Jump to content

ସ୍ୱର୍ଣ୍ଣ ମନ୍ଦିର

Coordinates: 31°37′12″N 74°52′37″E / 31.62000°N 74.87694°E / 31.62000; 74.87694
ଉଇକିପିଡ଼ିଆ‌ରୁ
(ହରମନ୍ଦିର ସାହିବରୁ ଲେଉଟି ଆସିଛି)
ହରମନ୍ଦିର ସାହିବ 
ସ୍ୱର୍ଣ୍ଣ ମନ୍ଦିର  
ਸ੍ਰੀ ਹਰਿਮੰਦਰ ਸਾਹਿਬ
ହରମନ୍ଦିର ସାହିବ (ସ୍ୱର୍ଣ୍ଣମନ୍ଦିର)
ସ୍ୱର୍ଣ୍ଣ ମନ୍ଦିର is located in Punjab
ସ୍ୱର୍ଣ୍ଣ ମନ୍ଦିର
Location within India Punjab#India
ସ୍ୱର୍ଣ୍ଣ ମନ୍ଦିର is located in India
ସ୍ୱର୍ଣ୍ଣ ମନ୍ଦିର
ସ୍ୱର୍ଣ୍ଣ ମନ୍ଦିର (India)
Alternative namesଅମୃତସର (ହରମନ୍ଦିର ସାହିବ)ର ଦରବାର ସାହିବ  
General information
ସହରଅମୃତସର
ଦେଶଭାରତ
Coordinates31°37′12″N 74°52′37″E / 31.62000°N 74.87694°E / 31.62000; 74.87694
Construction startedDecember 1581[]
Completed୧୫୮୯ (ମନ୍ଦିର), ୧୬୦୪ (ଆଦି ଗ୍ରଂଥ ସହିତ) []
Website
ଶ୍ରୀ ହରମନ୍ଦିର ସାହିବ (ଗୁରମୂଖୀ)

ଶ୍ରୀ ହରମନ୍ଦିର ସାହିବ (ବସ୍ତୁତ୍, "ଭଗବାନଙ୍କ ନିବାସ"), ଏହା ଗୋଲଡେନ ଟେମ୍ପଲ ନାମରେ ପ୍ରସିଦ୍ଧ ଏବଂ ପବିତ୍ର ଗୁରୁଦ୍ୱାରା ଦରବାର ସାହିବ ରୂପେ ପରିଚିତ । ଏହା ଶିଖ ଧର୍ମର ମହତ୍ୱପୁର୍ଣ ଧର୍ମସ୍ଥଳ ଅଟେ ।[][]

 ଓ ଭାରତର ପଞ୍ଜାବ ରାଜ୍ୟର ଅମୃତସର ସହରରେ ଉପସ୍ଥିତ ।[] ଏହି ମନ୍ଦିର ମନୁଷ୍ୟଙ୍କ ହାତରେ ବନିଥିବା ଏକ ଜଳାଶୟ (ସରୋବର)ର ଚାରି ପାର୍ଶ୍ୱରେ ନିର୍ମିତ ଯାହା କି ଗୁରୁ ରାମ ଦାସଙ୍କଦ୍ୱାରା ୧୫୭୭ ମସିହାରେ ସମାପ୍ତ କରା ଯାଇଥିଲା ।[]

[] ୧୫୮୯ରେ ଶିଖ ଧର୍ମର ପଞ୍ଚମ ଗୁରୁ - ଗୁରୁ ଅର୍ଜନ, ଲାହୋରର ଏକ ମୁସଲିମ ପିର ସାଇ ମିଲନ ମୀରଙ୍କୁ ଅନୁରୋଧ କରି ଏହାର ନିୟ ପ୍ରସ୍ଥର ସ୍ଥାପନା କରିଥିଲେ.[]  ୧୬୦୪ ମସିହାରେ ଗୁରୁ ଅର୍ଜନ ଆଦି ଗ୍ରଂଥର ଏକ ପ୍ରତିଲିପି ହରମନ୍ଦିର ସାହିବରେ ସ୍ଥାପନ କରିଥିଲେ, ଏହା ଅଥ ସଥ ତୀରଥ (ବସ୍ତୁତ୍ୱ. ''୬୮ ତୀର୍ଥଯାତ୍ରାର ମନ୍ଦିର'').[] ଏହା ଉତ୍ପୀଡ଼ନର ଲକ୍ଷ୍ୟସ୍ଥଳ ହେବା ପରେ ଆଫଘନିସ୍ତାନର ମୁସଲିମ ସେନା ଓ ମୋଗଲ ସାମ୍ରାଜ୍ୟ ଦ୍ୱାର ଏହା ଅନେକ ଥର ନଷ୍ଟ ହୋଇଥିବାରୁ ଏହି ମନ୍ଦିରର ନିର୍ମାଣ ବାରମ୍ବାର ଶିଖମାନଙ୍କଦ୍ୱାରା କରା ଯାଇଥିଲା.[] ଅହମଦ ଶହ ଅବଦଳିର ନେତୃତ୍ୱରେ ଏହାକୁ ୧୭୫୭ ପୁଣି ୧୭୬୨ରେ ଧ୍ୱଂଶ କରି ଜଳାଶୟକୁ କାଚରାଦ୍ୱାରା ଭରି ଦେଇଥିଲେ.[] ୧୮୦୯ ମସିହାରେ ଶିଖ ସାମ୍ରାଜ୍ୟର ସ୍ଥାପନ ପରେ ମହାରାଜା ରଂଜିତ ସିଂ ଏହାର ପୁନର୍ନିର୍ମାନ ମାର୍ବଲ ଏବଂ ତାମ୍ରଦ୍ୱାରା କରିଥିଲେ, ୧୮୩୦ରେ ଏହାର ଗର୍ଭଦ୍ୱାରକୁ ସୁନା/ସ୍ୱର୍ଣ୍ଣପତ୍ରଦ୍ୱାରା ମଡ଼ା ଯାଇଥିଲା ତେଣୁ ଏହାକୁ ସ୍ୱରଣ ମନ୍ଦିର ତଥା ଗୋଲଡେନ ଟେମ୍ପଲ ନାମରେ ପରିଚିତ.[][][୧୦] ଆଧ୍ୟାତ୍ମିକ ରୂପରେ ଏହି ମନ୍ଦିର ଶିଖ ଧର୍ମରେ ସବୁଠାରୁ ମହତ୍ୱପୁର୍ଣ ଅଟେ । ୧୮୮୩ଠାରୁ ୧୯୦୨ ପର୍ଯ୍ୟନ୍ତ ଏହା ଶିଖ ସଭା ଆନ୍ଦୋଳନର କେନ୍ଦ୍ର ଥିଲା। ୧୯୮୦ର ପ୍ରାରମ୍ଭରେ ଏହା ଏକ ବିବାଦର କେନ୍ଦ୍ର ଥିଲା, ଏହା ଇନ୍ଦିରା ଗାନ୍ଧୀ ନେତୃତ୍ୱରେ ଭାରତ ସରକାର, କିଛି ଶିଖ ସମୂହ ଏବଂ ଜରନେଲ ସିଂ ଭିଂଦ୍ରଂବାଲେ ନେତୃତ୍ୱରେ ଏକ ଉଗ୍ରବାଦୀ ଆଂଦୋଳନ ସମୂହ (ଯାହାର ଉଦେଶ୍ୟ ଏକ ନୂତନ ରାଷ୍ଟ୍ର ଖାଲିସ୍ଥାନ ନାମରେ ନିର୍ମାଣ କରିବାର ଥିଲା) ମଧ୍ୟରେ ସଂଘର୍ଷ ଲାଗି ରହିଥିଲା। ୧୯୮୪ ରେ, ଇନ୍ଦିରା ଗାନ୍ଧୀ ଭାରତୀୟ ଆର୍ମି ଏଠାକୁ ପଠାଇ ବ୍ଲୁ ଷ୍ଟାର ନାମିତ ଏକ ଅପରେସନ ଚଳାଇଥିଲେ, ଯାହାଦ୍ୱାରା ୧୦୦୦ରୁ ଉର୍ଧ ଉଗ୍ରବାଦୀ, ସୈନିକ ଏବଂ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ମନ୍ଦିର ଏବଂ ଅକାଳ ତକ୍ଷତ ମଧ୍ୟ ଭାରି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ମନ୍ଦିର ପରିସର ୧୯୮୪ରେ କ୍ଷତି ପରେ ପୁନଶ୍ଚ ନିର୍ମାଣ କରା ଯାଇଥିଲା।[]

[୧୧] ହରମନ୍ଦିର ସାହିବ ସମସ୍ତ ମଣିଷ ତଥା ପୁରୁଷ, ନାରୀ ଏବଂ ସବୁ ଧର୍ମ ଓ ବିଶ୍ୱାସ କରୁଥିବା ଲୋକଙ୍କ ଏକ ମୁକ୍ତ ଆଧ୍ୟାତ୍ମିକ ଘର ଅଟେ। ଏହା ଏକ ବର୍ଗାକୃତି ପରିସର ଯାହାର ୪ଟି ଦ୍ୱାର ସହିତ ଏକ ପରିଭ୍ରମଣ ପଥ ଜଳାଶୟର ଚାରିପାର୍ଶ୍ୱରେ ଅବସ୍ଥିତ। ଏହି ମନ୍ଦିର ପବିତ୍ର ସ୍ଥାନ ଓ ଜଳାଶୟ କି ନିକଟସ୍ଥ ଗୃହମାନଙ୍କର ସଙ୍ଘରହ ଅଟେ। ଏଥି ମଧ୍ୟରୁ ଅକାଳ ତକ୍ଷତ (ଶିଖ ଧର୍ମର ଧାର୍ମିକ ଅଧିକାରର ମୁଖ୍ୟ କେନ୍ଦ୍ର) ଅନ୍ୟତମ ।[]

