Jump to content

ଭାରତୀୟ ସମ୍ବିଧାନ

ଉଇକିପିଡ଼ିଆ‌ରୁ
(ଭାରତର ସମ୍ବିଧାନରୁ ଲେଉଟି ଆସିଛି)
ଭାରତୀୟ ସମ୍ବିଧାନ
image_alt
ଭାରତୀୟ ସମ୍ବିଧାନ
ବିସ୍ତାରଭାରତ
ଗୃହୀତ୨୬ ନଭେମ୍ବର ୧୯୪୯; ୭୧ ବର୍ଷ ପୂର୍ବେ
ପ୍ରଣୟିତ୨୬ ଜାନୁଆରୀ ୧୯୫୦; ୭୧ ବର୍ଷ ପୂର୍ବେ
ସଂରଚନାସଂଘୀୟ ସଂସଦୀୟ ସାମ୍ବିଧାନିକ ସାଧାରଣତନ୍ତ୍ର
ଶାଖାତିନି (ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ଯାୟପାଳିକା)
ଗୃହଦ୍ୱିସଦନୀୟ (ରାଜ୍ଯସଭା, ଲୋକ ସଭା)
କାର୍ଯ୍ୟପାଳିକାପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ଯାବିନେଟ ଯାହା ସଂସଦର ନିମ୍ନ ସଦନ ପାଖରେ ଉତ୍ତରଦାୟୀ
ନ୍ଯାୟପାଳିକାଭାରତର ସର୍ବୋଚ୍ଚ ନ୍ଯାୟାଳୟ, ରାଜ୍ଯମାନଙ୍କର ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ନ୍ଯାୟାଳୟ
ସଂଘୀୟ ବ୍ଯବସ୍ଥାସଂଘୀୟ
ନିର୍ବାଚନ ମଣ୍ଡଳହଁ, କେବଳ ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ
Entrenchments
ସଂଶୋଧନ୧୦୬
ଅନ୍ତିମ ସଂଶୋଧନ୨୫ ଜାନୁଆରୀ ୨୦୨୦ (୧୦୪)
କମିଶନକର୍ତ୍ତାcommissioned_by
ଲେଖକ(ବୃନ୍ଦ)ଲେଖକ
ଦସ୍ତଖତକାରୀସମ୍ବିଧାନ ସଭାର ୨୮୪ ଜଣ ସଦସ୍ଯ
ଅଧିକ୍ରମଣ କରିଲାଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ ୧୯୩୫, ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ଆକ୍ଟ ୧୯୪୭

ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି ।[][] ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।[][][]

ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।[]

୨୦୧୫ର ଏକ ପୋଷ୍ଟାଲ ଷ୍ଟାମ୍ପରେ ଭୀମରାଓ ରାମଜୀ ଆମ୍ବେଦକର ଏବଂ ଭାରତୀୟ ସମ୍ବିଧାନ

୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ସଭାଦ୍ୱାରା ଏହି ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା ।[] ଭାରତର ସମ୍ବିଧାନ, ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫କୁ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହାସହିତ ଭାରତୀୟ ଅଧିରାଜ୍ଯ, ଭାରତୀୟ ଗଣରାଜ୍ୟରେ ପରିଣତ ହେଲା । ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରେ ।[]

ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ[] ତଥା ଗଣତାନ୍ତ୍ରିକ ସାଧାରଣତନ୍ତ୍ର ହେବ ବୋଲି ଉଦ୍ଘୋଷଣା କରିଅଛି । ତତ୍ସହିତ ଏହା ସମସ୍ତ ନାଗରିକଙ୍କୁ ନ୍ଯାୟ, ସମାନତା ଏବଂ ସ୍ୱତନ୍ତ୍ରତା ପ୍ରଦାନ କରିଅଛି ଏବଂ ତାଙ୍କ ମଧ୍ଯରେ ଭ୍ରାତୃଭାବ[୧୦] ସ୍ଥାପନ ଉତ୍ସାହିତ କରୁଅଛି । ୧୯୫୦ର ମୂଳ ସମ୍ବିଧାନଟିକୁ ଏକ ହିଲିଅମ ପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି । "ପନ୍ଥ-ନିରପେକ୍ଷ" ତଥା "ସମାଜବାଦୀ" ଶବ୍ଦ ଦୁଇଟିକୁ ୧୯୭୬ ମସିହାରେ ଆପାତକାଳ ସମୟରେ ପ୍ରସ୍ତାବନାରେ ଯୋଡାଯାଇଥିଲା ।[୧୧]

ପୃଷ୍ଠଭୂମି

[ସମ୍ପାଦନା]
୧୯୪୯ ନଭେମ୍ବର ୨୫ ତାରିଖ ଦିନ ଚିଠା ପ୍ରସ୍ତୁତକାରୀ କମିଟିର ଅଧ୍ଯକ୍ଷ ବାବାସାହେବ ଆମ୍ବେଦକର ସମ୍ବିଧାନ ସଭାର ସଭାପତି, ରାଜେନ୍ଦ୍ର ପ୍ରସାଦଙ୍କୁ ସମ୍ବିଧାନର ଅନ୍ତିମ ଚିଠା ପରିବେଷଣ କରୁଛନ୍ତି ।

