ମହାଦେବ ମନ୍ଦିର, ତାମ୍ବଡ଼ି ସୁରଲା

ଉଇକିପିଡ଼ିଆ‌ରୁ
ମହାଦେବ ମନ୍ଦିର
ଶ୍ରୀ ମହାଦେବ ମନ୍ଦିର, ତାମ୍ବଡି ସୁରଲା, ଗୋଆ
Religion
ଅନୁବନ୍ଧଗୁଡ଼ିକହିନ୍ଦୁତ୍ୱ
ଦେବାଦେବୀମହାଦେବ (ଶିବ)
Location
ସ୍ଥାନତାମ୍ବଡି ସୁରଲା, ଗୋଆ
Countryଭାରତ
Architecture
Styleକଦମ୍ବ ସ୍ଥାପତ୍ୟ
Date established୧୨ଶ ଶତାବ୍ଦୀ

ମହାଦେବ ମନ୍ଦିର, ତାମ୍ବଡ଼ି ସୁରଲା ଏକ ଶିବ ମନ୍ଦିର ଯାହା କଦମ୍ବ ଶୈଳୀ ତିଆରି ହୋଇଛି ଓ ଶିବଙ୍କୁ ସମର୍ପିତ ହୋଇଛି । ହିନ୍ଦୁମାନଙ୍କର ଏହା ଏକ ସକ୍ରିୟ ପୂଜା ସ୍ଥଳୀ । ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଏଏସଆଇ) ଏହାକୁ ଗୋଆର ଏକ ଜାତୀୟ ସ୍ମାରକୀ (Monument of National Importance in Goa) ଭାବରେ ସ୍ୱୀକୃତି ଦେଇଛି ।

ଇତିହାସ[ସମ୍ପାଦନା]

ମହାଦେବ ମନ୍ଦିର ଚିହ୍ନ, ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ

ଏହି ମନ୍ଦିର କଦମ୍ବ ଶୈଳୀ ସ୍ଥାପତ୍ୟ ଶୈଳୀରେ ବାସାଲ୍ଟ ପଥରରୁ ନିର୍ମିତ ହୋଇଛି ଓ ସେହି ପଥର ଦାକ୍ଷିଣାତ୍ୟ ପର୍ବତମାଳା ଉପର ଭାଗରୁ ଆନୀତ ହୋଇଛି । ଗୋଆରେ ନିର୍ମିତ ଏହା ଏକମାତ୍ର କଦମ୍ବ ଶୈଳୀର ନମୁନା ମନ୍ଦିର ଯାହା ନିର୍ମିତ ଓ ସୁରକ୍ଷିତ ହୋଇ ରହିଛି । ଏହି ମନ୍ଦିର ପଶ୍ଚିମ ଘାଟ ପର୍ବତମାଳାର ପାଦ ଦେଶରେ ଗଭୀର ଜଙ୍ଗଲ ପରିବେଷ୍ଟିତ ହୋଇଥିବାରୁ ଅଣ-ସ୍ପର୍ଶିତ ହୋଇ ରହିଛି ।

ମହାଦେବ ମନ୍ଦିର,
ତାମ୍ବଡ଼ି ସୁରଲା

ଧାର୍ମିକ ମହତ୍ତ୍ୱ ଓ ଅଳଙ୍କରଣ[ସମ୍ପାଦନା]

ଶିବଙ୍କୁ ସମର୍ପିତ ଏହି ମନ୍ଦିର ପଡୋଶୀ ରାଜ୍ୟ କର୍ଣାଟକରେ ଥିବା ଐହୋଲ ମନ୍ଦିର ମନେ ପକେଇଦିଏ । ଏହି ମନ୍ଦିରରେ ଏକ ପିଣ୍ଡି ଉପରେ ଶିବ ଲିଙ୍ଗ ଅଛି ଓ ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଏକ ବିରାଟ ଅହିରାଜ ସାପ ସେହି ସ୍ୱଳ୍ପ ଆଲୋକିତ ମନ୍ଦିର ମଧ୍ୟରେ ଶାଶ୍ୱତ ଭାବରେ ରହିଛି । ମନ୍ଦିରରେ ଗର୍ଭଗୃହ, ଅନ୍ତରାଳ ଓ ବାସାଲ୍ଟ ପ୍ରସ୍ତର ନିର୍ମିତ ନନ୍ଦୀ ମଣ୍ଡପ ଅଛି । ଏହି ମଣ୍ଡପ ଚାରୋଟି ସ୍ତମ୍ଭ ଉପରେ ନିର୍ମିତ ହୋଇଛି ଯେଉଁଥିରେ ହାତୀ ଓ ଶୃଙ୍ଖଳ କାରୁକାର୍ଯ୍ୟ କରାଯାଇଛି ଓ ଶିଲିଙ୍ଗରେ ଅଷ୍ଟୋକେନ (Ashtoken) ପଦ୍ମ ପୁଷ୍ପ ଅଙ୍କିତ ହୋଇଛି ।[୧][୨]

