ମାନସିକ ଦୃଢ଼ତା

ଉଇକିପିଡ଼ିଆ ରୁ
Jump to navigation Jump to search

ମାନସିକ ଦୃଢ଼ତା (ଇଂରାଜୀ: Psychological resilience) କହିଲେ ଯଦି ଏକ ବ୍ୟକ୍ତି କୌଣସି ଏକ ସଙ୍କଟାପନ୍ନ ପରିସ୍ଥିତିରେ ଉଚିତ ପଦକ୍ଷେପ ନେଇ ପୁନର୍ବାର ପୂର୍ବ ସାମାନ୍ୟ ପରିସ୍ଥିତିକୁ ଫେରିପାରେ ତାହାକୁ ବୁଝାଇଥାଏ ।[୧] ମାନସିକ ଦୃଢ଼ତା ସେହି ସମୟରେ ଆସିଥାଏ ଯେବେ ଜଣେ ନିଜର ମାନସିକ ପ୍ରକ୍ରିୟା ଓ ବ୍ୟବହାର ଉପଯୋଗ କରି ନିଜର ସମ୍ପତ୍ତିର ପ୍ରଚାର କରିବା ସହ ନିଜକୁ ନକାରାତ୍ମକ ଚାପଜନକ ପରିସ୍ଥିତିରୁ ବଞ୍ଚାଇଥାଏ ।[୨] ସରଳ ଅର୍ଥରେ କହିବାକୁ ଗଲେ ମାନସିକ ଦୃଢ଼ତା ସେହି ବ୍ୟକ୍ତିବିଶେଷଙ୍କର ପାଖରେ ଥାଏ ଯେଉଁମାନେ ଏଭଳି ମାନସିକ ଦକ୍ଷତା ଅର୍ଜନ କରନ୍ତି, ଯାହାଦ୍ୱାରା ସଙ୍କଟାପନ୍ନ, ଗୋଳମାଳିଆ ପରିସ୍ଥିତିର ଚାପରେ ପଡି ସେମାନେ କିଛି ନକାରାତ୍ମକ ଅଘଟଣ ନଘଟାଇ ଶାନ୍ତ ରୁହନ୍ତି ଯାହା ଫଳରେ ସହଜରେ ସେହିଭଳି ଚାପଜନକ ପରିସ୍ଥିତିରୁ ବାହାରିପାରନ୍ତି ।

ପ୍ରଚ୍ଛଦପଟ[ସମ୍ପାଦନା]

ମାନସିକ ଦୃଢ଼ତାକୁ ଏକ ଘଡ଼ିସନ୍ଧି ପରିସ୍ଥତି ପରେ ହୋଇଥିବା ସକାରାତ୍ମକ ଅନୂକୁଳନକୁ କୁହାଯାଇଥାଏ ।[୩] ଯେତେବେଳେ ଏକ ନିୟମିତ ଭାବରେ ଚାପ ଓ ଉଦବେଗ ଜନିତ ଅବସ୍ଥାଦେଇ ଅତିକ୍ରମ କରେ ତେବେ ଏହି ପ୍ରକାର ପରିବେଶ ତାହାର ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସନ୍ତୁଳନ ବିଗାଡିଦେଇଥାଏ, ଏହା ନୂଆ ସୁଯୋଗ ସହ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି କରିଥାଏ ।[୪]

ଇତିହାସ [ସମ୍ପାଦନା]

ମାନସିକ ଦୃଢତା ଉପରେ ପ୍ରଥମ ଗବେଷଣା ତଥ୍ୟ ୧୯୭୩ ମସିହାରେ ପ୍ରକାଶ ପାଇଥିଲା ।[୫] [୬]

୧୯୭୦ ମସିହାରେ ଏମୀ ୱାର୍ନର ହେଉଛନ୍ତି ମାନସିକ ଦୃଢ଼ତା ଶବ୍ଦ (ପ୍ରକୃତରେ Resilience) ଉପଯୋଗ କରିଥିବା ପ୍ରଥମ କିଛି ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ ।[୭] [୮]

ପ୍ରକ୍ରିୟା [ସମ୍ପାଦନା]

