ଭୂମିକା ଚାୱଲା

ଉଇକିପିଡ଼ିଆ‌ରୁ
ଭୂମିକା ଚାୱଲା
Bhumika Chawla at 60th Filmfare Awards South (cropped).jpg
୬୦ତମ ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭୂମିକା
ଜନ୍ମ
ରଚନା ଚାୱଲା

(1978-08-21) ୨୧ ଅଗଷ୍ଟ ୧୯୭୮ (ବୟସ ୪୪)[୧]
ଅନ୍ୟ ନାମରଚନା ଚାୱଲା (ଜନ୍ମନାମ)
ଗୁଡ଼ିଆ (ଡାକନାମ)
ବୃତ୍ତିଅଭିନେତ୍ରୀ
Years active୨୦୦୦- ଏବେଯାଏଁ
ଜୀବନସାଥୀ
ଭରତ ଠାକୁର
(m. ୨୦୦୭)

‌ଭୂମିକା ଚାୱଲା‌ (ଜନ୍ମ: ୨୧ ଅଗଷ୍ଟ ୧୯୭୮)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ମଡେଲ । ୨୦୦୦ ମସିହାରେ ଭୂମିକା ତେଲୁଗୁ ଚଳଚ୍ଚିତ୍ର ‌ଯୁବାକୁଡ଼ୁ‌ ଜରିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଭୂମିକା ତେଲୁଗୁ ଚଳଚ୍ଚିତ୍ର ବ୍ୟତୀତ ତାମିଲ, ହିନ୍ଦୀ, ମାଲାୟଲମ୍, କନ୍ନଡ଼, ଭୋଜପୁରୀ ଏବଂ ପଞ୍ଜାବୀ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଭୂମିକାଙ୍କ ଅଭିନୀତ ସଫଳତମ ଚଳଚ୍ଚିତ୍ରଗୁଡ଼ିକ ହେଲା: ଖୁସି (ତେଲୁଗୁ), ଓକ୍କୁଡ଼ୁ, ତେରେ ନାମ୍, ମିସ୍ସାମ୍ମା, ଗାନ୍ଧୀ- ମାଇଁ ଫାଦର, ବୁଡ୍ଦି ଏବଂ ଅନସୁୟା ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

ଭୂମିକା ୨୧ ଅଗଷ୍ଟ ୧୯୭୮ରେ ନୂଆ ଦୀଲ୍ଲିରେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଭୂମିକା ତାଙ୍କର ବିଦ୍ୟାଳୟ ଶିକ୍ଷା ନୂଆ ଦିଲ୍ଲୀରୁ ଶେଷ କରିଥିଲେ । ତାଙ୍କର ପିତା ଜଣେ ସେନା ଅଧିକାରୀ ଥିଲେ । ଭୂମିକାଙ୍କର ଗୋଟିଏ ବଡ଼ ଭାଇ ଗୋଟିଏ ବଡ଼ ଭଉଣୀ ଅଛନ୍ତି । ଭୂମିକା ୧୯୯୭ରେ ମୁମ୍ବାଇ ଯାଇଥିଲେ ଏବଂ ସେଠରେ କିଛି ବିଜ୍ଞାପନ ସ‌ହ କିଛି ଆଲବମ୍ ଗୀତରେ ଅଭିନୟ କରିଥିଲେ । ସେ ଜୀ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ‌ହିପ୍ ହିପ୍ ହୁରେ‌ରେ ଭୂମିକାରେ ଅଭିନୟ କରିଥିଲେ ।

ଭୂମିକା ୨୦୦୭ରେ ତାଙ୍କର ଦୀର୍ଘଦିନର ପୁରୁଷ ବନ୍ଧୁ ଭରତ ଠାକୁରଙ୍କୁ ୨୧ ଅକ୍ଟୋବର ୨୦୦୭ରେ ନାସିକ୍‌ର ଏକ ଗୁରୁଦ୍ୱାରରେ ବିବାହ କରିଥିଲେ । ଭରତ ଜଣେ ଯୋଗ ପ୍ରଶିକ୍ଷକ ।[୨] ଭୂମିକା ଭରତଙ୍କର ଯୋଗ ପ୍ରଶିକ୍ଷଣ କେନ୍ଦ୍ରକୁ ନିୟମିତ ଭାବରେ ଯୋଗ ଶିକ୍ଷା ପାଇଁ ଯାଉଥିଲେ ଏବଂ ସେଠାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ବିବାହ ପୂର୍ବରୁ ୪ବର୍ଷର ସମ୍ପର୍କ ଥିଲା ।[୩] ଦୁଇ ଦମ୍ପତିଙ୍କର ୨୦୧୪ ଫେବୃଆରୀରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।[୪][୫]

