Jump to content

ମଳଦ୍ୱାର କର୍କଟ

ଉଇକିପିଡ଼ିଆ‌ରୁ
(Anal cancerରୁ ଲେଉଟି ଆସିଛି)

 

Anal cancer
Diagram showing stage 1 anal cancer
ବିଭାଗOncology
ଲକ୍ଷଣAnal bleeding or lump[]
ଆକ୍ରାନ୍ତ ସମୟAge over 45 years[]
ବିପଦ କାରକHuman papillomavirus (HPV), HIV/AIDS, receptive anal sex, smoking, many sexual partners[]
ରୋଗ ନିର୍ଣ୍ଣୟ ପଦ୍ଧତିPhysical examination, tissue biopsy[]
ସଠିକ ରୋଗ ନିର୍ଣ୍ଣୟAnal warts, hemorrhoids, anal fissure[]
ପ୍ରତିକାରHPV vaccination, avoiding risk factors[]
ଚିକିତ୍ସାRadiation therapy, chemotherapy, surgery[]
PrognosisFive year survival ~68% (US 2015)[]
ପୁନଃପୌନିକ8,300 (US 2019)[]
ମୃତ୍ୟୁ ସାନ୍ଦ୍ରତା1,280 (US 2019)[]

ମଳଦ୍ୱାର କର୍କଟ ଏକ ପ୍ରକାର କର୍କଟ ରୋଗ ଯାହା ପାଇଅନ୍ତନଳୀର ଶେଷ ଭାଗରେ ଥିବା ମଳଦ୍ୱାରରୁ ସୃଷ୍ଟି ହୁଏ ।[] ଏହି ରୋଗରେ ମଳଦ୍ୱାର ପାଖରେ ଗୋଟାଳି ସୃଷ୍ଟି ହୁଏ ବା ମଳଦ୍ୱାରରୁ ରକ୍ତସ୍ରାବ ହୁଏ | [] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମଳଦ୍ୱାରରେ ଯନ୍ତ୍ରଣା, ଗଲୁ କିମ୍ବା ତରଳ ପଦାର୍ଥ ନିର୍ଗତ ହୋଇପାରେ।[] ଅନ୍ତନଳୀର ଗତି ପରିବର୍ତ୍ତନ ମଧ୍ୟ ହୋଇପାରେ | []

ବିପଦ କାରଣ ମଧ୍ୟରେ ମାନବ ପାପିଲୋମାଭୂତାଣୁ (ଏଚପିଭି) (HPV), ଏଚ୍.ଆଇ.ଭି / ଏଡସ୍, ଏକାଧିକ ଯୌନ ସାଥୀ, ଧୂମପାନ ଏବଂ ମଳଦ୍ୱାର ମୈଥୁନ ଅନ୍ତର୍ଭୁକ୍ତ ହୋଇପାରେ | [] ମଳଦ୍ୱାର କର୍କଟ ସାଧାରଣତଃ ଏକ ପ୍ରକାର ସ୍କ୍ୱାମସ ସେଲ କର୍କଟ ରୋଗ | [] ଆଡେନୋକାର୍ସିନୋମା, ସ୍ମଲ ସେଲ କାର୍ସିନୋମା ଓ ମେଲାନୋମା ଯୋଗୁ ମଧ୍ୟ ଏହି ରୋଗ ସଙ୍କଟ ଆସିପାରେ ।[] ଶାରୀରିକ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରିବା ପରେ ତନ୍ତୁ ବାୟୋପ୍ସି କରି ସୁନିଶ୍ଚିତ କରାଯାଏ।[]

ବିପଦ କାରଣ ଗୁଡ଼ିକ ଏଡ଼େଇବା ଏବଂ ଏଚପିଭି ଟିକା ଦେଇ ଏହି ରୋଗକୁ ପ୍ରତିରୋଧ କରାଯାଇ ପାରେ | [] ମାନକ ଚିକିତ୍ସାରେ ବିକିରଣ ଥେରାପି, କେମୋଥେରାପି ଓ ଅସ୍ତ୍ରୋପଚାର କରି ଏହାର ଚିକିତ୍ସା କରାଯାଏ । ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୮,୩୦୦ ଲୋକଙ୍କର ଏହି ରୋଗ ନିର୍ଣ୍ଣୟ ହୁଏ ଯାହାକି ପ୍ରାୟ ୦.୫% ନୂତନ କର୍କଟ ରୋଗର ପ୍ରତିନିଧିତ୍ୱ କରିଥାଏ।[] ସାଧାରଣତଃ ୪୫ ବର୍ଷ ବୟସ ପରେ ଏହି ରୋଗ ହୋଇଥାଏ।[] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି।[] ୧୯୯୦ ମସିହା ପରଠାରୁ ଏହି ରୋଗ ସଂଖ୍ୟା ବୃଦ୍ଧି ପାଇଛି।[] ଯୁକ୍ତରାଷ୍ଟ୍ରରେ ଏହି ରୋଗରେ ବଞ୍ଚିବା ହାର ପ୍ରାୟ ୬୮% ଅଟେ।[]

  1. 1 2 3 4 5 6 7 8 9 10 "Anal Cancer Treatment". National Cancer Institute (in ଇଂରାଜୀ). 2018. Retrieved 30 May 2019.
  2. 1 2 3 4 5 6 7 8 "Cancer of the Anus, Anal Canal, and Anorectum - Cancer Stat Facts". SEER (in ଇଂରାଜୀ). Retrieved 30 May 2019.
  3. Garden, O. James; Bradbury, Andrew W.; Forsythe, John L. R.; Parks, Rowan W. (2012). Principles and Practice of Surgery E-Book (in ଇଂରାଜୀ). Elsevier Health Sciences. p. 272. ISBN 9780702051166.
  4. "Anal Cancer Prevention". National Cancer Institute (in ଇଂରାଜୀ). 14 February 2014. Retrieved 30 May 2019.
  5. 1 2 3 ଆଧାର ଭୁଲ: ଅଚଳ <ref> ଚିହ୍ନ; Nel2017 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; NCI2019Pre ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।