ପ୍ରାୟ ଅଧିକାଂଶ ଗବେଷଣାରେ ଏହା ଦେଖାଯାଉଛି ଯେ ମାନସିକରୂପେ ଦୃଢ଼ଥିବା ବ୍ୟକ୍ତି ମୁଖ୍ୟତଃ ତାହାର ପରିବେଶ ଓ ପ୍ରତିକୂଳ ପରିସ୍ଥତିର ସଠିକ ମୁକାବିଲାର ପୂର୍ବ ଅନୁଭବଦ୍ୱାରା ହୋଇପାରିଥାଏ ।[୯] ଏହି ମାନସିକ ଦୃଢ଼ୀକରଣର ଅଃମ୍ପୂର୍ଣ ପ୍ରକ୍ରିୟା ବିଷୟରେ ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେବେଳେ କେହି ପ୍ରତିକୂଳ ପରିସ୍ଥିତିର ସାମ୍ନା କରନ୍ତି, ତିନି ପ୍ରକାରର ଉପାୟରେ ତାହାର ପ୍ରତିକ୍ରିୟା ଦେଇଥାନ୍ତି ।

  1. ରାଗ ବା କ୍ରୋଧରେ ବର୍ଷି ଯିବା
  2. ନକାରାତ୍ମକ ଭାବନାରେ ଆଭ୍ୟନ୍ତରୀଣ ବିସ୍ଫୋରଣ ଘଟିବା ଏବଂ ଦେହ ହାତ ଶେତା ପଡିଯାଇ କିଛି ପ୍ରତିକ୍ରିୟା ନକରିପାରିବା
  3. କେବଳ ଏହି ପରିବର୍ତ୍ତନ ଉପରେ ଅଳ୍ପ ଦୁଃଖିତ ହେବା

ଏହା ମଧ୍ୟରୁ କେବଳ ତୃତୀୟ ବା ଶେଷ ପ୍ରତିକ୍ରିୟାରେ ହିଁ ଉନ୍ନତି ସମ୍ଭବ । ଏହି ପ୍ରକାର ବ୍ୟକ୍ତି ତାଙ୍କର ପ୍ରକଳ୍ପିତ ଉପାୟରେ ଘଟଣା ନଘଟିବାରୁ କିଛି ମାତ୍ରାରେ ଅସନ୍ତୁଷ୍ଟ ଅନୁଭବ କରନ୍ତି କିନ୍ତୁ ଯଥାଶୀଘ୍ର ସମ୍ଭବ ଏହି ଅଘଟଣ ପାଇଁ ଦରକାରୀ ପରିବର୍ତ୍ତନ କରି ନିଜର ଲକ୍ଷପଥରେ ଆଗେଇ ଚାଲନ୍ତି । ପ୍ରଥମ ଦୁଇଟି ଉପାୟ ଆପଣାଉଥିବା ଲୋକେ ପରିବର୍ତ୍ତନରେ ପୀଡିତର ଭୂମିକା ନିର୍ବାହ କରିଥାନ୍ତି । ସେମାନେ ସବୁ ଦୋଷ ଅନ୍ୟମାନଙ୍କ ଉପରେ ନଦି ଦେଇ, ଏହି ପ୍ରତିକୂଳ ପରିସ୍ଥିତିରୁ ବାହାରିବାର କୌଣସି ସହଯୋଗ ଦେଖନ୍ତି ନାହିଁ ବା ନିଜେ ଚିନ୍ତା କରନ୍ତି ନାହିଁ । ଏହି ଭଳି ଲୋକମାନେ ପ୍ରତିକୂଳ ପରିସ୍ଥତିରେ ପଡ଼ି ବୁଝିବିଚାରି ପ୍ରତିକ୍ରିୟା ନକରି ସେହି ସମୟରେ ଯାହା ତାଙ୍କ ମନକୁ ଆସିଲା ସେୟା କରିଦିଅନ୍ତି । ଯେଉଁମାନେ ବିପଦ ସମୟରେ ପରିସ୍ଥତିଟିକୁ କିଛି କ୍ଷଣ ଅନୁଧ୍ୟାନ କରି ନିଜକୁ ଖାପଖୁଆଇ ନିଷ୍ପତି ନିଅନ୍ତି, ସେହିମାନେ ସଫଳତାର ସହ ପ୍ରତିକୂଳ ପରିସ୍ଥତିର ସାମ୍ନା କରି ପୂର୍ବ ଅବସ୍ଥାକୁ ଫେରି ଆସିପାରନ୍ତି । ନକାରାତ୍ମକ ଭାବନା ଯେପରି ଡର, କ୍ରୋଧ, ଉଦବେଗ, ସଙ୍କଟ, ସହଯୋଗହୀନତା ଏବଂ ଆଶାହୀନତା ଗୋଟିଏ ବ୍ୟକ୍ତିକୁ ମାନସିକରୂପେ ଦୁର୍ବଳ କରି ତାହାର ସମସ୍ୟା ସମାଧାନ କରିବାର କ୍ଷମତାରେ ଆଞ୍ଚ୍ ଆଣିପାରେ ।[୧୦][୧୧]

