ରକ୍ଷା ମନ୍ତ୍ରଣାଳୟ (ଭାରତ)

ଉଇକିପିଡ଼ିଆ ରୁ
Emblem of India.svg

ଭାରତବର୍ଷର ସୁରକ୍ଷା ଭାରତ ସରକାରଙ୍କ ଦାୟିତ୍ୱ। ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ଭାରତର ରାଷ୍ଟ୍ରପତି। ରାଷ୍ଟ୍ରୀୟ ସୁରକ୍ଷାର ଭାର କେନ୍ଦ୍ର ମନ୍ତ୍ରୀମଣ୍ଡଳଙ୍କ ଉପରେ ନ୍ୟସ୍ତ ଯାହା ରକ୍ଷା ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ରକ୍ଷା ମନ୍ତ୍ରଣାଳୟ କେବଳ ନୀତିଗତ ଢାଞ୍ଚା ତିଆରି କରେ ଓ ସଶସ୍ତ୍ର ବାହିନୀ ଉପରେ ଦେଶର ପ୍ରତ୍ୟକ୍ଷ ସୁରକ୍ଷା ସମ୍ବନ୍ଧୀୟ ନିଜର ଦାୟିତ୍ୱ ନ୍ୟସ୍ତ କରିଥାଏ ଓ ସେ ସବୁକୁ ସଠିକ ଭାବେ କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟାଳୟ, ଇଣ୍ଟର ସର୍ଭିସ ସଂଗଠନ, ଉତ୍ପାଦନ ପ୍ରତିଷ୍ଠାନ ଓ ଅନୁସନ୍ଧାନ ବିକାଶ ସଂଗଠନକୁ ସୂଚନା ଦେଇଥାଏ। ଦେଶର ରକ୍ଷା ଓ ସୁରକ୍ଷା ସମ୍ବନ୍ଧୀୟ ମାମଲାରେ ସରକାରଙ୍କର ନୀତି ଓ ଦିଶା ନିର୍ଦ୍ଦେଶ ପ୍ରାପ୍ତକରି ସେ ଗୁଡ଼ିକୁ ସୁନିଶ୍ଚିତ ଓ ସଫଳ ଭାବେ ଲାଗୁ କରିବାପାଇଁ ବିଭିନ୍ନ ମୁଖ୍ୟାଳୟ, ଇଣ୍ଟର-ସର୍ଭିସ ସଂଗଠନ, ଉତ୍ପାଦନ ପ୍ରତିଷ୍ଠାନ ଓ ଅନୁସନ୍ଧାନ ବିକାଶ ସଂଗଠନକୁ ସମ୍ବାଦ ଦେବା ହେଉଛି ରକ୍ଷା ମନ୍ତ୍ରାଳୟର ମୁଖ୍ୟ କାମ। ଏଥିପାଇଁ ଆବଣ୍ଟିତ ସଂସାଧନ ଭିତରେ ଅନୁମୋଦିତ କାର୍ଯ୍ୟକ୍ରମକୁ ତୁଲାଇବା ନିଶ୍ଚିତ କରିବା ଦରକାର ହୋଇଥାଏ। ରକ୍ଷାମନ୍ତ୍ରାଳୟର ମୁଖ୍ୟ ହେଉଛନ୍ତି ରକ୍ଷା ମନ୍ତ୍ରୀ

ବିଭାଗ ଓ ପ୍ରଭାଗ[ସମ୍ପାଦନା]

ରକ୍ଷା ମନ୍ତ୍ରାଳୟର ଚାରିଟି ବିଭାଗ ଓ ଗୋଟିଏ ପ୍ରଭାଗରେ ବିଭକ୍ତ ରହିଛି :

  1. ରକ୍ଷା ବିଭାଗ Department of Defence (DOD)
  2. ରକ୍ଷା ଉତ୍ପାଦନ ବିଭାଗ Department of Defence Production (DDP)
  3. ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ Department of Defence Research & Development (DDR&D)
  4. ଭୂତପୂର୍ବ ସୈନିକ କଲ୍ୟାଣ ବିଭାଗ Department of Ex-Servicemen Welfare
  5. ବିତ୍ତ ପ୍ରଭାଗ Finance Division

