ମେକ ଇନ ଓଡ଼ିଶା

ଉଇକିପିଡ଼ିଆ ରୁ
Jump to navigation Jump to search
ମେକ ଇନ ଓଡ଼ିଶା
Make in odisha.jpg
CountryIndia
StatusActive
Websitemio.investodisha.gov.in

ମେକ ଇନ ଓଡ଼ିଶା, ଓଡ଼ିଶା ସରକାରଙ୍କଦ୍ୱାରା ରାଜ୍ୟରେ ଶିଳ୍ପୋନ୍ନତି କରିବାକୁ ପ୍ରାରମ୍ଭ କରାଯାଇଥିବା ଏକ ପ୍ରକଳ୍ପ । [୧] ଓଡ଼ିଶାରେ ଥିବା ମୁଖ୍ୟ ଶିଳ୍ପ ନିବେଶକାରୀଗୁଡ଼ିକ ହେଲା ଏନଟିପିସି, ଏମସିଏଲ, ଏସଏଆଇଏଲ, ଟାଟା ଷ୍ଟିଲ, ଟିସିଏସ, ଅଦାନୀ, ଯେଏସପିଏଲ, ପିପିଏଲ, ଆଇଓସିଏଲ ଏବଂ ଆହୁରି ଅନେକ ।[୨] ୮୦ରୁ ଅଧିକ କମ୍ପାନୀ ଓଡ଼ିଶାରେ ନିବେଶକରି ୨,୦୩,୨୭୦ ଟଙ୍କାର (୩୦ ବିଲିୟନ ଆମେରିକୀୟ ଡଲାର) ନିବେଶ କରିବେ ବୋଲି ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି । ପରବର୍ତ୍ତୀ ମେକ ଇନ ଓଡ଼ିଶା ସମ୍ମିଳନୀ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଚାଲିବ ।[୩]




ଘଟଣାବଳୀ[ସମ୍ପାଦନା]

ମେକ ଇନ ଓଡ଼ିଶା ସମ୍ମିଳନୀ ୨୦୧୬[ସମ୍ପାଦନା]

ପ୍ରଥମ ମେକ ଇନ ଓଡ଼ିଶା[୪] ୩୦ ନଭେମ୍ବରରୁ ୨ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ଓଡ଼ିଶାଭୁବନେଶ୍ୱରଠାରେ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀର ମୂଳ ଲକ୍ଷ ଓଡ଼ିଶାର ବିନିର୍ମାଣ କୌଶଳକୁ ସର୍ବ ସାମ୍ମୁଖ୍ୟର ଉପସ୍ଥାପନା କରି ରାଜ୍ୟରେ କିଛି ଗଣତି ସେକ୍ଟରରେ ନିବେଶକାରୀଙ୍କୁ ଆକୃଷ୍ଟ କରିବା । କିଛି ଅକୃଷ୍ଟକାରୀ ବିଭାଗ ହେଲା:[୫][୬]

  • ରସାୟନ, ପେଟ୍ରୋକେମିକାଲ ଏବଂ ପ୍ଲାଷ୍ଟିକ
  • ଧାତୁ ବିଭାଗ
  • ଖଦି ଏବଂ ବୟନ ଶିଳ୍ପ
  • ଖାଦ୍ୟ ପ୍ରକ୍ରିୟାକରଣ
  • ଇଲେକ୍ଟ୍ରୋନିକ ବିନିର୍ମାଣ ଏବଂ ଇନଫରମେସନ ଟେକ୍ନୋଲୋଜି ଏବଂ
  • ପର୍ଯ୍ୟଟନ

ଏହି ସମ୍ମିଳନୀରେ ଓଡ଼ିଶା ସରକାର ୨୮ଟି ପ୍ରସ୍ତାବ ସହ ମୋଟ ୧୮,୪୩୪ କୋଟିର ନିବେଶ ଲାଭ କରିପାରିଥିଲେ, ଯେଉଁଥିରେ ୨୭,୫୬୫ଟି ଲୋକଙ୍କୁ କାମ ଯୋଗାଇହେବ ।[୭]

ମେକ ଇନ ଓଡ଼ିଶା ସମ୍ମିଳନୀ ୨୦୧୮[ସମ୍ପାଦନା]

ମେକ ଇନ ଓଡ଼ିଶାର ଦ୍ୱିତୀୟ ସମ୍ମିଳନୀ ୨୦୧୮ ମସିହା ୧୧ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଚାଲୁ ରହିଥିଲା ।[୮] ଛଅଟି ଦେଶ ସହ ଭାରତର ପ୍ରମୁଖ ଶିଳ୍ପପତି ମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ ।[୯] ଏଥିରେ ୬ ବିଦେଶୀ ରାଷ୍ଟ୍ର ସହ ଭାରତର ୨୩ଟି ରାଜ୍ୟରୁ ଯୋଗଦେଇଥିବା ୮୦୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଆଡୁ ୪ ଲକ୍ଷରୁ ଅଧିକ ନିବେଶ ପ୍ରସ୍ତାବ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ପ୍ରତିଶ୍ରୁତି ମିଳିଛି । [୩]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Invest Odisha".
  2. "Make in Odisha receives Rs 2 lakh crore investment intent - Firstpost". 2 December 2016.
  3. ୩.୦ ୩.୧ http://www.samajalive.in/make-in-odisha-conclave-8/48470.html
  4. Empty citation (help)
  5. "Make in Odisha Conclave - Make In India". www.makeinindia.com (in ଇଂରାଜୀ). Retrieved 2018-11-11.
  6. "Make In Odisha Conclave Brochure".
  7. Empty citation (help)
  8. "Make In Odisha Conclave 2018". mio.investodisha.gov.in. Retrieved 2018-11-11.
  9. Empty citation (help)