ଜଣାଶୁଣା କାରକ[ସମ୍ପାଦନା]

ଗବେଷଣାରୁ ଜଣା ପଡ଼ିଛିକି ଏକରୁ ଅଧିକ ପ୍ରକାରର କାରଣଯୋଗୁଁ ଗୋଟିଏ ବ୍ୟକ୍ତି ମଧ୍ୟରେ ମାନସିକ ଦୃଢ଼ତା ଆସିଥାଏ । [୧୨]

  1. ବାସ୍ତବତା ମୂଳକ ପ୍ରକଳ୍ପ କରିବା ଏବଂ ଦରକାର ପଡିଲେ ସମୟାନୁକ୍ରମେ ସେହି ଲକ୍ଷ ହିସାବରେ କିଛି କିଛି ପରିବର୍ତ୍ତନ କରିବା ।
  2. ନିଜର ଦକ୍ଷତା ଓ ଶକ୍ତି ଉପରେ ସମ୍ପୂର୍ଣ୍ଣରୂପେ ଭରସା ରଖିବା
  3. କଥାବାର୍ତ୍ତା, ଯୋଗାଯୋଗ ଏବଂ ସମସ୍ୟା ସମାଧାନ କୌଶଳ
  4. ଗଭୀର ମନର ଭାବନା ଏବଂ ଆବେଗକୁ ପରିଚାଳନା କରିବା[୧୩]

ସକାରାତ୍ମକ ଭାବନା [ସମ୍ପାଦନା]

ବହୁ ଗବେଷଣାକାରୀମାନେ ଏହା ଖୋଜିପାଇଛନ୍ତି ଯେ ବିପଦ ସମୟରେ ସକାରାତ୍ମକ ଭାବନା ରଖିବାଦ୍ୱାରା ଏକେରେ ଆପଣ ନକାରାତ୍ମକ ଭାବନାକୁ ନିଜଠୁ ଦୂରରେ ରଖିପାରିବେ ତାହା ଛଡ଼ା ଦୁଇରେ ଜଣଙ୍କର ନିଷ୍ପତି ନେବା ଶୈଳୀରେ ମଧ୍ୟ ଉନ୍ନତି ଘଟିଥାଏ,[୧୪] ଆହୁରି ମଧ୍ୟ ତିନିରେ ଶାରୀରିକ ରୂପେ ହସ ହସ ମୁଖ ରହିବଦ୍ୱାରା ଶ୍ୱାସ ଜନିତ କିଛି ରୋଗରୁ ରକ୍ଷା କରୁଥିବା ଇମିଉନୋଗ୍ଲୋବିନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥାଏ । [୧୫][୧୬]

ଧୈର୍ଯ୍ୟ[ସମ୍ପାଦନା]

ଏକ ଲମ୍ବା ସମୟର ଲକ୍ଷ ପାଇଁ ଜଣଙ୍କର ଜିଦ ଓ ଉତ୍ସାହକୁ ଧୈର୍ଯ୍ୟ କୁହାଯାଇଥାଏ ।[୧୭] ଧୈର୍ଯ୍ୟଦ୍ୱାରା ଗୋଟିଏ ବ୍ୟକ୍ତିର ତାହାର ସେହି ଲକ୍ଷ ପଛରେ ଚାଲିବାର ଉତ୍ସାହ ଜଣାପଡ଼ିଥାଏ, ଯଦି ଜଣେ ବ୍ୟକ୍ତି ଧୈର୍ଯ୍ଶୀଳ ହୋଇଥାଏ ତେବେ ନିଜର ଲକ୍ଷପଥରେ ଆସୁଥିବା ପ୍ରତିକୂଳ ପରିସ୍ଥତିରେ ବିଚଳିତ ନହୋଇ ନିଜର ଲମ୍ବା ସମୟର ଲକ୍ଷକୁ ଦୃଷ୍ଟିରେ ରଖି ଉପଯୁକ୍ତ ନିଷ୍ପତି ନେଇପାରିଥାଏ ।[୧୮]

