ମୀରା କୁମାର
ମୀରା କୁମାର | |
---|---|
![]() | |
ବାଚସ୍ପତି | |
କାର୍ଯ୍ୟକାଳ ୪ ଜୁନ ୨୦୦୯ – ୧୮ ମଇ ୨୦୧୪ | |
ପୂର୍ବ ଅଧିକାରୀ | ସୋମନାଥ ଚାଟର୍ଜୀ |
ପର ଅଧିକାରୀ | ସୁମିତ୍ରା ମହାଜନ |
ସଦସ୍ୟ: ୧୪ଶ ଓ ୧୫ଶ ଲୋକ ସଭା | |
କାର୍ଯ୍ୟକାଳ ୧୦ମଇ ୨୦୦୪ – ୧୨ ମଇ ୨୦୧୪ | |
ପୂର୍ବ ଅଧିକାରୀ | ମୁନି ଲାଲ |
ପର ଅଧିକାରୀ | ଛେଦୀ ପାସ୍ୱନ |
ନିର୍ବାଚନ ମଣ୍ଡଳୀ | ସାସାରାମ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପାଟନା, ଭାରତ | ୩୧ ମାର୍ଚ୍ଚ ୧୯୪୫
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | ମଞ୍ଜୁଲ କୁମାର |
ସନ୍ତାନ | ୧ ପୁଅ ୨ ଝିଅ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ମୀରା କୁମାର ଜଣେ ଭାରତୀୟ ରାଜନେତା ଏବଂ ଲୋକ ସଭାକୁ ପାଞ୍ଚ ଥର ନିର୍ବାଚିତ ହୋଇଥିବା ସାଂସଦ । ମୀରା କୁମାର ବିନା ପ୍ରତିଦ୍ୱନ୍ଦୀତାରେ ଭାରତର ପ୍ରଥମ ମହିଳା ବାଚସ୍ପତି ହିସାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪-୨୦୧୪ ଯାଏଁ ନିଜର କାର୍ଯ୍ୟଭାର ସମ୍ଭାଳି ଥିଲେ ।[୧][୨]
ସେ ପେସାରେ ଜଣେ ଓକିଲ ଏବଂ ପୁର୍ବ ରାଜନୟୀକ ଅଟନ୍ତି। ୧୫ଶ ଲୋକ ସଭାରେ ସଦସ୍ୟ ହେବା ପୁର୍ବରୁ ସେ ୮ମ, ୧୧ଶ, ୧୨ଶ ଓ ୧୪ଶ ଲୋକ ସଭାର ମଧ୍ୟ ସଦସ୍ୟ ଥିଲେ । କୁମାର (୨୦୦୪-୨୦୦୯) ଯାଏଁ ମନମୋହନ ସିଂହଙ୍କ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରାଳୟରେ କ୍ୟାବିନେଟ ମନ୍ତ୍ରୀ ଥିଲେ ।.[୩] [୪][୫]
ଜୀବନ[ସମ୍ପାଦନା]
ମୀରା କୁମାରଙ୍କ ଜନ୍ମ ବିହାରର ପଟନାରେ ହୋଇଥିଲା । ବାପା ବାବୁ ଜଗଜୀବନ ରାମ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଜଣେ ପ୍ରମୁଖ ଦଳୀତ ନେତା ଥିଲେ ଏବଂ ମାଆ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ପ୍ରାରମ୍ଭିକ ଶିକ୍ଷା ୱେଲହାମ ମହିଳା ବିଦ୍ୟାଳୟରେ ହୋଇଥିଲା ଓ ପରେ ସେ ମାହାରାଣି ଗାୟତ୍ରୀ ଦେବୀ ମହିଳା ବିଦ୍ୟାଳୟକୁ ଯାଇଥିଲେ । ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳରୁ ଓକିଲାତି ସ୍ନାତୋକତ୍ତର ପାଇବା ପ୍ରାପ୍ତ କରିଥିଲେ। ୨୦୧୦ ମସିହାରେ ବନସ୍ପତି ବିଦ୍ୟାପୀଠରୁ ଡାକ୍ତରିକତା ପାଇଥିଲେ।[୬] [୭]
ଆଧାର[ସମ୍ପାଦନା]
- ↑ India: Woman Wins Post of Speaker New York Times, June 4, 2009.
- ↑ Meira Kumar brings Jagjivan to fore The Times of India, June 4, 2009.
- ↑ "Profile: Meira Kumar, Ist woman Dalit Speaker". oneindia.in. 3 June 2009. Retrieved 10 February 2014.
- ↑ http://timesofindia.indiatimes.com/city/jaipur/Banasthali-created-a-force-of-empowered-women/articleshow/16718163.cms
- ↑ Biography [Lok Sabha]
- ↑ http://eciresults.nic.in/ConstituencywiseS0434.htm?ac=34
- ↑ http://eciresults.nic.in/statewiseS04.htm?st=S04