ମାଇକେଲ କୋଲିନ

ଉଇକିପିଡ଼ିଆ‌ରୁ
ମାଇକେଲ କୋଲିନ
ମହାକାଶଚାରୀ ପୋଷାକରେ ମାଇକେଲ କୋଲିନ
Born୩୧ ଅକ୍ଟୋବର ୧୯୩୦
Died୨୮ ଏପ୍ରିଲ ୨୦୨୧
Nationalityଆମେରିକୀୟ
Signature

ମାଇକେଲ କୋଲିନ ( ୩୧ ଅକ୍ଟୋବର ୧୯୩୦ - ୨୮ ଏପ୍ରିଲ ୨୦୨୧) ଜଣେ ଯାନ୍ତ୍ରିକ ଇଂଜିନିୟର ତଥା ସଂଯୁକ୍ତ ରାଷ୍ଟ୍ର ବାୟୁସେନା (ରିଜର୍ଭ)ର ପୂର୍ବତନ ମେଜର ଜେନେରାଲ । ତାଙ୍କର ପ୍ରଥମ ଅନ୍ତରୀକ୍ଷ ଅଭିଯାନରେ (ଜେମିନି-୧୦ ଅନ୍ତରୀକ୍ଷ ଅଭିଯାନ) କମାଣ୍ଡର ପାଇଲଟ୍ ଜନ ୟଙ୍ଗଙ୍କ ସହ ଦୁଇଟି ଅନ୍ତରୀକ୍ଷ ଯାନରେ ସେ କକ୍ଷୀୟ ପରିଭ୍ରମଣ କରିବା ସହ ଅନ୍ତରୀକ୍ଷରେ ଚାଲିବାରେ ସମର୍ଥ ହୋଇଥିଲେ । ଏହାପରେ ତାଙ୍କ ଦ୍ୱିତୀୟ ଅନ୍ତରୀକ୍ଷ ଅଭିଯାନରେ ସେ ଆପୋଲୋ-୧୧ ଚନ୍ଦ୍ର ଅଭିଯାନରେ କମାଣ୍ଡ ମଡ୍ୟୁଲର ପାଇଲଟ ଭାବେ ଚନ୍ଦ୍ର କକ୍ଷରେ ଯାନ ପରିଚାଳନା କରୁଥିବା ବେଳେ ନୀଲ ଆର୍ମଷ୍ଟ୍ରଙ୍ଗ ଏବଂ ବଜ ଆଲଡ୍ରିନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ । ଏହି ଅନ୍ତରୀକ୍ଷ ଅଭିଯାନରେ ମଣିଷ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପାଦ ପକାଇବା ପାଇଁ ସମର୍ଥ ହୋଇଥିଲା । ସେ ହେଉଛନ୍ତି ଚନ୍ଦ୍ରକୁ ପହଞ୍ଚିଥିବା ୨୪ତମ ବ୍ୟକ୍ତି ଏବଂ ମହାକାଶରେ ଭାସମାନ ଅବସ୍ଥାରେ ପଦଚାଲନା କରିବାରେ ତୃତୀୟ ଆମେରୀକିୟ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କୋଲିନଙ୍କ ଜନ୍ମ ଅକ୍ଟୋବର ୩୧, ୧୯୩୦ ମସିହାରେ ରୋମ ସହରରେ [୧][୨]। ପିତା ଜେମସ ଲାଟନ ଥିଲେ ଆମେରିକାର ଜଣେ ଆର୍ମି ଅଫିସର ଏବଂ କୋଲିନଙ୍କ ଥିଲେ ତାଙ୍କର ଦ୍ୱିତୀୟ ସନ୍ତାନ । କୋଲିନଙ୍କ ଗୋଟିଏ ଜ୍ୟେଷ୍ଠ ଭାଇ ଜେମସ ଲାଟନ କଲିନ (ଜୁନିୟର) ଏବଂ ଦୁଇ ଭଉଣୀ ଭିର୍ଜିନିଆ ଏବଂ ଆଗନେସ୍ । ଜୀବନର ପ୍ରଥମ ୧୭ ବର୍ଷ ସେ ପିତାଙ୍କ ବାରମ୍ବାର ବଦଳି ଯୋଗୁଁ ରୋମ, ଓକଲାହମା, ଗଭର୍ନରସ ଆଇଲ୍ୟାଣ୍ଡ, ନିଉୟର୍କ, ପୂର୍ତ୍ତୋରିକୋ, ସାନ ଆଣ୍ଟୋନିଅ ତଥା ଟେକ୍ସାସ ଭଳି ଭିନ୍ନ ଭିନ୍ନ ଯାଗାରେ ରହିବାର ସୂଯୋଗ ପାଇଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଯୋଗ ଦେବାପରେ କୋଲିନଙ୍କ ପରିବାର ୱାଶିଂଟନ ଡି ସିକୁ ଚାଲିଗଲେ । ସେଠାରେ କୋଲିନ ସୈଣ୍ଟ ଆଲବାନସ ବିଦ୍ୟାଳୟରେ ଶିକ୍ଷାଲାଭ କରି ୧୯୪୮ରେ ସ୍ନାତକ ଡିଗ୍ରୀ ହାସଲ କଲେ । ମାଅ ଚାହୁଁଥିଲେ ସେ କୌଣସି ରାଜନୈତିକ ସେବାରେ ଯୋଗ ଦେଉ, କିନ୍ତୁ ସେ ପିତାଙ୍କ ପଦାଙ୍କ ଅନୁସରଣ କରି ସେ ସୈନ୍ୟ ବାହିନୀରେ ଭର୍ତ୍ତି ହେବା ପାଇଁ ଚାହିଁଲେ । ଯୁକ୍ତରାଷ୍ଟ୍ର ମିଲିଟାରୀ ଏକାଡେମିରେ ସେ ଯୋଗ ଦେଇ ୧୯୫୨ ମସିହାରେ ମିଲିଟାରୀ ବିଜ୍ଞନରେ ସ୍ନାତକ ଡିଗ୍ରୀ ଲାଭ କଲେ । ତେବେ ଏ ସବୁ ସତ୍ତ୍ୱେ ବିଭିନ୍ନ୍ ଅକାରଣ ବଶତଃ ସେ ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାରେ ଯୋଗ ଦେଲେ ।

