ମାଧୁରୀ ବଡ଼ଥୱାଲ

ଉଇକିପିଡ଼ିଆ‌ରୁ
ମାଧୁରୀ ବଡ଼ଥୱାଲ
ମାଧୁରୀ ବଡ଼ଥୱାଲ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଲୋକଗୀତ ଗାୟିକା, ସଙ୍ଗୀତକାର, ସଙ୍ଗୀତଗୁରୁ
ଚାକିରିକ୍ଷେତ୍ରଅଲ୍ ଇଣ୍ଡିଆ ରେଡିଓ
ପ୍ରସିଦ୍ଧିଉତ୍ତରାଖଣ୍ଡର ଲୋକ ଗୀତ ଓ ଲୋକ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ

ମାଧୁରୀ ବଡ଼ଥୱାଲ ଉତ୍ତରାଖଣ୍ଡ ରାଜ୍ୟର ଜଣେ ଭାରତୀୟ ଲୋକଗୀତ ଗାୟିକା । ଅଲ ଇଣ୍ଡିଆ ରେଡିଓରେ ସ୍ୱର ସଂଯୋଜନା କରିଥିବା ପ୍ରଥମ ମହିଳା ସେ । ଉତ୍ତର ପ୍ରଦେଶର ପ୍ରଥମ ମହିଳା ସଙ୍ଗୀତଜ୍ଞ ଭାବରେ ସେ ସଙ୍ଗୀତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୯ ମସିହାରେ ଆନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କୁ ତତ୍‌କାଳୀନ ଭାରତୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥିଲେ । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଯୋଗୁଁ ଭାରତ ସରକାର ତାଙ୍କୁ ୨୦୨୨ ମସିହାରେ ଚତୁର୍ଥ ଭାରତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ସମ୍ମାନ ପଦ୍ମଶ୍ରୀ[୧][୨] ପୁରସ୍କାର ପ୍ରଦାନ କରିଥିଲେ ।

ଜୀବନୀ[ସମ୍ପାଦନା]

ବଡ଼ଥୱାଲଙ୍କ ପିତା ଜଣେ ଗାୟକ ଏବଂ ଜଣେ ସୀତାର ବାଦକ ଥିଲେ ।[୩] ସେ ସ୍ନାତକ କରି ସାରିବା ପରେ ଏକ ମହାବିଦ୍ୟାଳୟରେ ସଙ୍ଗୀତ ଶିକ୍ଷିକା ଭାବରେ ଅନେକ ବର୍ଷ କାମ କରିଥିଲେ । ଖାଲି ସମୟରେ ସେ ନାଜିବାବାଦରେ ଅଲ ଇଣ୍ଡିଆ ରେଡିଓ ପାଇଁ ସ୍ୱର ସଂଯୋଜନା କରୁଥିଲେ ।[୪] ସେ ଉତ୍ତରାଖଣ୍ଡର ଲୋକ ଗୀତ ତଥା ସଂଗୀତ ପ୍ରତି ଆକର୍ଷିତ ଥିଲେ, ଫଳରେ ରେଡିଓରେ 'ଧରୋହର' ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମଟି ଉତ୍ତରାଖଣ୍ଡର ଐତିହ୍ୟ ଓ ଲୋକଗୀତକୁ ନେଇ ସୃଷ୍ଟି ହୋଇଥିଲା ।[୫] ଉତ୍ତରାଖଣ୍ଡରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ବାଦ୍ୟଯନ୍ତ୍ର ବାବଦରେ ତାଙ୍କର ଜ୍ଞାନ ଥିଲା । ସେ ଅନ୍ୟ ସଙ୍ଗୀତଜ୍ଞ ମାନଙ୍କୁ ଗୀତ ରେକର୍ଡ଼ କରିବାରେ ସାହାଯ୍ୟ କରନ୍ତି ।[୩]

ଜଣେ ଶିକ୍ଷିକା ଭାବରେ ଶିକ୍ଷାଦାନ କରିଥିବା ଶହ ଶହ ଲୋକଙ୍କ ମଧ୍ୟରେ ସଙ୍ଗୀତକୁ ବୃତ୍ତି ଭାବରେ ବାଛିବାକୁ ସେ ଅନେକଙ୍କୁ ପ୍ରେରଣା ଦେଇଛନ୍ତି ।[୫] ସେ ତାଙ୍କ ସାଥୀ ଗରୱାଲୀ ଗାୟକ ନରେନ୍ଦ୍ର ସିଂ ନେଗିଙ୍କ ସହ ଗୀତ ଗାଇଛନ୍ତି ।[୪]

ସଙ୍ଗୀତ ପ୍ରସାରଣ ଓ ଶିକ୍ଷାଦାନ ପାଇଁ ତାଙ୍କର ଷାଠିଏ ବର୍ଷର ପରିଶ୍ରମକୁ ସମ୍ମାନ ଜଣାଇ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କଦ୍ୱାରା ତାଙ୍କୁନାରୀ ଶକ୍ତି ପୁରସ୍କର ଦିଆଯାଇଥିଲା, ଯାହାଫଳରେ ଲୋକଲୋଚନକୁ ଆସିଥିଲେ ଏବଂ ତାଙ୍କ କାମ ସ୍ୱୀକୃତି ମିଳିଥିଲା ।[୫] ଲୋକ ଗୀତ ତଥା ଲୋକ ସଙ୍ଗୀତ ସଂରକ୍ଷଣ ପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିବା କଥା ଉଲ୍ଲେଖ କରାଯାଇଥିଲା ।[୬]

ଆଧାର[ସମ୍ପାଦନା]

  1. PTI (2022-01-26). "My hard work finally rewarded: Padma awardee Madhuri Barthwal". ThePrint (in ଆମେରିକୀୟ ଇଂରାଜୀ). Retrieved 2023-10-01.
  2. "My hard work finally rewarded: Padma awardee Madhuri Barthwal | Education". Devdiscourse (in ଇଂରାଜୀ). Retrieved 2023-10-01.
  3. ୩.୦ ୩.୧ "Salute to this lady who saved Uttarakhand's folk culture, the folk culture of Devbhoomi". www.rajyasameeksha.com. Retrieved 2021-01-12.
  4. ୪.୦ ୪.୧ Negi, Sunil. "President of India felicitates Dr. Madhuri Barthwal with prestigious "Women Empowerment Award"". NewsViewsNetwork (in ଆମେରିକୀୟ ଇଂରାଜୀ). Retrieved 2021-01-12. ଆଧାର ଭୁଲ: Invalid <ref> tag; name "viewsnet" defined multiple times with different content
  5. ୫.୦ ୫.୧ ୫.୨ "Dr Madhuri Barthwal's citation". Official Account of the Ministry of Women and Child Development, Government of India. 8 March 2019. Retrieved 11 January 2021. ଆଧାର ଭୁଲ: Invalid <ref> tag; name ":0" defined multiple times with different content
  6. "Dr Madhuri Barthwal". www.facebook.com. Retrieved 2021-01-12.