ମିରଭେଟୁକ୍ସିମାବ ସୋରାଭଟାନସାଇନ
Monoclonal antibody | |
---|---|
Type | Whole antibody |
Source | Chimeric |
Target | folate receptor alpha |
Clinical data | |
Trade names | Elahere |
Synonyms | Mirvetuximab soravtansine-gynx |
AHFS/Drugs.com | monograph |
data | |
Routes of administration | Intravenous |
Legal status | |
Legal status |
ମିଲାଭେଟୁକ୍ସିମାବ ସୋରାଭଟାନ୍ସାଇନ୍, ବେପାର ନାମ ଏଲାହେର୍ରେ, ହେଉଛି ଏକ ଔଷଧ ଯାହା କିଛି ପ୍ରକାରର ଓଭାରି କର୍କଟ , ଫାଲୋପିଆନ୍ ନଳୀ କର୍କଟ ଏବଂ ପ୍ରାଥମିକ ପେରିଟୋନିଆଲ୍ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି ମାମଲାଗୁଡ଼ିକ ପାଇଁ ଅଟେ ଯାହା ଫୋଲେଟ୍ ରିସେପ୍ଟର ଆଲଫା (FRα) ପଜିଟିଭ୍ ଯାହା ଅନ୍ୟ ଚିକିତ୍ସାରେ ବିଫଳ ହୋଇଛି [୧]। ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ଦେଇ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଦୃଷ୍ଟି ସମସ୍ୟା, ଥକ୍କା, ଯକୃତ ସମସ୍ୟା, ବାନ୍ତି, ଉଦର ଯନ୍ତ୍ରଣା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ପେରିଫେରାଲ୍ ନ୍ୟୁରୋପାଥି, ତରଳ ଝାଡ଼ା, କୋଷ୍ଠକାଠିନ୍ୟ, କମ୍ ମ୍ୟାଗ୍ନେସିୟମ୍ ଏବଂ ନିମ୍ନ ହେମୋଗ୍ଲୋବିନ୍ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନାଇଟିସ୍ ହୋଇପାରେ । [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ମାଇକ୍ରୋଟୁବୁଲ୍ ଇନହିବିଟର ସହିତ ସଂଲଗ୍ନ ଏଫଆଋ ଆଲଫା (FRα) ନିର୍ଦ୍ଦେଶିତ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ।[୧]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ମିରଭେଟୁକ୍ସିମାବ ସୋରାଭଟାନ୍ସାଇନ୍ ଅନୁମୋଦିତ ହୋଇଥିଲା ।[୧] ଏହା ୟୁରୋପରେ ଏକ ଅନାଥ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ପ୍ରତି ତିନି ସପ୍ତାହରେ ଏହା ପିଛା ପ୍ରାୟ ୨୫,୦୦୦ ଡଲାର ଖର୍ଚ୍ଚ ହୁଏ ।[୪]
ସନ୍ଦର୍ଭ
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Elahere- mirvetuximab soravtansine injection, solution". DailyMed. 18 November 2022. Archived from the original on 4 December 2022. Retrieved 4 December 2022. Archived 4 December 2022 at the Wayback Machine.
- ↑ "FDA grants accelerated approval to mirvetuximab soravtansine-gynx for FRα positive, platinum-resistant epithelial ovarian, fallopian tube, or peritoneal cancer". U.S. Food and Drug Administration. 14 November 2022. Archived from the original on 18 November 2022. Retrieved 18 November 2022. Archived 18 November 2022 at the Wayback Machine. This article incorporates text from this source, which is in the public domain.
- ↑ "Mirvetuximab soravtansine". SPS - Specialist Pharmacy Service. 27 March 2018. Archived from the original on 25 June 2022. Retrieved 16 December 2022.
- ↑ Satija, Bhanvi (15 November 2022). "Immunogen's $6,220 ovarian cancer drug to be shipped within days". Reuters (in ଇଂରାଜୀ). Archived from the original on 15 November 2022. Retrieved 16 December 2022.