ମାଷ୍ଟଏଡାଇଟିସ
Mastoiditis | |
---|---|
ବିଭାଗ | ENT surgery |
ଲକ୍ଷଣ | Redness, swelling, and tenderness behind the ear, fever, ear pain[୧] |
ଆକ୍ରାନ୍ତ ସମୟ | Age less than 2[୧] |
କାରଣ | Complication of a middle ear infection[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[୧] |
ସଠିକ ରୋଗ ନିର୍ଣ୍ଣୟ | Cellulitis, otitis externa, lymphadenopathy, tumors[୧] |
ପ୍ରତିକାର | Pneumococcal vaccine[୧] |
ଚିକିତ୍ସା | Antibiotics, surgery, steroids[୧] |
ପୁନଃପୌନିକ | Uncommon[୨] |
ମାଷ୍ଟଏଡାଇଟିସ (ଇଂରାଜୀ ଭାଷାରେ Mastoiditis) ରୋଗ କାନ ପଛରେ ଥିବା ଖପୁରୀ ମଧ୍ୟସ୍ଥ ବାୟୁ କୋଷମାନଙ୍କର ସଂକ୍ରମଣ ଯୋଗୁ ହୁଏ ।[୧] ଏହି ରୋଗର ଲକ୍ଷଣରେ ଜ୍ୱର ଓ କାନ ଯନ୍ତ୍ରଣା ସହିତ କାନ ପଛରେ ଲାଲ ରଙ୍ଗ, ଫୁଲା ଓ ଦରଜ ହୋଇଯାଏ ।[୧] [୨] ରୋଗ ଜଟିଳ ହେଲେ ମେନିଞ୍ଜାଇଟିସ୍, ଇଣ୍ଟ୍ରାକ୍ରାନିଆଲ ଆବସେସ ଓ ଭେନସ ସାଇନସ ଥ୍ରୋମ୍ବୋସିସ ହୋଇପାରେ । [୧]
ମାଷ୍ଟଏଡାଇଟିସ ସାଧାରଣତଃ ମଧ୍ୟକର୍ଣ୍ଣ ସଂକ୍ରମଣ ଜଟିଳ ହେଲେ ଦେଖାଯାଏ | [୧] ସଠିକ୍ ଇମ୍ମ୍ୟୁନିଟି ନଥିଲେ ଏହି ରୋଗ ସଙ୍କଟ ରହିପାରେ ।[୧] ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ସାଧାରଣତଃ ଏହି ରୋଗ ନିର୍ଣ୍ଣୟ କରାଯାଏ । [୧] କାନଗିରି ପରୀକ୍ଷା କଲେ ପୂଜ ଲାଗିଥିବା ଦେଖାଯାଇପାରେ ।[୧] ନିର୍ଣ୍ଣୟ ଅସ୍ପଷ୍ଟ ହେଉଥିଲେ ମେଡିକାଲ ଇମେଜିଙ୍ଗ କରାଯାଏ । [୧]
ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଯେପରିକି ସେଫଟ୍ରାଇଆକ୍ସୋନ୍ କିମ୍ବା ଭାଙ୍କୋମାଇସିନ୍ ଦେଇ ସାଧାରଣତଃ ଚିକିତ୍ସା କରାଯାଏ | [୧] ଅନ୍ୟାନ୍ୟ ଉପାୟରେ କାନଗିରିକୁ କାଟିବା, ଟିମ୍ପାନୋଷ୍ଟୋମି ନଳୀ ବା ମାଷ୍ଟଏଡେକ୍ଟୋମି କରିବା ଆବଶ୍ୟକ ହୋଇପାରେ ।[୧] ବ୍ୟବହୃତ ହେଉଥିବା ଅନ୍ୟ ଔଷଧଗୁଡ଼ିକ ମଧ୍ୟରେ ସ୍ଟିରଏଡ ଅନ୍ୟତମ ହୋଇପାରେ । [୧]
ମାଷ୍ଟଏଡାଇଟିସ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ୨.୭ ଜଣକୁ ହୁଏ ।[୨] ଦୁଇ ବର୍ଷ ବୟସରୁ କମ୍ ପିଲାମାନେ ବୟସ୍କମାନଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି | [୧] ଆଣ୍ଟିବାୟୋଟିକ ଓ ନିମୋକୋକାଲ ଟିକା ଉପଲବ୍ଧ ହେବା ପୂର୍ବରୁ ଏହି ରୋଗ ଅଧିକ ଦେଖାଯାଉଥିଲା। [୧]
ଆଧର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Sahi, D; Nguyen, H; Callender, KD (January 2020). "Mastoiditis". PMID 32809712.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ Kynion, R (May 2018). "Mastoiditis". Pediatrics in review. 39 (5): 267–269. doi:10.1542/pir.2017-0128. PMID 29716974.