Jump to content

ମାନସ କୁମାର ଦତ୍ତ

ଉଇକିପିଡ଼ିଆ‌ରୁ
ମାନସ କୁମାର ଦତ୍ତ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀସ୍ୱରୂପ କୁମାର ଦାସ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉମଦନ ମୋହନ ଦତ୍ତ (ବାପା)
ପ୍ରେମଲତା ଦତ୍ତ (ମାଆ)
ବୃତ୍ତିରାଜନୀତିଜ୍ଞ

ମାନସ କୁମାର ଦତ୍ତ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମାନସ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ମଦନ ମୋହନ ଦତ୍ତ ଜଣେ ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାକୁ ଥରେ ନିର୍ବାଚିତ ହୋଇଥିଲେ ଓ ତାଙ୍କ ମାଆଙ୍କ ନାମ ପ୍ରେମଲତା ଦତ୍ତ ।

ରାଜନୈତିକ ଜୀବନ[ସମ୍ପାଦନା]

ମାନସ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ରାଜନୀତିରେ ସକ୍ରିୟ ହେବାପରେ, ୨୦୨୦ ମସିହାରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ[୧] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କ ଠାରୁ ପରାଜିତ ହୋଇଥିଲେ ।[୨]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୯,୩୬୦ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସ୍ୱରୂପ କୁମାର ଦାସଙ୍କୁ ୨୮,୬୨୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. "Naveen juggernaut unstoppable, BJD romps home in Balasore and Tirtol bypolls". The New Indian Express. Retrieved 2022-05-23.
  2. "Naveen Reigns Supreme in fortress Odisha". The New Indian Express. Retrieved 2022-05-23.
  3. "General Election to Assembly Constituencies 2024: Balasore (Odisha)". Election Commission of India. Retrieved 10 June 2024.

ବାହାର ଆଧାର[ସମ୍ପାଦନା]