ନାସା ଏବଂ ଅନ୍ତରୀକ୍ଷ ଅଭିଯାନ[ସମ୍ପାଦନା]

ସମ୍ମାନ[ସମ୍ପାଦନା]

  • ଜେମିନି ଅନ୍ତରୀକ୍ଷ ଅଭିଯାନରେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୧୯୬୬ ମସିହାରେ Air Force Distinguished Flying Cross ସମ୍ମାନରେ ସମ୍ମାନିତ କରାଯାଇଛି ।[୩]
  • ଜେମିନି-୧୦ ଅଭିଯାନରେ ତାଙ୍କର କୃତି ପାଇଁ ସହଯୋଗୀ ୟଙ୍ଗଙ୍କ ସହ ନାସାଦ୍ୱାରା ତାଙ୍କୁ ୧୯୬୬ ମସିହାରେ NASA Exceptional Service Medal ପ୍ରଦାନ କରାଯାଇଛି ।[୪]
  • ଆପୋଲୋ ଅଭିଯାନରେ ତାଙ୍କର ସଫଳତା ପାଇଁ ତାଙ୍କୁ Air Force Distinguished Service Medal ଏବଂ NASA Distinguished Service Medalଦ୍ୱାରା ସମ୍ମାନିତ କରାଯାଇଛି ।[୩]
  • ଏହାଛଡା ୧୯୭୭ ମସିହାରେ ସେ Legion of Merit ସମ୍ମାନରେ ମଧ୍ୟ ସମ୍ମାନିତ ।

ଆଧାର[ସମ୍ପାଦନା]

  1. "Michael Collins | Astronaut Scholarship Foundation". www.astronautscholarship।ଓର୍ଗ୍. Retrieved 11 June 2019.
  2. "Astronaut Fact Book" (PDF). www.nasa.gov. Retrieved 11 June 2019.
  3. ୩.୦ ୩.୧ "Michael Collins - Recipient - Military Times Hall Of Valor". valor.militarytimes.com (in ଇଂରାଜୀ). Retrieved 11 June 2019.
  4. "Clipping from Independent". Newspapers.com (in ଇଂରାଜୀ). Retrieved 11 June 2019.