ଐତିହାସିକ ପୃଷ୍ଠଭୂମି[ସମ୍ପାଦନା]

  • ୧୭୭୬ରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଉଚ୍ଚତମ ସରକାର ଅଧିନରେ ଏକ ସୈନ୍ୟ ବିଭାଗ ଖୋଲା ଯାଇଥିଲା। ଏହାର ମୁଖ୍ୟ କାମଥିଲା ବିଭିନ୍ନ ବିଭାଗଦ୍ୱାରା ଦିଆ ଯାଇଥିବା ସେନାବାହିନୀ ସମ୍ବନ୍ଧିତ ନିର୍ଦ୍ଦେଶାବଳୀକୁ ସାବଧାନତାର ସହିତ ଜାଞ୍ଚ କରିବା ଓ ଲିପିବଦ୍ଧ କରିବା। ପ୍ରାଥମିକ ଅବସ୍ଥାରେ ଏହା ଲୋକ ନିର୍ମାଣ ବିଭାଗର ଏକ ଶାଖା ବାବରେ କାମ କରୁଥିଲା ଓ ସେନା ବାହିନୀର କର୍ମୀ ମାନଙ୍କର ସୂଚୀ ପ୍ରସ୍ତୁତ କରୁଥିଲା।
  • ୧୮୮୩ର ଚାର୍ଟର ଅଧିନିୟମ (ଆକ୍ଟ) ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରକୁ ରକ୍ଷା (ମିଲିଟାରୀ) ବିଭାଗ ସହିତ ଚାରିଟି ବିଭାଗରେ ବାଣ୍ଟି ଦିଆଗଲା।
  • ବଙ୍ଗଳା, ବମ୍ବେ, ମାନ୍ଦ୍ରାଜ ପ୍ରେସିଡେଂସି ଅନ୍ତର୍ଗତ ସ୍ୱତନ୍ତ୍ର ସେନାବାହିନୀ ୧୮୯୫ ପର୍ଯ୍ୟନ୍ତ କାମ କରୁଥିଲା। ୧୮୯୫ ମସିହା ପରେ ଏ ସବୁକୁ ଏକତ୍ର କରି ଭାରତୀୟ ସେନାର ଗଠନ କରାଗଲା। ପ୍ରଶାସନିକ ସୁବିଧାପାଇଁ ଏହାକୁ ଚାରିଟି କମାଣ୍ଡରେ ବିଭକ୍ତ କରାଗଲା: ଯଥା -
  • ପଞ୍ଜାବ (ଉତ୍ତର ପଶ୍ଚିମ ସୀମାନ୍ତ ସହିତ) (Punjab) (including the North West Frontier),
  • ବଙ୍ଗଳା(Bengal),
  • ମାନ୍ଦ୍ରାଜ ( ବର୍ମା ସହିତ ) (Madras) (including Burma) ଓ
  • ବମ୍ବେ (ସିନ୍ଧ, କ୍ୱେତା ଓ ଏଡେନ) ସହିତ(Bombay) (including Sind, Quetta and Aden) ।

ଏହାର ସର୍ବୋଚ୍ଚ ଅଧିକାର ଗଭର୍ଣ୍ଣର ଜେନେରାଲ-ପରିଷଦ (Governor General-in-Council)ଙ୍କର ଥିଲେ ବି ଏହା କ୍ରାଉନଙ୍କ ଦ୍ୱାରା ଭାରତର ରାଜ୍ୟ ସଚୀବଙ୍କ ନିୟନ୍ତ୍ରଣରେ ରହିଥିଲା। ଏହି ପରିଷଦର ଦୁଇଜଣ ସଭ୍ୟ ସେନା ସମ୍ବନ୍ଧୀୟ ମାମଲା ସହିତ ଜଡ଼ିତ ଥିଲେ। ସେମାନଙ୍କ ଭିତରୁ ଜଣେ ଥିଲେ ସେନା ସଦସ୍ୟ, ଯିଏ ସବୁ ପ୍ରଶାସନିକ ଓ ବିତ୍ତିୟ ମାମଲାକୁ ତଦାରଖ କରୁଥିଲେ ଓ ଅନ୍ୟ ସଭ୍ୟ ଜଣକ ଥିଲେ ମୁଖ୍ୟ କମାଣ୍ଡର (Commander-in-Chief), ଯିଏ ସେନା ମୁତୟନ ସମ୍ୱନ୍ଧୀ ମାମଲା ପାଇଁ ଦାୟୀଥିଲେ।

