ଭାରତୀୟ ନୁକୁରି ପକ୍ଷୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଭାରତୀୟ ନୁକୁରି ପକ୍ଷୀ
Indian courser (Cursorius coromandelicus) Photograph by Shantanu Kuveskar.jpg
ମହାରାଷ୍ଟ୍ରର ପୁଣେ ନଗରୀର ଏକ ଭାରତୀୟ ନୁକୁରି ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Glareolidae
Genus: Cursorius
ଜାତି: C. coromandelicus
ବାଇନୋମିଆଲ ନାମ
Cursorius coromandelicus
ୟୋହାନ୍ ଫ୍ରିଏଡ୍ରିଖ୍ ମେଲିନ୍, ୧୭୮୯
Cursorius coromandelicus dist.png
ମାନଚିତ୍ରରେ ଭାରତୀୟ ନୁକୁରି ପକ୍ଷୀର ଭୌଗୋଳିକ ବ୍ୟାପ୍ତି

ଭାରତୀୟ ନୁକୁରି ପକ୍ଷୀ (ଇଂରାଜୀ ଭାଷାରେ Indian Courser, ଜୀବବିଜ୍ଞାନ ନାମ Cursorius coromandelicus) ଦକ୍ଷିଣ ଏସିଆରେ ପରିଲକ୍ଷିତ ନୁକୁରି ଜାତୀୟ ପକ୍ଷୀ । ଗଙ୍ଗା ନଦୀସିନ୍ଧୁ ନଦୀ ଅବବାହିକାର ସମତଳ ଅଞ୍ଚଳରେ ଏହି ପକ୍ଷୀ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି । ଅନ୍ୟ ନୁକୁରି ପକ୍ଷୀଙ୍କ ପରି ଭାରତୀୟ ନୁକୁରି ପକ୍ଷୀ ମଧ୍ୟ ଏକ ସ୍ଥଳଚର ପକ୍ଷୀ । ଏମାନେ ଛୋଟ ଛୋଟ ଦଳରେ ବିଚରଣ କରନ୍ତି । ଶୁଷ୍କ ଖୋଲା ଭୂମିରେ ବୁଲି ଏମାନେ ବିଭିନ୍ନ କୀଟପତଙ୍ଗ ଆହରଣ କରିଥାନ୍ତି ।

ବିବରଣୀ[ସମ୍ପାଦନା]

ଏହି ନୁକୁରି ପକ୍ଷୀ ସମଗ୍ର ଦକ୍ଷିଣ ଏସିଆରେ ଦେଖାଯାଏ । ଏମାନଙ୍କ ଭୌଗୋଳିକ କ୍ଷେତ୍ରର କିଛି ଅଂଶରେ ଏକା ପରି ଦେଖାଯାଉଥିବା ଘିଅରଙ୍ଗୀ ନୁକୁରି ପକ୍ଷୀର (cream-colored courser) ଭୌଗୋଳିକ କ୍ଷେତ୍ର ମଧ୍ୟ ରହିଛି । ଭାରତୀୟ ନୁକୁରି ପକ୍ଷୀର ଶରୀରର ରଙ୍ଗ କିନ୍ତୁ ଉଜ୍ଜ୍ୱଳତର ଓ ଏହାର ଥଣ୍ଟ ପାଖରୁ ବାହାରି ଆଖି ଉପର ଦେଇ ଯାଇଥିବା ପଟି ଦାଗ ଅଧିକ ମୋଟା । ଏହାର ମୁଣ୍ଡର ଉପର ପଟ ଗାଢ଼ ବାଦାମୀ ଓ ଏହାର ଛାତି ଖଇରିଆ ରଙ୍ଗର । ବେକର ପଛପଟକୁ ଏକ ଗାଢ଼ କଳା ଛାପ ଚିହ୍ନ ରହିଥାଏ ।[୨] ଉଡ଼ନ୍ତା ଅବସ୍ଥାରେ ଭାରତୀୟ ନୁକୁରିର ପଶ୍ଚାତ ଭାଗ ଧଳା ଦେଖାଯାଏ । ଏହାର ଡେଣାର ଅଗ ଘିଅରଙ୍ଗୀ ନୁକୁରି ପରି ଗାଢ଼ କଳା ଦେଖାଯାଏ ନାହିଁ । ଉଭୟ ଅଣ୍ଡିରା ଓ ମାଈ ପକ୍ଷୀ ଦେଖିବାକୁ ଏକା ପରି ।[୩][୪]

