Jump to content

ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା

ଉଇକିପିଡ଼ିଆ‌ରୁ
(Hidradenitis suppurativaରୁ ଲେଉଟି ଆସିଛି)
ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା (Hidradenitis suppurativa)
Acne inversa, acne conglobata, apocrine acne, Velpeau’s disease[]
ବାନ କାଖରେ ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା ରୋଗର ସ୍ଟେଜ ୨ ଅଛି ।
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣଅନେକ ସ୍ଥାନରେ ପ୍ରଦାହ ଓ ଚର୍ମ ଫୁଲା ରୋଗ lesions[]
ଆକ୍ରାନ୍ତ ସମୟଅଳ୍ପ ବୟସ୍କ ଯୁବକ []
ଅବଧିଦୀର୍ଘକାଳୀନ[]
କାରଣଅଜ୍ଞାତ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[]
ସଠିକ ରୋଗ ନିର୍ଣ୍ଣୟAcne, acne conglobata, pilonidal cysts[]
ଔଷଧଆଣ୍ଟିବାୟୋଟିକ (Antibiotics), ଇମ୍ମ୍ୟୁନୋସପ୍ରେସିଭ ଔଷଧ (immunosuppressive medication)[]
ଚିକିତ୍ସାଉଷୁମ ଜଳରେ ଧୁଆ, ଲେଜର ଥେରାପି (laser therapy), ଅପରେଶନ [][]
ପୁନଃପୌନିକଜନସଂଖ୍ୟାର ୧-୪% []
ମୃତ୍ୟୁ ସାନ୍ଦ୍ରତାକ୍ୱଚିତ୍[]
Patient UKହାଇଡ୍ରାଡେନାଇଟିସ ସପ୍ୟୁରେଟିଭା (Hidradenitis suppurativa)

ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା ବା ଏଚଏସ, ଅନ୍ୟ ନାମ ଆକନେ ଇନଭର୍ସା (ଇଂରାଜୀ ଭାଷାରେ Hidradenitis suppurativa/ HS, also known as acne inversa) ଏକ ଦୀର୍ଘକାଳୀନ ଚର୍ମ ରୋଗ (skin disease) ଯେଉଁଥିରେ ଚମରେ ପ୍ରଦାହ ହୋଇ ଫୁଲି ଗୋଟାଳି ହୋଇଯାଏ (lumps) ।[][] ଏହି ବେମାରୀ ଯନ୍ତ୍ରଣା ଦାୟକ ଓ ଫାଟିଯାଇ ସେଥିରୁ ତରଳ ପଦାର୍ଥ ବା ପୂଜ ବାହାରେ ।[] କାଖ (underarms), ସ୍ତନ ତଳପଟ ଭାଙ୍ଗରେ (under the breasts) ଓ ଜଙ୍ଘ ସନ୍ଧିରେ (groin) ଏହି ରୋଗ ଦେଖାଯାଏ ।[] ଘାଆ ଶୁଖିଗଲେ ସ୍କାର (scar) ବା ଘାଆ ଦାଗ ରହିଯାଏ ।[] ଏହି ରୋଗ ହେଲେ ରୋଗୀର ଆତ୍ମ ସଜାଗ ଓ ଅବସାଦ ହେବା ଦେଖାଯାଏ ।[]

ରୋଗର ନିର୍ଦ୍ଧଷ୍ଟ କାରଣ ଅଦ୍ୟାବଧି ଅଜ୍ଞାତ ଅଛି କିନ୍ତୁ ଜେନେଟିକ (genetic) ଓ ପରିବେଶ ସ‌ହିତ ସମ୍ପର୍କ ଥିବା ବିଶ୍ୱାସ କରାଯାଏ ।[] ଏକ ତୃତୀୟାଂଶ ରୋଗୀଙ୍କର ପରିବାର ସଦସ୍ୟଙ୍କର ଏହି ରୋଗ ଥାଏ ।[] ମୋଟାପା ଓ ଧୁମ୍ରପାନ (en:smoking) ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[] ଏହା ସଂକ୍ରାମକ ନୁହେଁ, ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ବା ଡିଓଡୋରାଣ୍ଟ (deodorant) ବ୍ୟବ‌ହାର ଯୋଗୁ ହୁଏନାହିଁ ।[][] କୌଣସି କାରଣ ବଶତଃ ଆପୋକ୍ରାଇନ ସ୍ୱେଦ ଗ୍ରନ୍ଥି (apocrine sweat glands) ବା ଲୋମ ଫଲିକ୍ଲର (hair follicles) କର୍ମକ୍ଲିଷ୍ଟତା ଯୋଗୁ ହୁଏ ।[][] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । []

ଏହି ରୋଗର କୌଣସି ଚିକିତ୍ସା ଅଧିବଧି ନାହିଁ ।[] ସାମାନ୍ୟ ଧରଣର ରୋଗ ହୋଇଥିଲେ ଉଷୁମ ପାଣିରେ ସଫା କରାଯାଏ ।[] ଏହାକୁ କାଟି ସଫା କଲେ ମଧ୍ୟ କୌଣସି ଉପକାର ମିଳେନାହିଁ । [] ସାଧାରଣତଃ ଆଣ୍ଟିବାୟୋଟିକ (antibiotics) ଦିଆଯାଏ କିନ୍ତୁ ତାଙ୍କର ଉପକାରୀତାର କିଛି ପ୍ରମାଣ ମିଳୁନି । [] ଇମ୍ମ୍ୟୁନୋସପ୍ରେସିଭ ଔଷଧ (Immunosuppressive medication) ଦିଆଯାଇ ପାରେ । [] ରୋଗ ଅଧିକ ଥିଲେ ଲେଜର ଥେରାପି (laser therapy) ବା ଅପରେଶନ କରି ଚମକୁ ବାହାର କରାଯାଇପାରେ ।[] କ୍ୱଚିତ୍ ଏହି ରୋଗ ପରେ ଚର୍ମ କର୍କଟ (skin cancer) ରୋଗରେ ପରିଣତ ହୋଇଯାଏ ।[]

ଜନସଂଖ୍ୟାର ୧-୪% ଲୋକ ଏହି ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[] ପୁରୁଷଙ୍କ ଅପେକ୍ଷା ୩ ଅଧିକ ମହିଳାଙ୍କୁ ଏରୋଗ ହୁଏ ।[] ଅଳ୍ପ ବୟସ୍କ ଯୁବାବସ୍ଥାରେ ସାଧାରଣତଃ ରୋଗ ହୁଏ କିନ୍ତୁ ୫୦ ବର୍ଷ ବୟସ ପରେ କମ ଦେଖାଯାଏ ।[] ସନ ୧୮୩୩ ଓ ୧୮୩୯ରେ ଆଲଫ୍ରଡ-ଆର୍ମାଣ୍ଡ-ଲୁଇ-ମେରି ଭେଲପୋ (Alfred Velpeau) ପ୍ରଥମେ ଏ ରୋଗର ବର୍ଣ୍ଣନା କରିଥିଲେ ।[][]

  1. 1 2 3 4 5 6 "Hidradenitis Suppurativa". NORD (National Organization for Rare Disorders). 2012. Archived from the original on 19 ଫେବୃଆରୀ 2017. Retrieved 26 ଅକ୍ଟୋବର 2017.
  2. 1 2 3 4 5 6 7 8 9 10 11 12 13 14 15 16 Gregor B.E. Jemec (January 12, 2012). "Clinical Practice: Hidradenitis Suppurativa". N Engl J Med. 366 (2): 158–164. doi:10.1056/NEJMcp1014163.
  3. 1 2 3 4 5 6 7 8 9 10 "Hidradenitis suppurativa". Genetics Home Reference (in ଇଂରାଜୀ). ଡିସେମ୍ବର 2013. Archived from the original on 5 ସେପ୍ଟେମ୍ବର 2017. Retrieved 27 ଅକ୍ଟୋବର 2017.
  4. 1 2 3 4 5 "Hidradenitis suppurativa". rarediseases.info.nih.gov (in ଇଂରାଜୀ). 2017. Archived from the original on 28 ଜୁଲାଇ 2017. Retrieved 27 ଅକ୍ଟୋବର 2017.
  5. Jemec, Gregor; Revuz, Jean; Leyden, James J. (2006). Hidradenitis Suppurativa (in ଇଂରାଜୀ). Springer Science & Business Media. p. 5. ISBN 9783540331018. Archived from the original on 28 ଅକ୍ଟୋବର 2017.