ରାମଚନ୍ଦ୍ର କଦମ

ଉଇକିପିଡ଼ିଆ‌ରୁ
ରାମଚନ୍ଦ୍ର କଦମ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଜୟରାମ ପାଙ୍ଗୀ
ପର ଅଧିକାରୀପ୍ରଫୁଲ୍ଲ କୁମାର ପାଙ୍ଗୀ
ନିର୍ବାଚନ ମଣ୍ଡଳୀପଟ୍ଟାଙ୍ଗି
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀଜୟରାମ ପାଙ୍ଗୀ
ପର ଅଧିକାରୀଜୟରାମ ପାଙ୍ଗୀ
ନିର୍ବାଚନ ମଣ୍ଡଳୀପଟ୍ଟାଙ୍ଗି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-11-10) ୧୦ ନଭେମ୍ବର ୧୯୬୪ (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଦେବକୀ କଦମ
ସନ୍ତାନ
ବାପା/ବୋଉଉଦ୍ଧବ କଦମ (ବାପା)
ବୃତ୍ତିରାଜନୀତିଜ୍ଞ

ରାମଚନ୍ଦ୍ର କଦମ (ଜନ୍ମ: ୧୦ ନଭେମ୍ବର ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୫ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଟ୍ଟାଙ୍ଗି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମଚନ୍ଦ୍ର କଦମ ୧୯୬୪ ମସିହାର ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦ୍ଧବ କଦମ ଓ ପତ୍ନୀଙ୍କ ନାମ ଦେବକୀ କଦମ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମଚନ୍ଦ୍ର କଦମ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Rama Chandra Kadam". odishaassembly.nic.in. Odisha Assembly. Retrieved 28 February 2022.