ବଜ ଆଲଡ୍ରିନ

ଉଇକିପିଡ଼ିଆ‌ରୁ
ବଜ ଆଲଡ୍ରିନ
ମହାକାଶଚାରୀ ପୋଷାକରେ ବଜ ଆଲଡ୍ରିନ
Born୨୦ ଜାନୁଆରୀ, ୧୯୩୦
ନିୟୁ ଜର୍ସି, ଗ୍ଲେନ ରିଜ
Nationalityଆମେରିକୀୟ
Spouse(s)Joan Ann Archer(୧୯୫୪ - ୧୯୭୪), Beverly Van Zile (୧୯୭୫-୧୯୭୮) Lois Driggs Cannon (୧୯୮୮-୨୦୧୨)

ବଜ ଆଲଡ୍ରିନ ଜଣେ ଯାନ୍ତ୍ରିକ ଇଂଜିନିୟର ତଥା ସଂଯୁକ୍ତ ରାଷ୍ଟ୍ର ବାୟୁସେନାର ପୂର୍ବତନ ପାଇଲଟ । ଏହାସହ ସେ ଆପୋଲୋ -୧୧ ଚନ୍ଦ୍ର ଅଭିଯାନର ଲୁନାର ମଡ୍ୟୁଲର ପାଇଲଟ ଥିଲେ । ଏହି ଅନ୍ତରୀକ୍ଷ ଅଭିଯାନରେ ମଣିଷ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପାଦ ପକାଇବା ପାଇଁ ସମର୍ଥ ହୋଇଥିଲା ।  ବଜ ଏଲଡ୍ରିନ ଏହି ଚନ୍ଦ୍ର ଅଭିଯାନରେ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ସହ ସାମିଲ ହୋଇଥିଲେ ଏବଂ ଚନ୍ଦ୍ର ପୃଷ୍ଠରେ ପାଦ ଦେବାରେ ଦ୍ୱିତୀୟ ମାନୱ ହେବାର ଗୌରବ ଅର୍ଜ୍ଜନ କରିଥିଲେ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୯୩୦ ଜାନୁୟାରୀ ୨୦ ତାରିଖ ଦିନ ସଂଯୁକ୍ତ ଆମେରିକାସ୍ଥିତ ନିୟୁ ଜର୍ସିର ଗ୍ଲେନ ରିଜ ସହରରେ ଜନ୍ମିତ ଏଲଡ୍ରିନଙ୍କ ପିତା ଥିଲେ ଏଡ଼ବିନ ୟୁଜିନ ଏଲଡ୍ରିନ ଏବଂ ମାତା ଥିଲେ ମ୍ୟାରିଅନ ମୁନ ।[୨] ପିଲାଟି ଦିନରୁ ହିଁ ତାଙ୍କ ଭଉଣୀ ତାଙ୍କୁ ବ୍ରଦର୍ ବଦଳରେ ବ୍ରଜର ବୋଲି ସମ୍ବୋଧନ କରୁଥିଲେ । ଏହି ବ୍ରଜର୍ ସମ୍ବୋଧନ ପରବର୍ତ୍ତୀ ସମୟରେ ଛୋଟ ହୋଇ ବଜ୍ ହୋଇ ରହିଯାଇଥିଲା । ଏହିଭଳି ଭାବରେ ତାଙ୍କ ନାମରେ ଏହା ଏକ ଉପନାମ ଭାବେ ବଜ ଯୋଡିହୋଇଯାଇଥିଲା । ତେବେ ସେ ଏହି ବଜ୍ ଉପନାମକୁ ଆଇନଗତ ଭାବେ ୧୯୮୮ ମସିହାରେ ତାଙ୍କ ନାମରେ ଯୋଡିଦେଇଥିଲେ [୨]। ୧୯୪୬ ମସିହାରେ ମୋଣ୍ଟ କ୍ଳର୍ୟର ହାଇସ୍କୁଲରୁ ସ୍ନାତକ ଶିକ୍ଷା ସାରି ସେ ମାସାଚ୍ୟୁଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ନାମକ ଶିକ୍ଷାନୁଷ୍ଠାନରେ ଛାତ୍ରବୃତ୍ତି ପାଇ ଡ଼ିଗ୍ରୀ ହାସଲ କଲେ । ଏହାପରେ ସେ ୟୁନାଇଟେଡ଼ ଷ୍ଟେଟ ମିଲିଟାରୀ ଏକାଡେମିରୁ ୧୯୫୧ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମିଲିଟାରୀ ଏକାଡେମିରୁ ଶିକ୍ଷା ସାରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାର ଏକ ଜେଟ ଫାଇଟର ପାଇଲଟ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।

