ମଞ୍ଜୁବାଳା ପଣ୍ଡା
ଦେଖଣା
ମଞ୍ଜୁବାଳା ପଣ୍ଡା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଡାକ୍ତର ନିର୍ମଳ ଚନ୍ଦ୍ର ନାୟକ |
ପିତାମାତା | ପଞ୍ଚାନନ ପଣ୍ଡା (ପିତା), ସାବିତ୍ରୀ ଦେବୀ (ମାତା) |
ମଞ୍ଜୁବାଳା ପଣ୍ଡା ଜଣେ ଭାରତୀୟ ଚିକିତ୍ସିକା ଓ ଓଡ଼ିଆ ଲେଖିକା । ତାଙ୍କ ଗୀତିକବିତା ଓ ଗଳ୍ପ ପତ୍ରପତ୍ରିକା, ଅଡ଼ିଓ କ୍ୟାସେଟରେ ପ୍ରକାଶିତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ମଞ୍ଜୁବାଳା ପଣ୍ଡା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ତଥା ଅଧୁନା ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ମଞ୍ଜୁଷାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଞ୍ଚାନନ ପଣ୍ଡା ଓ ମାତା ନାମ ହେଲା ସାବିତ୍ରୀ ଦେବୀ । ସେ ରାଉରକେଲାରୁ ସ୍କୁଲ ଓ କଲେଜ ଶିକ୍ଷା ପରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ଡାକ୍ତରୀ ଶିକ୍ଷାଲାଭ କରିଥିଲେ । ତା'ପରେ ଚେନ୍ନାଇର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜିରେ ଡାକ୍ତରୀ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ପରେ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଭାବେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଚାକିରି କରି ଅବସର ନେଇଥିଲେ । ସେ ଚିକିତ୍ସା, ସାହିତ୍ୟ ଓ ମାନବ ସେବାରେ ସମ୍ବନ୍ଧରେ ପୁସ୍ତକ ରଚନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ପାରନାନୀ ଓ ଅନ୍ୟାନ୍ୟ ଗଳ୍ପ (୨୦୨୦[୧]
- ସାଉଁଟା କଥା (୨୦୧୧)
- ମଧୁମଗ୍ନା (୨୦୨୧)
- ବିଶ୍ବରୂପା (୨୦୨୧)
- ମହୁଲ ଫୁଲ (୨୦୨୨)
- କାଚରା (୨୦୨୩)
- ନିନାଦ (୨୦୨୪)
- ଅଭୀପସା (୨୦୨୪)
କବିତା
[ସମ୍ପାଦନା]- ଅନ୍ତଃସ୍ବର
- ମୁଗ୍ଧମନ୍ତ୍ର (ଶବ୍ଦଲୋକ) ୨୦୨୨
- ଗୀତ ଗଜରା (ଗୀତିକବିତା ସଂକଳନ)
ଉପନ୍ୟାସ
[ସମ୍ପାଦନା]- ପାରନାନୀ (୨୦୨୪)
ଆଧାର
[ସମ୍ପାଦନା]- ↑ "Chhutidina Page: 14". Online Odia ePaper | Today Newspaper | Latest news from Odisha, India and world. Retrieved 2024-09-02.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |