ରଘୁବୀର ଚୌଧୁରୀ

ଉଇକିପିଡ଼ିଆ ରୁ
Jump to navigation Jump to search


ରଘୁବୀର ଚୌଧୁରୀ
ଚୌଧୁରୀ ମୁମ୍ବାଇରେ ୧୯୯୯ ମସିହାରେ
ଚୌଧୁରୀ ମୁମ୍ବାଇରେ ୧୯୯୯ ମସିହାରେ
ଜନ୍ମ ଓ ଜନ୍ମସ୍ଥାନ (1938-12-05) ୫ ଡିସେମ୍ବର ୧୯୩୮ (ବୟସ ୮୧)
ବାପୁପୁର, ଗାନ୍ଧୀନଗର, ଗୁଜରାଟ
ବୃତ୍ତିଲେଖକ
ଭାଷାଗୁଜରାଟୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିଅମ୍ରିତା (୧୯୬୫)
ପୁରସ୍କାରରଞ୍ଜିତରାମ ସୂବର୍ଣ୍ନ ଚନ୍ଦ୍ରକ (୧୯୭୫)

କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ (୧୯୭୭)

ଜ୍ଞାନପୀଠ ପୁରସ୍କାର (୨୦୧୫)

ଦସ୍ତଖତ

ରଘୁବୀର ଚୌଧୁରୀ ଜଣେ ଗୁଜରାଟି ଔପନ୍ୟାସିକ, କବି ଓ ସମାଲୋଚକ । ସନ୍ଦେଶ, ଜନ୍ମଭୂମୀ, ନୀରିକ୍ଷକ ଓ ଦିବ୍ୟ ଭାସ୍କର ଆଦି ଖବରକାଗଜରେ ଜଣେ ସ୍ତମ୍ଭକାର ଭାବରେ ତାଙ୍କର ଲେଖା ପ୍ରକାଶ ପାଇଥାଏ । ଗୁଜରାଟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ସେ ୧୯୯୮ ମସିହାରେ ଅବସର ଗ୍ରହଣ କରିଥିଲେ । ମୁଖ୍ୟତଃ ସେ ଗୁଜରାଟି ଭାଷାରେ ଲେଖୁଥିଲେ ମଧ୍ୟ ହିନ୍ଦୀ ଭାଷାରେ ମଧ୍ୟ ଲେଖାଲେଖି କରନ୍ତି । ୧୯୭୭ ମସିହାରେ ସେ "ଉପର୍ବସ" ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ୨୦୧୩ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ଓ ୨୦୧୫ ମସିହାରେ ସେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ ।

ଚୌଧୁରୀ ଉପନ୍ୟାସ ଓ କବିତାରୁ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସାହିତ୍ୟର ଅନ୍ୟ ବିଭାଗରେ ପ୍ରବେଶ କରିଥିଲେ । ତାଙ୍କର ୮୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି । ସେ ଅନେକ ସାହିତ୍ୟନୁଷ୍ଠାନରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପ୍ରାରମ୍ବିକ ଜୀବନ[ସମ୍ପାଦନା]

ରଘୁବୀର ୧୯୩୮ ମସିହା ଡିସେମ୍ବର ୫ ତାରିଖରେ ଗାନ୍ଧୀନଗର ନିକଟସ୍ଥ ବାପୁପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଡାଲସିଂ ଓ ମା ଜୀବିବେନ ଉଭୟ କୃଷକ ଥିଲେ । ସେମାନେ "ଜାଠ" ଥିଲେ । ରଘୁବୀର ନିଜର ପ୍ରାଥମିକ ଶିକ୍ଷା ମାଣସାରୁ ସମାପ୍ତ କରିଥିଲେ । ୧୯୬୦ରେ ସେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ୧୯୬୨ରେ ହିନ୍ଦୀରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୭୯ରେ ସେହି ବିଶ୍ୱବିଦ୍ୟାଳୟରୁ ସେ ପିଏଚଡି ହାସଲ କରିଥିଲେ । [୧]

ସେ ୧୯୭୦ ଦଶକରେ ଏମରଜେନ୍ସୀ ଓ ଗୁଜରାଟରେ ହୋଇଥିବା "ନବନିର୍ମାଣ ଆନ୍ଦୋଳନ"ରେ ଅଂଶଗ୍ରହଣ କରିଥିଲେ ।[୨][୩]

ବୃତିଗତ ଜୀବନ[ସମ୍ପାଦନା]

ରଘୁବୀର ଚୌଧୁରୀ, ଦିଲ୍ଲୀସ୍ଥିତ ସାହିତ୍ୟ ଏକାଡେମୀଠାରେ

ଚୌଧୁରୀ, ୧୯୭୭ ମସିହାରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଅଧିନସ୍ଥ "ଭାଷା ବିଦ୍ୟାଳୟ"ରେ ଯୋଗଦେଇଥିଲେ । ୧୯୯୮ ମସିହାରେ ସେହି ଅନୁଷ୍ଠାନରୁ ହିନ୍ଦୀ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ । ୧୯୯୮ରୁ ୨୦୦୨ ପର୍ଯ୍ୟନ୍ତ ସେ ସାହିତ୍ୟ ଏକାଡେମୀର "ଏକ୍ସିକ୍ୟୁଟିଭ କାଉନସିଲ"ରେ ରହିଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ପ୍ରେସ କାଉନସିଲରେ ରହିଥିଲେ । ୨୫ତମ ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ସେ ଜୁରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଅବସର ଗ୍ରହଣ ପରେ, ଚୌଧୁରୀ ବାପୁପୁରକୁ ଫେଇ ଆସି କୃଷି କାମ କରିଥିଲେ । ସେ ଗୁଜରାଟି ସାହିତ୍ୟ ପରିଷଦର ଅଧ୍ୟକ୍ଷ ଓ ଟ୍ରଷ୍ଟି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨][୩]