ନାସା ଏବଂ ଅନ୍ତରୀକ୍ଷ ଅଭିଯାନ[ସମ୍ପାଦନା]

ପାଇଲଟ ଭାବେ ତାଙ୍କର ଅନୁଭବ ଏବଂ ଯୋଗ୍ୟତା ଭିତ୍ତିରେ ଏଲଡ୍ରିନଙ୍କୁ ଅକ୍ଟୋବର ୧୯୬୩ରେ ନାସା ତରଫରୁ ଅନ୍ତରୀକ୍ଷ ଅଭିଯାନ ନିମିତ୍ତ ତୃତୀୟ ଦଳର ଏକ ସଭ୍ୟ ରୂପେ ମନୋନୀତ କରାଯାଇଥିଲା । ଜେମିନି-୯ ଅନ୍ତରୀକ୍ଷ ଅଭିଯାନରେ ଅନ୍ତରୀକ୍ଷ ଯାତ୍ରୀ ଦଳଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ଅଭିଯାନ ନିମିତ୍ତ ଅନ୍ୟାନ୍ୟ ଅନ୍ତରୀକ୍ଷ ଯାତ୍ରୀଙ୍କ ( ଜିମ ଲେବେଲ୍, ଏଲିୟେଟ ସି ଓ ଚାର୍ଲସ ବାସେତଙ୍କ ସହ ଏଲଡ୍ରିନଙ୍କୁ ଚୟନ କରାଯାଇଥିଲା । ଜେମିନି-୧୨ ଅନ୍ତରୀକ୍ଷ ଅଭିଯାନରେ ଏଲଡ୍ରିନଙ୍କୁ ପାଇଲଟ ରୂପେ ଚୟନ କରାଯିବା ପରେ ଏଲଡ୍ରିନଙ୍କ ପକ୍ଷେ ନିଜର ଦକ୍ଷତା ପ୍ରମାଣିତ କରିବା ପାଇଁ ଏହା ଶେଷ ସୂଯୋଗ ଥିଲେ । ତେବେ ସେ ଅନ୍ତରୀକ୍ଷ ଅଭିଯାନରେ ନିଜର ଦକ୍ଷତା ନେଇ ଏକ ରେକର୍ଡ ସୃଷ୍ତି କଲେ ଏବଂ ଏହା ପ୍ରମାଣ କଲେ ଯେ ସେ ଅନ୍ତରୀକ୍ଷ ଯାତ୍ରୀଭାବେ ଅନ୍ତରୀକ୍ଷ ଯାନ ବାହାରେ ରହି ମଧ୍ୟ କାମ କରି ପାରିବେ ।

