ମନୋଜ ପଟ୍ଟନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମନୋଜ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ ୧ ମାର୍ଚ୍ଚ ୧୯୫୬(1956-03-01)
ବାଳକାଟୀ(ସାଗୁଆ)
ଜାତୀୟତା  ଭାରତୀୟ
ପ୍ରସିଦ୍ଧି ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ
ବାପା ମା ବନବିହାରୀ ପଟ୍ଟନାୟକ, କୋକିଳ ପଟ୍ଟନାୟକ
ପୁରସ୍କାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ମନୋଜ ପଟ୍ଟନାୟକ, ଓଡ଼ିଶାର ଜଣେ ଜଣାଶୁଣା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ।[୧] ସେ ଭୁବନେଶ୍ୱରଠାରେ ଥିବା 'ମନନ ନାଟ୍ୟ ସଂସ୍ଥା'ର ପ୍ରତିଷ୍ଠାତା । [୨] ସେ ସମ୍ପ୍ରତି ଭାରତ ସରକାରଙ୍କ ଗୀତ ଓ ନାଟକ ପ୍ରଭାଗର ପ୍ରୋଗ୍ରାମ ଇନ୍‍ଚାର୍ଜଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ୬ ମାସ ବୟସ ହୋଇଥିବା ସମୟରେ, ସେ ପ୍ରଥମକରି ମଞ୍ଚରେ ପାଦ ଥାପିଥିଲେ ଓ ନବମ ଶ୍ରେଣୀରେ ପଢିବା ଦିନରୁ ନାଟକରେ ନିର୍ଦ୍ଦେଶନା ଦେଇଆସୁଛନ୍ତି । ୨୦୧୪ ମସିହାରେ ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର କାର୍ଯ୍ୟକ୍ରମ କମିଟି (ରିପୋର୍ଟରି କମ୍ପାନୀ)ରେ ସ୍ଥାନ ପାଇଛନ୍ତି । ପ୍ରଥମ ଓଡ଼ିଆଭାବେ ସେ ଏହି କମିଟିର ସଦସ୍ୟ ମନୋନୀତ ହୋଇଛନ୍ତି । [୩] ମଞ୍ଚ ନାଟକ ବ୍ୟତିତ, ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିସାରିଛନ୍ତି ।

ଅଭିନୀତ/ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

  • ଟିଙ୍ଗାବୁଢା
  • ଆଶା ଭରସା ନିରାଶା
  • ଏକାଦଶ ଅବତାର
  • ଜୀବନ ଗୁଡି
  • ଆସ୍ଥା
  • ସଂସ୍କାର
  • ଅସୁସ୍ଥ ଅପରାହ୍ନ
  • ଅନର୍ଥ
  • ଅତି ଆଚମ୍ବିତ କଥା[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୧୩[୫]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]