Jump to content

ମାଝା

ଉଇକିପିଡ଼ିଆ‌ରୁ
ପଞ୍ଜାବର ଅଂଶ
ହରମନ୍ଦିର ସାହିବ (ସ୍ୱର୍ଣ୍ଣ ମନ୍ଦିର), ଅମୃତସର

ମାଝା (ପଞ୍ଜାବୀ: ਮਾਝਾ (ଗୁରୁମୁଖୀ), ماجھا (ଶମୁଖୀ); Mājhā) ଅଞ୍ଚଳ, ଐତିହାସିକ ପଞ୍ଜାବ ଅଞ୍ଚଳର କେନ୍ଦ୍ରରେ ଅବସ୍ଥିତ ।[], ଯାହା ବେଆସ ନଦୀର ଦକ୍ଷିଣ ପାର୍ଶ୍ୱରେ [ନୋଟ-୧} ଉତ୍ତର ପଟକୁ ଅନସ୍ଥିତ ଓ ଝେଲମ ନଦୀର ଉତ୍ତରକୁ ବିସ୍ତୃତ ।[] ମାଝା ଅଞ୍ଚଳର ଲୋକମାନଙ୍କୁ ମାଝି କୁହାଯାଏ । ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ମାଝି ଏହି ଅଞ୍ଚଳର ମୁଖ୍ୟ ଭାଷା, ଯାହା ମଧ୍ୟ ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ।[]

୧୯୪୭ରେ ଭାରତ ବିଭାଜନ ସମୟରେ, ମାଝା ଅଞ୍ଚଳ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ଭାଗ ହୋଇଯାଇଥିଲା । ଏହାପରେ ପଞ୍ଜାବ ଭାରତପଞ୍ଜାବ ପାକିସ୍ତାନ ଗଠନ ହେଲା । ଭାରତର ରାଜ୍ୟ ପଞ୍ଜାବରେ ମାଝା ଅଞ୍ଚଳ ତାର୍ନ ତାରାନ ଜିଲ୍ଲାରେ, ସତଲେଜ୍ ନଦୀର ଉତ୍ତର ପାର୍ଶ୍ୱ ସ‌ହ ବେଆସ୍ ଓ ରାବି ନ‌ଦୀର ମିଳନସ୍ଥଳ ପରେ ସେମାନଙ୍କର ମଝି ଅଞ୍ଚଳକୁ ବୁଝାଏ ।[] ଏହି ଅଞ୍ଚଳରେ ପଞ୍ଜାବର ୪ଟି ଜିଲ୍ଲା ରହିଛି - ଅମୃତସର, ତାର୍ନ ତାରାନ୍, ଗୁରଦାସପୁର ଓ ପଠାନକୋଟ ।

ଇତିହାସ

[ସମ୍ପାଦନା]
ଭିନ୍ନ ଦୋଆବ ଅଞ୍ଚଳକୁ ଦେଖୌଥିବା ପଞ୍ଜାବର ଏକ ମାଞ୍ଚିତ୍ର ca. ୧୯୪୭

ମାଝା ଶବ୍ଦର ଅର୍ଥ (ਮਾਝਾ) କେନ୍ଦ୍ର ବା ହୃଦୟ । ଏହି ମାଝା ଅଞ୍ଚଳ ଭୌଗୋଳିକ ଭାବେ ଐତିହାସିକ ପଞ୍ଜାବର କେନ୍ଦ୍ରରେ ଅବସ୍ଥିତ । ତେଣୁ ତା'ର ନାମ ମାଝା ।[] ଏହା ବେରି ଦୋଆବ (ବେଆସ ଓ ରାବି ନ‌ଦୀ ମଧ୍ୟରେ ଥିବା ଅଞ୍ଚଳ ଏବଂ ରାବି ଓ ଚେନାବ ନ‌ଦୀ ମଧ୍ଯରେ ଥିବା ରେଚନା ଦୋଆବ ଅଞ୍ଚଳ) ଅଞ୍ଚଳର ଏକ ମୁଖ୍ୟ ଅଂଶ ଏବଂ ଜେଚ ଦୋଆବ (ଝେଲମ ଓ ଚେନାବ ନ‌ଦୀର ମଝି ଅଞ୍ଚଳ) ଅଞ୍ଚଳର ଏକ ଛୋଟ ଅଂଶ ।[]