ଏହା ଛଡା ଘଣ୍ଟା ଘର, ଗୁରୁଦ୍ୱାର କମିଟି କର୍ଯ୍ୟାଳୟ, ସଂଗ୍ରହାଳୟ, ଏବଂ ଏକ ଭୋଜନାଳୟ (ନିଃଶୁଳ୍କ ଏବଂ ବିନା ଭେଦଭାବରେ ନିରାମିଷ ଭୋଜନ ପ୍ରସ୍ତୁତ କରିବା ପାଇଁ ରସୋଈ ଏବଂ ଖାଦ୍ୟ ପରଷିବ ପାଇଁ ସ୍ଥାନ) । ପ୍ରତିଦିନ ୧୦୦୦,୦୦୦ରୁ ଉର୍ଦ୍ଧ ଦର୍ଶନାର୍ଥୀ ଏହି ପବିତ୍ରସ୍ଥଳକୁ ପୂଜା କରିବା ପାଇଁ ପଦାର୍ପଣ କରିଥାନ୍ତି । ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।[୧୨] ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।[୧୩]

ଶବ୍ଦାବଳୀ

[ସମ୍ପାଦନା]
ହରମନ୍ଦିର ସାହିବ, ସ୍ୱର୍ଣ୍ଣମନ୍ଦିର ୨୦୧୮ ମସିହା

ହରମନ୍ଦିର ସାହିବଙ୍କ ଉଚ୍ଚାରଣ ହରୀମନ୍ଦର, ହରୀମନ୍ଦିର କିମ୍ବା ହରମନ୍ଦର ସାହିବ ମଧ୍ୟ ଅଟେ । ଏହି ମନ୍ଦିରକୁ ଦରବାର ସାହିବ ନାମରେ ଡକା ଯାଇଥିବା ସହିତ ଏହାର ପବିତ୍ର ସ୍ଥାନକୁ ସ୍ୱର୍ଣ୍ଣପତ୍ରଦ୍ୱାରା ଢକା ଯାଇଥିବାରୁ ଏହା ଗୋଲଡେନ ଟେମ୍ପଲ ତଥା ସ୍ୱର୍ଣ୍ଣମନ୍ଦିର ନାମରେ ଜଣା ଯାଏ ।[]

"ହରମନ୍ଦିର" ଶବ୍ଦ ଦୁଇଟି ଶବ୍ଦର ସନ୍ଧି ଅଟେ, "ହାରୀ" ଯାହାକୁ ବିଦ୍ୱାନ ଲୋକମାନେ ବିଭିର୍ଣ୍ଣ ରୂପରେ "ଈଶ୍ୱର" କିମ୍ବା "ବିଷ୍ଣୁ", ଏବଂ "ମନ୍ଦିର"ର ଅନୁବାଦରେ ମନ୍ଦିର କିମ୍ବା ଗୃହ ରଖିଥିଲେ ।[୧୪] ଶିଖ ପରମ୍ପରାରେ ଅନେକ ଗୁରୁଦ୍ୱାର "ହରମନ୍ଦିର ସାହିବ" ନାମରେ କିରାତପୁର ଓ ପଟନାରେ ଥିଲେ ସତ୍ତ୍ୱେ ଅମୃତସରରେ ଥିବା ଏହି ମନ୍ଦିର ସବୁଠାରୁ ଅଧିକ ସାନମାନୀତ । [୧୫]

ଇତିହାସ

[ସମ୍ପାଦନା]

ବାଆଁ|thumb|ହରମନ୍ଦିର ସାହିବ ବାରମ୍ବାର ନଷ୍ଟ ଏବଂ ପୁନର୍ନିର୍ମାନ କରାଯାଇଥିଲା, ଅନ୍ତରେ ରଂଜିତ ସିଂଦ୍ୱାରା ୧୮୩୦ରେ ମାର୍ବଲ, ତାମ୍ର ଓ ସ୍ୱର୍ଣଦ୍ୱାରା ନିର୍ମିତ୍ତ 

ଶିଖ ଐତିହାସିକ ଅଭିଲେଖ ଅନୁସାରେ, ଶିଖ ଗୁରୁ ପରମ୍ପରାର ତୃତୀୟ ଗୁରୁ - ଗୁରୁ ଅମର ଦାସଙ୍କ ପସନ୍ଦରେ ଅମୃତସରର ଭୂମି ଓ ହରମନ୍ଦିର ସାହିବଙ୍କ ଗୃହ ବନାଯାଇଥିଲା । ତାଙ୍କର ଶିଷ୍ୟ ରାମ ଦାସଙ୍କୁ ଆଦେଶ ଦେଇ ଭୂମି ଖୋଜିବା ପରେ ଏକ ନୂତନ ସହର ସହିତ ଯାହାର କେନ୍ଦ୍ରରେ ଏକ ମନୁଷ୍ୟଦ୍ୱାରା ବନା ଯାଇଥିବା ଜଳାଶୟ କରିଥିଲେ, ଏହାକୁ ଗୁରୁ ଦା ଚକ ମଧ୍ୟ କୁହାଯାଇଥାଏ ।[୧୬]

[୧୭] ୧୫୭୪ରେ ରାମ ଦାସ ଗୁରୁ ଆମର ଦାସଙ୍କ ଉତ୍ତରାଧିକାରୀ ବନିଥିଲେ, ଏବଂ ଗୁରୁ ଅମର ଦାସଙ୍କ ପୁତ୍ର ମାନଙ୍କ ଶତ୍ରୁତାପୂର୍ଣ ବିପକ୍ଷର ସାମନା କରିଥିଲେ,[୧୮] ଗୁରୁ ରାମ ଦାସ ଏକ ସହର ସ୍ଥାପନ କରିଥିଲେ ଯାହା "ରାମଦାସପୁର" ନାମରେ ଜଣାଯାଏ. ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ)ଙ୍କ ସାହାଯ୍ୟରେ ଜଳାଶୟର କାର୍ଯ୍ୟ ପୂରଣ କରିଥିଲେ. ଗୁରୁ ରାମ ଦାସ ତାଙ୍କ କାର୍ଯ୍ୟାଳୟ ଏବଂ ଗୃହ ଏହାର ନିକଟରେ ବନାଇଥିଲେ. ନୂତନ ସହରର ନିର୍ମାଣ ପାଇଁ ସେ ବଣିକ ଓ କଳାକାର ମନକୁ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ନିମଂତ୍ରଣ କରିଥିଲେ.[୧୯] ରାମଦାସପୁର ସହର ଗୁରୁ ଅର୍ଜନଙ୍କ ସମୟରେ ବିସ୍ତାରିତ ହୋଇଥିଲା ଯାହାର ଆର୍ଥିକ ସାହାଯ୍ୟ ଦାନଦ୍ୱାରା ଏବଂ ନିର୍ମାଣ କାର୍ଯ୍ୟ ସ୍ୱେଚ୍ଛାସେବୀଙ୍କଦ୍ୱାରା କରାଯାଇଥିଲା । ଏହି ଛୋଟ ସହର ଅମୃତସରର ଏକ ବିରାଟ ସହରରେ ପରିବର୍ତିତ ହୋଇଥିଲା ଓ ଜଳାଶୟ ଭାଗ ସ୍ୱର୍ଣ୍ଣମନ୍ଦିର ପରିସର ରୂପେ ବଦଳି ଥିଲା ।[୨୦]

 ୧୫୭୪ରୁ ୧୬୦୪ ମଧ୍ୟରେ ନିର୍ମାଣ କାର୍ଯ୍ୟ ଗତିବିଧି ମହିମା ପ୍ରକାଶ ବର୍ତ୍ତକରେ ବର୍ଣ୍ଣନା କରାଯାଇଛି ଯାହା କି ଏକ ଅର୍ଧ ଐତିହାସିକ ଶିଖ ସଂତଚରିତ୍ରରେ ଉଲେଖ କରାଯାଇଛି । ଏହା ୧୭୪୨ରେ ତିଆରି କରା ଯାଇଥିଲା ଏବଂ ଏହା ସମସ୍ତ ଦାସ ଗୁରୁଙ୍କ ଜୀବନ ସଂଭାଦିତ ପ୍ରଥମ ପ୍ରାମାଣିକ ଦସ୍ତାବେଦ ଅଟେ ।[୨୧] ଗୁରୁ ଅର୍ଜନ ୧୬୦୪ରେ ନୂତନ ମନ୍ଦିର ଭିତରେ ଶିଖ ଧର୍ମ ବଚନ ସ୍ଥାପନା କରିଥିଲେ ।[୨୦] ଗୁରୁ ରାମ ଦାସଙ୍କ ପ୍ରଚେଷ୍ଟାକୁ ଜାରି ରଖି ଗୁରୁ ଅର୍ଜନ ଅମୃତସରକୁ ଏକ ପ୍ରାଥମିକ ତୀର୍ଥଯାତ୍ରା ସ୍ଥଳ ରୂପେ ସ୍ଥାପନା କରିଥିଲେ । ସିଏ ଲୋକପ୍ରିୟ ସୁଖମଣି ସାହିବଙ୍କ ସହିତ ଯୋଗଦାନ ଦେଇ ବହୁତ ପରିମାଣରେ ଶିଖ ଶାସ୍ତ୍ରର ଲିଖନ କରିଥିଲେ ।[୨୨][୨୩]

ହରମନ୍ଦିର ସାହିବ ପାର୍ଶ୍ୱରେ ମହାରାଜା ରଂଜିତ ସିଂ ଗୁରୁ ଗ୍ରଂଥ ସାହିବଙ୍କୁ ଶୁଣୁଛନ୍ତି 

ନିର୍ମାଣ

[ସମ୍ପାଦନା]

