ଭାରତ ମାତା

ଉଇକିପିଡ଼ିଆ ରୁ
Jump to navigation Jump to search
ଭାରତର କନ୍ୟାକୁମାରୀ (Kanyakumari) ସ୍ଥାନରେ ଭାରତ ମାତାଙ୍କର ପ୍ରତିମୂର୍ତ୍ତୀ

ଭାରତ ମାତା (ଇଂରାଜୀ ଭାଷାରେ Bhārat Mātā, Mother India, (Hindi, from Sanskrit Bhāratāmbā/ ଭାରତାମ୍ବା/ भारताम्बा; अम्बा/ ଅମ୍ବା ଅର୍ଥା ମାତା) ଭାରତକୁ ମାନବୀକରଣ କରି ମା ଠାକୁରାଣୀ (mother goddess) ଆଖ୍ୟା ଦିଆଯାଇଥିବା ନାମକୁ କୁହାଯାଏ । [୧] ସାଧାରଣତଃ ତାଙ୍କୁ ଏକ ମହିଳା ଭାବରେ ଗେରୁଆ (saffron) ରଙ୍ଗର ଶାଢ଼ୀ ପିନ୍ଧେଇ ଗୋଟିଏ ଭାରତର ଜାତୀୟ ପତାକା ଧରିଥିବା ପ୍ରଦର୍ଶନ କରାଯାଏ ଓ କ୍ୱଚିତ ସାଥିରେ ଏକ ସିଂହ (lion) ମଧ୍ୟ ଥାଏ ।[୨]

ଉପକ୍ରମ ଓ ଅର୍ଥ[ସମ୍ପାଦନା]

ତାମିଲ ବିଜୟା ପତ୍ରିକାର ଏକ ପୃଷ୍ଠ ଚିତ୍ରରେ ଭାରତ ମାତା ଓ ତାଙ୍କର ସନ୍ତାନଙ୍କ ଛବି ସ‌ହିତ ବନ୍ଦେ ମାତରଂ (Vande Mataram) ଲେଖାଯାଇଛି ।

