ଯୋନୀପଥ ଇଷ୍ଟ ସଂକ୍ରମଣ
ଯୋନୀପଥ ଇଷ୍ଟ ସଂକ୍ରମଣ | |
---|---|
ବିଭାଗ | gynaecology[*] |
ଆଇସିଡ଼ି-୧୦ | B37.3, N77.1 |
ଆଇସିଡ଼ି-୯-ସିଏମ୍ | 112.1, 616.1 |
ମେଡ଼ିସିନ-ପ୍ଲସ | 001511 |
MeSH | D002181 |
ଯୋନୀପଥ ଇଷ୍ଟ ସଂକ୍ରମଣ ବା କ୍ୟାଣ୍ଡିଡିଆଲ ଭଲଭୋଭାଜାଇନାଇଟିସ ବା ଯୋନୀପଥ ଥ୍ରସ, (ଇଂରାଜୀରେ ଯଥାକ୍ରମେ Vaginal yeast infection, also known as candidal vulvovaginitis and vaginal thrush), ଏକ ପ୍ରକାର ଇଷ୍ଟ ସଂକ୍ରମଣ ଯାହା ଯୋନୀପଥରେ ବୃଦ୍ଧିପ୍ରାପ୍ତ ହୁଏ ଓ ସେଠାରେ ଗଲୁ ହୁଏ । [୧][୨] ଏହି ରୋଗର ସାଧାରଣ ଲକ୍ଷଣ ହେଲା ଯୋନୀପଥରେ ଗଲୁ ହେବା ଯାହା ଅତ୍ୟଧିକ ହୋଇପାରେ । ଅନ୍ୟ ଲକ୍ଷଣ ସମୂହ: ପ୍ରସ୍ରାବ ସମୟରେ ଜ୍ୱାଳା ହୁଏ, ଯୋନୀପଥରୁ ଧଳା ମୋଟା ସ୍ରାବ ନିର୍ଗତ ହୁଏ ଯାହା ଏତେ ଦୁର୍ଗନ୍ଧଯୁକ୍ତ ନୁହେଁ, ଯୌନ ସଙ୍ଗମ ସମୟରେ କଷ୍ଟ ହୁଏ ଓ ଯୋନୀପଥ ଲାଲ ଦେଖାଯାଏ । [୨] ଋତୁସ୍ରାବ ଠିକ ପୂର୍ବରୁ ଲକ୍ଷଣସମୂହ ଅଧିକ ହୁଏ । [୩]
ଯୋନୀପଥରେ କ୍ୟାଣ୍ଡିଡା ନାମକ ଏକ ପ୍ରକାର ଫିମ୍ପି ବା କବକର ଅହେତୁକ ସଂଖ୍ୟା ବୃଦ୍ଧି ହେତୁ ଏହି ସଂକ୍ରମଣ ହୁଏ । ଏହି ଇଷ୍ଟ ଯୋନୀପଥରେ ଅଳ୍ପ ସଂଖ୍ୟାରେ ସର୍ବଦା ଥାଆନ୍ତି । [୨] ଏହି ରୋଗକୁ ଯୌନ ସଞ୍ଚାରିତ ସଂକ୍ରମଣ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ; କିନ୍ତୁ ବାରମ୍ବାର ଯୌନ ମିଳନ କରୁଥିବା ମହିଳାଙ୍କର ଏହି ରୋଗ ଅଧିକ ହୁଏ । [୨][୩] ଅଧିକ ଆଣ୍ଟିବାୟୋଟିକ ଖାଇଲେ, ଗର୍ଭାବସ୍ଥାରେ ଥିଲେ, ଡାଏବେଟିସ ଥିଲେ ଓ ଏଚଆଇଭି/ଏଡସ ଥିଲେ ଏହି ରୋଗ ସଙ୍କଟ ଅଧିକ ରହେ । [୩] ଅଧିକ ସାଧା ଶର୍କରାଯୁକ୍ତ ଖାଦ୍ୟ ମଧ୍ୟ ଏହି ରୋଗ ସୃଷ୍ଟିରେ ଭୂମିକା ଗ୍ରହଣ କରେ । [୨] ଟାଇଟ ଲୁଗା ପିନ୍ଧା, କେତେକ ପ୍ରକାର ଅନ୍ତଃବସ୍ତ୍ର ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଏହି ରୋଗ କରିବାରେ ଭୂମିକା ଥିବା ଭଳି ପ୍ରମାଣ ନାହିଁ । [୩] ଯୋନୀପଥ ସ୍ରାବର ସାମ୍ପଲ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଯୌନ ସଞ୍ଚାରିତ ସଂକ୍ରମଣ ରୋଗ ସହିତ ଅନେକ ସାମଞ୍ଜସ୍ୟ ଥିବା ହେତୁ କ୍ଲାମିଡିଆ ଓ ଗନେରିଆ ରୋଗ ନିମନ୍ତେ ପରୀକ୍ଷା କରି ସନ୍ଦେହ ଦୂରୀଭୁତ କରାଯାଏ । [୨]
କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଅଭାବ ସତ୍ତ୍ୱେ ମହିଳାମାନଙ୍କୁ ପ୍ରତିଷେଧକ ନିମନ୍ତେ ସୂତା ନିର୍ମିତ ଢ଼ିଲା ଅନ୍ତଃବସ୍ତ୍ର ପିନ୍ଧିବାକୁ ଉପଦେଶ ଦିଆଯାଏ । [୨][୩] ଡୁସ ଦେବା ଓ ସୁଗନ୍ଧିତ ସ୍ୱାସ୍ଥ୍ୟପ୍ରଦ ଜିନିଷ ବ୍ୟବହାର କରିବାକୁ ସୁପାରିସ କରାଯାଏ । [୨] ଆଣ୍ଟିଫଙ୍ଗାଲ (ଫିମ୍ପିବିରୋଧୀ) ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । ଏହି ଔଷଧ କ୍ରିମ କ୍ଲୋଟ୍ରାଇମାଜୋଲ ଆକାରରେ ବା ପାଟି ଔଷଧ ଫ୍ଲୁକୋନାଜୋଲ ଆକାରରେ ଦିଆଯାଏ । [୪] ଆକ୍ୟୁଟ ରୋଗରେ ପ୍ରୋବାୟୋଟିକ ଉପକାରୀ ହେବା ଜାଣାଯାଏ ନାହିଁ । [୫]
୭୫% ମହିଳା ଜୀବଦଶାରେ ଅତି କମରେ ଥରେ ଏହି ରୋଗ ଭୋଗ କରନ୍ତି, ୫୦ % ମହିଳାଙ୍କୁ ଅତି କମରେ ଦୁଇ ଥର ଏହି ରୋଗ ହୁଏ । [୨][୬] ୫ % ମହିଳା ବାର୍ଷିକ ତିନି ଥର ରୋଗ ଭୋଗନ୍ତି । [୬] ବ୍ୟାକ୍ଟେରିଆଲ ଭାଜିନୋସିସ ପରେ ଏହା ଦ୍ୱିତୀୟ ସର୍ବାଧିକ ଯୋନୀପଥ ରୋଗ । [୭]
ଆଧାର
[ସମ୍ପାଦନା]- ↑ James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 309. ISBN 0-7216-2921-0.
{{cite book}}
: CS1 maint: multiple names: authors list (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Vaginal yeast infections fact sheet". www.womenshealth.gov. December 23, 2014. Retrieved 5 March 2015.
- ↑ ୩.୦ ୩.୧ ୩.୨ ୩.୩ ୩.୪ Sobel, JD (9 June 2007). "Vulvovaginal candidosis". Lancet. 369 (9577): 1961–71. doi:10.1016/S0140-6736(07)60917-9. PMID 17560449.
- ↑ Workowski KA, Berman SM (August 2006). "Sexually transmitted diseases treatment guidelines, 2006". MMWR Recomm Rep. 55 (RR-11): 1–94. PMID 16888612.
- ↑ Abad, CL; Safdar, N (June 2009). "The role of lactobacillus probiotics in the treatment or prevention of urogenital infections – a systematic review". Journal of chemotherapy (Florence, Italy). 21 (3): 243–52. doi:10.1179/joc.2009.21.3.243. PMID 19567343.
- ↑ ୬.୦ ୬.୧ Egan ME, Lipsky MS (September 2000). "Diagnosis of vaginitis". Am Fam Physician. 62 (5): 1095–104. PMID 10997533. Archived from the original on 2011-06-06. Retrieved 2015-07-16.
- ↑ Ilkit, M; Guzel, AB (August 2011). "The epidemiology, pathogenesis, and diagnosis of vulvovaginal candidosis: a mycological perspective". Critical reviews in microbiology. 37 (3): 250–61. doi:10.3109/1040841X.2011.576332. PMID 21599498.