ଗୁରୁ ରାମ ଦାସ ଏହି ତିର୍ଥସ୍ଥଳ ପାଇଁ ଭୂମି ଅଧିକାରଣ କରିଥିଲେ । କିପରି ଏହି ଅଧିକାରଣ କରିଥିଲେ ଏହାର ଦୁଇଟି ସଂସ୍କରଣ କାହାଣୀ ଅଛି । ଏକ ବିବରଣୀକା ଦସ୍ତାବେଦ ହିସାବରେ ଏହା ତଂଗ ଗ୍ରାମର ମାଲିକଙ୍କ ଶିଖ ଧର୍ମ ପାଇଁ ଦାନ ମିଳିଥିବା ୭୦୦ ଟଙ୍କାରେ କ୍ରୟ କରାଯାଇଥିଲା । ଅନ୍ୟ ଏକ ସଂସ୍କରଣରୁ ଜଣାଯାଏ କି ଏହା ସମ୍ରାଟ ଆକବର ଗୁରୁ ରାମ ଦାସଙ୍କ ଦ୍ୱାପତ୍ନୀଙ୍କ ଉପହାରରେ ଦେଇଥିଲେ । [୨୪]

୧୫୮୧ ମସିହାରେ, ଗୁରୁ ଅର୍ଜନ ଗୁରଦ୍ୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।[]

ଜଳାଶୟ, ହରମନ୍ଦିର ସାହିବ, ସ୍ୱର୍ଣ୍ଣମନ୍ଦିର ୨୦୧୮ ମସିହା

ନିର୍ମାଣ ସମୟରେ ଜଳାଶୟର ଖାଲି କରି ଶୁଖା ଯାଇଥିଲେ । ହରମନ୍ଦିର ସାହିବଙ୍କ ପ୍ରଥମ ସଂସ୍କରଣ ପୁର୍ଣ ହେବ ପାଇଁ ୮ ବର୍ଷ ସମୟ ଲାଗିଥିଲା । ଗୁରୁ ଅର୍ଜନ ବିନମତ୍ରା ଉପରେ ଅଧିକ ଜୋର ଦେଇ ସହରଠାରୁ କାମ ସ୍ଥରରେ ଏକ ମନ୍ଦିର ନିର୍ମାଣ କଲେ, କାରଣ ଗୁରୁଙ୍କୁ ସାକ୍ଷାତ ତଥା ଦର୍ଶନ କରିବା ପାଇଁ ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବେ ମଣିଷର ଅହଂକାରକୁ ନଷ୍ଟ କରିବା ଆବଶ୍ୟକ ଥିଲା ।[] ସେ ମଧ୍ୟ ମନ୍ଦିର ପରିସର ଥିବା ସମସ୍ଥ ପାର୍ଶ୍ୱ ଖୋଲା ରଖିବାକୁ ଦାବି କରିଥିଲେ ଯାହା ସମସ୍ତ ଲୋକଙ୍କ ପାଇଁ ଖୋଲା ଥିବାର ଦର୍ଶାଏ । ଅରବିନ୍ଦ ପାଲ ସିଂ ମାଣ୍ଡିରଙ୍କ କଥା ଅନୁସାରେ ଜଳାଶୟ ମଧ୍ୟରେ ଥିବା ଏହି ପବିତ୍ର ସ୍ଥାନ ଯେଉଁଠି ତାଙ୍କ ଗୁରୁ ବସୁଥିଲେ, ସେଠାରେ ପହଂଚିବା ପାଇଁ କେବଳ ଏକ ପୋଲୋ ଥିଲା ଏହା ଦର୍ଶାଉଥାଏ କି ଜୀବନର ଅନ୍ତିମ ଲକ୍ଷ୍ୟ କେବଳ ଏକ ଅଟେ ।[] ୧୫୮୯ରେ ଇଟାଦ୍ୱାରା ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । ଗୁରୁ ଅର୍ଜନ ଏହାର ନିମ୍ନ ପ୍ରସ୍ଥର ସ୍ଥାପନା ପାଇଁ ଲାହୋରର ସୁଫି ସେନ୍ଟ ମିଆଁ ମୀରଙ୍କୁ ନିମଂତ୍ରିତ କରିଥଲେ, ସାଙ୍କେତିକ ରୂପେ ଏହା ବହୁଳବାଦ ଏବଂ ଶିଖ ପରମ୍ପରା ସଭିଙ୍କୁ ସ୍ୱାଗତ କରୁଥିବାର ଦର୍ଶାଏ ।[] ଉଦ୍ଘାଟନ ପରେ ଜଳାଶୟ ପାଣିରେ ଭାରି ଦିଆ ଯାଇଥିଲା । ଅଗଷ୍ଟ ୧୬, ୧୬୦୪ରେ ଗୁରୁ ଅର୍ଜନ ଶିଖ ଶାସ୍ତ୍ରର ପ୍ରଥମ ସଂସ୍କରଣକୁ ବିସ୍ତାର ଓ ସଂକଳନ କରିଥିଲେ ଏବଂ ଆଦି ଗ୍ରନ୍ଥର ଏକ ପ୍ରତିଲିପି ମନ୍ଦିରରେ ସ୍ଥାପନା କରିଥିଲେ । ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ )ଙ୍କୁ ପ୍ରଥମ ଗ୍ରନ୍ଥି ରୂପେ ନିଯୁକ୍ତି ଦେଇଥିଲେ ।[୨୫]

ଗୁରୁ ଅର୍ଜନ ଏହି ସ୍ଥାନକୁ ଅଠ ସଠ ତୀରଥ ଅର୍ଥାତ "୬୮ ତୀର୍ଥଯାତ୍ରାର ମନ୍ଦିର" ନାମ ରଖିଥିଲେ ।[୨୬] ଏହି ଘୋଷଣାକୁ ଚିହ୍ନଟ କରିବା ପାଇଁ ମନ୍ଦିର ପରିସର ଭିତରେ ପରାକ୍ରମ(ଜଳାଶୟ ଚତୁର୍ପାର୍ଶ୍ୱରେ ଥିବା ମାର୍ବଲ ପଥ) ଉପରେ ଏକ ଚାନ୍ଦୁଆ ସ୍ଥାପନା କରାଯାଇ ଅଛି । ଡବ୍ଲ୍ୟୁ ଓ଼ବେନ କୋଲ ଓ ଅନ୍ୟ ବିଦ୍ୱାନ ବ୍ୟକ୍ତିଙ୍କ ଅନୁସାରେ ଏହା ବିଶ୍ୱାସ କରାଯାଏ କି ଏହି ମନ୍ଦିର ଭାରତୀୟ ଉପମହାଦ୍ୱୀପରେ ଥିବା ୬୮ ହିନ୍ଦୁ ତିର୍ଥସ୍ଥଳ ସମାନ ଅଟେ, କିମ୍ବା ସ୍ୱର୍ଣ୍ଣମନ୍ଦିର ତୀର୍ଥର ପ୍ରଭାବ ସମସ୍ତ ୬୮ ତୀର୍ଥସ୍ଥଳର ମିଳିତ ପ୍ରଭାବ ସହିତ ସମାନ ।[୨୭]

ଅରବିନ୍ଦ-ପାଲ ସିଂ ମାଣ୍ଡିର ଉଲେଖ କରିଥିଲେ କି ସ୍ୱର୍ଣ୍ଣମନ୍ଦିରର ପ୍ରଥମ ସଂସ୍କରଣ ପୂରଣ କରିବା ଏକ ବିଶିଷ୍ଟ ମାଇଲ ପ୍ରସ୍ଥର ଥିଲା, କାରଣ ଏହା ଏକ କେନ୍ଦ୍ରୀୟ ତୀର୍ଥସ୍ଥାନ ଓ ଶିଖ ସମୁଦାୟର ଏକତ୍ରିତ ହେବ କେନ୍ଦ୍ର ବିନ୍ଦୁ ଥିବା ସହିତ ଏହା ବାଣିଜ୍ୟ ଓ ଅନ୍ୟ ଗତିବିଧିର କେନ୍ଦ୍ର ପ୍ରଦାନ କରୁଥିଲା ।[]

ମୁଗଲ ସାମ୍ରାଜ୍ୟର ବିନାଶ ଏବଂ ପୁନର୍ନିମାଣ

[ସମ୍ପାଦନା]

ଗୁରୁ ଅର୍ଜନ ସିଂଙ୍କ ବଢ଼ି ଚାଲିଥିବା ପ୍ରଭାବ ଏବଂ ସଫଳତା ମୋଗଲ ସାମ୍ରାଜ୍ୟର ଧ୍ୟାନ ପ୍ରଭାବିତ କରିଥିଲା । ମୁଗଲ ସମ୍ରାଟ ଜାହାଙ୍ଗୀରର ଆଦେଶରେ ଗୁରୁ ଅର୍ଜନଙ୍କୁ ଗିରଫ କରା ଯାଇଥିଲା ଏବଂ ଇସ୍ଲାମ ଧର୍ମରେ ପରିବର୍ତିତ ହେବା ପାଇଁ କୁହା ଯାଇଥିଲା । ସେ ମନା କରିଥିଲେ ଓ ଅନେକ ପ୍ରତାଡନା ସହି ୧୬୦୦ ସିଇରେ ତାଙ୍କୁ ମାରି ଦିଆ ଯାଇଥିଲା ।[୨୮][୨୯][୩୦] ଗୁରୁ ଅର୍ଜନଙ୍କ ପୁତ୍ର ତଥା ଉତ୍ତରାଧିକାରୀ ଗୁରୁ ହରଗୋବିନ୍ଦ ଛଳନାରୁ ବଂଚିବା ଓ ଶିଖ ପଂଥ ମନଙ୍କ ରକ୍ଷ୍ୟା କରିବା ପାଇଁ ଅମୃତସର ଛାଡି ଶିବଙ୍କ ପାହାଡକୁ ପଳାୟନ କରିଥିଲେ ।[୩୧]

