ମୃତ ପ୍ରସବ

ଉଇକିପିଡ଼ିଆ‌ରୁ
ମୃତ ପ୍ରସବ
ଇଂରାଜୀ ପ୍ରତିଶବ୍ଦ - fetal death, fetal demise[୧]
ଅଲଟ୍ରାସାଉଣ୍ଡ (Ultrasound) ସାହାଯ୍ୟରେ ଅନେକ ମୃତ ଶିଶୁ ଚିହ୍ନଟ କରାଯାଉଛି ଯାହା ସଙ୍କଟଜନ‌କ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics
ଆଇସିଡ଼ି-୧୦P95.
ଓଏମ୍‌ଆଇଏମ୍614389
ରୋଗ ଡାଟାବେସ6890
ମେଡ଼ିସିନ-ପ୍ଲସ002304
ଇ-ମେଡ଼ିସିନtopic list
MeSHD050497

ମୃତ ପ୍ରସବ (ଇଂରାଜୀ ଭାଷାରେ Stillbirth) ନାମ ଦିଆଯାଏ ଯେତେବେଳେ ଗର୍ଭସ୍ଥ ଶିଶୁର (fetal) ୨୦ରୁ ୨୮ ସପ୍ତାହ ସମୟରେ ବା ତା'ପରେ ମୃତ୍ୟୁ ହୋଇଯାଏ ।[୧][୨] ଏହା ଫଳରେ ଶିଶୁ ଜନ୍ମ ସମୟରେ ତାହର କୌଣସି ବଞ୍ଚିବା ଲକ୍ଷଣ (signs of life) ନ ଥାଏ ।[୨] ଏହି ଅବସ୍ଥା ଆସିଲେ ମାତା ନିଜକୁ ଦୋଷୀ (guilt) ଅନୁଭବ କରେ ।[୩] ଜନ୍ମ ହେବା ସଙ୍ଗେ ସଙ୍ଗେ ଶିଶୁ ମରିଗଲେ ଜୀବନ୍ତ ଜନ୍ମ (live birth) କୁହାଯାଏ ଓ ପ୍ରାକ୍-ଗର୍ଭାବସ୍ଥାରେ ନଷ୍ଟ ହୋଇଗଲେ ଗର୍ଭପାତ କୁହାଯାଏ ।[୩]

ମୃତ ପ୍ରସବର କାରଣ ଅଧିକାଂଶ ସମୟରେ ଅଜ୍ଞାତ ଥାଏ ।[୧] ଜଣାଶୁଣା କାରଣ ମଧ୍ୟରେ ଗର୍ଭ ଜଟିଳ (pregnancy complications) ହେଲେ ଯେପରିକି ପ୍ରିଏକ୍ଲାମ୍ପସିଆ, ଜନ୍ମ ଜଟିଳତା (birth complications), ପ୍ଲାସେଣ୍ଟା (placenta) ସମସ୍ୟା, ନାହି ସମସ୍ୟା (umbilical cord) ଓ ଜନ୍ମ ତୃଟି (birth complications), ମ୍ୟାଲେରିଆ ଭଳି ସଂକ୍ରମଣ ଓ ଖରାପ ସ୍ୱାସ୍ଥ୍ୟ ଇତ୍ୟାଦି ନାମ ଉଲ୍ଲେଖ‌ଯୋଗ୍ୟ ।[୨][୪] ସଙ୍କଟ ଦାୟକ ଅବସ୍ଥାମାନଙ୍କ ନାମ: ୩୫ ବର୍ଷ ବୟସ ପରେ ଗର୍ଭାଧାନ, ପ୍ରଥମ ଗର୍ଭ, ଧୂମ୍ରପାନ, ନିଶା ବ୍ୟବ‌ହାର ଓ ସାହାଯ୍ୟକାରୀ ପ୍ରଜନନ ଟେକନୋଲୋଜି (assisted reproductive technology) । [୫] ଗର୍ଭସ୍ଥ ଶିଶୁ ଚଳନହୀନ ଅନୁଭବ ହେଲେ ମୃତ ପ୍ରସବ ସନ୍ଦେହ କରାଯାଏ । ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ଏହି ଅବସ୍ଥା ନିଧାର୍ଯ୍ୟ କରାଯାଏ ।[୬]