୨୦ ଜୁଲାଇ ୧୯୬୯ରେ ଆପୋଲୋ-୧୧ ଅଭିଯାନର ସଫଳତା ପରେ ଏଲଡ୍ରିନ ଥିଲେ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିବା ଦ୍ୱିତୀୟ ବ୍ୟକ୍ତି ତଥା ଅନ୍ତରୀକ୍ଷରେ ଚାଲିଥିବା ପ୍ରଥମ ବ୍ୟକ୍ତି । ନାସାର ଆପୋଲୋ-୧୧ ଅଭିଯାନ ସଂପର୍କରେ ଯାହା ଜଣାଯାଏ, ଏଲଡ୍ରିନଙ୍କୁ ହିଁ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାର ପ୍ରସ୍ତାବ ଦିଆଯାଇଥିଲା । ତେବେ ଲୁନାର ମଧ୍ୟରୁ ଏହାର ଭୌତିକ ସ୍ଥିତି ଅନୁସାରେ ବାହାରକୁ ବାହାରିବା କମାଣ୍ଡର ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ପକ୍ଷେ ଅଧିକ ସୁବିଧାଜନକ ଥିଲା । ବଜ ଏଲଡ୍ରିନ ହେଉଛନ୍ତି ଚନ୍ଦ୍ର ପୃଷ୍ଠରେ ଧାର୍ମିକ କାର୍ଯ୍ୟ କରିଥିବା ପ୍ରଥମ ବ୍ୟକ୍ତି । ଚନ୍ଦ୍ର ପୃଷ୍ଠରେ ପାଦ ରଖିବା ପରେ ଏଲଡ୍ରିନ ପୃଥିବୀକୁ ଏହି ସନ୍ଦେଶ ପ୍ରେରନ କରିଥିଲେ; " ମୁଁ ଚାହେଁ କି ପ୍ରତ୍ୟେକ ବ୍ୟକ୍ତିକୁ ଏହି ସୂଯୋଗ ମିଳୁ । ଯେ କେହି ବି ଏହା ଶୁଣୁଥିବେ, କ୍ଷଣେ ଅଟକିବେ, ପିଛିଲା କିଛି ସମୟର ଘଟଣା ସବୁ ମନେ ପକାଇବେ ଏବଂ ନିଜ ଶୈଳୀରେ ଇଶ୍ୱରଙ୍କୁ ଧନ୍ୟବାଦ ଦେବେ "। ସେ ଚନ୍ଦ୍ର ପୃଷ୍ଠରେ ନିଜକୁ ନିଜେ ଏକ ଭୋଜିରେ ଆମନ୍ତ୍ରିତ କଲେ, କିନ୍ତୁ ଏ କଥା ସେ ଗୁପ୍ତ ରଖିଥିଲେ । କାରଣ ଆପୋଲୋ-୮ ଅଭିଯାନରେ ଏଭଳି ଏକ ଧାର୍ମିକ କାର୍ଯ୍ୟ କରିବା ପ୍ରୟାସ ବିରୁଦ୍ଧରେ ଏକ ନାସ୍ତିକ କାର୍ଯ୍ୟକର୍ତ୍ତା ମେଡୋଲିନ ମରେ ଅନ୍ତରୀକ୍ଷ ଯାତ୍ରୀଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରିସାରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୯ ଡିସେମ୍ବର ୧୯୫୪ରେ ଆଲଡ୍ରିନଙ୍କ ପ୍ରଥମ ବିବାହ ହୋଇଥିଲା ଜୋଆନ ଆର୍କେରଙ୍କ ସହ । ଏହି ବିବାହରେ ତାଙ୍କର ତିନୋଟି ସନ୍ତାନ ଥିଲେ । ଏହି ବିବାହ ବିଛେଦ ପରେ ସେ ୩୧ ଡିସେମ୍ବର ୧୯୭୫ରେ ଦ୍ୱିତୀୟ ବିବାହ କଲେ ବେଭେର୍ଲି ୱନ୍ ଜିଲେଙ୍କୁ । କିନ୍ତୁ ୧୯୭୮ରେ ଜିଲେଙ୍କ ସହ ତାଙ୍କର ବିବାହ ବିଛେଦ ହେଲା । ତାଙ୍କର ତୃତୀୟ ବିବାହ ହୋଇଥିଲା ଲୋଇସ ଡ୍ରିଗ୍ କ୍ୟାନାନ୍‌ଙ୍କ ସହ ୧୪ ଫେବ୍ରୁଆରୀ ୧୯୮୮ରେ । ଏହି ବିବାହ ମଧ୍ୟ ୨୦୧୨ ସେ ବିବାହ ବିଛେଦରେ ପରିଣତ ହେଲା । [୩] ତୃତୀୟ ବିବାହ ବିଛେଦ ପରେ ସେ ତାଙ୍କର ୱେଷ୍ଟଉଡସ୍ଥିତ ଅଟ୍ଟାଳିକା ବିକ୍ରି କରିଦେଇ ୨୦୧୮ ମସିହା ବେଲକୁ ସେ ଫ୍ଳୋରିଡାସ୍ଥିତ ସ୍ୟାଟେଲାଇଟ ବିଚରେ ବସବାସ କଲେ ।[୪]