ମାନସିକ ଦୃଢ଼ତା ଆଣିବା[ସମ୍ପାଦନା]

ନିଜର ଭାବିବାର ଚିନ୍ତାଧାରା ଏବଂ ସାଧାରଣ ବ୍ୟବହାରଦ୍ୱାରା ଜଣେ ନିଜକୁ ମାନସିକରୂପେ ଦୃଢ଼ କରିପାରିବ ।[୧୯]

ପ୍ରଥମ ପଦକ୍ଷେପ ହେଉଛି ନିଜେ ନିଜକୁ କଥାହେବାର ଶୈଳୀ ପରିବର୍ତ୍ତନ କରିବା । ନିଜର ମନକୁ ବିଚଳିତ ନକରି ଦୃଢ଼ କରିବା ପାଇଁ ପ୍ରଥମେ ନିଜେ ନିଜକୁ କଥାହେବାବେଳେ ସବୁ ନକାରାତ୍ମକ ଚିନ୍ତାଧାରାକୁ (ଯେପରି "ମୋଦ୍ୱାରା ହବନି", "ମୁଁ ଏହାକୁ ସମ୍ଭାଳି ପାରିବିନି" ଇତ୍ୟାଦି ) ସକାରାତ୍ମକ ଚିନ୍ତାରେ (ଯେପରି "ହଁ ମୁଁ କରିପାରିବି", "ମୋଦ୍ୱାରା ଏହା ସମ୍ଭବ" ଇତ୍ୟାଦି) ପରିବର୍ତ୍ତନ କରନ୍ତୁ । ଏହିପରି ଭାବନାରେ ଛୋଟ ଛୋଟ ପରିବର୍ତ୍ତନ କଷ୍ଟଜନକ ପରିସ୍ଥିତିରେ ମନର ଚାପକୁ କମାଇବାରେ ସହଯୋଗ କରିଥାଏ ।

ଦ୍ୱିତୀୟ ପଦକ୍ଷେପ ହେଉଛି ସଂକଟଜନକ ପରିସ୍ଥତିକୁ ଆଗୁଆ ଆକଳନ କରି ପୂର୍ବରୁ ପ୍ରସ୍ତୁତ ହୋଇ ରହିବା । ଧ୍ୟାନ କରିବା, ବ୍ୟାୟାମ କରିବା, ସାମାଜିକ ଭାବବୃଦ୍ଧି କରିବା, ନିଜେ ନିଜର ଯତ୍ନ ନେବା ଆଦିଦ୍ୱାରା ଚାପକୁ ଗୋଟିଏ ନିର୍ଦ୍ଧିଷ୍ଟ ପରିମାଣରେ ନିୟନ୍ତ୍ରଣ କରିହୁଏ । [୨୦]

ଆମେରିକାନ ସାଇକୋଲୋଜିକାଲ ଆସୋସିଏସନ ମତରେ ନିମ୍ନଲିଖିତ ଦଶଟି ଉପାୟରେ ଜଣେ ମାନସିକ ରୂପେ ଦୃଢ଼ ହୋଇପାରିବ ।

