Jump to content

ଯୋନୀପଥ ପ୍ରଦାହ

ଉଇକିପିଡ଼ିଆ‌ରୁ
ଯୋନୀପଥ ପ୍ରଦାହ (Vaginitis)
Vulvovaginitis, vaginal infection, vaginal inflammation[]
ଉଚ୍ଚାରଣ
ବିଭାଗସ୍ତ୍ରୀ ରୋଗ ବିଜ୍ଞାନ (Gynecology)
ଲକ୍ଷଣଗଲୁ, ପୋଡ଼ାଜଳା, କଷ୍ଟ, ଯୋନୀସ୍ରାବ (discharge) ଓ ଦୁର୍ଗନ୍ଧ []
କାରଣବିଭିନ୍ନ ସଂକ୍ରମଣ: ବ୍ୟାକ୍ଟେରିଆଲ ଭାଜିନୋସିସ (bacterial vaginosis, ଯୋନୀପଥ କବକ ସଂକ୍ରମଣ (vaginal yeast infection), ଟ୍ରିକୋମୋନିଆସିସ (trichomoniasis), ଆଲର୍ଜି ପ୍ରତିକ୍ରିୟା (allergic reactions), ସ୍ୱଳ୍ପ ଏସ୍ଟ୍ରୋଜେନ (estrogen)[]
ରୋଗ ନିର୍ଣ୍ଣୟ ପଦ୍ଧତି[]
ସଠିକ ରୋଗ ନିର୍ଣ୍ଣୟସର୍ଭିସାଇଟିସ (Inflammation of the cervix), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), କର୍କଟ ରୋଗ, ବାହାର ଦ୍ରବ୍ୟ (foreign bodies)[]
ଚିକିତ୍ସାକାରଣ ଅନୁସାରେ []
ପୁନଃପୌନିକ~୩୩% ମହିଳା []

ଯୋନୀପଥ ପ୍ରଦାହ ବା ଭାଜାଇନାଇଟିସ (ଇଂରାଜୀ ଭାଷାରେ Vaginitis, ଅନ୍ୟ ନାମ ଭଲ୍ଭୋଭାଜାଇନାଇଟିସ/ vulvovaginitis) କ‌ହିଲେ ଯୋନୀ (vulva) ଓ ଯୋନୀପଥ (vagina) ପ୍ରଦାହକୁ ବୁଝାଏ ।[][] ଗଲୁ, ପୋଡ଼ାଜଳା, କଷ୍ଟ, ଯୋନୀସ୍ରାବ (discharge) ଓ ଦୁର୍ଗନ୍ଧ ଆଦି ଲକ୍ଷଣ ପ୍ରକାଶ ପାଏ ।[] ଗର୍ଭାବସ୍ଥାରେ କେତେକ ପ୍ରକାର ଯୋନୀପଥ ପ୍ରଦାହ ହୁଏ ।[]

ସଂକ୍ରମଣର ତିନୋଟି ମୂଖ୍ୟ କାରଣ ଥାଏ ଯଥା:- ବ୍ୟାକ୍ଟେରିଆଲ ଭାଜିନୋସିସ (bacterial vaginosis, ଯୋନୀପଥ କବକ ସଂକ୍ରମଣ (vaginal yeast infection), ଟ୍ରିକୋମୋନିଆସିସ (trichomoniasis) ।[] ଅନ୍ୟ କାରଣମାନଙ୍କ ମଧ୍ୟରେ ସ୍ତନ୍ୟପାନ କରିବା ଓ ଋତୁବନ୍ଦ ସମୟରେ ସ୍ୱଳ୍ପ ଏସ୍ଟ୍ରୋଜେନ (estrogen) ସ୍ତର ଯୋଗୁ ସ୍ପର୍ମିସାଇଡ ବା ସାବୁନ ପ୍ରତି ଆଲର୍ଜି ପ୍ରତିକ୍ରିୟା (allergic reactions) ହୁଏ ।[] ଗୋଟିଏ କେଶ୍‌ରେ ଏକାଧିକ କାରଣ ଥାଇପାରେ ।[] ବୟସ ଅନୁସାରେ ସାଧାରଣ କାରଣର ପରିବର୍ତ୍ତନ ହୋଇପାରେ । []

ଯୋନୀପଥ ପରୀକ୍ଷା (examination), ପିଏଚ pH ମାପ, ଯୋନୀସ୍ରାବର କଲଚର (culturing) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[] ପ୍ରାୟ ସମ ଲକ୍ଷଣ ଥିବା ଅନ୍ୟ କାରଣ ଯେପରିକି ସର୍ଭିସାଇଟିସ (Inflammation of the cervix), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), କର୍କଟ ରୋଗ, ବାହାର ଦ୍ରବ୍ୟ (foreign bodies) ଓ ଚର୍ମ ରୋଗ ଅନୁପସ୍ଥିତି ଦୂରୀଭୁତ କରିବା ଆବଶ୍ୟକ ହୁଏ । []

ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[] ସଂକ୍ରମଣ ଥିଲେ ତାହାର ଉପ‌ଯୁକ୍ତ ଚିକିତ୍ସା କରାଯାଏ ।[] ସିଜ ବାଥ (Sitz baths) ଦେଲେ ଉପଶମ ହୁଏ ।[] ସାବୁନ ଓ ମହିଳା ସ୍ୱାସ୍ଥ୍ୟରକ୍ଷାକାରୀ ପଦାର୍ଥ (feminine hygiene products) ଯେପରିକି ସ୍ପ୍ରେ ବ୍ୟବ‌ହାର କରିବାକୁ ନିଷେଧ କରାଯାଏ । [] ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କର ଏହି ରୋଗ ଜୀବନରେ ହୁଏ ।[] ପ୍ରଜନନକ୍ଷମ ମହିଳାଙ୍କର ଏ ରୋଗ ଅଧିକ ହୁଏ । []

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. 1 2 3 4 5 6 7 "Vaginitis". NICHD (in ଇଂରାଜୀ). 2016. Retrieved 14 October 2018.
  2. 1 2 3 4 "What causes vaginitis?". NICHD (in ଇଂରାଜୀ). 2016. Retrieved 14 October 2018.
  3. 1 2 3 4 5 6 7 8 "Overview of Vaginitis". Merck Manuals Professional Edition. May 2018. Retrieved 14 October 2018.
  4. 1 2 3 4 "Vaginitis". ACOG. September 2017. Retrieved 14 October 2018.
  5. Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1333. ISBN 9780323448383.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