ରମେଶ ଚନ୍ଦ୍ର ପଣ୍ଡା

ଉଇକିପିଡ଼ିଆ‌ରୁ
ରମେଶ ଚନ୍ଦ୍ର ପଣ୍ଡା
ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୮୦
ପୂର୍ବ ଅଧିକାରୀବି. ଏସ. ବି. ନରେନ୍ଦ୍ର ମହାପାତ୍ର
ପର ଅଧିକାରୀରମାକାନ୍ତ ମିଶ୍ର
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-11-24)ନଭେମ୍ବର ୨୪, ୧୯୩୫
ମୃତ୍ୟୁ୧୮ ଡିସେମ୍ବର ୨୦୦୩(2003-12-18) (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀକୃଷ୍ଣା କୁମାରୀ ପଣ୍ଡା
ବାପା/ବୋଉମଦନ ସୁନ୍ଦର ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ରମେଶ ଚନ୍ଦ୍ର ପଣ୍ଡା (୨୪ ନଭେମ୍ବର ୧୯୩୫ - ୧୮ ଡିସେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରମେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରମେଶ ଚନ୍ଦ୍ର ପଣ୍ଡା ୧୯୩୫ ମସିହାର ନଭେମ୍ବର ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ମଦନ ସୁନ୍ଦର ପଣ୍ଡା ଏବଂ ପତ୍ନୀଙ୍କ ନାମ କୃଷ୍ଣା କୁମାରୀ ପଣ୍ଡା ।[୧] ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରମେଶ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରମେଶ ଚନ୍ଦ୍ର ପଣ୍ଡା ୨୦୦୩ ମସିହାର ଡିସେମ୍ବର ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଅଲ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Ramesh Chandra Panda". odishaassembly.nic.in. Odisha Assembly. Retrieved 20 April 2020.