ଏହାର ଲମ୍ବା ଗୋଡ଼ଗୁଡ଼ିକ ଧଳା ରଙ୍ଗର । ପାଦରେ କେବଳ ସାମନା ପଟକୁ ତିନିଗୋଟି ଅଙ୍ଗୁଳି ରହିଥାଏ ।[୨]

ଭାରତୀୟ ନୁକୁରି ପକ୍ଷୀ ଅନ୍ୟାନ୍ୟ ନୁକୁରି ପକ୍ଷୀଙ୍କ ନିକଟ ସମ୍ପର୍କୀୟ । ଭାରତୀୟ ନୁକୁରି ପକ୍ଷୀକୁ ଘିଅରଙ୍ଗୀ ନୁକୁରି, ଟେମିଂକ୍ ନୁକୁରି ଓ ବର୍ଶେଲ୍ ନୁକୁରିର ଉପର-ପ୍ରଜାତି ପକ୍ଷୀ ବୋଲି ବିବେଚନା କରାଯାଏ ।

ଭୌଗୋଳିକ ବିତରଣ ଓ ପରିବାସ[ସମ୍ପାଦନା]

କାଲାଦେଓ ଜାତୀୟ ଉଦ୍ୟାନର ଏକ ନୁକୁରି ପକ୍ଷୀ
ମହାରାଷ୍ଟ୍ରର ମୟୂରେଶ୍ୱରଠାରେ ଏକ ନୁକୁରି ପକ୍ଷୀ

ଭାରତୀୟ ନୁକୁରି ପକ୍ଷୀ ଶୁଷ୍କ ଗୋଡ଼ିପୂର୍ଣ୍ଣ, ପଥୁରିଆ ଓ ବୁଦାଳିଆ ଭୂମିରେ ଅଧିକ ଦେଖାଯାନ୍ତି ଓ ଏମାନଙ୍କୁ ବାଲୁକାମୟ ସ୍ଥାନରେ ପ୍ରାୟ ଦେଖିବାକୁ ମିଳେନାହିଁ ।[୫] ସିନ୍ଧୁ ନଦୀ ଉପତ୍ୟକାରୁ ନେଇ ପୂର୍ବପଟେ ବଙ୍ଗଳାଦେଶ ଏବଂ ଦକ୍ଷିଣ ଦିଗରେ ଭାରତୀୟ ଉପଦ୍ୱୀପ ପର୍ଯ୍ୟନ୍ତ ଏହି ପକ୍ଷୀ ଦେଖିବାକୁ ମିଳନ୍ତି । ଉତ୍ତର ଶ୍ରୀଲଙ୍କାର ଶୁଷ୍କ ଅଞ୍ଚଳରେ ମଧ୍ୟ ଭାରତୀୟ ନୁକୁରି ବସବାସ କରିବାର ଦେଖାଯାଏ । ଏହି ପକ୍ଷୀ ଆର୍ଦ୍ର ଅରଣ୍ୟରେ ରହିବା ପସନ୍ଦ କରନ୍ତି ନାହିଁ । ଦକ୍ଷିଣ ଭାରତରେ କରମଣ୍ଡଳ ଉପକୂଳରେ ଏହା ଏକ ଅତି ସାଧାରଣ ସ୍ଥାନୀୟ ପକ୍ଷୀ ।[୬] ତେଣୁ ଏହି ପକ୍ଷୀର ଜୀବବିଜ୍ଞାନ ନାମରେ କୋରୋମେଣ୍ଡେଲିକସ୍ ରହିଛି । ଭାରତୀୟ ଉପଦ୍ୱୀପର ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ପକ୍ଷୀ ବ୍ୟାପ୍ତ ।[୭][୮] ଡେକାନ ମାଳଭୂମି, ଉତ୍ତର-ପଶ୍ଚିମସ୍ଥ ଗୁଜରାଟରାଜସ୍ଥାନର ଶୁଷ୍କ ଅଞ୍ଚଳରେ ଏହି ପକ୍ଷୀ ବହୁ ମାତ୍ରାରେ ଦେଖିବାକୁ ମିଳନ୍ତି ।[୯] ଏହି ପକ୍ଷୀ କିଛି ସ୍ଥାନରେ ମୂଳ ନିବାସୀ ପରି ରହେ ଅନ୍ୟ ସେହି ଅଞ୍ଚଳ ମଧ୍ୟରେ ବିଚରଣ କରେ ।[୧୦][୧୧]