ସମ୍ମାନ[ସମ୍ପାଦନା]

  • ଆପୋଲୋ -୧୧ ଅଭିଯାନରେ ଲୁନାର ମଡ୍ୟୁଲରେ ପାଇଲଟ ଭାବେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୧୯୬୯ରେ Air Force Distinguished Service Medal ସମ୍ମାନରେ ସମ୍ମାନିତ କରାଗଲା ।[୫]
  • ନାସାଦ୍ୱାରା ପ୍ରଦତ୍ତ ଅନ୍ୟ ସମ୍ମାନ ମଧ୍ୟରେ ନାସା ଡିଷ୍ଟିଙ୍ଗାଇଜଡ ସର୍ଭିସ୍ ମେଡାଲ (Nasa Distinguished service Medal), ନାସା ଏକ୍ସେଲେନ୍ସି ସର୍ଭିସ୍ ମେଡାଲ(Nasa Excellency service medal) ଏବଂ ନାସା ସ୍ପେସ୍ ଫ୍ଲାଇଟ୍ ମେଡାଲର ଦୁଇଟି ସମ୍ମାନ (Nasa space flight medal) ।
  • ନାଗରିକ ପୁରସ୍କାର ମଧ୍ୟରେ ପ୍ରେସିଡେନ୍ସିଅଲ୍ ମେଡାଲ୍ ଅଫ୍ ଫ୍ରିଡମ୍, ଦ ରବର୍ଟ ଜେ କୋଲିଆର ଟ୍ରଫି, ଦ ରୋବର୍ଟ ଏଚ୍ ଗୋଦାର୍ଡ ମେମୋରିଆଲ ଟ୍ରଫି ଏବଂ ହରମୋନ ଇଣ୍ଟରନେଶନାଲ ଟ୍ରଫି ।
  • ଅନ୍ତରୀକ୍ଷ ଅଭିଯାନରେ ତାଙ୍କର କୃତି ତଥା କୋରିଆ ଯୂଦ୍ଧରେ ତାଙ୍କ ଭୂମିକା ପାଇଁ ଦ୍ୱିତୀୟ ଥର ପାଇଁ DSM ସମ୍ମାନ ଭାବେ ସେ Oak leaf cluster ସମ୍ମାନରେ ସମ୍ମାନିତ କରାଯାଇଛି ।[୫]
  • ଜେମିନି ତଥା ଆପୋଲୋ ଅନ୍ତରୀକ୍ଷ ଅଭିଯାନରେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ Legion of Merit ସମ୍ମାନରେ ସମ୍ମାନିତ କରାଯାଇଛି ।[୫]

ଆଧାର[ସମ୍ପାଦନା]

  1. "31 Dec 1969, A5 - The Montclair Times at Newspapers.com". Newspapers.com (in ଇଂରାଜୀ). Retrieved 10 June 2019.
  2. ୨.୦ ୨.୧ Spaceflight, Nola Taylor Redd 2018-08-01T03:51:00Z. "Buzz Aldrin & Apollo 11". Space.com (in ଇଂରାଜୀ). Retrieved 10 June 2019.{{cite web}}: CS1 maint: numeric names: authors list (link)
  3. Library, C. N. N. "Buzz Aldrin Fast Facts". CNN. Retrieved 10 June 2019.
  4. "'Ailing' Buzz Aldrin recuperating after South Pole evacuation". Florida Today (in ଇଂରାଜୀ). Retrieved 10 June 2019.
  5. ୫.୦ ୫.୧ ୫.୨ "Edwin Aldrin - Recipient - Military Times Hall Of Valor". valor.militarytimes.com (in ଇଂରାଜୀ). Retrieved 10 June 2019.