ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା

ଉଇକିପିଡ଼ିଆ‌ରୁ
(Hidradenitis suppurativaରୁ ଲେଉଟି ଆସିଛି)
ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା (Hidradenitis suppurativa)
Acne inversa, acne conglobata, apocrine acne, Velpeau’s disease[୧]
ବାନ କାଖରେ ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା ରୋଗର ସ୍ଟେଜ ୨ ଅଛି ।
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣଅନେକ ସ୍ଥାନରେ ପ୍ରଦାହ ଓ ଚର୍ମ ଫୁଲା ରୋଗ lesions[୨]
ଆକ୍ରାନ୍ତ ସମୟଅଳ୍ପ ବୟସ୍କ ଯୁବକ [୨]
ଅବଧିଦୀର୍ଘକାଳୀନ[୨]
କାରଣଅଜ୍ଞାତ[୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[୨]
ସଠିକ ରୋଗ ନିର୍ଣ୍ଣୟAcne, acne conglobata, pilonidal cysts[୨]
ଔଷଧଆଣ୍ଟିବାୟୋଟିକ (Antibiotics), ଇମ୍ମ୍ୟୁନୋସପ୍ରେସିଭ ଔଷଧ (immunosuppressive medication)[୨]
ଚିକିତ୍ସାଉଷୁମ ଜଳରେ ଧୁଆ, ଲେଜର ଥେରାପି (laser therapy), ଅପରେଶନ [୨][୪]
ପୁନଃପୌନିକଜନସଂଖ୍ୟାର ୧-୪% [୨]
ମୃତ୍ୟୁ ସାନ୍ଦ୍ରତାକ୍ୱଚିତ୍[୧]

ହାଇଡ୍ରାଡେନାଇଟିସ ସପ୍ୟୁରେଟିଭା ବା ଏଚଏସ, ଅନ୍ୟ ନାମ ଆକନେ ଇନଭର୍ସା (ଇଂରାଜୀ ଭାଷାରେ Hidradenitis suppurativa/ HS, also known as acne inversa) ଏକ ଦୀର୍ଘକାଳୀନ ଚର୍ମ ରୋଗ (skin disease) ଯେଉଁଥିରେ ଚମରେ ପ୍ରଦାହ ହୋଇ ଫୁଲି ଗୋଟାଳି ହୋଇଯାଏ (lumps) ।[୨][୩] ଏହି ବେମାରୀ ଯନ୍ତ୍ରଣା ଦାୟକ ଓ ଫାଟିଯାଇ ସେଥିରୁ ତରଳ ପଦାର୍ଥ ବା ପୂଜ ବାହାରେ ।[୩] କାଖ (underarms), ସ୍ତନ ତଳପଟ ଭାଙ୍ଗରେ (under the breasts) ଓ ଜଙ୍ଘ ସନ୍ଧିରେ (groin) ଏହି ରୋଗ ଦେଖାଯାଏ ।[୧] ଘାଆ ଶୁଖିଗଲେ ସ୍କାର (scar) ବା ଘାଆ ଦାଗ ରହିଯାଏ ।[୧] ଏହି ରୋଗ ହେଲେ ରୋଗୀର ଆତ୍ମ ସଜାଗ ଓ ଅବସାଦ ହେବା ଦେଖାଯାଏ ।[୩]

ରୋଗର ନିର୍ଦ୍ଧଷ୍ଟ କାରଣ ଅଦ୍ୟାବଧି ଅଜ୍ଞାତ ଅଛି କିନ୍ତୁ ଜେନେଟିକ (genetic) ଓ ପରିବେଶ ସ‌ହିତ ସମ୍ପର୍କ ଥିବା ବିଶ୍ୱାସ କରାଯାଏ ।[୩] ଏକ ତୃତୀୟାଂଶ ରୋଗୀଙ୍କର ପରିବାର ସଦସ୍ୟଙ୍କର ଏହି ରୋଗ ଥାଏ ।[୩] ମୋଟାପା ଓ ଧୁମ୍ରପାନ (en:smoking) ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୩] ଏହା ସଂକ୍ରାମକ ନୁହେଁ, ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ବା ଡିଓଡୋରାଣ୍ଟ (deodorant) ବ୍ୟବ‌ହାର ଯୋଗୁ ହୁଏନାହିଁ ।[୩][୪] କୌଣସି କାରଣ ବଶତଃ ଆପୋକ୍ରାଇନ ସ୍ୱେଦ ଗ୍ରନ୍ଥି (apocrine sweat glands) ବା ଲୋମ ଫଲିକ୍ଲର (hair follicles) କର୍ମକ୍ଲିଷ୍ଟତା ଯୋଗୁ ହୁଏ ।[୧][୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ । [୨]

