Jump to content

ରାଜା ରାମମୋହନ ରାୟ

ଉଇକିପିଡ଼ିଆ‌ରୁ
ରାଜା ରାମମୋହନ ରାୟ
রামমোহন রায়
ଜନ୍ମ(1772-05-22)୨୨ ମଇ ୧୭୭୨
ମୃତ୍ୟୁ୨୭ ସେପ୍ଟେମ୍ବର ୧୮୩୩(1833-09-27) (ବୟସ ୬୧)
ମୃତ୍ୟୁର କାରଣମେନିଞ୍ଜାଇଟିସ୍
କଲିକତା), ଭାରତ
ଜାତୀୟତାଭାରତୀୟ
ଅନ୍ୟ ନାମନୂଆ ଯୁଗର ଅଗ୍ରଦୂତ
ପ୍ରସିଦ୍ଧିବଙ୍ଗଳା ପୁନଃ ଜାଗରଣ, ବ୍ରାହ୍ମ ସମାଜ
(socio, political reforms)
Titleରାଜା
Predecessorରମାକାନ୍ତ ରାୟ ଓ ତାରିଣି ଦେବୀ
Successorଦ୍ୱାରିକାନାଥ ଠାକୁର
ପିତାମାତାରମାକାନ୍ତ ରାୟ

ରାଜା ରାମମୋହନ ରାୟ (୨୨ ମଇ ୧୭୭୨ - ୨୭ ସେପ୍ଟେମ୍ବର ୧୮୩୩) ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ରାଧାକାନ୍ତପୁର ଗ୍ରାମରେ ଏକ ବାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।[୧] ତାଙ୍କ ପିତାଙ୍କର ନାମ ରମାକାନ୍ତ ରାୟ ଓ ମାତାଙ୍କ ନାମ ତାରିଣୀ ଦେବୀ।[୨]

ଜୀବନୀ[ସମ୍ପାଦନା]

ରାମମୋହନ ରାୟ ପାର୍ସୀ, ଆରବୀ ଭାଷାରେ ପାରଦର୍ଶୀତା ଲାଭ କରିଥିଲେ । ବେଦ,ଉପନିଷଦ,କୋରାନ୍,ବାଇବେଲ, ଜେଦ୍ଦାୟଭେସ୍ତା, ବୌଦ୍ଧ ଗ୍ରନ୍ଥ ଆଦି ସେ ଅଧ୍ୟୟନ କରିଥିଲେ। [୩] ୧୮୨୮ ଅଗଷ୍ଟ ୨୦ତାରିଖରେ ସେ ବ୍ରାହ୍ମସଭା ସ୍ଥାପନ କରିଥିଲେ। ୧୮୩୦ରେ ଏହା ବ୍ରାହ୍ମ ସମାଜ ରୂପେ ଖାତି ଲାଭ କରିଥିଲେ। ତାଙ୍କ ଚେଷ୍ଟାରେ ବେଣ୍ଟିଂ ଭାରତରୁ ସତୀଦାହ ପ୍ରଥା ଉଛେଦ କରିଥିଲେ। ଇଂରାଜୀ ଭାଷାର ପ୍ରବତ୍ତନ ପାଇଁ ମଧ୍ୟ ତାଙ୍କର ଉଦ୍ୟମ ଥିଲା ସ୍ମରଣୀୟ।ତାଙ୍କ ପ୍ରଚେଷ୍ଟାରେ କଲିକତାରେ ଇଂରେଜ ସ୍କୁଲ ବେଦାନ୍ତ କଲେଜ ଏବଂ ସିଟି କଲେଜ ଆଦି ଶିକ୍ଷାନୁଷ୍ଟାନମାନ ଗଢ଼ିଉଠିଥିଲା। ସେ ବଙ୍ଗଳାରେ ସମ୍ବାଦ କୌମୁଦୀ ନାମକ ଏକ ପତ୍ରିକାର ପ୍ରକାଶ କରିଥିଲେ। 'ମିରଟ-ଉଲ-ଅଖବାର' ନାମକ ଏକ ଉର୍ଦ୍ଦୁ ଖବରକାଗଜର ସମ୍ପାଦନାର ସେ ଦାୟିତ୍ୱ ନେଇଥିଲେ। ତେଣୁ ତାଙ୍କୁ କୁହାଗଲା ଭାରତୀୟ ସମ୍ବାଦପତ୍ରର ଜନକ।

