ଯୋନୀପଥର କର୍କଟ

ଉଇକିପିଡ଼ିଆ‌ରୁ
Vaginal cancer
Stage 3 vaginal cancer
ବିଭାଗOncology
ଲକ୍ଷଣAbnormal vaginal bleeding, pelvic pain, mass within the vagina, pain with urination[୧][୨]
ଆକ୍ରାନ୍ତ ସମୟ50 to 70 years of age[୩]
ବିପଦ କାରକHPV, diethylstilbestrol, smoking, prior hysterectomy for a tumor[୧][୩]
ରୋଗ ନିର୍ଣ୍ଣୟ ପଦ୍ଧତିBiopsy[୪]
ସଠିକ ରୋଗ ନିର୍ଣ୍ଣୟCervical cancer, cancer of the vulva[୧]
ପ୍ରତିକାରHPV vaccine, safe sex, not smoking[୩]
ଚିକିତ୍ସାSurgery, radiation therapy, chemotherapy, immunotherapy[୨]
PrognosisFive year survival 47%[୫]
ପୁନଃପୌନିକUncommon[୧]

ଯୋନୀପଥ କର୍କଟ ଯୋନୀପଥରେ ଥିବା ସୁସ୍ଥ ତନ୍ତୁରୁ ସୃଷ୍ଟି ହୁଏ । [୨] [୬] ଏହାର ଲକ୍ଷଣ ମଧ୍ୟରେ ଅସ୍ୱାଭାବିକ ଯୋନୀ ରକ୍ତସ୍ରାବ, ପେଲଭିକ୍ ଯନ୍ତ୍ରଣା, ଯୌନ ସମ୍ପର୍କ ସମୟରେ ଯନ୍ତ୍ରଣା, ଯୋନୀ ଭିତରେ ଏକ ମୁଣ୍ଡା ଏବଂ ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇପାରେ । [୧] [୨] ଯଦି ଗର୍ଭାଶୟ ଗ୍ରୀବା ଜଡ଼ିତ ହୁଏ, ତେବେ ଏହା ଯୋନୀ କର୍କଟ ପରିବର୍ତ୍ତେ ଗର୍ଭାଶୟ ଗ୍ରୀବା କର୍କଟ ଭାବରେ ବର୍ଗୀକୃତ ହୁଏ । [୧]

ବିପଦର କାରଣଗୁଡିକ ମଧ୍ୟରେ ମାନବ ପାପିଲୋମା ଜୀବାଣୁ (HPV), ଗର୍ଭାଶୟରେ ଡାଇଇଥାଇଲଷ୍ଟିଲବେଷ୍ଟ୍ରୋଲ୍ ସଂସ୍ପର୍ଶ ଏବଂ ଏକ ପୂର୍ବବର୍ତ୍ତୀ ହିଷ୍ଟେରେକ୍ଟୋମି ଅନ୍ତର୍ଭୁକ୍ତ ଥାଏ ।[୧] [୩] ଏହି ରୋଗରେ ସ୍କ୍ୱାମସ୍ ସେଲ୍ କାରସିନୋମା ପ୍ରାୟ ୮୫% ହୋଇଥିବାବେଳେ ଆଡେନୋକାର୍ସିନୋମା ପ୍ରାୟ ୭.୫% ଥାଏ। [୧] ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୪] ଅନ୍ୟ ସ୍ଥାନର କର୍କଟ ଯୋନୀ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ ଏବଂ ଏହା ସାଧାରଣତଃ ଅଧିକ ଦେଖାଯାଏ। [୬]

ପ୍ରତିଷେଧରେ ଏଚପିଭି ଟିକା, ସୁରକ୍ଷିତ ଯୌନ ସମ୍ପର୍କ ଏବଂ ଧୂମପାନ ନକରିବା ଅନ୍ତର୍ଭୁକ୍ତ । [୩] ରୋଗର ପର୍ଯ୍ୟାୟ ଉପରେ ଚିକିତ୍ସା ନିର୍ଭର କରେ। [୨] ବିକଳ୍ପଗୁଡ଼ିକରେ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଏବଂ ଇମ୍ୟୁନୋଥେରାପି କରାଯାଇପାରେ । [୨] ମୋଟ ଯୋନାଙ୍ଗ କର୍କଟର ୨%ରୁ କମ ଏହି ଯୋନୀପଥ କର୍କଟ ହୁଏ[୧] ୫୦ରୁ ୭୦ ବର୍ଷ ବୟସରେ ଏହା ଅଧିକ ଦେଖାଯାଏ । [୩] ମୋଟ ପାଞ୍ଚ ବର୍ଷ ବଞ୍ଚିବା ହାର ହେଉଛି ୪୭% । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Vaginal Cancer Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 9 October 2020. Archived from the original on 9 April 2019. Retrieved 30 October 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Vaginal Cancer Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 29 May 2020. Archived from the original on 9 April 2019. Retrieved 30 October 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Vaginal Cancer - Risk Factors and Prevention". Cancer.Net (in ଇଂରାଜୀ). 25 June 2012. Archived from the original on 29 September 2020. Retrieved 30 October 2020.
  4. ୪.୦ ୪.୧ "Vaginal Cancer - Diagnosis". Cancer.Net (in ଇଂରାଜୀ). 25 June 2012. Archived from the original on 25 September 2020. Retrieved 30 October 2020.
  5. ୫.୦ ୫.୧ "Vaginal Cancer - Statistics". Cancer.Net (in ଇଂରାଜୀ). 25 June 2012. Archived from the original on 30 October 2020. Retrieved 30 October 2020.
  6. ୬.୦ ୬.୧ "Vaginal Cancer - Introduction". Cancer.Net (in ଇଂରାଜୀ). 25 June 2012. Archived from the original on 28 September 2020. Retrieved 30 October 2020.