  1. ନିଜର ନିକଟତର ପରିବାରବର୍ଗ ଓ ବନ୍ଧୁ ବାନ୍ଧବମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନା କରିବାଦ୍ୱାରା;
  2. ସଙ୍କଟଯୁକ୍ତ ପରିବେଶ ବା ପରିସ୍ଥିତିକୁ ଅସହନୀୟ ବୋଲି ନଭାବିବା;
  3. ଯେଉଁ ପରିସ୍ଥତି ବା ଅବସ୍ଥା ଆପଣ ପରିବର୍ତ୍ତନ କରିପାରିବେ ନାହିଁ ତାହାକୁ ସ୍ୱୀକାର କରିବା ଅର୍ଥାତ ବାରମ୍ବାର ସେହି ପରସ୍ଥିତି ବିଷୟରେ ଭାବି ଅଯଥା ଚିନ୍ତା ମୁଣ୍ଡକୁ ନଆଣିବା ;
  4. ପରିକଳ୍ପନା ଜଗତରୁ ବାହାରି ଆସି ବାସ୍ତବିକ ଲକ୍ଷ୍ୟ ସ୍ଥାପନ କରିବା ଏବଂ ସେହି ମାର୍ଗରେ କାମ କରିବା;
  5. ଅସୁବିଧାଜନକ ପରିସ୍ଥତିରେ କିଛି ଗୋଟେ ନିଷ୍ପତି ନେବା, ତାହା ଠିକ ହେଉ କି ଭୁଲ ଏବଂ ସେହି ନିଷ୍ପତିକୁ ମାନି ଚଳିବା;
  6. କ୍ଷତିରେ ପଡ଼ିଲାପରେ ଆତ୍ମସମିକ୍ଷା କରି ସୁଯୋଗ ସୃଷ୍ଟି କରିବା;
  7. ଆତ୍ମ ବିଶ୍ୱାସ ବୃଦ୍ଧି କରିବା;
  8. ଦୁରଦୃଷ୍ଟି ପରିକଳ୍ପନା କରିବା ଏବଂ କଷ୍ଟକର ପରିସ୍ଥତିକୁ ପହଞ୍ଚିବାକୁ ଥିବା ଲକ୍ଷର ଏକ ସୋପାନ ବା ପାହାଚ ବୋଲି ହୃଦବୋଧ କରିବା;
  9. ଯେତେବି ଖରାପ ପରିସ୍ଥତି ଆସୁ ନା କାହିଁ ସର୍ବଦା ଆଶାବାଦୀ ହୋଇ ରହିବା ଏବଂ ଲକ୍ଷରଖିଥିବା ଭବିଷ୍ୟତକୁ ଦେଖିବା;
  10. ନିଜର ମନ ତଥା ଶରୀର ଉପରେ ଧ୍ୟାନ ଦେବା, ନିୟମିତ ବ୍ୟାୟାମ କରିବା ଏବଂ ନିଜର ଇଛା ଓ ଭାବନାକୁ ନଜର ଅନ୍ଦାଜ ନକରିବା ।

ଅତୀତ ଘଟଣାବଳୀ ଅନୁଧ୍ୟାନ[ସମ୍ପାଦନା]

ଅତୀତରେ ଘଟିଯାଇଥିବା ଘଟଣାବଳୀ ଗୁଡିକୁ ଅନୁଧ୍ୟାନ କରି କେଉଁ ପ୍ରକାରର ଉପାୟ ଅବଲମ୍ବନ କରି ଆପଣ ଅଧିକ ମାନସିକ ରୂପେ ଦୃଢ଼ ହୋଇପାରିବେ ଜଣାପଡ଼ିପାରେ ।[୨୧] ଯେପରିକି:

  • କେଉଁ ପ୍ରକାରର ଘଟଣାଗୁଡ଼ିକ ମୋ ପାଇଁ ବହୁତ ଚାପଜନକ ଥିଲା
  • କିଭଳି ସେହି ଘଡ଼ିସନ୍ଧି ମୁହୂର୍ତଗୁଡ଼ିକ ମତେ ପ୍ରଭାବିତ କରିଥିଲା
  • ଯେତେବେଳେ ମୁଁ ଅବସାଦଗ୍ରସ୍ତ ଥାଏ ତେବେ ମୁଁ ମୋର ନିଜର ବ୍ୟକ୍ତିମାନଙ୍କୁ ମନେପକେଇବାଦ୍ୱାରା ମତେ ସାହାର୍ଯ୍ୟ ମିଳିଥିଲା କି
  • ମୁଁ ଏକ ଅତି ସାଙ୍ଘାତିକ ଦୁଃଖଦ ପରିସ୍ଥତିରେ କାହାଠାରୁ ସାହାର୍ଯ୍ୟ ଗ୍ରହଣ କରିଥିଲେ ବା କିଏ ମୋ ଦୁଆରରେ ଆସିକରି ଛିଡ଼ା ହୋଇଥିଲେ
  • ସେହି କଷ୍ଟ ସମାୟାଗୁଡିକରୁ ମୁଁ ମୋ ନିଜପାଇଁ କଣ ସବୁ ଶିକ୍ଷା ଲାଭ କରିପାରିଛି
  • ମୁଁ କଣ ଆଉ କାହାକୁ ସେହି ସମାନ ପରିସ୍ଥତିରୁ ବାହାରଇ ଆସିବା ପାଇଁ ସାହାର୍ଯ୍ୟ କରିଥିଲି କି ?
  • ମୁଁ କଣ ପ୍ରତିବନ୍ଧକ ଗୁଡିକୁ ଅତିକ୍ରମ କରି ଆସିପାରିଥିଲି ଯଦି ହଁ ତେବେ କିପରି ?
  • ମତେ ମୋ ଭବିଷ୍ୟତରେ ସେହି ଭଳି ସମାନ ପରିସ୍ଥତି ଆସିଲେ କିଭଳି ମୋର ପୁରୁଣା ଅନୁଭବଦ୍ୱାରା ଆହୁରି ଭଲ ଭାବରେ ମୁଁ ସେହି ସମୟ ଅତିକ୍ରମ କରିପାରିବି ?