ସଂସ୍କାର[ସମ୍ପାଦନା]

ରାଜନୌତିକ,ସାମାଜିକ ଓ ଧର୍ମକ୍ଷେତ୍ରରେ ରାମମୋହନ ବହୁବିଧ ସଂସ୍କାର ଆଣିଛନ୍ତି[୪]। ରାଜନୌତିକ ଦୃଷ୍ଟିକୋଣରୁ ରାମମୋହନ ବିଶ୍ୱାସ କରିଥିଲେ ଯେ ଭାରତ ପ୍ରତି ବ୍ରିଟିଶ ଶାସନର ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅଛି। ତାଙ୍କ ମତରେ ସେହି ଲକ୍ଷ୍ୟ ପୄର୍ଣ୍ଣହେବା ପର୍ଯ୍ୟନ୍ତ ସେମାନେ ଭାରତରେ ରହନ୍ତୁ। ସ୍ୱାଧୀନ ମନୋଭାବ ପୋଷଣ କରିବାକୁ ସେ ଭାରତୀୟମାନଙ୍କୁ ଉପଦେଶ ଦେଲେ। ବିପିନ ଚନ୍ଦ୍ର ପାଲ କହିଛନ୍ତି :ପ୍ରଥମ ଭାରତୀୟ ହିସାବରେ ରାଜା(ରାମମୋହନ) ଭାରତୀୟମାନଙ୍କୁ ରାଜନୌତିକ ସ୍ୱାଧୀନତାର ସନ୍ଦେଶ ପ୍ରଦାନ କରିଥିଲେ।

ଜଣେ ସମାଜ ସଂସ୍କାରକ ଭାବରେ ରାମମୋହନଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତରେ ମୂଲ୍ୟହୀନ ଓ ଅସାମାଜିକ ପରମ୍ପରାଗୁଡ଼ିକ ଉଛେଦ ବା ଅଗ୍ରାହ୍ୟ କରିବାକୁ ସେ ବିଟ୍ରିଶ ସରକାରଙ୍କର ସାହାଯ୍ୟ ନେଲେ। ତାଙ୍କ ଚେଷ୍ଟାରେ ୧୮୨୯ରେ ସତିଦାହ ପ୍ରଥା ଉଛେଦ ହେଲା। ଜାତିପ୍ରଥାକୁ ସେ ବିରୋଧ କଲେ। ତାଙ୍କ ମତରେ ସମସ୍ତ ମନୁଷ୍ୟ ଏକ ଇଶ୍ୱରଙ୍କ ସନ୍ତାନ। ସେ ନାରୀ ସ୍ୱାଧିନତା ଏବଂ ନାରୀଶିକ୍ଷା ଉପରେ ଗୁରୁତ୍ୱ ଦେଲେ। ବାଲ୍ୟବିବାହ ଓ ବହୁବିବାହ ଆଦି ଘୃଣ୍ୟ ପ୍ରଥା ଉଛେଦ କରିଥିଲେ।

ବ୍ରାହ୍ମସମାଜ[ସମ୍ପାଦନା]

୧୮୨୮ ଅଗଷ୍ଟ ୨୦ ତାରିଖରେ ସ୍କାପିତ ବ୍ରାହ୍ମସଭା ୧୮୩୦ ଖ୍ରୀଷ୍ଟାଦ୍ଦରେ ବାହ୍ମସମାଜକୁ ପରିବର୍ତ୍ତିତ ହୋଇଥିଲା। ବ୍ରାହ୍ମସମାଜର ଲକ୍ଷ୍ୟ ଥିଲା- "ଧର୍ମମତ ନିର୍ବିଶେଷରେ ସମସ୍ତ ମନୁଷ୍ୟ ମନରେ ବଦାନ୍ୟତା,ନୈତିକତା,ଦୟା,ଧର୍ମନିଷ୍ଟା,ପରହିତୈଷା ଓ ପୂଣ୍ୟଭାବ ଉଦ୍ରେକ କରିବା ଏବଂ ସମସ୍ତଙ୍କ ମଧ୍ୟରେ ଐକ୍ୟଭାବ ସୁଦୂଢ଼ କରିବା।"

