ମଳଦ୍ୱାର ଫିଷ୍ଟୁଲା

ଉଇକିପିଡ଼ିଆ‌ରୁ
Anal fistula
Anal fistulae, fistula-in-ano, anorectal fistula
This is a modified version of the original by Armin Kübelbeck [CC BY 3.0 (http://creativecommons.org/licenses/by/3.0)], via Wikimedia Commons, https://commons.wikimedia.org/wiki/File%3APiles_diffdiag_01.svg Specifically, it was made fistula-specific by removing abscess labels.
Different types of anal fistula
ବିଭାଗGeneral surgery
ଲକ୍ଷଣPain, drainage of pus.[୧]
ଆକ୍ରାନ୍ତ ସମୟ20s to 40s[୨]
ଅବଧିLong standing[୩]
କାରଣAnal abscess[୨]
ବିପଦ କାରକObesity, diabetes, smoking, high blood lipids, lack of exercise[୨]
ରୋଗ ନିର୍ଣ୍ଣୟ ପଦ୍ଧତିExamination under anesthesia, medical imaging[୨]
ସଠିକ ରୋଗ ନିର୍ଣ୍ଣୟAnal carcinoma, anal fissure, hemorrhoids, perianal abscess, diverticulitis, hidradenitis suppurativa, pilonidal cyst[୨][୪]
ଚିକିତ୍ସାSurgery[୨]
ପୁନଃପୌନିକ12 per 100,000 (males)[୨]
6 per 100,000 (females)[୨]

ମଳଦ୍ୱାର ଫିଷ୍ଟୁଲା ବା ଭଗନ୍ଦର ରୋଗରେ ମଳନଳୀ ‌ସ‌ହ ମଳଦ୍ୱାର ପାଖ ଚର୍ମ ଏକ ନଳୀ ମାଧ୍ୟମରେ ସଂଯୁକ୍ତ ହୋଇଯାଏ ଓ ଏହା ଏକ ଦୀର୍ଘକାଳୀନ ବ୍ୟାଧି । [୧] [୩] ଏହାର ଲକ୍ଷଣଗୁଡ଼ିକ ଏହି ରୋଗ ହେଲେ ମଳାଶୟ ଯନ୍ତ୍ରଣା ଓ ପୂଜ ନିଷ୍କାସନ ହୁଏ । | [୧] ଏହି ରୋଗ ଜଟିଳ ହେଲେ ପୁନର୍ବାର ଫିଷ୍ଟୁଲା, ବା ମଳପଥ ସ୍ଟେନୋସିସ ହୋଇପାରେ । ରୋଗ ଜଟିଳ ହେଲେ ମଳପଥ ସଂକୋଚନ, ଅସଞ୍ଜତ ମଳତ୍ୟାଗ ଏବଂ ଫିଷ୍ଟୁଲାର ପୁନରାବୃତ୍ତି ଅନ୍ତର୍ଭୁକ୍ତ ହୋଇପାରେ | [୨]

ସବୁଠାରୁ ସାଧାରଣ କାରଣ ହେଉଛି ଏକ ପୂର୍ବତନ ଆନାଲ ଆବସେସ ବା ପୁଞ୍ଜିତ ପୂଜ ଯାହା ଆରୋଗ୍ୟ ହୋଇନଥାଏ | [୨] କ୍ରନ୍ ରୋଗ, ବିକିରଣ ଚିକିତ୍ସା, ମେଦବହୁଳତା, ମଧୁମେହ, ଧୂମପାନ, ଅଧିକ ରକ୍ତ ଲିପିଡ ସ୍ତର ଏବଂ ବ୍ୟାୟାମର ଅଭାବ ଯୋଗୁ ଏହି ସଙ୍କଟ ଆସିପାରେ । [୨] ଏହା ସାଧାରଣତଃ ମଳାଶୟ ଗ୍ରନ୍ଥିରୁ ଆରମ୍ଭ ହୁଏ ଯାହା ଆଭ୍ୟନ୍ତରୀଣ ଓ ବାହ୍ୟ ସ୍ଫିଙ୍କଟର ମଧ୍ୟରେ ଥାଏ ଓ ଆନାଲ୍ କେନାଲରେ ନିଷ୍କାସିତ ହୁଏ | [୪] ଯଦି ଗୋଟିଏ ଟ୍ରାକ୍ଟ ଅଛି, ୩୦%ରୁ କମ୍ ବାହ୍ୟ ସ୍ଫିଙ୍କଟର ଜଡ଼ିତ ଅଛି, କୌଣସି ଅନ୍ତର୍ନିହିତ କାରଣ ନାହିଁ ତାହାକୁ ସାଧାରଣ କୁହାଯାଏ ଅନ୍ୟଥା ଏହାକୁ ଜଟିଳ ଶ୍ରେଣୀଭୁକ୍ତ କରାଯାଏ | [୨] ନିଶ୍ଚେତକ ଦେଇ ପରୀକ୍ଷା କରାଯାଏ ଓ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୨]

ସାଧାରଣତଃ ଅନେକ ଉପାୟରେ ଏହାର ଶଲ୍ୟ ଚିକିତ୍ସା କରାଯାଏ | [୨] ଆଣ୍ଟିବାୟୋଟିକ୍ ସାଧାରଣତଃ ଆବଶ୍ୟକ ହୁଏ ନାହିଁ | [୨] କ୍ରନ୍ ରୋଗ ସହିତ ଜଡ଼ିତ ବ୍ୟକ୍ତିମାନଙ୍କର ଆଣ୍ଟିବାୟୋଟିକ ଅତି କମରେ ଆରମ୍ଭରୁ ଆବଶ୍ୟକ ହୋଇପାରେ | [୨] ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୧୨ ଜଣ ଏବଂ ୧୦୦,୦୦୦ ମହିଳାଙ୍କ ମଧ୍ୟରୁ ୬ ଜଣ ପ୍ରଭାବିତ ହୁଅନ୍ତି। [୨] ସାଧାରଣତଃ ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Anorectal Fistula". Merck Manual Consumer Version. Retrieved 2016-06-27.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ Carr, S; Velasco, AL (January 2020). "Fistula In Ano". PMID 32491449. {{cite journal}}: Cite journal requires |journal= (help)
  3. ୩.୦ ୩.୧ Taylor, Robert B. (2002). Manual of Family Practice (in ଇଂରାଜୀ). Lippincott Williams & Wilkins. p. 337. ISBN 978-0-7817-2652-8.
  4. ୪.୦ ୪.୧ Jimenez, M; Mandava, N (January 2020). "Anorectal Fistula". PMID 32809492. {{cite journal}}: Cite journal requires |journal= (help)