ଇଣ୍ଟ୍ରାଭେନସ ସୁଗର ସଲ୍ୟୁସନ

ଉଇକିପିଡ଼ିଆ‌ରୁ
ଇଣ୍ଟ୍ରାଭେନସ ସୁଗର ସଲ୍ୟୁସନ
Chemical structure of dextrose
Clinical data
Synonymsdextrose solution, glucose solution
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
intravenous
ATC code
Identifiers
ChemSpider
  • none

ଇଣ୍ଟ୍ରାଭେନସ ସୁଗର ସଲ୍ୟୁସନ (ଇଂରାଜୀ ଭାଷାରେ Intravenous sugar solution ବା ଡେକ୍ସଟ୍ରୋଜ ସଲ୍ୟୁସନ/ dextrose solution) ଏକ ମିଶ୍ରଣ ଯେଉଁଥିରେ ଡେକ୍ସଟ୍ରୋଜ (dextrose) (ଗ୍ଲୁକୋଜ), ଓ ଜଳ ଥାଏ ।[୧] ଅଳ୍ପ ରକ୍ତ ସୁଗର (low blood sugar) ବା ଇଲେକ୍ଟ୍ରୋଲାଇଟ (electrolyte) କ୍ଷତି ହୋଇ ନଥିବା ନିର୍ଜଳନ ଥିଲେ ଏହା ଦିଆଯାଏ । ଜ୍ୱର, ହାଇପରଥାଇରଏଡିଜ୍ମ, ଅଧିକ ରକ୍ତ କ୍ୟାଲସିଅମ (high blood calcium) ବା ଡାଏବେଟିସ ଇନସିପିଡସ (diabetes insipidus) ଥିଲେ ଏହି ଇଲେକ୍ଟ୍ରୋଲାଇଟ କ୍ଷତି ନଥାଇ ନିର୍ଜଳନ ହୁଏ । ଅଧିକ ରକ୍ତ ପୋଟାସିଅମ (high blood potassium), ଡାଏବେଟିକ କିଟୋଏସିଡୋସିସପାରେଣ୍ଟେରାଲ ପୋଷଣରେ (parenteral nutrition) ମଧ୍ୟ ଏହା ଦିଆଯାଇପାରେ । ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[୨]

ଏହି ଇଞ୍ଜେକସନ ଦେବାବେଳେ ଶିରାରେ (vein) ଜ୍ୱଳନ ହୁଏ, ଅଧିକ ରକ୍ତ ଶର୍କରା (high blood sugar) ଓ ଇଡିମା (swelling) ହୋଇପାରେ ।[୨][୩] ଅତ୍ୟଧିକ ବ୍ୟବ‌ହାର କଲେ ଅଳ୍ପ ରକ୍ତ ସୋଡ଼ିଅମ (low blood sodium) ଓ ଅନ୍ୟାନ୍ୟ ଇଲେକ୍ଟ୍ରୋଲାଇଟ (electrolyte problem) ସମସ୍ୟା ଦେଖାଯାଇପାରେ ।[୨] ଏହା ଭଲ୍ୟୁମ ଏକ୍ସପାଣ୍ଡର (crystalloid) ଶ୍ରେଣୀର ଏକ ଔଷଧ ।[୪] ଏହି ସଲ୍ୟୁସନ ୫%, ୧୦% ଓ ୨୫% ମାତ୍ରାରେ ମିଳେ ।[୨] ଏହା ଦେବାପରେ ହାଇପରଟୋନିକ (hypertonic) ହେଲେ ମଧ୍ୟ ଧୀରେ ଧୀରେ ଚୟାପଚୟ ହେବା ଯୋଗୁ ହାଇପୋଟୋନିକ (hypotonic solutions) ହୋଇଯାଏ । [୫] ଏହାକୁ ସାଲାଇନ ସ‌ହିତ ମିଶେଇ ମଧ୍ୟ ବିକ୍ରୟ କରାଯାଏ ।[୩]

ସନ ୧୯୨୦ ଓ ୧୯୩୦ ଦଶକରୁ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଇଣ୍ଟ୍ରାଭେନସ ସୁଗର ସଲ୍ୟୁସନ ଉପଲବ୍‌ଧ ହେଲାଣି । [୬][୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଲିଟର ୧୦% ଡେକ୍ସଟ୍ରୋଜ ସ‌ହିତ ଜଳର କ୍ରୟ ମୂଲ୍ୟ ୧.୦୦ରୁ ୧.୮୦ ଆମେରିକୀୟ ଡଲାର ଓ ୫% ଡେକ୍ସଟ୍ରୋଜ ସ‌ହିତ ନର୍ମାଲ ସାଲାଇନର (normal saline) ମୁଲ୍ୟ ପ୍ରାୟ ୦.୬୦ରୁ ୨.୪୦ ଆମେରିକୀୟ ଡଲାର ।[୯][୧୦] ଏକ ୫୦% ୫୦ମି:ଲି: ସଲ୍ୟୁସନର ମୂଲ୍ୟ ସଂଯୁକ୍ତ ରାଷ୍ଟ୍ରରେ ୨.୦୧ ପାଉଣ୍ଡ ।2.01[୨]

ଆଧାର[ସମ୍ପାଦନା]

  1. "Dextrose". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ ୨.୨ ୨.୩ ୨.୪ British national formulary : BNF 69 (69 ed.). British Medical Association. 2015. p. 683-684. ISBN 9780857111562.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 491. ISBN 9789241547659. Retrieved 8 January 2017.
  4. David, Suresh S. (2016). Clinical Pathways in Emergency Medicine (in ଇଂରାଜୀ). Springer. p. 62. ISBN 9788132227106.
  5. Waldmann, Carl; Soni, Neil; Rhodes, Andrew (2008). Oxford Desk Reference: Critical Care (in ଇଂରାଜୀ). OUP Oxford. p. 142. ISBN 9780199229581.
  6. Skipper, Annalynn (2012). Dietitian's Handbook of Enteral and Parenteral Nutrition (in ଇଂରାଜୀ). Jones & Bartlett Publishers. p. 283. ISBN 9780763742904.
  7. Nelms, Marcia; Sucher, Kathryn (2015). Nutrition Therapy and Pathophysiology (in ଇଂରାଜୀ). Cengage Learning. p. 89. ISBN 9781305446007.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. "Dextrose 10% in Water". International Drug Price Indicator Guide. Archived from the original on 1 May 2020. Retrieved 8 December 2016.
  10. "Dextrose 5% in Sodium Chloride 0.9%". International Drug Price Indicator Guide. Archived from the original on 1 May 2020. Retrieved 8 December 2016.