ଗୁରୁ ଅର୍ଜନଙ୍କ ସହିଦ ହେବାର ଏକ ଶତାବ୍ଦୀ ପରେ ଲୁଇସ ଇ ଫେଂଏଚ ଓ ଡବ୍ଲ୍ୟୁ. ଏଚ. ମେକ୍ଲିଓଡ଼ ଉଲେଖ କରିଥିଲେ କି ସ୍ୱର୍ଣ୍ଣମନ୍ଦିର ଅସଲି ଶିଖ ଗୁରୁ ମାନଙ୍କ କବଜାରେ ନ ଥିଲା ଏବଂ ଏହା ସର୍ବଦା ଶତ୍ରୁତାପୂର୍ଣ ସମ୍ପ୍ରଦାୟିକତା ହାତରେ ଥିଲା.[][୩୨] ୧୮ତମ ଶତାବ୍ଦୀ ରେ, ଗୁରୁ ଗୋବିନ୍ଦ ସିଂ ଓ ନୂତନ ସ୍ଥାପିତ ଖାଲସା ଶିଖ ମାନଙ୍କ ସହିତ ଫେରି ଆସିଥିଲେ ଏବଂ ଏହାକୁ ମୁକ୍ତ କରିବା ପାଇଁ ଲଢ଼ିଥିଲେ।[୩୩] ସ୍ୱର୍ଣ୍ଣମନ୍ଦିର ମୁଗଲ ଶାସକ ଓ ଆଫଗାନ ସୁଲତାନ ମାନଙ୍କ ନଜରରେ ଶିଖ ଧର୍ମ ବିଶ୍ୱାସର କେନ୍ଦ୍ର ଏବଂ ଏହା ଉତ୍ପୀଡ଼ନର ମୁଖ୍ୟ ଲକ୍ଷ୍ୟ ସ୍ଥଳ ରହି ଆସୁଥିଲା।[୩୪]

ସ୍ୱର୍ଣ୍ଣମନ୍ଦିର ଶିଖ ଇତିହାସରେ ଐତିହାସିକ ଘଟଣାର କେନ୍ଦ୍ର ଥିଲା:[][୩୫][]

  • ୧୭୦୯ରେ ଲାହୋରର ରାଜ୍ୟପାଳ ସେନା ପଠାଇ ଶିଖମାନଙ୍କୁ ଦବେଇବା ପାଇଁ ଏବଂ ବୈଶାଖୀ ଓ ଦୀପାବଳି ପାଳନ କରିବାକୁ ଏକତ୍ରିତ ହେବା ପାଇଁ ରୋକିଥିଲେ। କିନ୍ତୁ ଶିଖମାନେ ସ୍ୱର୍ଣ୍ଣମନ୍ଦିରରେ ଏକତ୍ର ହେବାକୁ ମନା କରି ଦେଇଥିଲେ। ୧୭୧୬ରେ ବଂଦା ସିଂ ଓ ଅନେକ ଶିଖମାଙ୍କୁ ଗିରଫ କରି ହତ୍ୟା କରି ଦିଆଗଲା ।
  • ୧୭୩୭ରେ ମୁଗଲ ରାଜ୍ୟପାଳ ଆଦେଶ ଦେଇ ସ୍ୱର୍ଣ୍ଣମାର୍ଣ୍ଡିର ସଂରକ୍ଷକ ମାନି ସିଂକୁ ଗିରଫ କରି ହତ୍ୟା କରିଥିଲେ । ସେ ମାସେ ଖାଁକୁ ପୋଲିସ କମିଶନେର ନିୟୁକ୍ତ କରି ମନ୍ଦିରକୁ କବ୍ଜା କରିଥିଲା ଓ ପରବର୍ତ୍ତୀ କାଳରେ ନୁର୍ତ୍ତିକା ମାନଙ୍କୁ ନେଇ ଏହାକୁ ଏକ ମନୋରଞ୍ଜନ ସ୍ଥଳ ରୂପେ ପରିବର୍ତ୍ତନ କରିଥିଲା । ଶିଖମାନେ ସ୍ୱର୍ଣ୍ଣମନ୍ଦିରର ଅପବର୍ତ୍ତିକାରଣର ପ୍ରତିଷୋଧରେ ଅଗଷ୍ଟ ୧୭୪୦ ମସିହାରେ ମାସେ ଖାଁକୁ ମନ୍ଦିର ଭିତରେ ହତ୍ୟା କରିଥିଲେ ।
  • ୧୭୪୬ରେ ଲାହୋରର ଅନ୍ୟ ଏକ ଅଧିକାରୀ ଦିୱାନ ଲଖପତ ରାଇ ଯହିୟ ଖାଁ ସହିତ ମିଳିତ ହୋଇ ନିଜ ଭାଇର ହତ୍ୟାର ପ୍ରତିଶୋଧରେ ଜଳାଶୟକୁ ବାଲିରେ ପୋତି ଥିଲା ।୧୭୪୯ ମୁଇନ ଉଳ-ମୁଲକ ମୁଗଲ ଅଭିଯାନକୁ ଧୀର କଲେ ଓ ମୁଲତାନ ଅଭିଯାନରେ ସହାୟତା ମାଗି ଶିଖମାନେ ପୁନଶ୍ଚ ଜଳାଶୟକୁ ପୁନଃସ୍ଥାପିତ କରି ଥିଲେ ।
  • ୧୭୫୭ ମସିହାରେ ଆଫଗାନି ଶାସକ ଅହମଦ ଶାହ ଦୂରାଣୀ, (ଅହମଦ ଶାହ ଅବଦାଲି ଭାବେ ଅନ୍ୟ ଏକ ନାମରେ ପରିଚିତ) ଅମୃତସରରେ ଆକ୍ରମଣ କରି ସ୍ୱର୍ଣ୍ଣମନ୍ଦିରକୁ ଭ୍ରଷ୍ଟ କରି ଦେଇଥିଲେ । ସେ ଜଳାଶୟକୁ କୁଡା ଏବଂ ଗାଈ ମନକୁ ମାରି ତାଙ୍କ ଅନ୍ତ ବିଜୁଲା ସବୁ ସେଠାରେ ଭରିବା ପରେ ଆଫଗାନିସ୍ତାନ ପଳାୟନ କରିଥିଲେ । ଶିଖମାନେ ଏହାର ପୁନଃସ୍ଥାପକ କାର୍ଯ୍ୟ କରିଥିଲେ ।
  • ୧୭୬୨ ମସିହା ରେ, ଅହମଦ ଶାହ ଦୂରାଣୀ ଫେରି ଆସିଥିଲେ ଏବଂ ବାରୂଦଦ୍ୱାରା ସ୍ୱର୍ଣ୍ଣମନ୍ଦିରକୁ ଧ୍ୱଂସ କରି ଦେଇଥିଲେ । ଶିଖ ଲୋକମାନେ ଫେରି ଆସିଥିଲେ, ଏବଂ ଏହା ମଧ୍ୟରେ ଦୀପାବଳି ବନାଇ ଥିଲେ । ୧୭୬୪ ରେ, ଯସା ସିଂ ଆହଃଲୂବଳିଆ ଦାନ ଯୋଗାଡ଼ କରି ସ୍ୱର୍ଣ୍ଣମନ୍ଦିରର ପୁନଃନିର୍ମାଣ କରିଥିଲେ । ଏହାର ନୂତନ ମୁଖ୍ୟ ଦ୍ୱାର (ଦର୍ଶନୀ ଦେଓର୍ହି), ପକ୍କା ସଡକ ଓ ପବିତ୍ର ସ୍ଥାନର କାର୍ଯ୍ୟ ୧୭୭୬ରେ ସମ୍ପୂର୍ଣ୍ଣ ହୋଇଥିଲା, ଯେବେ କି ଜଳାଶୟ ଚତୁର୍ପାର୍ଶେ ଥିବା ପଥର କାର୍ଯ୍ୟ ୧୭୮୪ରେ ସମାପ୍ତ ହୋଇଥିଲା । ଶିଖମାନେ ରବି ନଦୀର ତାଜା ଜଳକୁ ଜଳାଶୟରେ ଭରିବା ପାଇଁ ଏକ କେନାଲ ମଧ୍ୟ କାରପାରିଥିଲେ ।

ରଂଜିତ ସିଂ ଯୁଗ ପୁନର୍ନିର୍ମାଣ

[ସମ୍ପାଦନା]
୧୮୮୦ ମସିହାର ସ୍ୱର୍ଣ୍ଣମନ୍ଦିର, ପବିତ୍ର ଜଳାଶୟ ଏବଂ ପାଶ୍ୱବର୍ତୀ ଗୃହର ଏକ ଫଟୋ ଚିତ୍ର । ପାଚିରୀବନ୍ଧ ଅଗଣା ଓ ପ୍ରବେଶ ଦ୍ୱାର ପରବର୍ତ୍ତୀ କାଳରେ ତିଆରି କରା ଯାଇଥିଲା ।

ରଂଜିତ ସିଂ ୨୧ ବର୍ଷ ବୟସରେ ଶିଖ ସାମ୍ରାଜ୍ୟର ନିଉକ୍ଲିଅସର ସ୍ଥାପନା କରିଥିଲେ ଏବଂ ଏହା ପାଇଁ ସେ ସୁକେର୍ଚାକିଆ ମିଶଲ ସେନା ଓ ତାଙ୍କ ଶାଶୁ ରାଣୀ ସଦା କୌରଙ୍କ ସାହାଯ୍ୟ ନେଇଥିଲେ । ୧୮୦୨ ମସିହା ରେ, ୨୨ ବର୍ଷ ବୟସରେ ସେ ଭାଙ୍ଗି ସିଂ ମିଶଲଠାରୁ ଅମୃତସର ନେଇଥିଲେ ଓ ସ୍ୱର୍ଣ୍ଣମନ୍ଦିରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଘୋଷଣା କରିଥିଲେ କି, ସେ ଏହାର ପୁନଃନିର୍ମାଣ ମାର୍ବଲ ଓ ସ୍ୱର୍ଣଦ୍ୱାରା କରିବେ ।[୩୬] ମନ୍ଦିରଟି ମରବେଳେ ଓ ତାମ୍ରଦ୍ୱାରା ୧୮୦୯ ମସିହାରେ ଏବଂ ୧୮୩୦ରେ ରଂଜିତ ସିଂ ପବିତ୍ର ସ୍ଥାନରେ ସ୍ୱର୍ଣ୍ଣପରଦା ଲଗାଇବା ପାଇଁ ସ୍ୱର୍ଣ୍ଣଦାନ କରିଥିଲେ ।[]

ରଂଜିତ ସିଂ, ଦରବାର ସାହିବ (ଏକ ଶବ୍ଦ, ଯାହା ସମଗ୍ର ସ୍ୱର୍ଣ୍ଣମନ୍ଦିର ପରିସରକୁ ସନ୍ଧର୍ଭିତ କରେ)ର ପ୍ରବନ୍ଧନ ଓ ସଂଚାଳନ ନିଜ କବଜ଼ାରେ ରଖିଥିଲେ । ସେ ଦେଶା ସିଂ ମଝିଥିଆଙ୍କୁ ଏହାର ସଂଚାଳନ କରିବାକୁ ନିୟୁକ୍ତ କରିଥିଲେ ଏବଂ ଭୂମି ଅନୁଦାନ ଦେଇ ତାହାର ଏକତ୍ରିତ ରାଜସ୍ୱ ମନ୍ଦିରର ସଂଚାଳନ ଓ ଯତ୍ନ ରଖିବା ଖର୍ଚ୍ଚ ପାଇଁ ଦେଇଥିଲେ । ରଂଜିତ ସିଂ ମନ୍ଦିରର ବଂଶଗତ ଅଧିକାରୀ ରୂପେ ସ୍ଥାନ ନିରୂପଣ କରିଥିଲେ ।

ବର୍ଣ୍ଣନା

[ସମ୍ପାଦନା]
ସ୍ୱର୍ଣ୍ଣମନ୍ଦିର ପରିସର ନକ୍ସା

ସ୍ୱର୍ଣ୍ଣମନ୍ଦିରର ବାସ୍ତୁକଳା ଭାରତୀୟ ମହାଦ୍ୱୀପରେ ପ୍ରଚଳିତ ବିଭିର୍ଣ୍ଣ ସ୍ଥାପିତ ପ୍ରଥାକୁ ଦର୍ଶାଉଛି। ଏହାର କାରଣ ମନ୍ଦିରକୁ ବାରମ୍ବାର ନିର୍ମାଣ କରି ସଜା ଯାଇଅଛି। ମନ୍ଦିର ବିଷୟରେ ଇଆନ କେର, ଏବଂ ଅନ୍ୟ ବିଦ୍ୱାନମାନେ ବର୍ଣ୍ଣନା କର କହିଛନ୍ତି କି ଏହା ମୁଗହଳ ଓ ହିନ୍ଦୁ ରାଜପୁତଙ୍କ ଏକ ମିଶ୍ରଣ ବାସ୍ତୁକଳା।[][୩୭]

ପବିତ୍ର ସ୍ଥାନ ଏକ ୧୨.୨୫ x ୧୨.୨୫ ବର୍ଗ ମିଟରର ଅଟେ, ଯାହା ମଧ୍ୟରେ ଦୁଇଟି ମହଲା ଓ ଏକ ସ୍ୱର୍ଣ୍ଣପତ୍ର ଲେପନରେ ତିଆରି ଗୁମ୍ବଦ ଅଛି। ଏହି ଅଭୟାରଣ୍ୟରେ ଏକ ମାର୍ବଲ ନିର୍ମିତ ମଞ୍ଚ ଯାହା ୧୯.୭ x ୧୯.୭ ବର୍ଗ ମିଟର ଅଟେ। ଏହା ଏକ ବର୍ଗ (୧୫୪.୫ x ୧୪.୫ ମି2 ) ଜଳାଶୟ ତଳେ ରହେ, ଯାହାକୁ ଅମୃତସର କିମ୍ବା ଅମୁତସୋବର କୁହାଯାଏ। (ଅମୃତର ଅର୍ଥ ଅମୃତ, ସର ସରୋରର ସଂକ୍ଷିପ୍ତ ରୂପ ଏବଂ ଏହା ଜଳାଶୟର ଅର୍ଥ ଅଟେ।) ଜଳାଶୟ ୫.୧ ମି ଗହୀର ଓ ୩.୭ ମିଟର ଚୌଡା ମାର୍ବଲ ମାର୍ଗଦ୍ୱାରା ଘେରା ହୋଇଛି। ଏହାର ଦକ୍ଷିଣ ପିଅଇଶ୍ୱରୁ ପରିକ୍ରମା କରାଯାଇଥାଏ। ପବିତ୍ର ମଣ୍ଡଳକୁ ମଞ୍ଚ ସହିତ ଯୋଡ଼ାଯାଏ। ପ୍ରବେଶ ଦ୍ୱାରକୁ ଦର୍ଶୀ ପହାଡୀ କୁହାଯାଏ (ଦର୍ଶନ ଦ୍ୱାର ରୁ)। ଯେଉଁମାନେ ଜଳାଶୟରେ ଡୁବକୀ ଲଗାଇବାକୁ ଚାହାନ୍ତି, ମନ୍ଦିର ହେକସଙ୍ଗଓନାଲ ଶରଣ ପ୍ରଦାନ କରେ ଓ ହାର କି ପୋଡିକୁ ପବିତ୍ର ସ୍ଥାନ ପ୍ରଦାନ କରୁଥାଏ। [୩୮]

ଜଳାଶୟରେ ସ୍ନାନ କଲେ କର୍ମ ଶୁଦ୍ଧି ପାଇଥାଏ। ଏହାର ପାଣିକୁ ମଧ୍ୟ ବୋତଲରେ ଲୋକମାନେ ନିଜ ଘର, ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ନେଇଥାନ୍ତି।[୩୯] ଏହା ସ୍ୱୟଂ ସେବକ ମାନଙ୍କଦ୍ୱାରା ପରିଚାୟିତ ଓ ସମୁଦାୟିକ ସେବାଦ୍ୱାରା ସମୟ ସମୟରେ ଏହା ଜଳ ନିଷ୍କାସନ କରାଯାଇଥାଏ।[୪୦]

ପବିତ୍ର ସ୍ଥାନରେ ଦୁଇଟି ମହଲା ଅଛି। ଶୁଖାସନ ଓ ପ୍ରକାଶ ପାଇଁ, ଶିଖ ଲିଖନୀ ଗୁରୁ ଗ୍ରଂଥ ସାହିବ ପ୍ରତିଦିନ ୨୦ ଘଣ୍ଟା ତଳେଥିବା ମହଲାରେ ରହନ୍ତି ଓ ୪ ଘଣ୍ଟା ଲାଗେ ଏହାକୁ ଶୟନ କକ୍ଷ ଅକାଳ ତକ୍ତରେ ରହିଥାଏ। ପ୍ରବେଶ ପଥର ଉଛତାରୁ ଅଧିକ ଉଚ୍ଚତାରେ ଗ୍ରଂଥ ରଖାଯାଇଥିବା ସ୍ଥାନ ଅଟେ। ଉପର ମହଲାରେ ଏକ ଗ୍ୟାଲ୍ଳେରୀ ଯାହା ସିଡ଼ିଦ୍ୱାରା ଯୋଡ଼ା ଯାଇଥାଏ। ପବିତ୍ର ସ୍ଥାନର ଚତୃପାର୍ଶ୍ୱରେ ଲାଗିଥିବା ମାର୍ବଲ ମଧ୍ୟ ଏହାର ଭୂମି ତଳ ମହଲାରେ ଲଗା ଯାଇଅଛି। ତାମ୍ର ପତ୍ରଦ୍ୱାରା ପବିତ୍ର ସ୍ଥାନର ଲେପନ ହୋଇଛି। କବାଟଗୁଡ଼ିକ ସ୍ୱର୍ଣ୍ଣପତ୍ରରେ ଲେପିତ। ଯାହା ଉପରେ ତାମ୍ର ପତ୍ରରେ ପକ୍ଷୀ, ଫୁଲ ଓ ପ୍ରକୁତିର ଚିତ୍ର ବନା ଯାଇଛି। ଏହାର ଉପର ମହଲା ଛାତ ସ୍ୱର୍ଣ୍ଣ& ଅଳଙ୍କାରଦ୍ୱାରା ସଜା ଯାଇଛି। ଚାରିପାର୍ଶ୍ୱ ଛୋଟ ଗୁମ୍ଫାଦ୍ୱାରା ଢକା ହୋଇଥାଏ ଯାହା ସୁନା ପତ୍ର ଓ ତାମ୍ରଦ୍ୱାରା ଅଳଙ୍କୃତ।

ପବିତ୍ର ସ୍ଥାନ ଗୃହର ପାଚିରୀର କଳାକୃତି ଦେଖିବା ଯୋଗ୍ୟ ଓ ଏହା ମଧ୍ୟରେ ଶୀଖ ଶାସ୍ତ୍ରର ଛନ୍ଦ ଲିଖନ ହୋଇଛି । ଭିତ୍ତିଚିତ୍ର ଭାରତୀୟ ପରମ୍ପରା ଅନୁସାରେ କରାଯାଇଛି, ଓ ବିଶୁଦ୍ଧ ରୂପରେ ଜ୍ୟମିତୀୟ ହୋଇ ଥିବାରୁ ପଶୁ, ପକ୍ଷୀ ଏବଂ ପ୍ରକୃତିର ରୁପାଙ୍କନ ମଧ୍ୟ ଏଥିରେ ସାମିଲ ଅଛି ।[୪୧]

 ଦର୍ଶନୀ ଦେଓର୍ହି ଏକ ଦୁଇ ମହଲା ଢାଞ୍ଚାରେ ତିଆରି, ଯାହା ମଧ୍ୟରେ ପ୍ରବନ୍ଧକ କାର୍ଯ୍ୟାଳୟ ଓ କୋଷାଗାର ଅବସ୍ଥିତ। ପବିତ୍ର ସ୍ତନର ପ୍ରସ୍ଥାନ ମାର୍ଗରେର ଅନ୍ତିମରେ ସ୍ୱେଛାସେବୀ ଏକ ଅଟା ନିର୍ମିତ ମିଠା ପ୍ରସାଦ ଯାହାକୁ କରହ ପ୍ରସାଦ କୁହାଯାଏ ପ୍ରଦାନ କରିଥାନ୍ତି । ସାଧାରଣାତରେ, ତୀର୍ଥଯାତ୍ରୀ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରି ଦକ୍ଷିଣାବର୍ତ୍ତ ହୋଇ ଜଳାଶୟରର ଚତୁର୍ପାର୍ଶ୍ୱରେ ପରିଭ୍ରମଣ କରି ବବିତ୍ର ସ୍ଥାନରେ ପ୍ରବେଶ କରିଥାନ୍ତି । ସମସ୍ତଙ୍କ ପାଇଁ ଏହି ମନ୍ଦିର ହୋଇଥିବା ଦର୍ଶାଇବା ପାଇଁ ଏହାର ଚତୁର୍ଦିଗରେ ୪ଟି ଦ୍ୱାର ଅଛି । କିନ୍ତୁ ମାତ୍ର ଗୋଟିଏ ଦ୍ୱାର ବବିତ୍ରସ୍ଥାନର ପ୍ରବେଶ ପଥକୁ ଯିବା ପାଇଁ ପ୍ରୟୋଗ ହୋଇଥାଏ। [୪୨]

ବାମ: ଅକାଳ ତଖତ ପ୍ରବୁଦ୍ଧ; ଡାହାଣ: ଅନ୍ୟତମ ପ୍ରବେଶ ଦ୍ୱାର

ଅକାଳ ତଖତ ଏବଂ ତେଜା ସିଂ ସମୁନ୍ଦ୍ରୀ ହଲ

[ସମ୍ପାଦନା]

ପବିତ୍ର ସ୍ଥାନ ଓ ପ୍ରବେଶ ପଥ ସମୁଖରେ ଅକାଳ ତଖତ ଇମାରତ ଅବସ୍ଥିତ। ଏହା ମୁଖ୍ୟ ତଖତ ଅଟେ ଯାହା ଶୀଖ ସମ୍ପ୍ରଦାୟର ଅଧିକାରିକ କେନ୍ଦ୍ର ଅଟେ। ଏହା ପଂଜାବର ମୁଖ୍ୟ ରାଜନୀତି ଦଳ ଶିରୋମଣି ଅକାଲି ଦଳର ମୁଖ୍ୟାଳୟ ଅଟେ ।[] ଅକାଳ ତଖତ ଶୀଖ ଦରମା ମାମଲାରେ ଓ ଶୀଖ ସମ୍ପ୍ରଦାୟକୁ ଏକଜୁଟ ହେବ ପାଇଁ ଆଦେଶ ଦେଇଥାଏ। ଅକାଳ ତଖତର ଅର୍ଥ ''କାଳାତୀତ ଭାବଙ୍କ ସିଂହାସନ''। ଏହି ସଂସ୍ଥା ଗୁରୁ ହରଗୋବିନ୍ଦ ନିଜ ପିତା ଗୁରୁ ଅର୍ଜନ ନ୍କ ସହିଦ ହେବ ପରେ ଉପଚାରିକ, ଆଧ୍ୟାତ୍ମିକ ଓ ଧର୍ମ ନିରେପେକ୍ଷ ମାମଲାରେ ଆୟୋଜନ କରିବାକୁ ନିଜ ସ୍ଥାନରୁ ଦୂର ଶୀଖ ଗୁରୁଦ୍ୱାରରେ ବାଧ୍ୟକରି ରିପୋର୍ଟ ଜାରି କରିବାକୁ ସ୍ଥାପନ କରି ଥିଲେ। ଏହା ପରେ ଗୁରୁ ଗୋବିନ୍ଦ ଦ୍ୱାର ସ୍ଥାପନ କରାଯାଇଥିବା ତଖତ ଉପରେ ଏକ ଇମାରତ ନିର୍ମାଣ କଲେ, ଏହା ଅକାଳ ଭୁଞ୍ଜା ରୂପେ ଜଣ ଯାଏ । ଅକାଳ ତଖତକୁ ତଖତ ଶ୍ରୀ ଅକାଳ ଭୁଞ୍ଜା ନାମରେ ମଧ୍ୟ ଯାନଯାଏ । ଶୀଖ ପରମ୍ପରାରେ ୫ଟି ତଖତ ଅଛି, ଯାହା ମଧ୍ୟରେ ଶୀଖ ଧର୍ମରେ ପ୍ରମୁଖ ତିର୍ଥସ୍ଥଳ। ଏହା ଆନନ୍ଦପୁର, ପାଟନା, ନାଁଦେଡ, ତଲବନ୍ଦି ସବୋ, ଓ ଅମୃତସରରେ ଅଛି। ସ୍ୱର୍ଣ୍ଣମନ୍ଦିର ପ୍ରସାରରେ ଥିବା ଅକାଳ ତଖତ ପ୍ରମୁଖ ଅଟେ।[୪୩][୪୪]

ତେଜ ସିଂ ସମୁନ୍ଦ୍ରୀ ହଲ ଗୁରୁଦ୍ୱାର ପ୍ରବନ୍ଧକ ସମିତିର କାର୍ଯ୍ୟାଳୟ ଅଟେ। ଏହା ଲଂଗର-ରସୋଈ ଓ ବିଧାନ ସଭା କକ୍ଷ ପାଖ ଏକ ଇମରତରେ ଅବସ୍ଥିତ। ଏହି କାର୍ଯ୍ୟାଳୟ ପ୍ରମୁଖ ଶୀଖ ମନ୍ଦିର ମାନଙ୍କ ସଂଚାଳନର ଦେଖରେଖ କରିଥାଏ।[][୪୫]

ଘଣ୍ଟା ଘର

[ସମ୍ପାଦନା]
ବ୍ରିଟିଶ ସମୟରେ ୧୮୬୦ର ସ୍ୱର୍ଣ୍ଣମନ୍ଦିର ସହିତ ଗୋଥିକ ଘଣ୍ଟା ଘର ନିର୍ମାଣାଧୀନ ଚିତ୍ର, ଘଣ୍ଟା ଘର ତାହାପରେ ଧ୍ୱଂସ କରାଯାଇଥିଲା

ମନ୍ଦିରର ମୂଳ ସଂସ୍କରଣରେ ଘଣ୍ଟା ଘର ନଥିଲା, ଏହା ସ୍ଥାନରେ ଏକ ଇମାରତ ଥିଲା ଯାହାକୁ ବର୍ତ୍ତମାନ "ଖୋୟା ମହଲ" କୁହାଯାଉଛି। ବ୍ରିଟିଶ ଅଧିକାରୀ ଦୁତୀୟ ଏଙ୍ଗ୍ଲୋ-ଶୀଖ ଯୁଦ୍ଧ ପରେ ଇମାରତକୁ ନଷ୍ଟ କରିବାକୁ ଚାହିତିଲେ ଓ ପୁନଶ୍ଚ ଶୀଖ ସାମ୍ରାଜ୍ୟକୁ କ୍ୱଜ଼ରେ କରି ନେଇଥିଲେ। ଶୀଖମାନେ ଏହି ବିଧ୍ୱଂଶର ବିରୋଧ କରିଥିଲେ କିନ୍ତୁ ତାହାକୁ ଆଡେଇ ଦିଆ ଯାଇଥିଲା। ଏହା ଜାଗାରେ ଘଡ଼ି ଟାୱାର ଯୋଡ଼ା ଯାଇଥିଲା, ଏହି ଟାୱାର ଜନ ଗାଡ଼ନ ନ୍କଦ୍ୱାରା ଗୋଥିକ କେଥେଡ୍ରାଲ ଶୈଳୀରେ ନାଲି ରଙ୍ଗ ଇଟା ସହିତ ସଜାଇଥିଲେ। ୧୮୬୨ ମସିହାରେ ଘଡ଼ିର ଟାୱାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଓ ୧୮୭୪ରେ ସମ୍ପୂର୍ଣ୍ଣ ହୋଇଥିଲା। ଏହି ଟାୱାର ୭୦ ବର୍ଷ ପରେ ଶୀଖ ସମୁଦାୟଦ୍ୱାରା ଧ୍ୱଂସ କରି ଦିଆଗଲା। ଏହା ସ୍ଥାନରେ, ଏକ ନୂତନ ପ୍ରବେଶ ଦ୍ୱାର ମନ୍ଦିର ସହିତ ସାମଂଜୟଶ ରଖି ବନା ଯାଇଥିଲା। ଉତ୍ତର ପକ୍ଷରେ ଥିବା ଏହି ପ୍ରବେଶ ଦ୍ୱାର ଏକ ଘଡ଼ି ପରି ଯାହା ଉପର ମହଲାରେ ଏକ ସଂଗ୍ରହାଳୟ ଅବସ୍ଥିତ ଓ ଏହାକୁ ଘଣ୍ଟା ଘର ଦେଓରି କୁହାଯାଏ। [୪୬][୪୭]

