ମଦ୍ୟପାନ କିଟୋଏସିଡୋସିସ
| alcoholic ketosis, alcoholic acidosis[୧] | |
It generally occurs in chronic alcoholics or those who binge drink[୨] | |
| ବିଭାଗ | Internal medicine |
|---|---|
| ଲକ୍ଷଣ | Abdominal pain, vomiting, agitation, fast respiratory rate, specific "fruity" smell[୨] |
| ବିପଦ କାରକ | Alcoholism, binge drinking[୨] |
| ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[୨] |
| ସଠିକ ରୋଗ ନିର୍ଣ୍ଣୟ | Other causes of high anion gap metabolic acidosis (diabetic ketoacidosis, toxic alcohol ingestion, starvation ketosis), pancreatitis[୨][୩] |
| ଚିକିତ୍ସା | Intravenous fluids, thiamine[୨] |
| Prognosis | Good with treatment[୧] |
ମଦ୍ୟପାନ କିଟୋଏସିଡୋସିସ (ଇଂରାଜୀ ଭାଷାରେ alcoholic ketoacidosis/AKA ) ହେଉଛି ଏକ ନିର୍ଦ୍ଦିଷ୍ଟ ଲକ୍ଷଣ ସମୂହ ଯାହା ମଦ୍ୟପାନକାରୀଙ୍କର ଚୟାପଚୟ ବା ମେଟାବୋଲିକ ସ୍ଥିତି ହୋଇପାରେ । [୩] ଏହାର ଲକ୍ଷଣ ମଧ୍ୟରେ ପେଟ ଯନ୍ତ୍ରଣା, ବାନ୍ତି, ଉତ୍ତେଜନା, ଦ୍ରୁତ ଶ୍ୱାସକ୍ରିୟା ହାର ଏବଂ ଏକ ନିର୍ଦ୍ଦିଷ୍ଟ "ଫଳ" ଗନ୍ଧ ହୋଇପାରେ | [୨] ଚେତନା ସାଧାରଣତଃ ସାଧାରଣ ଅଟେ। [୧] ଏହା ଜଟିଳ ହେଲେ ହଠାତ୍ ମୃତ୍ୟୁ ହୋଇପାରେ ।[୧]
ଦୀର୍ଘକାଳୀନ ମଦ୍ୟପମାନଙ୍କଠାରେ ଏହି ଲକ୍ଷଣମାନ ଦେଖାଯାଏ ଏବଂ ଯେଉଁମାନେ ସାମୟିକ ଅତ୍ୟଧିକ ମଦ୍ୟପାନ କରନ୍ତି ତାଙ୍କର କମ୍ ଲକ୍ଷଣ ଦେଖାଯାଏ ।[୨] ସାଧାରଣତଃ କିଛି ଦିନ ଖାଇବା କ୍ଷମତା ହ୍ରାସ ହେବା ପରେ ଏହି ଲକ୍ଷଣମାନ ଆରମ୍ଭ ହୁଏ | [୨] ଲକ୍ଷଣ ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ | [୨] ରକ୍ତ ଶର୍କରା ସ୍ତର ସାଧାରଣ ଥାଏ କିମ୍ବା ସାମାନ୍ୟ ବୃଦ୍ଧି ପାଇଥାଏ | [୨] ସମାନ ଭାବରେ ଉପସ୍ଥାପିତ ଅନ୍ୟାନ୍ୟ ଅବସ୍ଥାମାନଙ୍କର ନାମ ଡାଏବେଟିକ କେଟୋଏସିଡୋସିସ ସହିତ ଇଚ୍ଚ ଆନିଅନ ଫାଙ୍କ ମେଟାବୋଲିକ ଏସିଡୋସିସ ଅନ୍ତର୍ଭୁକ୍ତ ହୋଇପାରେ ।[୨]
ଚିକିତ୍ସାରେ ସାଧାରଣତଃ ଶିରାଭ୍ୟନ୍ତର ସାଧାରଣ ସାଲାଇନ୍ ଏବଂ ଶିରାଭ୍ୟନ୍ତର ଚିନି ଦ୍ରବଣ ଦିଆଯାଏ | [୨] ଥାୟାମିନ ଦିଆଯାଏ ଏବଂ ମଦ୍ୟପାନ ପ୍ରତ୍ୟାହାରକୁ ରୋକିବା ପାଇଁ ପଦକ୍ଷେପ ମଧ୍ୟ ପରାମର୍ଶ ଦିଆଯାଏ । [୨] ହାଇପୋକାଲେମିଆର ଚିକିତ୍ସା ମଧ୍ୟ ଆବଶ୍ୟକ ହୋଇପାରେ । [୨] ୨୦ରୁ ୬୦ ବର୍ଷ ବୟସ୍କ ଲୋକମାନରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୨] ଏହି ଅବସ୍ଥା ପ୍ରଥମେ ୧୯୪୦ ମସିହାରେ ଚିହ୍ନଟ ହୋଇ ୧୯୭୧ ମସିହାରେ ନାମକରଣ ହୋଇଥିଲା ।[୩]
ଆଧାର
[ସମ୍ପାଦନା]- 1 2 3 4 McGuire, LC; Cruickshank, AM; Munro, PT (June 2006). "Alcoholic ketoacidosis". Emergency Medicine Journal. 23 (6): 417–20. doi:10.1136/emj.2004.017590. PMC 2564331. PMID 16714496.
- 1 2 3 4 5 6 7 8 9 10 11 12 13 14 15 16 Howard, RD; Bokhari, SRA (January 2019). Alcoholic Ketoacidosis (AKA). PMID 28613672.
- 1 2 3 Allison, MG; McCurdy, MT (May 2014). "Alcoholic metabolic emergencies". Emergency Medicine Clinics of North America. 32 (2): 293–301. doi:10.1016/j.emc.2013.12.002. PMID 24766933.