  • ୧୯୦୬ରେ ରକ୍ଷା ବିଭାଗ (Military Department)ର ସ୍ଥାପନା ହେଲା। ଏହାର ଦୁଇଟି ବିଭାଗ ରହିଥିଲା ସୈନ୍ୟ ବିଭାଗ (Army Department) ଓ ସୈନ୍ୟ ଆପୂର୍ତ୍ତୀ ବିଭାଗ (Military Supply Department)।
  • ଏପ୍ରିଲ ୧୯୦୯ରେ ସୈନ୍ୟ ଆପୂର୍ତ୍ତୀ ବିଭାଗକୁ ସମାପ୍ତ କରି ଏହାର କାମକୁ ସେନା ବିଭାଗକୁ ଅର୍ପଣ କରାଗଲା। ଜାନୁଆରୀ ୧୯୩୮ରେ ସେନା ବିଭାଗ (Army Department)କୁ ରକ୍ଷା ବିଭାଗ (Defence Department) ରୂପେ ନାମାନ୍ତରଣ କରିଦିାଗଲା। ଅଗଷ୍ଟ ୧୯୪୭ରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଧିନରେ ରକ୍ଷା ବିଭାଗ (Defence Department) ରକ୍ଷା ମନ୍ତ୍ରଣାଳୟ (Ministry of Defence ) ଭାବରେ ପୁନର୍ଗଠିତ ହେଲା ।

ସଂଗଠନାତ୍ମକ ଢାଞ୍ଚା (Organisational Set-Up) ଓ କାମ[ସମ୍ପାଦନା]

ରକ୍ଷା ମନ୍ତ୍ରାଳୟ ଅଧିନରେ ନିମ୍ନ ଲିଖିତ ସଶସ୍ତ୍ର ବାହିନୀ କାମ କରିଥାନ୍ତି : [୧]

  1. ଭାରତୀୟ ସ୍ଥଳସେନା (Indian Army)
  2. ଭାରତୀୟ ନୌସେନା (Indian Navy)
  3. ଭାରତୀୟ ବାୟୁସେନା (Indian Air Force)
  4. ଭାରତୀୟ ତଟ-ରକ୍ଷକ (Indian Coastal Guards)

ଏହା ସହିତ ଉପରୋକ୍ତ ଚାରିଟି ବିଭାଗ ଓ ଗୋଟିଏ ପ୍ରଭାଗ ରକ୍ଷାମନ୍ତ୍ରାଳୟ ଅଧିନରେ କାର୍ଯ୍ୟରତ :

  1. ରକ୍ଷା ବିଭାଗ Department of Defence (DOD) - ବଜେଟ ଓ ରକ୍ଷାନୀତି
  2. ରକ୍ଷା ଉତ୍ପାଦନ ବିଭାଗ Department of Defence Production (DDP) - ରକ୍ଷା ଉପକରଣର ନିର୍ମାଣ
  3. ରକ୍ଷା ଅନୁସନ୍ଧାନ ଓ ବିକାଶ ବିଭାଗ Department of Defence Research & Development (DDR&D) - ରକ୍ଷା ଉପକରଣ ଉପରେ ଅନୁସନ୍ଧାନ ଓ ସେଗୁଡ଼ିକର ବିକାଶ
  4. ଭୂତପୂର୍ବ ସୈନିକ କଲ୍ୟାଣ ବିଭାଗ Department of Ex-Servicemen Welfare - ଭୂତପୂର୍ରବ ସୈନିକ ମାନଙ୍କର ପେନସନ ଆଦି ଅସୁବିଧା ଗୁଡ଼ିକର ସମାଧାନ
  5. ବିତ୍ତ ପ୍ରଭାଗ Finance Division -

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]