ଏହି ରୋଗର କୌଣସି ଚିକିତ୍ସା ଅଧିବଧି ନାହିଁ ।[୪] ସାମାନ୍ୟ ଧରଣର ରୋଗ ହୋଇଥିଲେ ଉଷୁମ ପାଣିରେ ସଫା କରାଯାଏ ।[୪] ଏହାକୁ କାଟି ସଫା କଲେ ମଧ୍ୟ କୌଣସି ଉପକାର ମିଳେନାହିଁ । [୨] ସାଧାରଣତଃ ଆଣ୍ଟିବାୟୋଟିକ (antibiotics) ଦିଆଯାଏ କିନ୍ତୁ ତାଙ୍କର ଉପକାରୀତାର କିଛି ପ୍ରମାଣ ମିଳୁନି । [୪] ଇମ୍ମ୍ୟୁନୋସପ୍ରେସିଭ ଔଷଧ (Immunosuppressive medication) ଦିଆଯାଇ ପାରେ । [୨] ରୋଗ ଅଧିକ ଥିଲେ ଲେଜର ଥେରାପି (laser therapy) ବା ଅପରେଶନ କରି ଚମକୁ ବାହାର କରାଯାଇପାରେ ।[୨] କ୍ୱଚିତ୍ ଏହି ରୋଗ ପରେ ଚର୍ମ କର୍କଟ (skin cancer) ରୋଗରେ ପରିଣତ ହୋଇଯାଏ ।[୩]

ଜନସଂଖ୍ୟାର ୧-୪% ଲୋକ ଏହି ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି ।[୨] ପୁରୁଷଙ୍କ ଅପେକ୍ଷା ୩ ଅଧିକ ମହିଳାଙ୍କୁ ଏରୋଗ ହୁଏ ।[୨] ଅଳ୍ପ ବୟସ୍କ ଯୁବାବସ୍ଥାରେ ସାଧାରଣତଃ ରୋଗ ହୁଏ କିନ୍ତୁ ୫୦ ବର୍ଷ ବୟସ ପରେ କମ ଦେଖାଯାଏ ।[୨] ସନ ୧୮୩୩ ଓ ୧୮୩୯ରେ ଆଲଫ୍ରଡ-ଆର୍ମାଣ୍ଡ-ଲୁଇ-ମେରି ଭେଲପୋ (Alfred Velpeau) ପ୍ରଥମେ ଏ ରୋଗର ବର୍ଣ୍ଣନା କରିଥିଲେ ।[୧][୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hidradenitis Suppurativa". NORD (National Organization for Rare Disorders). 2012. Archived from the original on 19 ଫେବୃଆରୀ 2017. Retrieved 26 ଅକ୍ଟୋବର 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Gregor B.E. Jemec (January 12, 2012). "Clinical Practice: Hidradenitis Suppurativa". N Engl J Med. 366 (2): 158–164. doi:10.1056/NEJMcp1014163.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Hidradenitis suppurativa". Genetics Home Reference (in ଇଂରାଜୀ). ଡିସେମ୍ବର 2013. Archived from the original on 5 ସେପ୍ଟେମ୍ବର 2017. Retrieved 27 ଅକ୍ଟୋବର 2017.
  4. ୪.୦ ୪.୧ ୪.୨ ୪.୩ ୪.୪ "Hidradenitis suppurativa". rarediseases.info.nih.gov (in ଇଂରାଜୀ). 2017. Archived from the original on 28 ଜୁଲାଇ 2017. Retrieved 27 ଅକ୍ଟୋବର 2017.
  5. Jemec, Gregor; Revuz, Jean; Leyden, James J. (2006). Hidradenitis Suppurativa (in ଇଂରାଜୀ). Springer Science & Business Media. p. 5. ISBN 9783540331018. Archived from the original on 28 ଅକ୍ଟୋବର 2017.