ରଚନାବଳୀ[ସମ୍ପାଦନା]

ରଘୁବୀର ୮୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ସେସବୁ ମଧ୍ୟରେ ଉପନ୍ୟାସ, କବିତା, ନାଟକ ଓ ସମାଲୋଚନା ପୁସ୍ତକ ରହିଛି । ମୁଖ୍ୟତଃ ସେ ଗୁଜରାଟିରେ ଲେଖୁଥିଲେ ମଧ୍ୟ ତାଙ୍କର କିଛି ହିନ୍ଦୀ ରଚନା ମଧ୍ୟ ରହିଛି ।[୨]

ଉପନ୍ୟାସ[ସମ୍ପାଦନା]

  • ଅମ୍ରିତା - ୧୯୬୫
  • ଉପର୍ବାସ - ୧୯୭୫
  • ସହ୍ୱାସ - ୧୯୭୫
  • ଅନ୍ତର୍ବାସ - ୧୯୭୫
  • ରୁଦ୍ରମହାଳୟା - ୧୯୭୮
  • ସୋମତୀର୍ଥ - ୧୯୯୬
  • ବେଣୁ ବତ୍ସଲ - ୧୯୬୭
  • ପୂର୍ବରଙ୍ଗ - ୧୯୭୬
  • ଲାଗଣୀ - ୧୯୭୬
  • ସମାଜ୍ୟ ବିନା ଛୁତ ପଡଭୁଁ - ୨୦୦୩
  • ଏକ ଦାଗ ଆଗଲ ବେ ଦାଗ ପାଛଲ - ୨୦୦୯

ଏକ ଦାଗ ଆଗଲ ବେ ଦାଗ ପାଛଲ - ୨୦୦୯[୨][୩][୪]

ନାଟକ[ସମ୍ପାଦନା]

  • ତ୍ରୀଜୋ ପୁରୁଷ[୫]
  • ସିକନ୍ଦର ଶନୀ[୨][୬]
  • ଡିମ ଲାଇଟ.

କବିତା[ସମ୍ପାଦନା]

  • ତମସା - ୧୯୬୫
  • ବାହିତା ବୃକ୍ଷ ପବନମ - ୧୯୮୫[୨][୩][୭]

ଅନ୍ୟାନ୍ୟ[ସମ୍ପାଦନା]

  • ଆକସ୍ମିକ ସ୍ପର୍ଶ
  • ଗେରସମାଜ
  • ସହାରଣୀ ଭବ୍ୟତା
  • ତିଳକ କରେ ରଘୁବୀର[୨][୩][୮]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୭ (ଉପର୍ବାସ)
  • ରଞ୍ଜିତ୍ରମ ସୂଅବର୍ଣ୍ନ ଚନ୍ଦ୍ରକ - ୧୯୭୫
  • କୁମାର ଚନ୍ଦ୍ରକ - ୧୯୬୫
  • ମୁନ୍ସୀ ପୁରସ୍କାର - ୧୯୯୭
  • ସାହିତ୍ୟ ଗୌରବ ପୁରସ୍କାର - ୨୦୦୧
  • ସୌହାର୍ଦ ସମ୍ମାନ - ୧୯୯୦
  • ନର୍ମଦ ସୂବର୍ଣ୍ଣ ଚନ୍ଦ୍ରକ - ୨୦୧୦
  • ଉମା ସ୍ନେହାର୍ଶମୀ - ୧୯୭୪-୭୫
  • ଜ୍ଞାନପୀଠ ପୁରସ୍କାର - ୨୦୧୫

ଆଧାର[ସମ୍ପାଦନା]

  1. Mehta, Dhirendra (November 2018). Desai, Parul Kandarpa (ed.). ગુજરાતી સાહિત્યનો ઇતિહાસ (૧૯૩૬થી ૧૯૫૦): સ્વાતંત્ર્યોત્તર યુગ-૨ [History of Gujarati Literature (1936 to 1950): Post-independence era-2] (in ଗୁଜୁରାଟୀ). 8. Ahmedabad: K. L. Study Center, Gujarati Sahitya Parishad. p. 11. ISBN 978-81-939074-1-2.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. p. 237. ISBN 978-81-260-0873-5. Retrieved 25 August 2014.
  3. ୩.୦ ୩.୧ ୩.୨ ୩.୩ ୩.୪ Maharashtra (India) (1971). Maharashtra State Gazetteers: General Series. Directorate of Government Print., Stationery and Publications. pp. 405–406.
  4. Sanjukta Dasgupta; Malashri Lal (13 November 2007). The Indian Family in Transition: Reading Literary and Cultural Texts. SAGE Publications. p. 176. ISBN 978-81-321-0163-5.
  5. Śaileśa Ṭevāṇī (1 January 2003). C.C. Mehta. Sahitya Akademi. p. 87. ISBN 978-81-260-1676-1.
  6. Indian & Foreign Review. Publications Division of the Ministry of Information and Broadcasting, Government of India. 1982. p. 29.
  7. Contemporary Gujarati poetry. Western India Pub. Co. 1972. p. 1.
  8. Solanki, Vipul (2016). A Translation of Joseph Macwan's Vyathana Vitak from Gujarati Into English with a Critical Study (PDF) (Thesis). Rajkot: Saurashtra University.