ଭିରାଜପେଟ
Virajpet
ವಿರಾಜಪೇಟೆ Virajendrapete | |
---|---|
town | |
Country | India |
State | Karnataka |
District | Kodagu |
Elevation | 909 m (2,982 ft) |
Population (2011) | |
• Total | ୧୭,୨୪୬ |
Languages | |
• Official | Kannada, Kodava thakk |
Time zone | UTC+5:30 (IST) |
PIN | 571 218 |
Telephone code | 08274 |
ISO 3166 code | IN-KL |
ଯାନବାହାନ ପଞ୍ଚୀକରଣ | KA-12 |
Website | www.virajpettown.gov.in |
ଭିରାଜପେଟ ବା ଭିରାଜପେଟେ, ଭାରତୀୟ ରାଜ୍ୟ କର୍ଣାତକର କୋଡଗୁ ଜିଲ୍ଲାର ଦ୍ୱିତୀୟ ବୃହତ ସହର ।
ଏହା ଏକ କ୍ଷୁଦ୍ର ସହର ହେବା ସହ କଫି ଓ ମସଲା ଚାଷ ପାଇଁ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ମନ୍ଦିକେରିଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ସହର ନିକଟରେ ଆମ୍ମାଥି, ଗୋଣିକୋପ୍ପଳ, ପୋନମ ପେଟ ଆଦି ସହର ରହିଛି । କେବଳ ରାସ୍ତା ପଥରେ ଯାତାୟତ ଶୁବୁଢା ଥିବା ଏହି ଅଞ୍ଚଳ ବାଙ୍ଗାଲୋରଠାରୁ ୨୫୦ କିଲୋମିଟର ଦୂର ।
ଇତିହାସ
[ସମ୍ପାଦନା]ଭିରାଜପେଟ ନାମ ପ୍ରାଚୀନ କୋଗାଗୁ ରାଜ୍ୟର ଶାସକ ଭିରାଜେନ୍ଦ୍ରଙ୍କ ନାମାନୁସାରେ ଭିରାଜେନ୍ଦ୍ରପେଟେ ହେଇ ପରେ ଭିରାଜପେଟକୁ ଅପଭ୍ରଂଶ ହେଇଥିଲା । ଦକ୍ଷିଣ ଭାରତର ରାଜା ମାନଙ୍କଦ୍ୱାରା ଶାସିତ ହେଇଥିବା ଏହି ସହରର ଇତିହାସ ଅତି ପ୍ରାଚୀନ ।
ପର୍ଯ୍ୟଟନ
[ସମ୍ପାଦନା]ଏହି ଅଞ୍ଚଳରେ ଥିବା ଆୟାପ୍ପା ମନ୍ଦିର , ମଲେଥିରିକେ ପର୍ବତ ଶିଖର ରେ ଥିବା ଶିବ ମନ୍ଦିର ଦର୍ଶନୀୟ ସ୍ଥାନ ହେଇଥିବା ବେଳେ ୨୨୦ ବର୍ଷ ପୁରାତନ ସେଣ୍ଟ ଆନ୍ନେ ଚର୍ଚ ତାହର ଗୋଥିକ ସ୍ଥାପତ୍ୟ ପାଇଁ ବିଖ୍ୟାତ ।
ଏହି ସହରରେ କଫି ଓ ମସଲା ଚାଷ ବହୁଳ ପରିମାଣରେ ହେଇଥାଏ । ଏସିଆର ସର୍ବବୃହନ ମହୁ ଉପପାଦିତ ହଉଥିବା ଅଞ୍ଚଳ ହିସାବରେ ଭିରାଜପେଟର ଉଲ୍ଲେଖ ଅଛି ।
ମାଡିକେରି ବା ମେରଶେରା-ଦଶରା ଏହି ଅଞ୍ଚଳର ପ୍ରସିଦ୍ଧ ପର୍ବ । ୧୦ ଦିନ ବ୍ୟାପୀ ଏହା ଚାଲେ । ଏହି ଅଞ୍ଚଳର ଜଳବାୟୁ ଅତ୍ୟନ୍ତ ମନୋରମ ଥିବାରୁ ଏହାକୁ ଶୈଳ ନିବାସ ଭାବେ ବ୍ୟବହାର କରିବାକୁ ଅନେକ ପର୍ଯ୍ୟଟକ ଆସନ୍ତି ।
ଜନସଂଖ୍ୟା
[ସମ୍ପାଦନା]୨୦୦୧ ଜନଗଣନା ଅନୁସାରେ ଏଠାରେ ୩୦,୦୦୦ ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା ୫୧% ଥିଲା । ସାକ୍ଷ୍ୟରତା ହାର ୮୧% ଯାହା ଜାତୀୟ ହାରଠାରୁ ବହୁତ ଅଧିକ । ୬ ବର୍ଷରୁ କମ ୧୧% ରହିଥିବାର ଜନାଜାଏ।
ତୀର୍ଥ ସ୍ଥଳ
[ସମ୍ପାଦନା]- Pathyarakkara temple
- St.Anne's Church
- Rahmaniya Mosque
ଯାତାୟତ
[ସମ୍ପାଦନା]ରାସ୍ତାଦ୍ୱାରା ଏଠାରୁ ମାଙ୍ଗାଲୋର , ମହିଶୂର , ଓ ବାଙ୍ଗାଲୋରକୁ ଯିବା ଶୁବୁଢା ଥିବା ବେଳେ ନିକଟସ୍ଥ ରେଳଷ୍ଟେସନ ଥାଲାସେରୀଠାରେ ଅଛି । ଏହା ୧୩୧ କିଲୋମିଟର ଦୂର ।
ଗ୍ୟାଲେରି
[ସମ୍ପାଦନା]-
Jain Street
-
St.Anne's Church