ବ୍ରାହ୍ମସମାଜର ନିୟମ[ସମ୍ପାଦନା]

  • ୧ ଏକ ଈଶ୍ୱର,ଯିଏ ସର୍ବବ୍ୟାପୀ,ତାଙ୍କୁ ପୂଜାକରିବା ଉପରେ ବ୍ରାହ୍ମସମାଜ ଗୁରୁତ୍ୱଆରୋପ କରିଥିଲା।
  • ୨ ଏହା ଅବତାରବାଦକୁ ଅସ୍ୱୀକାଏ କରିଥିଲା।
  • ୩ ଏହା ଧର୍ମଗ୍ରନ୍ଥର କର୍ତ୍ତୁତ୍ୱକୁ ଅବମାନନା କରିଥିଲା।
  • ୪ ଏହା ବହୁ ଈଶ୍ୱରବାଦ,ପ୍ରତିମାପୂଜା ଓ ପଶୁବଳିକୁ ନିନ୍ଦା କରିଥିଲା।
  • ୫ ଏହା ଜାତିପ୍ରଥାକୁ ସମାଲୋଚନା କରେ।
  • ୬ ଏହା ପ୍ରଚାର କଲା ଯେ ପାପ ଆଚରଣ ନକଲେ ମନୁଷ୍ୟ ନିର୍ବାଣ ବା ମୁକ୍ତିପାଇ ପାରିବ।
  • ୭ ଏହା ନାରୀ ଜାଗରଣ ଉପରେ ଗୁରୁତ୍ୱଆରୋପ କଲା।
  • ୮ ଏହା ଆମ୍ମାର ଦେହାନ୍ତରପ୍ରାପ୍ତି ଓ କର୍ମବାଦ ଉପରେ ନିର୍ଦ୍ଦିଷ୍ଟ ମତ ଦେଇ ନଥିଲା।

ଇଂଲଣ୍ଡରେ ଜୀବନ (୧୮୩୧-୧୮୩୩)[ସମ୍ପାଦନା]

Statue in College Green, Bristol, England
Blue plaque, 49 Bedford Square, London

୧୮୩୦ଖ୍ରୀଷ୍ଟାଦ୍ଦରେ ରାମମୋହନ ଇଂଲଣ୍ଡକୁ ଯାତ୍ରା କରିଥିଲେ। ସେଠାରେ ସେ ଲର୍ଡ଼ ବେଣ୍ଟିଙ୍କୁ ଭେଟି ସତୀଦାହ ପ୍ରଥା ଉଛେଦ ଏବଂ ମୋଗଲ ବାଦଶାହା ଦ୍ୱିତୀୟ ଆକବରଙ୍କୁ ଉପାଧି ଦେବା ପାଇଁ ଅନୁରୋଧ କରିଥିଲେ।

ଧାର୍ମିକ ସଂସ୍କାର[ସମ୍ପାଦନା]

ସାମାଜିକ ସଂସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Is Roy the founder of Brahmo Samaj Brahmo Samaj and Raja Ram Mohan Roy
  2. Matthew, H. C. G.; Harrison, B. (2004). "The Oxford Dictionary of National Biography". doi:10.1093/ref:odnb/47673. {{cite journal}}: Cite journal requires |journal= (help)
  3. page 8, Raja Ram Mohan Roy — The Renaissance Man, H.D.Sharma, 2002
  4. http://brahmo.org/brahmo-samaj.html

=Raja Ram Mohan ray was a pointer of Indian journalism

ବାହାର ତଥ୍ୟ=[ସମ୍ପାଦନା]