ଆଧାର [ସମ୍ପାଦନା]

  1. de Terte, Ian; Stephens, Christine (2014). "Psychological Resilience of Workers in High-Risk Occupations". Stress and Health (in ଇଂରାଜୀ). 30 (5): 353–355. doi:10.1002/smi.2627. ISSN 1532-3005.
  2. Robertson, Ivan T.; Cooper, Cary L.; Sarkar, Mustafa; Curran, Thomas (2015-04-25). "Resilience training in the workplace from 2003 to 2014: A systematic review". Journal of Occupational and Organizational Psychology (in ଇଂରାଜୀ). 88 (3): 533–562. doi:10.1111/joop.12120. ISSN 0963-1798.
  3. Hopf S.M (2010). "Risk and Resilience in Children Coping with Parental Divorce". Dartmouth Undergraduate Journal of Science.
  4. Richardson, Glenn E. (2002). "The metatheory of resilience and resiliency". Journal of Clinical Psychology. Wiley-Blackwell. 58 (3): 307–321. doi:10.1002/jclp.10020. ISSN 0021-9762. PMID 11836712.
  5. Garmezy, N. (1973). "Competence and adaptation in adult schizophrenic patients and children at risk", pp. 163–204 in Dean, S. R. (Ed.), Schizophrenia: The first ten Dean Award Lectures. NY: MSS Information Corp.
  6. Garmezy, N.; Streitman, S. (1974). "Children at risk: The search for the antecedents of schizophrenia. Part 1. Conceptual models and research methods". Schizophrenia Bulletin. 1 (8): 14–90. doi:10.1093/schbul/1.8.14. PMID 4619494.
  7. Werner, E. E. (1971). The children of Kauai : a longitudinal study from the prenatal period to age ten. Honolulu: University of Hawaii Press,
  8. Werner, E. E. (1989). Vulnerable but invincible: a longitudinal study of resilient children and youth. New York: McGraw-Hill,
  9. Zautra, A.J., Hall, J.S. & Murray, K.E. (2010). "Resilience: A new definition of health for people and communities", pp. 3–34 in J.W. Reich, A.J. Zautra & J.S. Hall (eds.), Handbook of adult resilience. New York: Guilford,
  10. Siebert, Al (2005). The Resiliency Advantage, pp. 2–4. Berrett-Koehler Publishers.
  11. Leadbeater, B., Dodgen, D. & Solarz, A. (2005). "The resilience revolution: A paradigm shift for research and policy", pp. 47–63 in R.D. Peters, B. Leadbeater & R.J. McMahon (eds.), Resilience in children, families, and communities: Linking context to practice and policy. New York: Kluwer.
  12. American Psychological Association. (2014). The Road to Resilience.
  13. John W. Reich; Alex J. Zautra; John Stuart Hall (2012). Handbook of Adult Resilience. Guilford Press. p. 114. ISBN 978-1-4625-0647-7.
  14. Fredrickson, B. L.; Branigan, C (2005). "Positive emotions broaden the scope of attention and thought-action repertoires". Cognition & Emotion. 19 (3): 313–332. doi:10.1080/02699930441000238. PMC 3156609. PMID 21852891.
  15. Mahony, D. L.; Burroughs, W. J.; Lippman, L. G. (2002). "Perceived Attributes of Health-Promoting Laughter: A Cross-Generational Comparison". The Journal of Psychology. 136 (2): 171–81. doi:10.1080/00223980209604148. PMID 12081092.
  16. Baker, K. H.; Minchoff, B.; Dillon, K. M. (1985). "Positive Emotional States and Enhancement of the Immune System". The International Journal of Psychiatry in Medicine. 15: 13–18. doi:10.2190/R7FD-URN9-PQ7F-A6J7.
  17. Duckworth, A.L.; Peterson, C.; Matthews, M.D.; Kelly, D.R. (2007). "Grit: perseverance and passion for long-term goals". J Pers Soc Psychol. 92 (6): 11087–1101. doi:10.1037/0022-3514.92.6.1087.
  18. Silvia, P.J.; Eddington, K.M.; Beaty, R.E.; Nusbaum, E.C.; Kwapil, T.R. (2013). "Gritty people try harder: grit and effort-related cardiac autonomic activity during an active coping challenge". J Int J Psychophysiol. 88 (2): 200–205. doi:10.1016/j.ijpsycho.2013.04.007.
  19. Padesky, Christine A.; Mooney, Kathleen A. (2012-06-01). "Strengths-Based Cognitive-Behavioural Therapy: A Four-Step Model to Build Resilience". Clinical Psychology & Psychotherapy (in ଇଂରାଜୀ). 19 (4): 283–290. doi:10.1002/cpp.1795. ISSN 1063-3995.
  20. Chua, Li Wen; Milfont, Taciano L.; Jose, Paul E. (2014-11-27). "Coping Skills Help Explain How Future-Oriented Adolescents Accrue Greater Well-Being Over Time". Journal of Youth and Adolescence (in ଇଂରାଜୀ). 44 (11): 2028–2041. doi:10.1007/s10964-014-0230-8. ISSN 0047-2891.
  21. https://www.apa.org/helpcenter/road-resilience.aspx