ପରିସଂସ୍ଥା ଓ ବ୍ୟବହାର[ସମ୍ପାଦନା]

ଏହି ନୁକୁରୀ ପକ୍ଷୀମାନଙ୍କୁ ଛୋଟ ଛୋଟ ଦଳରେ ଦେଖିବାକୁ ମିଳେ । ନିଜ ଶରୀରର ଉଚ୍ଚତାରୁ ଅଧିକ ଲମ୍ବା ହୋଇନଥିବା ଘାସ ଜମିରେ ଏମାନେ ଅଧିକାଂଶରେ ଦେଖାଯାନ୍ତି । ସ୍ଥଳଚର ପକ୍ଷୀ ହୋଇଥିବାରୁ ଅଧିକ ଉଚ୍ଚତାବିଶିଷ୍ଟ ଘାସ ଏମାନଙ୍କ ଦୃଷ୍ଟିରୋଧ କରିଥାଏ । ଅମଳ ହୋଇସାରିଥିବା ଓ ଚଷା ଯାଇନଥିବା ଜମିର ଊଈ, ଗୋବର ପୋକ, ଝିଣ୍ଟିକା, ପଙ୍ଗପାଳ ଓ ଅନ୍ୟାନ୍ୟ କୀଟପତଙ୍ଗ ଏମାନଙ୍କର ପ୍ରଧାନ ଆହାର ।[୧୨] ଏମାନେ ଭୂମି ଉପରେ ଦୌଡ଼ି ପାରନ୍ତି ଓ ଉଡ଼ିବା ପୂର୍ବରୁ ଏକ କର୍କଷ ଗ୍ୱାଟ୍ ଶବ୍ଦ ସୃଷ୍ଟି କରି ଉପରକୁ ଉଠନ୍ତି ।[୩] ଏମାନେ ଜୋରରେ ଡେଣା ଫଡ଼ଫଡ଼ କରି ଉଡ଼ନ୍ତି ।[୧୩] ଭାରତୀୟ ନୁକୁରି ପକ୍ଷୀ କମ୍ ଉଚ୍ଚତାରେ ଉଡ଼ନ୍ତି ଏବଂ ଓହ୍ଲାଇବା ପରେ କିଛି ଦୂର ଦୌଡ଼ିଯାନ୍ତି ।[୨][୧୪][୧୫]