ଉନ୍ନତ ସ୍ୱାସ୍ଥ୍ୟ ପ୍ରଣାଳୀ ନିର୍ବାହ କରିପାରିଲେ ପୃଥିବୀର ଅଧିକାଂଶ ମୃତ ପ୍ରସବ ପ୍ରତିରୋଧ କରିହେବ । [୨][୭] ଶିଶୁଜନ୍ମ (childbirth) ସମୟରେ ପ୍ରାୟ ଅଧା ମୃତ ପ୍ରସବ ହୁଏ ଓ ଏହାର ହାର ବିକାଶଶୀଳ ଦେଶମାନଙ୍କରେ ଅଧିକ ଦେଖାଯାଏ ।[୨] ପ୍ରସବ ନିମନ୍ତେ ଇଣ୍ଡକସନ (medications may be used to start labor) ବା ପ୍ରସବ ପ୍ରବର୍ତ୍ତନ କରିବା ସଠିକ୍ ସମୟ ଓ ଡାଇଲେସନ ଓ ଇଭାକୁଏସନ (dilation and evacuation) ଅପରେଶନ ସମୟ ନିର୍ଦ୍ଧାରଣ ଆବଶ୍ୟକ । [୮] ଥରେ ମୃତ ପ୍ରସବ ହେଲେ ଆଉଥରେ ହେବାର ସମ୍ଭାବନା ଥାଏ, କିନ୍ତୁ ଅଧିକାଂଶ ଗର୍ଭର ସେଭଳି ସମସ୍ୟା ରହେନି ।[୯] ମୃତ ପ୍ରସବ ହେଲେ ଅବସାଦ, ଆର୍ଥିକ‌ହାନୀ (financial loss) ଓ ପାରିବାରିକ ବିଚ୍ଛେଦ (family breakdown) ଭଳି ଜଟିଳ ସମସ୍ୟା ଉତ୍ପନ୍ନ ହୁଏ । [୭]

ସନ ୨୦୧୫ରେ ସାରା ପୃଥିବୀରେ ୨୮ ସପ୍ତାହ ଗର୍ଭାବସ୍ଥା ପରେ ୨.୬ ନିୟୁତ ମୃତ ପ୍ରସବ (ପ୍ରତି ୪୫ ଜନ୍ମରେ ଗୋଟିଏ ମୃତ ପ୍ରସବ) ହୋଇଥିଲା ।[୨][୧୦] ଦକ୍ଷିଣ ଏସିଆ (South Asia) ଓ ସବ ସାହାରା ଆଫ୍ରିକା (sub Saharan Africa) ଭଳି ବିକାଶଶୀଳ ଅଞ୍ଚଳରେ ବ‌ହୁତ ସାଧାରଣ ଭାବରେ ଏହି ପ୍ରସବ ହୁଏ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧୬୭ ଜନ୍ମରେ ଗୋଟିଏ ମୃତ ପ୍ରସବ ହୁଏ । ସନ ୧୯୫୦ ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ୨/୩ ଅଂଶ କମିଯାଇଛି । [୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Stillbirth: Overview". NICHD. 23 September 2014. Retrieved 4 October 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Stillbirths". World Health Organization (in ବ୍ରିଟିଶ୍‌ ଇଂରାଜୀ). Retrieved 2016-09-29.
  3. ୩.୦ ୩.୧ Robinson, GE (January 2014). "Pregnancy loss". Best practice & research. Clinical obstetrics & gynaecology. 28 (1): 169–78. doi:10.1016/j.bpobgyn.2013.08.012. PMID 24047642.
  4. "What are possible causes of stillbirth?". NICHD. 23 September 2014. Retrieved 4 October 2016.
  5. "What are the risk factors for stillbirth?". NICHD. 23 September 2014. Retrieved 4 October 2016.
  6. "How is stillbirth diagnosed?". NICHD. 23 September 2014. Retrieved 4 October 2016.
  7. ୭.୦ ୭.୧ "Ending preventable stillbirths An Executive Summary for The Lancet's Series" (PDF). The Lancet. Jan 2016.
  8. "How do health care providers manage stillbirth?". NICHD. 23 September 2014. Retrieved 4 October 2016.
  9. "Stillbirth: Other FAQs". NICHD. 23 September 2014. Retrieved 4 October 2016.
  10. ୧୦.୦ ୧୦.୧ "How common is stillbirth?". NICHD. 23 September 2014. Retrieved 4 October 2016.