ଅଭିନୟ ଜୀବନ[ସମ୍ପାଦନା]

୧୯୯୭ରେ ମୁମ୍ବାଇ ଆସିବା ପରେ ଭୂମିକାଙ୍କୁ ୨୦୦୦ ମସିହାରେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବାର ପ୍ରଥମ ସୁଯୋଗ ପାଇଥିଲେ । ଭୂମିକାଙ୍କ ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଥିଲା ‌ଯୁବାକୁଡ଼ୁ‌ । ଏହା ପରେ ସେ ଅଭିନେତା ପବନ କଲ୍ୟାଣଙ୍କ ସ‌ହ ୨୦୦୧ରେ ଭୂମିକା ‌ଖୁସି‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଉତ୍ତମ ବ୍ୟବସାୟ କରିବା ସ‌ହ ଭୂମିକା ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ ପୁନଃନିର୍ମାଣ ହୋଇଥିଲା । ଭୂମିକାଙ୍କ ଅଭିନୀତ କିଛି ସଫଳ ତେଲୁଗୁ ଚଳଚ୍ଚିତ୍ର ଗୁଡ଼ିକ ହେଲା: ମହେଶ ବାବୁଙ୍କ ସ‌ହ ଓକ୍କୁଡ଼ୁ, ଜୁନିଅର ଏନ୍.ଟି.ଆର୍‌ଙ୍କ ସ‌‌ହ ସିମାଦ୍ରୀ । ଏହି ଚଳଚ୍ଚିତ୍ର ଦୁଇଟି ସେହି ବର୍ଷର ସର୍ବାଧିକ ଆୟକାରୀ ତେଲୁଗୁ ଚଳଚ୍ଚିତ୍ର ଥିଲା ।[୬]