୧୯୨୮ ମସିହାରେ, ଲକ୍ଷ୍ନୌଠାରେ ସର୍ବଦଳୀୟବୈଠକର ଏକ କମିଟି ଅନୁଷ୍ଠିତ ହେଲା, ଯେଉଁଠାରେ ଭାରତ ପାଇଁ ଏକ ସମ୍ବିଧାନ ନିର୍ମାଣର ଆହ୍ୱାନ ଦିଆଗଲା । ଏଥିରେ ପାରିତ ଚିଠାଟି ନେହେରୁ ରିପୋର୍ଟ ନାମେ କ୍ଷାତ ।

୧୮୫୭ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ, ଔପନିବେଶିକ ଭାରତର ଏକ ବୃହତ ଭାଗ ଇଂରେଜ ଶାସନାଧିନ ଥିଲା । ୧୯୪୭ ମସିହାରେ ଭାରତର ସ୍ୱାଧୀନତା ପରେ ମଧ୍ୟ ଏହା ତିନି ବର୍ଷ ପାଇଁ ବ୍ରିଟେନର ଏକ ଅଧିରାଜ୍ଯ ହୋଇ ରହିଥିଲା । ଏକ ସମ୍ବିଧାନ ବା ରାଷ୍ଟ୍ରୀୟ ନିୟମର ଅଭାବ ହେତୁ ବ୍ରିଟିଶ ସଂସଦଦ୍ୱାରା ପୂର୍ବ ପାରିତ ସମସ୍ତ ଅଧିନିୟମ ଭାରତରେ କାର୍ଯ୍ୟକାରି ରହିଲା । ତେଣୁକରି ଏହି ସମ୍ବିଧାନ ପ୍ରଣୟନ ସହ ପୂର୍ବର ସମସ୍ତ ଅଧିନିୟମ ବିଶେଷକରି, ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫ ଆଦିର ରଦ୍ଦ କରିଦିଆଗଲା । ସେହିଦିନଠାରୁ ଭାରତ ଅଧିରାଜ୍ଯ ନ ରହି ଏକ ସ୍ୱୟଂସମ୍ପୂର୍ଣ୍ଣ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ ହେଲା । ୧୯୪୯ ମସିହା ନଭେମ୍ବର ତା୨୬ରିଖ ଦିନଠାରୁ ସମ୍ବିଧାନ ଧାରା ୫, ୬, ୭, ୮, ୯, ୬୦, ୩୨୪, ୩୬୬, ୩୬୭, ୩୭୯, ୩୮୦, ୩୮୮, ୩୯୧, ୩୯୩ ଓ ୩୯୪ ଆଦିର ପ୍ରଣୟନ କରାଯାଇସାରିଥିଲା । ଅବଶିଷ୍ଟ ଧାରା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନଠାରୁ ପ୍ରଣୟିତ କରାଗଲା ।

ପୂର୍ବର ଅଧିନିୟମ

[ସମ୍ପାଦନା]

ସମ୍ବିଧାନର ନିର୍ମାଣରେ ପୂର୍ବ ପ୍ରଣୟିତ ସମସ୍ତ ଅଧିନିୟମର ସହାୟତା ନିଆଯାଇଥିଲା । ଭାରତର ତତ୍କାଳୀନ ଆବଶ୍ୟକତାକୁ ନଜରରେ ରଖି, ସମ୍ବିଧାନ ସଂରଚକମାନେ ଭାରତୀୟ ପ୍ରଶାସନ ଅଧିନିୟମ, ୧୮୫୮, ଭାରତୀୟ ପରିଷଦ ଅଧିନିୟମ, ୧୮୬୧, ୧୮୯୨୧୯୦୯, ଭାରତୀୟ ପ୍ରଶାସନ ଅଧିନିୟମ, ୧୯୧୯୧୯୩୫ ଏବଂ ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭ ଆଦିର ଅନେକ ଧାରାର ଉଦ୍ଧାର କରି ସମ୍ବିଧାନରେ ସ୍ଥାନ ଦେଲେ । ୧୯୪୭ର ସ୍ୱାଧୀନତା ଅଧିନିୟମ ଯାହା ଭାରତ ଓ ପାକିସ୍ତାନର ସ୍ଥାପନ କଲା, ତତ୍କାଳୀନ ସମ୍ବିଧାନ ସଭାକୁ ମଧ୍ଯ ଦୁଇଭାଗ କରିଦେଲା । ପ୍ରତ୍ଯେକ ସମ୍ବିଧାନ ସବା ନିଜ ଦେଶପାଇଁ ସମ୍ବିଧାନ ପ୍ରଣୟନ ନିମନ୍ତେ ସ୍ୱତନ୍ତ୍ର ଥିଲା ।