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିବା ସିପାହୀ ବିଦ୍ରୋହ ପରିପ୍ରକ୍ଷୀରେ ଭାରତ ଉପମହାଦେଶକୁ ମାନବୀକରଣ କରାଯାଇଥିଲା । ସନ ୧୮୮୨ରେ ବଙ୍କିମ ଚନ୍ଦ୍ର ଚାଟର୍ଜୀଙ୍କ (Bankimchandra Chatterjee) ଲିଖିତ ଆନନ୍ଦ ମଠ ପୁସ୍ତକରେ ଭାରତର ପ୍ରତୀକ ଭାବରେ ଭାରତମାତାଙ୍କର ବର୍ଣ୍ଣନା କରାଯାଇଥିଲା ।[୩] ହିନ୍ଦୁ ମତ ବା କଳ୍ପନାରେ ଜନ୍ମଭୂମିକୁ ସର୍ବଦା ମାତା କୁହାଯାଏ । ରାମାୟଣ ଓ ମହାଭାରତରେ ମଧ୍ୟ ଜନ୍ମ‌ଭୂମିକୁ ମାତା ଭାବରେ ସମ୍ବୋଧନ କରାଯାଇଛି । ଲକ୍ଷଣଙ୍କୁ ରାମ କ‌ହିଛନ୍ତି, "ଜନନୀ ଜନ୍ମ‌ଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ" । ଏହି ଚିନ୍ତନ‌କୁ ବଙ୍କିମଚନ୍ଦ୍ର ଅଧିକ ସାକାର କରି ସରଳ କରିଦେଇଛନ୍ତି । ଏହି ଚିନ୍ତନରେ ସମଗ୍ର ଭାରତ ଭୂଖଣ୍ଡରେ ବାସ କରୁଥିବା ହିନ୍ଦୁ, ମୁସଲମାନ, ଶିଖ, ଖୀରସ୍ତାନ, ଜୈନ, ବୁଦ୍ଧ ଧର୍ମାବଲମ୍ବୀ, ପାର୍ଶୀ ଓ ଅନ୍ୟାନ୍ୟ ଲଘୁ ସମ୍ପ୍ରଦାୟଙ୍କୁ ଏକାଠି କରି ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବା ଉଦ୍ଦେଶ୍ୟରେ ଏହା ଲେଖା ଥିଲା ଯାହାକୁ ପରବର୍ତ୍ତୀ କାଳରେ ବିନାୟକ ସଭରକର ବଦଳେଇ ଏକ ହିନ୍ଦୁ ଠାକୁରାଣୀର ମାନ୍ୟତା ଦେଇଦେଲେ । ଅନ୍ୟ ଜାତି ଓ ଧର୍ମର ଲୋକମାନେ ଏହି ଏକ ଧର୍ମର ଠାକୁରାଣୀ ଚିନ୍ତନ‌କୁ ପ୍ରତ୍ୟାଖ୍ୟାନ କରିଥିଲେ । ଭାରତ ମାତା ଶବ୍ଦ ବିଷୟ ବା ଶବ୍ଦର ଧାରଣା ବଙ୍ଗାଳୀମାନେ ଉପସ୍ଥାପନ କରିଛନ୍ତି ଯାହାକୁ ହିନ୍ଦୁ ଧର୍ମ ସାଥିରେ ସଂଯୁକ୍ତ କରାଯାଇଛି କିନ୍ତ ଏହାର ହିନ୍ଦୁ ଧର୍ମର ବେଦ, ପୁରାଣ, ଗୀତା (Geeta), ମହାଭାରତ ଇତ୍ୟାଦି କୌଣସି ଗ୍ରନ୍ଥମାନଙ୍କ ସ‌ହିତ ଯୋଡ଼ା ହୋଇନାହିଁ । ଭାରତ ମାତାଙ୍କୁ ହିନ୍ଦୁ ଦେବାଦେବୀ ଭାବରେ ଚିତ୍ରଣ କରିବା ଏକ ଦୀର୍ଘକାଳୀନ ଦ୍ୱନ୍ଦ୍ୱାତ୍ମକ ବିଷୟ ଓ ମୂଳ ଦେବାଦେବୀଙ୍କ ନାମ ମଧ୍ୟରେ ତାଙ୍କର ସତ୍ତା ନାହିଁ । ବିନାୟକ ସବରକର ଓ ଅରୋବିନ୍ଦୋ ଘୋଷଙ୍କ ସଫଳ ପ୍ରଚେଷ୍ଟା ଫଳରେ ଭାରତ ମାତାଙ୍କୁ ହିନ୍ଦୁ ଧର୍ମର ଏକ ପ୍ରତୀକ ଭାବରେ ଗ୍ରହଣ କରି କୋର୍ଟ, ସେନାବାହିନୀ ଓ କଂଗ୍ରେସ ଇତ୍ୟାଦିଙ୍କ ଅଫିସରେ ସ୍ଥାନ ପାଇଲା । ଭାରତୀୟ ରାଜନୀତିରେ ଏହାର ପ୍ରବେଶକୁ ରବୀନ୍ଦ୍ରନାଥ ଠାକୁରବି.