ପରିସର ମଧ୍ୟରେ ୟତିହାସିକ ଦୁଃଖ ଭଞ୍ଜନୀ କୋଳି ଗଛ, ଅଠ ସଠ ତୀରଥ ପରେ

କୋଳି ଗଛ

[ସମ୍ପାଦନା]
କୋଳି ଗଛ, ଶ୍ରୀ ହରମନ୍ଦିର ସାହିବ (ଗୋଲଡେନ ଟେମ୍ପଲ), ପଞ୍ଜାବ, ଚିତ୍ର - ଫେବୃଆରୀ ୨୦୧୮

ସ୍ୱର୍ଣ୍ଣମନ୍ଦିର ପରିସର ଖୋଲା ଥିଲା ଓ ଏହା ମଧ୍ୟରେ ଅଗଣିତ ଗଛ ଜଳାଶୟ ଚାରିପାର୍ଶ୍ୱରେ ଥିଲା। ଏହା ବର୍ତ୍ତମାନ ପାଚେରି ଓ ଦୁଇ ମହଲା ଅଗଣା ସହିତ ୪ଟି ପ୍ରବେଶ ଦ୍ୱାରରେ ପରିବର୍ତିତ, ଯାହା କୋଳି ଗଛ (ଯୁଜୁବେ)ର ରକ୍ଷା କରିଥାଏ। ଏହା ମଧ୍ୟରୁ ଗୋଟିଏ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାର ଦକ୍ଷିଣ ପାଶ୍ୱର୍ରେ ଅଛି, ଯାହାକୁ ବେର ବାବା ବୁଦ୍ଧ କୁହାଯାଏ । ଏହା ଶୀଖ ସମୁଦାୟରେ ବିଶ୍ୱାସ କର ଯାଇଥାଏ କି ବାବା ବୁଦ୍ଧ ଏହିଠାରେ ବସି ଜଳାଶୟ ଓ ମନ୍ଦିରର ନିର୍ମାଣ କାର୍ରୟ ନିରୀକ୍ଷଣ କରିଥିଲେ। ।[୪୮][୨୭]

ଦୁତୀୟ ଗଛ ଯାହାକୁ ଲାଚି ବେର କୁହାଯାଏ, ବିଶ୍ୱାସ କରାଯାଏ କି ଏହା ତଳେ ଗୁରୁ ଅର୍ଜନ ମନ୍ଦିର ନିର୍ମାଣ ସମୟରେ ବିଶ୍ରାମ କରିଥିଲେ। [୨୭] ତୃତୀୟ ଗଛକୁ ଦୁଃଖ ଭଞ୍ଜନୀ ବେର କୁହାଯାଏ, ଯାହା ଜଳାଶୟର ଓ ପବିତ୍ର ସ୍ଥାନର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ। ଏହା ମାନ୍ୟତା ଅଛି କି ଏଠାରେ ଏକ ଶୀଖ ଜଳାଶୟରେ ସ୍ନାନ କରି କୁଷ୍ଠତାରୁ ମୁକ୍ତି ପାଇଥିଲା, ଏହାକୁ କଷ୍ଟରୁ ମୁକ୍ତି ଦେବା ଗଛ କୁହାଯାଏ। [୪୯][୫୦] ଏହା ତଳେ ଏକ ଛୋଟ ଗୁରୁଦ୍ୱାର ଅଛି । [୨୭] ଅଠ ସଠ ତୀରଥ ୬୮ ତୀର୍ଥସ୍ଥାନ ସହିତ ସମାନ ଅଟେ ଯାହା ଏହି ଦୁଃଖ ଭଞ୍ଜନୀ ଗଛ ତଳେ ଅଛି। ଶୀଖ ଭକ୍ତମାନେ କୁହନ୍ତି କି ଚାର୍ଲସ ଟାଉନସେଣ୍ଡ ବିଶ୍ୱାସ କରନ୍ତି କି ଜଳାଶୟରେ ସ୍ନାନ କଲେ ୬୮ ତୀର୍ଥର ଫଳ ମିଳିପାରିବ।[୨୭]

ଶିଖ ଐତିହାସିକ ସଂଗ୍ରହାଳୟ

[ସମ୍ପାଦନା]
ହରମନ୍ଦିର ସାହିବଙ୍କ ଛାତ ସ୍ୱର୍ଣ୍ଣପତ୍ର ଓ ବହୁମୂଲ୍ୟ ପଥରଦ୍ୱାରା ନିର୍ମିତ 

ଶୀଖ ପରମ୍ପରା ଅନୁସାରେ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାରର ପ୍ରଥମ ମହଲାରେ ଏକ ଶୀଖ ଇତିହାସ ସଂଗ୍ରହାଳୟ ଅଛି । ଏହା ବିଭିର୍ନ ଚିତ୍ର, ଗୁରୁ, ଓ ସହିଦ ମନକୁ ପ୍ରଦର୍ଶନ କରିଥାଏ, ଅନେକ ଲୋକମାନେ ଶୀଖ ମାନଙ୍କ ଇତିହାସ, ଐତିହାସିକ ବସ୍ତୁ ଯଥା ତଲବାର, କର୍ତ୍ତାର, କଂଘୀ, ଚକ୍ଙ୍କର[୫୧] ଘଣ୍ଟା ଘର ଭୂମିଗତ ସଂଗ୍ରହାଳୟରେ ଅବସ୍ଥିତ ।[୫୨][୫୩]ଲୁଇ ଏ ଫେଂଚଙ୍କ ଅନୁସାରେ ଏହା ଶୀଖ ଧର୍ମର ସମାନ ପ୍ରଦର୍ଶନ କରୁ ନାହିଁ ଓ ଆଂଶିକ ଐତିହାସିକ ଅଟେ ଯାହା ବିନା ମୁଣ୍ଡ ଥବା ଶରୀରକୁ ପ୍ରଦର୍ଶିତ କରୁଛି କିନ୍ତୁ ଏହା ମହତ୍ୱପୁର୍ଣ କଳାକୃତି ଅଟେ,ଏବଂ ଏହା ଶୀଖ ଧର୍ମରେ ବାହାଦୁରି ଓ ସହିଦ ହେବା ଦର୍ଶାଇଥାଏ।[୫୪]

ଗୁରୁଦ୍ୱାରର ମୁଖ୍ୟ ପ୍ରବେଶ ଦ୍ୱାରରେ ଅନେକ ସ୍ମାରକ ସଜା ହୋଇଥାଏ, ଯାହା ପୂର୍ବ ଐତିହାସିକ ଘଟଣା, ସାଧୁ ସନ୍ତ, ଓ ସହିଦ ମନକୁ ମନେ ରଖିବା ପାଇଁ ରଖା ଯାଇଛି । ରଂଜିତ ସିଂ ନ୍କ ଯୋଗଦାନ ସହିତ ଅନ୍ୟ ଦୁଇ ଜଣ ସୈନିକ ମାନଙ୍କ ସ୍ମାରକରେ ଲେଖା ଯାଇଛି ଏମାନେ ବିଶ୍ୱ ୟୁଦ୍ଧ ଓ ଭାରତ-ପାକିସ୍ତାନ ୟୁଦ୍ଧରେ ଲଢ଼ିଥିଲେ। [୫୫]