ମାର୍ଚ୍ଚରୁ ଅଗଷ୍ଟ ଏହି ପକ୍ଷୀର ପ୍ରଜନନ ଋତୁ । ଦକ୍ଷିଣ ଭାରତଶ୍ରୀଲଙ୍କାର କିଛି ପକ୍ଷୀଙ୍କ ପ୍ରଜନନ ଋତୁ ମଇ ମାସର ମଝିରୁ ଏବଂ ଦରଭଙ୍ଗା ଅଞ୍ଚଳର ପକ୍ଷୀଙ୍କ ପ୍ରଜନନ ଋତୁ ଅପ୍ରେଲ୍ ମାସ ମଝିରୁ ଆରମ୍ଭ ହେବାର ତଥ୍ୟ ରହିଛି ।[୮][୧୬] ଖୋଲା ପଡ଼ିଆ ବା ପଥୁରିଆ ସ୍ଥାନରେ ଏମାନେ ନିଜର ବସା ବାନ୍ଧନ୍ତି ଓ ସେଥିରେ ପ୍ରାୟ ଗୋଲକାକାର ୨ରୁ ୩ଟି ଅଣ୍ଡା ଦିଅନ୍ତି । ଛଳାବରଣ ଯୋଗୁଁ ଅଣ୍ଡାଗୁଡ଼ିକୁ ସହଜରେ ଦେଖିବା କଷ୍ଟ ହୁଏ ।[୧୭] ନୁକୁରି ଶାବକମାନଙ୍କ ରଙ୍ଗ ବାହ୍ୟ ପରିବେଶ ସହ ମିଶିଯାଏ । ସତର୍କ ସୂଚନା ପାଇଲେ ଶାବକମାନେ ନିଶ୍ଚଳ ହୋଇ ବସିଯାଆନ୍ତି ଏବଂ ଏମାନଙ୍କୁ ଠାବ କରିବା କଷ୍ଟ ହୋଇଥାଏ ।[୧୩] କେହି ଶାବକଙ୍କ ନିକଟକୁ ଆସିବାର ସମ୍ଭାବନା ଦେଖିଲେ ପ୍ରାପ୍ତବୟସ୍କ ପକ୍ଷୀମାନେ କୌଣସି ପ୍ରଦର୍ଶନ ବା ଶବ୍ଦ ସୃଷ୍ଟି କରନ୍ତି ନାହିଁ ।[୧୮] ଅଣ୍ଡା ଫୁଟିବା ପରଠାରୁ ଶାବକମାନେ ଚଳପ୍ରଚଳ କରିପାରନ୍ତି । ପ୍ରଥମେ ପିତାମାତା ଆଣିଥିବା ଖାଦ୍ୟ ଖାଆନ୍ତି ଓ ଜନ୍ମ ହେବାର ଏକ ସପ୍ତାହ ପରେ ନିଜେ ଖାଦ୍ୟ ଖୋଜି ଖାଇଥାନ୍ତି ।[୧୪][୧୯][୨୦]

ଅସ୍ଥିତ୍ୱ ପ୍ରତି ସଙ୍କଟ[ସମ୍ପାଦନା]

ସହରୀକରଣ, ନିର୍ମାଣ ତଥା କୃଷିକାର୍ଯ୍ୟ ନିମନ୍ତେ ସମ୍ପ୍ରସାରଣ ହେତୁ ଭାରତୀୟ ନୁକୁରି ପକ୍ଷୀ ବସବାସ କରୁଥିବା ଖୋଲା ଶୁଷ୍କ ପରିବାସ ବର୍ତ୍ତମାନ ବହୁ ପରିମାଣରେ ହ୍ରାସ ପାଇବାରେ ଲାଗିଛି । ଗୁଜରାଟ ରାଜ୍ୟର ଅନେକ ତୃଣଭୂମିରେ ଏହି ପକ୍ଷୀକୁ ଦେଖିବା ଏକଦା ଅତି ସାମାନ୍ୟ ଘଟଣା ଥିବାବେଳେ ବର୍ତ୍ତମାନ ସମୟରେ ଏମାନେ କିଛି ତୃଣଭୂମି ଅଞ୍ଚଳରୁ ନିଶ୍ଚିହ୍ନ ହୋଇଗଲେଣି । ଔଦ୍ୟୋଗୀକରଣ ଓ ଯାନବାହନ ଚଳପ୍ରଚଳର ମାତ୍ରା ବଢ଼ିବାରୁ କିଛି ସ୍ଥାନରେ ଏହି ପକ୍ଷୀ ନିଜ ପରିବାସ ହରାଇ ବସିଛନ୍ତି ।[୨୧]

ଆଧାର[ସମ୍ପାଦନା]

