ମାର୍କେଟ ବିଲଡିଂ

ଉଇକିପିଡ଼ିଆ ରୁ
Jump to navigation Jump to search

ଭୁବନେଶ୍ୱର ପ୍ରମୁଖ ସରକାରୀ ଯୋଜନାଭୁକ୍ତ ବଜାର ଅଞ୍ଚଳ ଅଟେ । ସମସ୍ତ ଖୁଚୁରା ବ୍ୟବସାୟର ପେଣ୍ଠସ୍ଥଳୀ ।

ଅବସ୍ଥିତି[ସମ୍ପାଦନା]

ରାଜଧାନୀ ଭୁବନେଶ୍ୱରର ୟୁନିଟ ୧ଅଂଚଳରେରେ ମାର୍କେଟ ବିଲଡିଂ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ରାଜଧାନୀ ନିର୍ମାଣ ହେବା ବେଳେ ୧୯୫୫ ମସିହାରେ ଜର୍ମାନର ବିଖ୍ୟାତ ଆର୍କଟେକ୍ଟ (ସ୍ଥପତି) ଓରେଟା କୋନିସବର୍ଜର ଉକ୍ତ ମାର୍କେଟ ବିଲଡିଂ ଦ୍ୱୟର ଡିଜାଇନ (ନକ୍ସା) ପ୍ରସ୍ତୁତ କରିଥିଲେ । ପ୍ରସିଦ୍ଧ କେଭ ଟେମ୍ପଲ(ଗୁମ୍ଫା ମନ୍ଦିର) ଶୈଳୀରେ ସେ ଏହି ମାର୍କେଟ ବିଲ୍ଡିର ପରିକଳ୍ପନା କରିଥଲେ । ଖଣ୍ଡଗିରିଉଦୟଗିରିରେ ଅବା ଜୈନହିନ୍ଦୁ ମନ୍ଦିର ଶୈଳୀରେ ଉଦ୍‌ବୁଦ୍ଧ ହୋଇ ସେ ସେହି ଶୈଳୀରେ ମାର୍କେଟ ବିଲର୍ଡର ନିର୍ମାଣ ନକ୍ସା ପ୍ରସ୍ତୁତ କରିଥଲେ ବୋଲି ଲିପିବଦ୍ଧ ଅଛି । ଏହି ଖ୍ୟାତନାମ ଆର୍କିଟେକ୍ଟ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂ ଏପରିକି ବେଙ୍ଗାଲୁରୁ, ଏବଂ ଜମସେଦପୁରର ଟାଟା ନଗରଠାରେ ଥବା ଇଣ୍ଡିଆନ ଇନଷ୍ଟିଚୁଟ ଅଫ ସାଇନ୍ସ ବିଲ୍ଡିଂର ମଧ୍ୟ ନକ୍ସା ପ୍ରସ୍ତୁତ କରିଛନ୍ତି । ଏହି ବ୍ୟକ୍ତି ଜଣକ ୧୯୪୮ରୁ ୧୯୫୧ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଗୃହନିର୍ମାଣ ବିଭାଗର ଫେଡେରାଲ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ ।

ବିଶେଷତ୍ୱ[ସମ୍ପାଦନା]

ଏହି ଦୁଇ ପୁରାତନ ମାର୍କେଟ ବିଲ୍ଡିଂରେ ଐତିହ୍ୟର ଅନୁଭବ ନେଇ ଏହାକୁ ଥଣ୍ଡା ରଖିବା ସକାଶେ ଲାଲ ଇଟା ଓ ବଡ ବଡ ଖମ୍ବ ବ୍ୟବହାର କରାଯାଇଛି । ୟୁନିଟ ୧ରେ ଥିବା ଥାନା ଓ ଉକ୍ତ ମାର୍କେଟ ବିଲଡିଂ ବ୍ୟତୀତ କୋନିସବର୍ଜରଙ୍କ ମୂଳ ନକ୍ସା ସହରର ଅନ୍ୟ କୌଣସି ସ୍ଥାନରେ ବ୍ୟବହାର କରାଯାଇନାହିଁ । ନିୟମିତ ବ୍ୟବଧାନରେ ଉକ୍ତ ନର୍ମାଣର ରକ୍ଷଣାବେକ୍ଷଣା ନହେବାରୁ ଅଧିକାଂଶ ମୂଳଢାଞ୍ଚା ଧ୍ୱଂସ ହେବାକୁ ବସିଛି । ଭାରତରେ କୋନିସ ବର୍ଜର ଛାଡି ଯାଇଥବା ଭରତୀୟ କଳାକୃତିର ଅବଶେଷ ବିଷୟରେ ଅଧ୍ୟୟନ କରିବା ପାଇଁ ଆକୃଷ୍ଟ ହୋଇ ଆସୁଥବା ବହୁ ସଂଖ୍ୟକ ବିଦେଶୀ ଆର୍କିଟେକ୍ଟ ମାର୍କେଟ ବିଲ୍ଡିଂକୁ ଦେଖିବା ପାଇଁ ଆସନ୍ତି ।

ଉଭୟ ଭୁବନେଶ୍ୱର ମହାନଗର କର୍ତ୍ତୁପକ୍ଷ ଏବଂ ମାଲିକମାନେ ବିଲର୍ଡିର କାରୁକାର୍ଯ୍ୟ ଡିଜାଇନ, ଡେକୋରେଶନ, ସିମ୍ବଲ ଏବଂ ନିର୍ମିତ ଅଂଶକୁ ପ୍ରତିବର୍ଷ ନିଜ ଇଚ୍ଛାନୁଯାୟୀ ନବୀକରଣ କରୁଛନ୍ତି । ଫଳରେ ଏହା ପୂର୍ବ ସୌନ୍ଦର୍ଯ୍ୟ ହରାଇ ବିକଳାଙ୍ଗ ହୋଇଛି । ଦୀର୍ଘ ୬o ବର୍ଷର ଏହି କଳାକୃତି ସଂରକ୍ଷଣ ଅଭାବରୁ ଧ୍ୱଂସର ଦ୍ୱାରଦେଶରେ ପହଞ୍ଚିଛି । କୌଣସ ବୈଜ୍ଞାନକ ଅଧ୍ୟୟନ ବ୍ୟତୀତ ଏଭଳ ନବୀକରଣ କରାଯାଉଥବାରୁ ମାର୍କେଟ ବିଲ୍ଡିଂ ବିକୃତ ହେବାରେ ଲାଗିଛ । ମାର୍କେଟ ବିଲ୍ଡିଂ ଭଳି ଅଳ୍ପ କେତେଟ ଔପନିବେଶକ ଏବଂ ଭାରତୀୟ ମିଳିତ ଭାସ୍କର୍ଯ୍ୟରେ ନିର୍ମିତ ସହରରେ ରହିଛି । [୧]

ଆଧାର[ସମ୍ପାଦନା]

  1. "ଧ୍ୱଂସର ଦ୍ୱାରାଦେଶରେ ମାର୍କେଟ ବିଲ୍ଡିଂ". ଧରିତ୍ରୀ. Retrieved 10 October 2015.