ଆହୁରି ପଢନ୍ତୁ[ସମ୍ପାଦନା]

  • Benard, B. (2004) Resiliency: What we have learned San Francisco, WestEd. '
  • Bronfenbrenner, U. (1979). Ecology of human development. Cambridge MA: Harvard University Press.
  • Gonzales, Laurence. (2012) Surviving Survival: The Art and Science of Resilience. NYC: W. W. Norton & Company.
  • Masten, A. S. (2007). "Resilience in developing systems: Progress and promise as the fourth wave rises". Development and Psychopathology. 19 (3): 921–930. doi:10.1017/S0954579407000442. PMID 17705908.
  • Masten, A. S. (1999). Resilience comes of age: Reflections on the past and outlook for the next generation of research. In M. D. Glantz & J. L. Johnson (Eds.), Resilience and development: Positive life adaptations (pp. 281–296). New York: Kluwer Academic/Plenum Press.
  • Reivich, Karen, and Shatte, Andrew (2002) The Resilience Factor: 7 Keys to Finding Your Inner Strength and Overcoming Life's Hurdles. Broadway.
  • Rutter, M. (2000). Resilience reconsidered: Conceptual considerations, empirical findings, and policy implications. In J. P. Shonkoff & S. J. Meisels (Eds.), Handbook of early childhood intervention (2nd ed., pp. 651–682). New York: Cambridge University Press.
  • Rutter, M. (1987). "Psychosocial resilience and protective mechanisms". American Journal of Orthopsychiatry. 57 (3): 316–331. doi:10.1111/j.1939-0025.1987.tb03541.x. PMID 3303954.
  • Ungar, M. (2007). Contextual and cultural aspects of resilience in child welfare settings. In I. Brown, F. Chaze, D. Fuchs, J. lafrance, S. McKay & S. Thomas-Prokop (Eds.), Putting a human face on child welfare (pp. 1–24). Toronto: Centre of Excellence for Child Welfare.
  • William Marcellino and Frank Tortorello, I Don't Think I Would Have Recovered: a Personal and Sociocultural Study of Resilience Among US Marines, Armed Forces & Society Online First, July 6, 2014, doi:10.1177/0095327X14536709
  • Comoretto, A., Crichton, N., & Albery, I.P. (2011). Resilience in humanitarian aid workers: understanding processes of development. LAP: Lambert Academic Publishing.

ବାହ୍ୟ ଆଧାର[ସମ୍ପାଦନା]