ତେଲୁଗୁ ଚଳଚ୍ଚିତ୍ର ସ‌ହ ଭୂମିକ ମଧ୍ୟ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନେତା ବିଜୟଙ୍କ ସ‌ହ ଭୂମିକା ବଦ୍ରୀ ଏବଂ ରୋଜା କୂଟମ୍ ଭଳି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସଫଳ ତେଲୁଗୁ ଚଳଚ୍ଚିତ୍ର ପରେ ଭୂମିକା ୨୦୦୩ରେ ଅଭିନେତା ସଲମାନ ଖାଁଙ୍କ ସ‌ହ ତେରେ ନାମ୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଭୂମିକା ଫିଲ୍ମ‌ଫେୟାରର ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ମନୋନୀତ ହୋଇଥିଲେ ଏବଂ ଜୀ ସିନେ ଆୱାର୍ଡ଼ସ୍‌ରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ ।[୭] ଭୂମିକା ତେଲୁଗୁ, ତାମିଲ ଏବଂ ହିନ୍ଦୀ ବ୍ୟତୀତ ପଞ୍ଜାବୀ, ମାଲାୟଲମ୍, କନ୍ନଡ଼ ଏବଂ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୦: ଯୁବାକୁଡ଼ୁ (ତେଲୁଗୁ)
  • ୨୦୦୧: ବଦ୍ରୀ (ତାମିଲ)
  • ୨୦୦୧: ଖୁସି (ତେଲୁଗୁ)
  • ୨୦୦୧: ସ୍ନେହମନ୍ତେ ଇଦେରା
  • ୨୦୦୨: ରୋଜା କୂଟ୍ଟମ୍ (ତାମିଲ)
  • ୨୦୦୨: ବାସୁ (ତେଲୁଗୁ)
  • ୨୦୦୩: ଓକ୍କୁଡ଼ୁ (ତେଲୁଗୁ)
  • ୨୦୦୩: ମିସାମ୍ମା (ତେଲୁଗୁ)
  • ୨୦୦୩: ସୀମାଃଦ୍ରୀ (ତେଲୁଗୁ)
  • ୨୦୦୩: ତେରେ ନାମ୍ (ହିନ୍ଦୀ)
  • ୨୦୦୩: ଆଦାନ୍ତେ ଆଦୋ ଟାଇପ୍ (ତେଲୁଗୁ)
  • ୨୦୦୪: ରନ୍ (ହିନ୍ଦୀ)
  • ୨୦୦୪: ଶାମ୍ବା (ତେଲୁଗୁ)
  • ୨୦୦୪: ନା ଅଟୋଗ୍ରାଫ୍ (ତେଲୁଗୁ)
  • ୨୦୦୪: ଦିଲ୍‌ନେ ଜିସେ ଅପ୍‌ନା କାହା (ହିନ୍ଦୀ)
  • ୨୦୦୫: ସିଲ୍‌ସିଲେ (ହିନ୍ଦୀ)
  • ୨୦୦୫: ଦିଲ୍ ଯୋ ଭି କ‌ହେ (ହିନ୍ଦୀ)
  • ୨୦୦୫: ଜୟ ଚିରଞ୍ଜିବୀ (ତେଲୁଗୁ)
  • ୨୦୦୬: ସିଲ୍ଲୁନୁ ଓରୁ କାଦ୍ଧାଲ୍ (ତାମିଲ)
  • ୨୦୦୬: ଫେମିଲି (ହିନ୍ଦୀ)
  • ୨୦୦୬: ମାୟାବଜାର (ତେଲୁଗୁ)
  • ୨୦୦୭: ଗନ୍ଧୀ- ମାଇଁ ଫାଦର୍ (ହିନ୍ଦୀ)
  • ୨୦୦୭: ସତ୍ୟଭାମା (ତେଲୁଗୁ)
  • ୨୦୦୭: ଗଙ୍ଗୋତ୍ରୀ (ଭୋଜପୁରୀ)
  • ୨୦୦୭: ଅନସୂୟା (ତେଲୁଗୁ)
  • ୨୦୦୮: ସ୍ୱାଗତମ୍ (ତେଲୁଗୁ)
  • ୨୦୦୮: ମେଲ୍ଲେପୁଭୁ (ତେଲୁଗୁ)
  • ୨୦୦୮: ୟାରିଆଁ (ପଞ୍ଜାବୀ)
  • ୨୦୦୯: ଭ୍ରମଣମ୍ (ମାଲାୟଲମ୍)
  • ୨୦୦୯: ନା ଷ୍ଟାଇଲ୍ ବେରୁ (ତେଲୁଗୁ)
  • ୨୦୦୯: ଅମରବତୀ (ତେଲୁଗୁ)
  • ୨୦୧୦: ୟଗମ୍ (ତେଲୁଗୁ)
  • ୨୦୧୦: ଥକିତା ଥକିତା (ତେଲୁଗୁ)
  • ୨୦୧୦: କଲେକ୍ଟର ଗାରୀ ଭାର୍ଯ୍ୟା (ତେଲୁଗୁ)
  • ୨୦୧୧: ସିରୁତାଇ (ତାମିଲ)
  • ୨୦୧୧: କଳାବାଦିଆ ପଝୁତୁଗାଲ (ତାମିଲ)
  • ୨୦୧୨: ଗଡ୍ ଫାଦର୍ (କନ୍ନଡ଼)
  • ୨୦୧୩: ବୁଡ୍ଡି (ମାଲାୟଲମ୍)
  • ୨୦୧୩: ଚିଠିରାୟିଲି ନିଲ୍ଲାଚୋରୁ (ତାମିଲ)
  • ୨୦୧୪: ଲଡ୍ଡୁ ବାବୁ (ତେଲୁଗୁ)
  • ୨୦୧୪: ଏପ୍ରିଲ ଫୁଲ୍ (ତେଲୁଗୁ)
  • ୨୦୧୫: ଲଭ୍ ୟୁ ଆଲିଆ (କନ୍ନଡ଼)
  • ୨୦୧୬: ଲଭ୍ ୟୁ ଆଲିଆ (ହିନ୍ଦୀ)
  • ୨୦୧୬: ମହେନ୍ଦ୍ର ସିଂ ଧୋନି- ଦ ଅନ୍‌ଟୋଲ୍ଡ ଷ୍ଟୋରୀ (ହିନ୍ଦୀ)

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "About Me". Bhumika Chawla. 2015. Archived from the original on 25 March 2015. Retrieved 23 April 2017.
  2. "Bhumika Chawla weds yoga guru Bharat". Screenindia.com. Archived from the original on 24 January 2009. Retrieved 23 April 2017.
  3. "Bhumika weds Bharath on Oct 25 th". Oneindia. Retrieved 2009-08-06.
  4. "Bhumika delivered a baby boy - Bhumika Chawla- Laddu Babu- Allari Naresh- Ravi Babu- Misama- Khushi - Cinemalead.com -".
  5. iQlik Movies. "Actress Bhumika Chawla blessed with a baby boy". iQlikmovies.
  6. "Telugu mid-year report". The Hindu. Retrieved 23 April 2017.
  7. "Nominees for the 49th Manikchand Filmfare Awards 2003". The Times Of India. March 2008.

ଅଧିକ ତ‌ଥ୍ୟ[ସମ୍ପାଦନା]