ଭିରାଜପେଟ

ଉଇକିପିଡ଼ିଆ ରୁ
Jump to navigation Jump to search
St.Anne's Church, Virajpet
Post Office
Temple near Post Office
Temple on Rehmaniya Masjidh road
Church in Virajpet
Virajpet

ವಿರಾಜಪೇಟೆ

Virajendrapete
town
Country India
StateKarnataka
DistrictKodagu
Elevation
909 m (2,982 ft)
ଜନସଂଖ୍ୟା
 (2011)
 • ମୋଟ୧୭,୨୪୬
Languages
 • OfficialKannada, Kodava thakk
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
571 218
Telephone code08274
ISO 3166 codeIN-KL
ଗାଡ଼ି ପଞ୍ଜିକରଣKA-12
ୱେବସାଇଟwww.virajpettown.gov.in

ଭିରାଜପେଟ ବା ଭିରାଜପେଟେ, ଭାରତୀୟ ରାଜ୍ୟ କର୍ଣାତକର କୋଡଗୁ ଜିଲ୍ଲାର ଦ୍ୱିତୀୟ ବୃହତ ସହର ।

ଏହା ଏକ କ୍ଷୁଦ୍ର ସହର ହେବା ସହ କଫି ଓ ମସଲା ଚାଷ ପାଇଁ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ମନ୍ଦିକେରି ଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ସହର ନିକଟରେ ଆମ୍ମାଥି, ଗୋଣିକୋପ୍ପଳ, ପୋନମ ପେଟ ଆଦି ସହର ରହିଛି । କେବଳ ରାସ୍ତା ପଥରେ ଯାତାୟାତ ଶୁବୁଢା ଥିବା ଏହି ଅଞ୍ଚଳ ବାଙ୍ଗାଲୋର ଠାରୁ ୨୫୦ କିଲୋମିଟର ଦୂର । 

ଇତିହାସ [ସମ୍ପାଦନା]

ଭିରାଜପେଟ ନାମ ପ୍ରାଚୀନ କୋଗାଗୁ ରାଜ୍ୟର ଶାସକ ଭିରାଜେନ୍ଦ୍ରଙ୍କ ନାମାନୁସାରେ ଭିରାଜେନ୍ଦ୍ରପେଟେ ହେଇ ପରେ ଭିରାଜପେଟକୁ ଅପଭ୍ରଂଶ ହେଇଥିଲା । ଦକ୍ଷିଣ ଭାରତର ରାଜା ମାନଙ୍କଦ୍ୱାରା ଶାସିତ ହେଇଥିବା ଏହି ସହରର ଇତିହାସ ଅତି ପ୍ରାଚୀନ । 

ପର୍ଯ୍ୟଟନ [ସମ୍ପାଦନା]

ଏହି ଅଞ୍ଚଳରେ ଥିବା ଆୟାପ୍ପା ମନ୍ଦିର , ମଲେଥିରିକେ ପର୍ବତ ଶିଖର  ରେ ଥିବା ଶିବ ମନ୍ଦିର  ଦର୍ଶନୀୟ ସ୍ଥାନ ହେଇଥିବା ବେଳେ ୨୨୦ ବର୍ଷ ପୁରାତନ ସେଣ୍ଟ ଆନ୍ନେ ଚର୍ଚ ତାହର ଗୋଥିକ ସ୍ଥାପତ୍ୟ ପାଇଁ ବିଖ୍ୟାତ । 

ଏହି ସହରରେ କଫି ଓ ମସଲା ଚାଷ ବହୁଳ ପରିମାଣରେ ହେଇଥାଏ । ଏସିଆର ସର୍ବବୃହନ ମହୁ ଉପପାଦିତ ହଉଥିବା ଅଞ୍ଚଳ ହିସାବରେ ଭିରାଜପେଟର ଉଲ୍ଲେଖ ଅଛି । 

ମାଡିକେରି ବା  ମେରଶେରା-ଦଶରା ଏହି ଅଞ୍ଚଳର ପ୍ରସିଦ୍ଧ ପର୍ବ । ୧୦ ଦିନ ବ୍ୟାପୀ ଏହା ଚାଲେ । ଏହି ଅଞ୍ଚଳର ଜଳବାୟୁ ଅତ୍ୟନ୍ତ ମନୋରମ ଥିବାରୁ ଏହାକୁ ଶୈଳ ନିବାସ ଭାବେ ବ୍ୟବହାର କରିବାକୁ ଅନେକ ପର୍ଯ୍ୟଟକ  ଆସନ୍ତି । 

ଜନ ଆବାଦୀ[ସମ୍ପାଦନା]

୨୦୦୧ ଜନଗଣନା ଅନୁସାରେ ଏଠାରେ ୩୦,୦୦୦ ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୫୧% ଥିଲା । ସାକ୍ଷ୍ୟରତା ହାର ୮୧% ଯାହା ଜାତୀୟ ହାର ଠାରୁ ବହୁତ ଅଧିକ । ୬ ବର୍ଷରୁ କମ ୧୧% ରହିଥିବାର ଜନାଜାଏ। 

ତୀର୍ଥ ସ୍ଥଳ [ସମ୍ପାଦନା]

  • Pathyarakkara temple
  • St.Anne's Church
  • Rahmaniya Mosque

ଯାତାୟାତ [ସମ୍ପାଦନା]

ରାସ୍ତାଦ୍ୱାରା ଏଠାରୁ ମାଙ୍ଗାଲୋର , ମହିଶୂର , ଓ ବାଙ୍ଗାଲୋରକୁ ଯିବା ଶୁବୁଢା ଥିବା ବେଳେ ନିକଟସ୍ଥ ରେଳଷ୍ଟେସନ ଥାଲାସେରୀଠାରେ ଅଛି । ଏହା ୧୩୧ କିଲୋମିଟର ଦୂର । 

ପୁନଶ୍ଚ ଦେଖନ୍ତୁ [ସମ୍ପାଦନା]

  • Virajpet (Vidhan Sabha constituency)

ଗେଲେରୀ [ସମ୍ପାଦନା]

References[ସମ୍ପାଦନା]