ଯୋନୀପଥ ପ୍ରଦାହ

ଉଇକିପିଡ଼ିଆ‌ରୁ
ଯୋନୀପଥ ପ୍ରଦାହ (Vaginitis)
Vulvovaginitis, vaginal infection, vaginal inflammation[୧]
ଉଚ୍ଚାରଣ
ବିଭାଗସ୍ତ୍ରୀ ରୋଗ ବିଜ୍ଞାନ (Gynecology)
ଲକ୍ଷଣଗଲୁ, ପୋଡ଼ାଜଳା, କଷ୍ଟ, ଯୋନୀସ୍ରାବ (discharge) ଓ ଦୁର୍ଗନ୍ଧ [୧]
କାରଣବିଭିନ୍ନ ସଂକ୍ରମଣ: ବ୍ୟାକ୍ଟେରିଆଲ ଭାଜିନୋସିସ (bacterial vaginosis, ଯୋନୀପଥ କବକ ସଂକ୍ରମଣ (vaginal yeast infection), ଟ୍ରିକୋମୋନିଆସିସ (trichomoniasis), ଆଲର୍ଜି ପ୍ରତିକ୍ରିୟା (allergic reactions), ସ୍ୱଳ୍ପ ଏସ୍ଟ୍ରୋଜେନ (estrogen)[୨]
ରୋଗ ନିର୍ଣ୍ଣୟ ପଦ୍ଧତି[୩]
ସଠିକ ରୋଗ ନିର୍ଣ୍ଣୟସର୍ଭିସାଇଟିସ (Inflammation of the cervix), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), କର୍କଟ ରୋଗ, ବାହାର ଦ୍ରବ୍ୟ (foreign bodies)[୩]
ଚିକିତ୍ସାକାରଣ ଅନୁସାରେ [୧]
ପୁନଃପୌନିକ~୩୩% ମହିଳା [୪]

ଯୋନୀପଥ ପ୍ରଦାହ ବା ଭାଜାଇନାଇଟିସ (ଇଂରାଜୀ ଭାଷାରେ Vaginitis, ଅନ୍ୟ ନାମ ଭଲ୍ଭୋଭାଜାଇନାଇଟିସ/ vulvovaginitis) କ‌ହିଲେ ଯୋନୀ (vulva) ଓ ଯୋନୀପଥ (vagina) ପ୍ରଦାହକୁ ବୁଝାଏ ।[୪][୫] ଗଲୁ, ପୋଡ଼ାଜଳା, କଷ୍ଟ, ଯୋନୀସ୍ରାବ (discharge) ଓ ଦୁର୍ଗନ୍ଧ ଆଦି ଲକ୍ଷଣ ପ୍ରକାଶ ପାଏ ।[୧] ଗର୍ଭାବସ୍ଥାରେ କେତେକ ପ୍ରକାର ଯୋନୀପଥ ପ୍ରଦାହ ହୁଏ ।[୧]

ସଂକ୍ରମଣର ତିନୋଟି ମୂଖ୍ୟ କାରଣ ଥାଏ ଯଥା:- ବ୍ୟାକ୍ଟେରିଆଲ ଭାଜିନୋସିସ (bacterial vaginosis, ଯୋନୀପଥ କବକ ସଂକ୍ରମଣ (vaginal yeast infection), ଟ୍ରିକୋମୋନିଆସିସ (trichomoniasis) ।[୨] ଅନ୍ୟ କାରଣମାନଙ୍କ ମଧ୍ୟରେ ସ୍ତନ୍ୟପାନ କରିବା ଓ ଋତୁବନ୍ଦ ସମୟରେ ସ୍ୱଳ୍ପ ଏସ୍ଟ୍ରୋଜେନ (estrogen) ସ୍ତର ଯୋଗୁ ସ୍ପର୍ମିସାଇଡ ବା ସାବୁନ ପ୍ରତି ଆଲର୍ଜି ପ୍ରତିକ୍ରିୟା (allergic reactions) ହୁଏ ।[୨] ଗୋଟିଏ କେଶ୍‌ରେ ଏକାଧିକ କାରଣ ଥାଇପାରେ ।[୨] ବୟସ ଅନୁସାରେ ସାଧାରଣ କାରଣର ପରିବର୍ତ୍ତନ ହୋଇପାରେ । [୩]

ଯୋନୀପଥ ପରୀକ୍ଷା (examination), ପିଏଚ pH ମାପ, ଯୋନୀସ୍ରାବର କଲଚର (culturing) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩] ପ୍ରାୟ ସମ ଲକ୍ଷଣ ଥିବା ଅନ୍ୟ କାରଣ ଯେପରିକି ସର୍ଭିସାଇଟିସ (Inflammation of the cervix), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), କର୍କଟ ରୋଗ, ବାହାର ଦ୍ରବ୍ୟ (foreign bodies) ଓ ଚର୍ମ ରୋଗ ଅନୁପସ୍ଥିତି ଦୂରୀଭୁତ କରିବା ଆବଶ୍ୟକ ହୁଏ । [୩]

ରୋଗର କାରଣ ଅନୁସାରେ ଚିକିତ୍ସା କରାଯାଏ ।[୧] ସଂକ୍ରମଣ ଥିଲେ ତାହାର ଉପ‌ଯୁକ୍ତ ଚିକିତ୍ସା କରାଯାଏ ।[୩] ସିଜ ବାଥ (Sitz baths) ଦେଲେ ଉପଶମ ହୁଏ ।[୩] ସାବୁନ ଓ ମହିଳା ସ୍ୱାସ୍ଥ୍ୟରକ୍ଷାକାରୀ ପଦାର୍ଥ (feminine hygiene products) ଯେପରିକି ସ୍ପ୍ରେ ବ୍ୟବ‌ହାର କରିବାକୁ ନିଷେଧ କରାଯାଏ । [୩] ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କର ଏହି ରୋଗ ଜୀବନରେ ହୁଏ ।[୪] ପ୍ରଜନନକ୍ଷମ ମହିଳାଙ୍କର ଏ ରୋଗ ଅଧିକ ହୁଏ । [୪]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Vaginitis". NICHD (in ଇଂରାଜୀ). 2016. Retrieved 14 October 2018.
  2. ୨.୦ ୨.୧ ୨.୨ ୨.୩ "What causes vaginitis?". NICHD (in ଇଂରାଜୀ). 2016. Retrieved 14 October 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Overview of Vaginitis". Merck Manuals Professional Edition. May 2018. Retrieved 14 October 2018.
  4. ୪.୦ ୪.୧ ୪.୨ ୪.୩ "Vaginitis". ACOG. September 2017. Retrieved 14 October 2018.
  5. Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1333. ISBN 9780323448383.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