ଦକ୍ଷ ଓ କୁଶଳୀ କାରୀଗରମାନେ ସେହି କୋଠରୀ ପାର୍ଶ୍ୱ ଦେଶରେ ମୂର୍ତ୍ତି ଆଙ୍କିଛନ୍ତି । ମନ୍ଦିର ପାର୍ଶ୍ୱ କାନ୍ଥରେ ପ୍ରଭୁ ଶିବ, ବିଷ୍ଣୁବ୍ରହ୍ମା ଓ ତାଙ୍କର ପତ୍ନୀମାନଙ୍କର ଚିତ୍ର ଆଙ୍କନ କରି ସୁଶୋଭିତ କରିଛନ୍ତି । ମନ୍ଦିର ପୂର୍ବ ଦିଗକୁ ମୁଖ ହୋଇଥିବାରୁ ସୂର୍ଯ୍ୟୋଦୟ ସମୟରେ ପ୍ରଥମ କିରଣ ଠାକୁରଙ୍କ ଉପରେ ପଡ଼େ । ଏହା ବ୍ୟତୀତ ଏକ ଛୋଟ ମଣ୍ଡପ ଅଛି ଯାହା ଉପରେ ତିନି ଥାକ ବିଶିଷ୍ଟ ଗମ୍ବୁଜ ଅଛି । ଏହା ଅସମ୍ପୂର୍ଣ୍ଣ ବା ଭଙ୍ଗା ଯାଇଛି, ଜଣା ପଡ଼ୁନି ।

ମଣ୍ଡପ ମଧ୍ୟ ଭାଗରେ ମସ୍ତକ ବିହୀନ ନନ୍ଦୀ ବିଗ୍ରହ ଅଛି ଯାହା ପାଖରେ ଚାରୋଟି ସ୍ତମ୍ଭ ଅଛି । ଗୋଟିଏ ସ୍ତମ୍ଭର ନିମ୍ନ ଭାଗରେ ‘କଦମ୍ବ’ ରାଜ୍ୟର ‘ଘୋଡ଼ାକୁ ଦଳୁଥିବା ହାତୀ’ର ଚିହ୍ନ ଚିତ୍ର ଅଛି । ପାଖରେ ପ୍ରବାହିତ ରାଗାଡୋ ନଦୀକୁ ଯିବା ପାଇଁ ପାହାଚ ପଡିଛି । ଲୋକମାନେ ଏହି ମନ୍ଦିର ଯିବା ପୂର୍ବରୁ ଏହି ନଦୀରେ ସ୍ନାନ କରନ୍ତି । ମନ୍ଦିର ପାଖରେ ଥିବା ଗ୍ରାମବାସୀମାନେ ମହାଶିବରାତ୍ରି ଦିନ ଏଠାରେ ସମବେତ ହୋଇ ଉତ୍ସବ ପାଳନ କରନ୍ତି । ଗୋଆର ଅନ୍ୟାନ୍ୟ ମନ୍ଦିର ଅପେକ୍ଷା ଏହା ଆକାରରେ ଛୋଟ ଓ ଦୁର୍ଗମ ସ୍ଥାନରେ ଅଛି ।

ସ୍ଥାନ[ସମ୍ପାଦନା]

ମହାବୀର ଭଗବାନ ମନ୍ଦିର ଓ ମୋଲେମ ଜାତୀୟ ପାର୍କ ମାନଚିତ୍ରରେ ତାମ୍ବଡି ସୁରଲା

ଭଗବାନ ମହାବୀର ମନ୍ଦିର ଓ ମୋଲେମ ଜାତୀୟ ପାର୍କର ଉତ୍ତର ଦିଗରେ ଥିବା ବୋଲକରନେମ ଗ୍ରାମଠାରୁ ୧୩ କିମି ପୂର୍ବ ଦିଗରେ ପାଖରେ ଥିବା ତାମ୍ବଡି ସୁରଲା ନାମକ ଏକ ଛୋଟ ଗ୍ରାମରେ ଏହି ମନ୍ଦିର ଅବସ୍ଥିତ ।

ଗୋଆର ରାଜଧାନୀ ପାଣାଜୀଠାରୁ ଏହି ମନ୍ଦିର ଦୂରତା ୬୫ କିମି/ ୪୦ ମାଇଲ । ସତତାରି ତାଲୁକାର ଭାଳପୋଇଠାରୁ ଏହା ୨୨ କିମି/ ୧୪ ମାଇଲ ଦୂରରେ ଅବସ୍ଥିତ । ମନ୍ଦିରଟି ଅନମୋଦ ଘାଟ ପାଦଦେଶରେ ଅବସ୍ଥିତ ଯାହା ଗୋଆ ଓ କର୍ଣ୍ଣାଟକ ଦ୍ୱୟକୁ ସଂଯୁକ୍ତ କରୁଛି ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. Archaeological Survey of India, sign at location
  2. Mahadev Temple, Tambdi Surla Archived 2009-01-07 at the Wayback Machine.