ଭି. ରାଧିକା ସେଲଭି

ଉଇକିପିଡ଼ିଆ‌ରୁ
ଭି. ରାଧିକା ସେଲଭି
ସାଂସଦ
କାର୍ଯ୍ୟକାଳ
2004 - ୨୦୦୯
ପର ଅଧିକାରୀ ନିର୍ବାଚନ ମଣ୍ଡଳୀ ଭଙ୍ଗ ହୋଇଛି
ନିର୍ବାଚନ ମଣ୍ଡଳୀ ତିରୁଚେଣ୍ଡୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1976-01-29) ୨୯ ଜାନୁଆରୀ ୧୯୭୬ (ବୟସ ୪୮)
ଚେନ୍ନାଇ, ତାମିଲନାଡୁ
ରାଜନୀତିକ ଦଳଦ୍ରାବିଡା ମୁନ୍ନେଟ୍ରା କାଜଗାମ
ଜୀବନ ସାଥୀଏନ. ଭେଙ୍କଟେଶା ପାନ୍ନାୟାର
ସନ୍ତାନଗୋଟିଏ ପୁତ୍ର
ଘରଟ୍ୟୁଟିକୋରିନ
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ଭି. ରାଧିକା ସେଲଭି (ଜନ୍ମ: ୨୯ ଜାନୁଆରୀ ୧୯୭୬) ଭାରତର ୧୪ତମ ଲୋକ ସଭାର ସଦସ୍ୟ ଥିଲେ । ସେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ମନ୍ତ୍ରଣାଳୟରେ ଗୃହମନ୍ତ୍ରୀ ଥିଲେ । ସେ ତାମିଲନାଡୁର ତିରୁଚେଣ୍ଡୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ ହୋଇଥିଲେ । ରାଧିକା ଇଂରାଜୀରେ ସ୍ନାତକୋତ୍ତର ସମାପ୍ତ କରିଥିଲେ ।

ସେ ସ୍ୱର୍ଗତ ମୋଲକରାଇ ଭେଙ୍କଟେଶ ପନ୍ନାୟର ନାଡାରଙ୍କ ପତ୍ନୀ ଅଟନ୍ତି ।[୧] ସେପ୍ଟେମ୍ବର ୨୦୦୩ ମସିହାରେ ଚେନ୍ନାଇରେ ପୋଲିସର ଏନକାଉଣ୍ଟରରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା । ହତ୍ୟା ସମୟରେ ରାଧିକା ସେଲଭି ଗର୍ଭବତୀ ଥିଲେ ।

୨୦୦୪ ମସିହା ଲୋକ ସଭା ନିର୍ବାଚନରେ ​​ସେଲଭି ତିରୁଚେଣ୍ଡୁର ନିର୍ବାଚନ ମଣ୍ଡଳୀ ପାଇଁ ନିଜର ଅଭିଯାନ ଆରମ୍ଭ କରିଥିଲେ । ସେ ନିର୍ବାଚନରେ "ପୋଲିସର ଏନକାଉଣ୍ଟରରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ" ପ୍ରସଙ୍ଗ ବିଷୟରେ ଦର୍ଶେଇଛନ୍ତି । ଏହି ପ୍ରସଙ୍ଗ ଉଠାଇ ସେ ନାଦର ଜାତିର ଭୋଟ ପାଇବା ସହିତ ତାଙ୍କର ୩ ମାସର ପୁଅ ସହିତ ପ୍ରଚାର କରି ସହାନୁଭୂତି ଭୋଟ ମଧ୍ୟ ପାଇଥିଲେ ।

ଯେତେବେଳେ ସେ ଗୃହ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଥିଲେ ସେତେବେଳେ ସେ ତତ୍କାଳୀନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ସେ କ୍ୟାବିନେଟର ସବୁଠାରୁ କନିଷ୍ଠ ମନ୍ତ୍ରୀ ଥିଲ ।[୨] ସେ ସୁନାମି ପରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଲେହ, ଲଦାଖ ଏବଂ ଉତ୍ତର ପୂର୍ବ ସୀମା ଅଞ୍ଚଳ ପରିଦର୍ଶନ କରିଥିଲେ । ସୀମା ସୁରକ୍ଷା ବଳ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ତାଙ୍କ ଅଧୀନରେ ଥିଲେ ।

ଆଧାର[ସମ୍ପାଦନା]

  1. http://www.asiantribune.com/node/5757 ଛାଞ୍ଚ:Bare URL inline
  2. ଛାଞ୍ଚ:Website source