ଐତିହାସିକ ପଞ୍ଜାବ ଅଞ୍ଚଳର ମାଝା ଅଞ୍ଚଳ ବେଆସ ନ‌ଦୀର ଉତ୍ତର ପାର୍ଶ୍ୱରେ[note ୧] ଅବସ୍ଥିତ ଓ ଏହା ଝେଲମ ନ‌ଦୀର ଉତ୍ତରକୁ ବିସ୍ତୃତ[], ଯାହା ଏହାକୁ ଐତିହାସିକ ପଞ୍ଜାବର ସର୍ବବୃହତ୍ ଅଞ୍ଚଳ କରିଛି ।

ଯଦିଓ ଭାରତ ବିଭାଜନ ବ୍ରିଟିଶ ଭାରତକୁ ଦୁଇଟି ରାଜ୍ଯ ଭାରତ ପଞ୍ଜାବ (ପୂର୍ବ ପଞ୍ଜାବ) ଓ ପାକିସ୍ତାନ ପଞ୍ଜାବ (ପଶ୍ଚିମ ପଞ୍ଜାବ)ରେ ବିଭାଜିତ କରିଛି, ତଥାପି ବିଭାଜନ ପୂର୍ବରୁ ମାଝା ଅଞ୍ଚଳ ଯେପରି ଥିଲା ସେପରି ଅଛି ।

ଭାରତୀୟ ରାଜ୍ୟ ପଞ୍ଜାବରେ ମାଝା ଅଞ୍ଚଳ ତା'ର ଐତିହାସିକତା ବଜାୟ ରଖିଛି । ମତ୍ର ପାକିସ୍ତାନ ମାଝା ବା ଲାହୋରରେ ୧୦ଟି ସବ୍-ଡିଭିଜନ୍ ଯଥା : ବାହାୱାଲପୁର, ଦେରା ଘାଜି ଖାନ୍, ଫୈସଲାବାଦ୍, ଗୁଜରନ୍‌ୱାଲା, ଲାହୋର, ମୁଲତାନ, ରାୱଲପିଣ୍ଡି ।[], ସାହୀୱାଲ ଓ ସରଗୋଢ଼ା ।

ମାଝାର ଜିଲ୍ଲା

[ସମ୍ପାଦନା]

ମାଝାର ଜିଲ୍ଲା:[]

୨୦୧୬ରେ ଭାରତୀୟ ପଞ୍ଜାବରର ମାଝା ଜିଲ୍ଲାପାକିସ୍ତାନ ପଞ୍ଜାବରର ମାଝା ଜିଲ୍ଲା
ଅମୃତସରଗୁଜରନ୍‌ୱାଲା, ନାରୋୱାଲା, ଶେଖିପୁରା, ରାୱଲପିଣ୍ଡି
ତାର୍ନ ତାରାନ୍ଲାହୋର, କସୁର, ଫୈସଲାବାଦ୍, ହାଫିଜାବାଦ୍
ଗୁରଦାସ୍‌ପୁରନାନ‌କନ ସାହିବ, ପାକପଟ୍ଟାନ, ଚିନିଓଟ
ପଠାନ‌କୋଟସିଆଲକୋଟ, ସାହିୱାଲ୍, ଗୁଜରାଟ, ଓକାରା

ପର୍ଯ୍ୟଟନ ଆକର୍ଷଣ

[ସମ୍ପାଦନା]

ପ୍ରମୁଖ ଗୃହ

[ସମ୍ପାଦନା]
  • ବାବା ଦୀପ ସିଂହ ଜୀ (୧୬୮୨-୧୭୫୭), ପ୍ରସିଦ୍ଧ ଶିଖ ସ‌ହୀଦ
  • ଶିଖ ସାମ୍ରାଜ୍ୟର ପ୍ରତିଷ୍ଠାତା ତ‌ଥା ପଞ୍ଜାବର ମହାରାଜା ରଣଜିତ ସିଂହ
  • ଶିଖ ଖଲାସା ସୈନ୍ୟବାହିନୀର ପ୍ରସିଦ୍ଧ ସୈନ୍ୟ ହରି ସିଂହ ନାଲ୍‌ୱା (୧୭୯୧-୧୮୩୭)
  • ଦୁରୁ ହରଗୋବିନ୍ଦ ସାହିବ ଜୀଙ୍କ ସମୟରେ ଧରମ ପ୍ରଚାରକ ତ‌ଥା ପ୍ରସିଦ୍ଧ ଯୋଦ୍ଧା ଭାଇ ବିଢି ଚାନ୍ଦ ଛିନ୍ନା
  • ଅକାଳୀ ନିହାଗର ଶିଖ ଗେନେରାଲ୍ ଓ ଖଲାସା ପନ୍ଥର ଜାଠେଦାର ଅକାଳୀ ଫୁଲ ସିଂହ (୧୭୬୧-୧୮୨୩)
  • ଶିଖ ଧରମର ବାବା ବୁଢ଼ା ଜୀ
  • ଶିଖ ସାମ୍ରାଜ୍ୟର ଗେନେରାଲ ଶାମ ସିଂହ ଅଟ୍ଟାରିୱାଲା
  • ଦିଲ୍ଲୀ ଅଧିକାର କରିଥିବା ବାବା ବାଘେଲ ସିଂହ
  • ଏସ୍ଏସ୍ କୋମାଗାତା ମାରୁର ବାବା ଗୁରଦିତ ସିଂହ
  • ଶିଖ ଷୀଦ ଭାଇ ମହା ସିଂହ
  • କୁସ୍ତିଯୋଦ୍ଧା ଦାରା ସିଂହ
  • ଭାରାତର ପୂର୍ବତନ ଲୋକ ସଭା ବାଚସ୍ପତି ଗୁରଦିଆଲ ସିଂହ ଧିଲୋଂ
  • ସ୍ୱାଧୀନତା ସଂଗ୍ରାମୀ ଜଗବୀର ସିଂହ ଛିନା
  • ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଦିଲ୍ଲୀର ଦୁଇଟି ପଦକ ବିଜେତା ଗୁରପ୍ରୀତ ସିଂହ (ସୁଟର)
  • ପୂ୍ବତନ ଭାରତୀୟ ନିର୍ବାଚନ ମୁଖ୍ୟ ଓ କ୍ରୀଡା ମନ୍ତ୍ରୀ ଏମ୍ ଏସ୍ ଗିଲ୍
  • ଶିଖ ସ‌ହୀଦ ମାଇ ଭାଗୋ
  • ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ କାଇରୋ
  • ଔପନାସିକ ସୁରାନ୍ଦ୍ର ମୋହନ ପାଠକ
  • ଏସ୍‌ଗିପିସିର ପ୍ରତିଷ୍ଠାତା ତେଜା ସିଂହ ସାମୁନ୍ଦ୍ରୀ
  • ଗଦର ପାର୍ଟର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସୋହନ ସିଂହ ଭାଖନା
  • ଶିଳ୍ପ୍ପତି ଓ ଲେଖକ ଗୁରବାକ୍ଷ ଚ‌ହଲ

ଗ୍ୟାଲେରି

[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. The left/right bank of a river is determined by looking in the direction of flow of the river (facing downstream).
  1. Discover India http://www.discoveredindia.com/punjab/about-punjab/regions-in-punjab.htm%5B%5D
  2. 1 2 3 Grover, Parminder Singh (2011). Discover Punjab: Attractions of Punjab. Parminder Singh Grover. p. 179.
  3. Advanced Centre for Technical Development of Punjabi Language, Literature and Culture, Punjabi University, Patiala Punjabi University, Patiala. Archived 2017-07-31 at the Wayback Machine.
  4. Punjab Data, Know Everything About Punjab http://www.punjabdata.com/Majha-Malwa-Doaba.aspx
  5. Vipul Punjabi https://vipulpunjabi.wordpress.com/regions-and-districts/majha/
  6. Kakshi, S.R.; Pathak, Rashmi; Pathak, S.R.Bakshi R. (2007-01-01). Punjab Through the Ages. Sarup & Sons. ISBN 978-81-7625-738-1. Retrieved 12 June 2010.
  7. Rawalpindi: Majha, Punjab, Islamabad, Tribes and Castes of Rawalpindi District, Rawalpindi District, Demography of Rawalpindi District https://www.amazon.it/Rawalpindi-Punjab-Islamabad-District-Demography/dp/6131076170

ଛାଞ୍ଚ:ପଞ୍ଜାବ, ଭାରତ {{ପଞ୍ଜାବ ଭୂଗୋଳ} ଛାଞ୍ଚ:GeoSouthAsia