ଆର. ଆମ୍ବେଦକର ଏହାକୁ କ୍ଷତିକାରକ କ‌ହି ବିରୋଧ କରିଥିଲେ ଓ ଅନେକ ସ୍ଥାନରେ ଏହାକୁ କାଢ଼ିଦିଆଯାଇଥିଲା । କିନ୍ତୁ ସେତେବେଳକୁ ଏହା ଚେର ବ‌ହୁତ ଗଭୀରକୁ ଚାଲିଯାଇଥିଲା ଓ ଏହା ଦେଶ ଭକ୍ତିର ପ୍ରତୀକ ହୋଇସାରିଥିଲା ଯାହା ହିନ୍ଦୁ ଧର୍ମ ସ‌ହିତ କୌଣସି ସମ୍ପର୍କ ନଥାଇ ମଧ୍ୟ ଅବିଭାଜ୍ୟ ହୋଇଗଲା । ବିଂଶ ଶତାବ୍ଦୀ ଶେଷ ଆଡ଼କୁ ଏହା ହିନ୍ଦୁ ରାଷ୍ଟ୍ର ଓ ଅଖଣ୍ଡ ଭାରତର ଧାରଣ ସାଥିରେ ଓତଃପ୍ରୋତ ଭାବରେ ଜଡ଼ିତ ହୋଇଗଲା; ସେତେବେଳ ଅଖଣ୍ଡ ଭାରତରେ ଏବେକାର ପାକିସ୍ଥାନ, ବାଙ୍ଗଲାଦେଶ, ନେପାଳ, ଶ୍ରୀ ଲଙ୍କା ଓ ଆଫଗାନିସ୍ଥାନର କିଛି ଅଂଶ ସାମିଲ ଥିଲେ । ଭାରତର ସଂବିଧାନରେ ଭାରତ ଏକ ଧର୍ମ ବିରପେକ୍ଷ ଦେଶ ଭାବରେ ଗ୍ରହଣ କରାଯାଇଥିବାରୁ ଏହାକୁ କୌଣସି ମତେ ଗ୍ରହଣ କରାଯାଇପାରୁନି ଯଦିଓ ଏହା ଆରଏସଏସ ସଂସ୍ଥାର ଏହା ଏକ ରାଜନୈତିକ ଚାଲ ଭାବରେ ବିଶ୍ୱାସ କରାଯାଉଛି । ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରତିଛବି ଭାବରେ ଗ୍ରହଣ କରାଯାଇଥିବା ଚିତ୍ରକୁ ବିବିଧ ଧର୍ମ ସମ୍ପନ୍ନ ଦେଶରେ ଏକ ଧର୍ମର ପ୍ରତୀକ ଭାବରେ ବିଶ୍ୱାସ ଓ ପୂଜା କେବଳ ଏହାର ପୂଜକ ଓ ଅନୁଗାମୀଙ୍କଦ୍ୱାରା ଚାଲିଛି । ହିନ୍ଦୁ ଧର୍ମ ଖ୍ରୀ:ପୂ: ୨୦୦୦ ବର୍ଷରୁ ଆରମ୍ଭ ହୋଇଥିବା ବେଳେ ଭାରତ ମାତାର ଚିତ୍ରଣ ଏବେକାର ଧାରଣା ଭାବରେ ଜନ୍ମ ନେଇଛି ଓ ଧରିତ୍ରୀ ମାତା ବା ବସୁମାତା ଭଳି ଲୋକଙ୍କ ମନରେ ବସା ବାନ୍ଧି ଯାଇଛି । ମାତୃଭୂମି ଧାରଣ ମେକ୍ସିକୋ, ଚୀନ, ଋଷିଆ ଇତ୍ୟାଦି ଦେଶମାନଙ୍କରେ ଥିଲେ ମଧ୍ୟ ଏହା ସମସ୍ତ ଲୋକଙ୍କ ପ୍ରତି ପ୍ର‌ଯୁଜ୍ୟ ହୋଇଛି ଓ ଭାରତ ଭଳି କୌଣସି ଧର୍ମ ସ‌ହିତ ସଂଯୁକ୍ତ ହୋଇନାହିଁ ।

ଆଧାର[ସମ୍ପାଦନା]

  1. "History lesson: How 'Bharat Mata' became the code word for a theocratic Hindu state".
  2. Visualizing space in Banaras: images, maps, and the practice of representation, Martin Gaenszle, Jörg Gengnagel, illustrated, Otto Harrassowitz Verlag, 2006, ISBN 978-3-447-05187-3
  3. "Far from being eternal, Bharat Mata is only a little more than 100 years old".