  1. BirdLife International (2012). "Cursorius coromandelicus". Retrieved 26 November 2013. Cite journal requires |journal= (help)CS1 maint: ref=harv (link)
  2. ୨.୦ ୨.୧ ୨.୨ Whistler, Hugh (1949). Popular handbook of Indian birds. Edition 4. Gurney and Jackson. pp. 452–491.
  3. ୩.୦ ୩.୧ Rasmussen PC; JC Anderton (2005). Birds of South Asia: The Ripley Guide. Volume 2. Smithsonian Institution & Lynx Edicions. p. 184.
  4. Sharpe, R Bowdler (1896). Catalogue of the birds in the British Museum. Volume 24. British Museum, London. pp. 39–40.
  5. Baker, ECS (1929). The Fauna of British India, Including Ceylon and Burma. Birds. Volume 6 (2nd ed.). Taylor and Francis, London. pp. 86–87.
  6. Santharam,V (1996). "Comments on some new bird records from Tamil Nadu". J. Bombay Nat. Hist. Soc. 93 (3): 589–590.
  7. Worth, C Brooke (1953). "Additional Mysore State bird records". J. Bombay Nat. Hist. Soc. 51 (2): 510.
  8. ୮.୦ ୮.୧ Inglis, CM (1913). "Breeding of the Indian Courser Cursorius coromandelicus in the Darbhanga District". J. Bombay Nat. Hist. Soc. 22 (3): 631.
  9. Jerdon, TC (1864). The Birds of India. Volume 3. George Wyman & Co., Calcutta. pp. 626–627.
  10. Balachandran,S (1994). "Some interesting bird records from Kaliveli Lake near Pondicherry". J. Bombay Nat. Hist. Soc. 91 (2): 317–318.
  11. Butler,EA (1876). "Notes on the avi-fauna of Mount Aboo and Northern Guzerat". Stray Feathers. 4 (1–3): 1–41.
  12. Munjpara, S. B.; I. R. Gadhvi (2013). "Feeding Ecology of Indian courser Cursorius coromandelicus". Indian Journal of Life Science. 3 (1): 91–96.
  13. ୧୩.୦ ୧୩.୧ Phillips,WWA (1942). "Some observations on the nesting habits of the Indian Courser, Cursorius coromandelicus [Gmelin]". J. Bombay Nat. Hist. Soc. 43 (2): 200–205.
  14. ୧୪.୦ ୧୪.୧ Ali, Salim (1996). The Book of Indian Birds (12th ed.). BNHS & Oxford University Press. p. 155.
  15. Stairmand DA (1971). "The Indian Courser". Newsletter for Birdwatchers. 11 (3): 3–4.
  16. Bharos, A. M. K. Sahu, M. (2002). "Breeding by the Indian courser Cursorius coromandelicus in winter in Raipur, Chhattisgarh, India". J. Bombay Nat. Hist. Soc. 99 (2): 299–300.CS1 maint: multiple names: authors list (link)
  17. Oates, Eugene W (1902). Catalogue of the collection of birds' eggs in the British Museum. Volume 2. British Museum. p. 75.
  18. Ali, S; S D Ripley (1981). Handbook of the birds of India and Pakistan. Volume 3 (2nd ed.). Oxford University Press. pp. 9–11.
  19. Thomas, Gavin H.; Freckleton, Robert P.; Székely, Tamás (2006). "Comparative analyses of the influence of developmental mode on phenotypic diversification rates in shorebirds". Proceedings of the Royal Society B: Biological Sciences. 273 (1594): 1619–24. doi:10.1098/rspb.2006.3488. PMC 1634920. PMID 16769632.
  20. Hume, AO (1890). The nests and eggs of Indian birds. Volume 3 (2nd ed.). R H Porter. pp. 323–325.
  21. Munjpara S. B.; I. R. Gadhvi (2009). "Threats to foraging habitat of Indian Courser (Cursorius coromandelicus) in Abdasa Taluka, Kachchh, Gujarat, India". J. Bombay Nat. Hist. Soc. 106 (3): 339–340.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]