ମନୋଜ କୁମାର ମିଶ୍ର

ଉଇକିପିଡ଼ିଆ‌ରୁ
ମନୋଜ କୁମାର ମିଶ୍ର
Manoj Kumar Mishra at Bhubaneswar Wikimania
ମିଶ୍ର ମେକ୍ ଇନ୍ ଓଡ଼ିଶା ସମ୍ମିଳନିରେ ସମ୍ବୋଧନ କରୁଛନ୍ତି, ବେଙ୍ଗଲୁରୁ
ଭାଷାଓଡ଼ିଆ
ଜାତୀୟତାଭାରତୀୟ

ମନୋଜ କୁମାର ମିଶ୍ର ଜଣେ ପୂର୍ବତନ ଭାରତୀୟ ରେଳ ଯାତାୟତ ସେବା ଅଧିକାରୀ, ଯିଏକି ଅଧୁନା ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିତ ଭାବରେ କାର୍ଯ୍ୟରତ । ସେ ୧୯୯୯ ମସିହାର ଭାରତୀୟ ରେଳ ଯାତାୟତ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୨୦୦୦ ମସିହାରେ କାର୍ଯ୍ୟରେ ଯୋଗ ଦେଇଥିଲେ ।[୧]

ସେ ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ବାଳକ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଶେଷ କରିବା ପରେ କଲେଜ ଅଫ୍ ବେସିକ୍ ସାଇନ୍ସ ଆଣ୍ଡ୍ ହ୍ୟୁମାନିଟିଜ୍‌ରୁ ଜୀବ ବିଜ୍ଞାନରେ ସ୍ନାତକ ଓ ଜାଭିଅର୍ ଇନିଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟରୁ ଏମ୍‌ବିଏ କରିଥିଲେ । ଭାରତୀୟ ରେଳ ସେବାରେ ଯୋଗ ଦେବା ପୂର୍ବରୁ ଏକ ଘରୋଇ ଉଦ୍ୟୋଗରେ ଚାକିରୀ କରିଥିଲେ ।

ଦୀର୍ଘ ବର୍ଷ ଧରି ରେଳ ସେବାରେ ରହିବା ପରେ ସେ ୨୦୧୯ ମସିହାରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିତ ଦାୟିତ୍ୱ ନେଇଥିଲେ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨]

ଆଧାର[ସମ୍ପାଦନା]

  1. "Odisha IT Secy Manoj Mishra Empanelled At Centre | Odisha". Ommcom News (in English). 29 March 2022. Archived from the original on 29 March 2022. Retrieved 29 August 2022.{{cite news}}: CS1 maint: unrecognized language (link)
  2. "Odisha IT Secy Manoj Mishra empanelled for Joint Secretary post at Centre" (in ଆମେରିକୀୟ ଇଂରାଜୀ). 2022-03-29. Archived from the original on 2022-08-29. Retrieved 2022-08-29.

ବାହାର ଆଧାର[ସମ୍ପାଦନା]