ଗୁରୁ ରାମ ଦାସ ଲଂଗର

[ସମ୍ପାଦନା]
ହରମନ୍ଦିର ସାହିବ ପରିସର ମଧ୍ୟରେ ଥିବା ଲଂଗର ଗୃହ, ଚିତ୍ର - ଫେବୃଆରୀ ୨୦୧୮

ହରମନ୍ଦିର ସାହିବ ପରିସର ମଧ୍ୟରେ ଏକ ଲଂଗର ଗୃହ ଅବସ୍ଥିତ। ଏହା ସମ୍ପ୍ରଦାୟଦ୍ୱାରା ଚଳିତ ଏକ ନିଶୁକ୍ଲ ତଥା ମାଗଣା ରସୋଈ ଓ ଭୋଜନ ଗୃହ। ଏହା ପୂର୍ବ ଦିଶାରେ ଥିବା ପରିଶର ମଧ୍ୟରେ ଦୁଃଖ ଭଞ୍ଜନୀ କୋଳି ଗଛ ନିକଟରେ ଅବସ୍ଥିତ। ଏହି ଲଂଗର ଗୃହରେ ସହସ୍ର ଲୋକ ମାନଙ୍କୁ ଭୋଜନ କରାଇଥାଏ, ଇଛା ରଖୁଥିବା ସମସ୍ତ ଜାତି, ଗରିବ, ଧନୀ, ବର୍ଣ, ଏବଂ ସମ୍ପ୍ରଦାୟର ଲୋକମାନେ ଖାଇଥାନ୍ତି। ନିରାମିଷ ଭୋଜନ ଏଠାରେ ପରୋଶା ଯାଇଥାଏ, ସମସ୍ତଙ୍କୁ ସମାନ ଆକାରରେ ଦେଖା ଯୈଠେ ଏବଂ ଇଛା ଅନୁସାରେ ଭୋଜନ ପ୍ରାପ୍ତ କରା ଯାଇଥାଏ। ଏହା କର-ସେବା ସ୍ୱଚ୍ଛାସେବୀ ମାନଙ୍କଦ୍ୱାରା ପରିଚାଳିତ, ସମସ୍ତେ ଭୋଜନ କରିବା ପାଇଁ ଏକ ଧାଡିରେ ବସିଥାନ୍ତି ଯାହାକୁ 'ପନଗଟ' କୁହାଯାଏ. ସଧାରଣ ଭୋଜନ ଏଠାରେ ପ୍ରାପ୍ତ ହୋଇଥାଏ, ଯାହା ଅମୃତ ତୂଲ୍ୟର ଅଟେ। ରୋଟୀ, ଡାଲି, ତରକାରୀ, ସଲାଡ଼, ଖିରି, ଇତ୍ୟାଦି ବିଭିର୍ନ ଭାବରେ ପ୍ରତିଦିନ ନିୟମିତ ଭାବେ ୨୪ ଘଣ୍ଟା ଚାଲିଥାଏ। ଭୋଜନ ସମୟରେ ସମସ୍ତ ବ୍ୟଞ୍ଜନ ଥାଳିରେ ଦିଆ ଯାଏ କିନ୍ତୁ ରୋଟୀ ହାତରେ ପରସା ଯାଇଥାଏ। [୨୭]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Arvind-Pal Singh Mandair 2013, pp. 41–42.
  2. ୨.୦ ୨.୧ ୨.୨ ୨.୩ Kerr 2015
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ The Editors of Encyclopaedia Britannica 2014.
  4. Louis E. Fenech & W. H. McLeod 2014, p. 33.
  5. Pardeep Singh Arshi 1989, pp. 5–7.
  6. W. Owen Cole 2004, p. 7
  7. Pashaura Singh & Louis E. Fenech 2014, pp. 431–432.
  8. ୮.୦ ୮.୧ ୮.୨ Trudy Ring, Noelle Watson & Paul Schellinger 2012, pp. 28–29.
  9. Eleanor Nesbitt (2016). Sikhism: A Very Short Introduction. Oxford University Press. pp. 64–65. ISBN 978-0-19-874557-0.
  10. Jean Marie Lafont (2002). Maharaja Ranjit Singh: Lord of the Five Rivers. Oxford University Press. pp. 95–96. ISBN 978-0-19-566111-8.
  11. Pashaura Singh & Louis E. Fenech 2014, pp. 30–31.
  12. "Soon, Golden Temple to use phone jammers. Over Two lakh people visit the holy shrine per day for worship. In festivals over six lakh to eight lakh visit the holy shrine". The Times Of India. 19 July 2012. Archived from the original on 2013-01-26. Retrieved 2018-02-10.
  13. Sri Harimandir Sahib, Amritsar, Punjab, UNESCO
  14. Louis E. Fenech & W. H. McLeod 2014, p. 146.
  15. H. S. Singha (2000). The Encyclopedia of Sikhism (over 1000 Entries). Hemkunt Press. p. 97. ISBN 978-81-7010-301-1.
  16. Pardeep Singh Arshi & 1989 2014, p. 33.
  17. Louis E. Fenech & W. H. McLeod 2014, p. 33.
  18. Arvind-Pal Singh Mandair 2013, pp. 38–40.
  19. {{cite web}}: Empty citation (help)
  20. ୨୦.୦ ୨୦.୧ Christopher Shackle & Arvind Mandair 2013, pp. xv–xvi.
  21. W.H. McLeod (1990). Textual Sources for the Study of Sikhism. University of Chicago Press. pp. 28–29. ISBN 978-0-226-56085-4.
  22. Mahindara Siṅgha Joshī (1994). Guru Arjan Dev. Sahitya Akademi. pp. 6–8. ISBN 978-81-7201-769-9.
  23. Mahindara Siṅgha Joshī (1994). Guru Arjan Dev. Sahitya Akademi. pp. 6–8. ISBN 978-81-7201-769-9.
  24. Louis E. Fenech & W. H. McLeod 2014, p. 67.
  25. Singh 2011, pp. 34–35.
  26. Dr. Madanjit Kaur “The Golden Temple: Past and Present" Dept. of Guru Nanak Studies, Guru Nanak Dev University Press, 1983, p. 11
  27. ୨୭.୦ ୨୭.୧ ୨୭.୨ ୨୭.୩ ୨୭.୪ ୨୭.୫ Pashaura Singh & Louis E. Fenech 2014, pp. 435–436.
  28. Pashaura Singh (2005), Understanding the Martyrdom of Guru Arjan Archived 2016-03-03 at the Wayback Machine., Journal of Punjab Studies, 12(1), pages 29-62
  29. W.H. McLeod (2009). The A to Z of Sikhism. Scarecrow Press. p. 20 (Arjan's Death). ISBN 9780810863446. The Mughal rulers of the Punjab were evidently concerned with the growth of the Panth, and in 1605 the Emperor Jahangir made an entry in his memoirs, the Tuzuk-i-Jahāṅgīrī, concerning Guru Arjan's support for his rebellious son Khusrau Mirza. Too many people, he wrote, were being persuaded by his teachings, and if the Guru would not become a Muslim the Panth had to be extinguished. Jahangir believed that Guru Arjan was a Hindu who pretended to be a saint, and that he had been thinking of forcing Guru Arjan to convert to Islam or his false trade should be eliminated, for a long time. Mughal authorities seem plainly to have been responsible for Arjan's death in custody in Lahore, and this may be accepted as an established fact. Whether death was by execution, the result of torture, or drowning in the Ravi River remains unresolved. For Sikhs, Arjan is the first martyr Guru.
  30. Louis E. Fenech, Martyrdom in the Sikh Tradition, Oxford University Press, pp. 118-121
  31. Louis E. Fenech & W. H. McLeod 2014, pp. 146–147.
  32. M. L. Runion (2017). The History of Afghanistan, 2nd Edition. Greenwood. pp. 69–71. ISBN 978-0-313-33798-7.
  33. M. L. Runion (2017). The History of Afghanistan, 2nd Edition. Greenwood. pp. 69–71. ISBN 978-0-313-33798-7., Quote: "Ahmad Durani was forced to return to India and [he] declared a jihad, known as an Islamic holy war, against the Marathas. A multitude of tribes heralded the call of the holy war, which included the various Pashtun tribes, the Balochs, the Tajiks, and also the Muslim population residing in India. Led by Ahmad Durrani, the tribes joined the religious quest and returned to India (...) The domination and control of the [Afghan] empire began to loosen in 1762 when Ahmad Shah Durrani crossed Afghanistan to subdue the Sikhs, followers of an indigenous monotheistic religion of India found in the 16th century by Guru Nanak. (...) Ahmad Shah greatly desired to subdue the Sikhs, and his army attacked and gained control of the Sikh's holy city of Amritsar, where he brutally massacred thousands of Sikh followers. Not only did he viciously demolish the sacred temples and buildings, but he ordered these holy places to be covered with cow's blood as an insult and desecration of their religion (...)"
  34. Pardeep Singh Arshi 1989, pp. 22–25.
  35. Patwant Singh (2008). Empire of the Sikhs: The Life and Times of Maharaja Ranjit Singh. Peter Owen. pp. 18, 177. ISBN 978-0-7206-1323-0.
  36. Eleanor Nesbitt (2016). Sikhism: A Very Short Introduction. Oxford University Press. pp. 64–65. ISBN 978-0-19-874557-0., Quote: "The Golden Temple (...) By 1776, the present structure, a harmonious blending of Mughal and Rajput (Islamic and Hindu) architectural styles was complete."
  37. Pardeep Singh Arshi 1989, pp. 97–116.
  38. Nikky-Guninder Kaur Singh (2004). Sikhism. Infobase Publishing. pp. 100–101. ISBN 978-1-4381-1779-9.
  39. Gene R. Thursby (1992). The Sikhs. BRILL. pp. 14–15. ISBN 90-04-09554-3.
  40. Pardeep Singh Arshi 1989, pp. 68–73.
  41. Fahlbusch, Erwin; Geoffrey William Bromiley (1999). The encyclopedia of Christianity (Reprint ed.). Leiden: Brill. ISBN 978-90-04-14596-2.
  42. Singh 2011, p. 80.
  43. Pashaura Singh; Norman Gerald Barrier; W. H. McLeod (2004). Sikhism and History. Oxford University Press. pp. 201–215. ISBN 978-0-19-566708-0.
  44. W. Owen Cole 2004, p. 10.
  45. Ian Talbot (2016). A History of Modern South Asia: Politics, States, Diasporas. Yale University Press. pp. 80–81 with Figure 8. ISBN 978-0-300-19694-8.
  46. Shikha Jain (2015). Yamini Narayanan (ed.). Religion and Urbanism: Reconceptualising Sustainable Cities for South Asia. Routledge. pp. 76–77. ISBN 978-1-317-75542-5.
  47. W. Owen Cole 2004, pp. 6–9
  48. Louis E. Fenech & W. H. McLeod 2014, p. 146.
  49. H. S. Singha (2000). The Encyclopedia of Sikhism (over 1000 Entries). Hemkunt Press. p. 64. ISBN 978-81-7010-301-1.
  50. Bruce M. Sullivan (2015). Sacred Objects in Secular Spaces: Exhibiting Asian Religions in Museums. Bloomsbury Publishing. pp. 76–78. ISBN 978-1-4725-9083-1.
  51. Golden temple's hi-tech basement info center
  52. "Golden temple story comes alive". Archived from the original on 2017-08-31. Retrieved 2018-02-10.
  53. Louis E. Fenech (2000). Martyrdom in the Sikh Tradition: Playing the "game of Love". Oxford University Press. pp. 44–45, 57–61, 114–115, 157 with notes. ISBN 978-0-19-564947-5.
  54. K Singh (1984). The Sikh Review, Volume 32, Issues 361-372. Sikh Cultural Centre. p. 114.
ଆଧାର ଭୁଲ: <references>ରେ ଦିଆଯାଇଥିବା "FOOTNOTELouis E. FenechW. H. McLeod2014146–147" ନାମ ସହ ଥିବା <ref> ଚିହ୍ନ ଦରକାରୀ ଲେଖାରେ ବ୍ୟବହାର ହୋଇନାହିଁ ।