛି କ୍ଷଣ ପୂର୍ବରୁ ତୁମେ ତୁମର ପାଣ୍ଡୁଲିପିରେ ଲେଖି ତାପରେ ଚାଲିଗଲ । ପୁଣି ତୁମେ କିପରି ସ୍ନାନ ଶେଷ କରି ଏତେ ଶୀଘ୍ର ଫେରି ଆସିଲ ? କ’ଣ ଘଟିଛି ଅନୁମାନ କରିବା ପାଇଁ ଜୟଦେବଙ୍କୁ ବେଶୀ ସମୟ ଲାଗିଲା ନାହିଁ । ସେ ଯାଇ ତାଙ୍କର ଅସମାପ୍ତ ପାଠକୁ ଦେଖିଲେ ଏବଂ ପ୍ରଭୁ ନିଜେ ଲେଖିଥିବା ଶବ୍ଦଗୁଡ଼ିକୁ ଦେଖିଲେ । ତାଙ୍କର ସମଗ୍ର ଶରୀର ପୁଲକିତ ହୋଇ ଉଠିଲା ​​ଏବଂ ତାଙ୍କ ଆଖିରୁ ଲୁହ ଆସିଗଲା । ସେ ଜାଣି ପାରିଲେ ନିଜେ ପ୍ରଭୁ ଛଦ୍ମବେଶରେ ଆସି ଗୀତଗୋବିନ୍ଦର ଅସଂପୂର୍ଣ୍ଣ ପାଦ ପୂରଣ କରିଦେଇଛନ୍ତି । ପଦ୍ମାବତୀଙ୍କୁ ଡାକିଲେ ଏବଂ ତାଙ୍କୁ କହିଲେ, "ତୁମେ ବହୁତ ଭାଗ୍ୟବାନ, କାରଣ ତୁମେ ପ୍ରଭୁଙ୍କ ସାକ୍ଷାତ ଦର୍ଶନ ଲାଭ କରିପାରିଲ । ମୁଁ ଏତେ ଅଭାଗା ଯେ ମୋର ସେହି ଭାଗ୍ୟ ନଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଭକ୍ତକବି ରାମଦାସ". www.archive.org. 1980. Retrieved 15 June 2021.
  2. "Dardhyata Bhakti Rasamirta ( Aesthetic bliss of firm faith in God )". PURIWAVES. 12 February 2013. Retrieved 15 June 2021.
  3. "Jayadeva writes Gita-Govinda". web.archive.org. 28 September 2007. Archived from the original on 28 September 2007. Retrieved 20 June 2021.