ସମ୍ବିଧାନ ସଭା

[ସମ୍ପାଦନା]
୧୯୫୦ ସମ୍ବିଧାନ ସଭାର ବୈଠକ

ସମ୍ବିଧାନ ସଭାଦ୍ୱାରା ଭାରତୀୟ ସମ୍ବିଧାନର ରଚନା କରାଯାଇଥିଲା । ଏହାର ସଦସ୍ଯଗଣ ପ୍ରାନ୍ତୀୟ ବିଧାୟିକାର ସଦସ୍ଯମାନଙ୍କଦ୍ୱାରା ନିର୍ବାଚିତ ହୋଇଥିଲେ ।[୧୨] ଏହାର ସଦସ୍ଯ ସଂଖ୍ଯା ୩୮୯ (ଦେଶର ବିଭାଜନ ପରେ ୨୯୯କୁ ହ୍ରାସ ପାଇଥିଲା) ଥିଲା । ଦୀର୍ଘ ତିନିବର୍ଷ କାଳ ବ୍ଯାପ୍ତ, ୧୬୫ ଦିନରେ ୧୧ଟି ଅଧିବେଶନ ସହ ଏହା ଭାରତୀୟ ସମ୍ବିଧାନର ରୂପରେଖ ସ୍ଥିରକୃତ କଲା ।[୧୩][୧୪]

ଡ. ଭୀ. ରା. ଆମ୍ବେଦକର ଜଣେ ବିଜ୍ଞ ସାମ୍ବିଧାନିକ ବୁଦ୍ଧିଜୀବୀ ଥିଲେ । ସେ ପ୍ରାୟ ୬୦ଟି ଦେଶର ସମ୍ବିଧାନ ଅଧ୍ଯୟନ କରିଥିଲେ । ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି ଗ୍ରହଣ କରାଯାଇଛି ।[୧୫][୧୬] ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତକାରୀ କମିଟିର ଏକ ସଦସ୍ଯ, ତି. ଥି. କ୍ରିଷ୍ଣାମଚାରୀ କହିଥିଲେ:

"ମାନନୀୟ ସଭାପତି ମହୋଦୟ, ଏହି ଗୃହରେ ଡ. ଆମ୍ବେଦକରଙ୍କ ସମ୍ଭାଷଣ ଭଲଭାବରେ ଶୁଣିଥିବା ଲୋକଙ୍କ ମଧ୍ଯରୁ ମୁଁ ଜଣେ । ଏହି ସମ୍ବିଧାନର ନିର୍ମାଣ ପାଇଁ ସେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଛନ୍ତି ଏବଂ ଯେଉଁ ପରିମାଣର କଠିନ କାର୍ଯ୍ୟ କରିଛନ୍ତି ତାହା ବିଷୟରେ ମୁଁ ଅବଗତ ଅଟେ । ତା ସହିତ, ମୁଁ ଅନୁଭବ କରୁଛି ଯେ ସମ୍ବିଧାନ ନିର୍ମାଣ ପାଇଁ, ଯେଉଁ ପରିମାଣର ଧ୍ଯାନ ଆବଶ୍ୟକ, ଯାହା ଏବେକାର ସମୟରେ ନିତାନ୍ତ ଜରୁରୀ ଅଟେ, ତାହା ଚିଠା ପ୍ରସ୍ତୁତକାରୀ କମିଟିଦ୍ୱାରା ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ । ଏହି ସଦନଟି ବୋଧହୁଏ ଜାଣିଥିବ ଯେ ଆପଣଙ୍କଦ୍ୱାରା ମନୋନୀତ ସାତ ଜଣ ସଦସ୍ଯଙ୍କ ମଧ୍ଯରୁ ଜଣେ ଇସ୍ତଫା ଦେଇଛନ୍ତି ଏବଂ ବିସ୍ଥାପିତ ହୋଇସାରିଛନ୍ତି । ଜଣେ ମରିଯାଇଛନ୍ତି ଏବଂ ତାଙ୍କ ସ୍ଥାନ କେହି ଭରି ନାହାଁନ୍ତି । ଜଣେ ଆମେରିକାରେ ଅଛନ୍ତି ଓ ତାଙ୍କର ସ୍ଥାନ ମଧ୍ଯ ରିକ୍ତ ଅଛି । ଅନ୍ୟ ଜଣେ ସଦସ୍ଯ ପ୍ରଶାସନିକ କାର୍ଯ୍ୟରେ ବ୍ଯସ୍ତ ଅଛନ୍ତି । ଜଣେ ବା ଦୁଇ ଜଣ ସଦସ୍ଯ ଦିଲ୍ଲୀଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ଯୋଗଦେବା ପାଇଁ ଅନୁମତି ଦେଇନି । ଅନ୍ତତଃ ସମ୍ବିଧାନ ଚିଠା ପ୍ରସ୍ତୁତ ପାଇଁ ସମସ୍ତ ଦାୟିତ୍ୱ ଡ. ଆମ୍ବେଦକରଙ୍କ ଉପରେ ପଡିଅଛି । ଏହି ଅସମ୍ଭବ ବା ଦୁଃସାଧ୍ୟ କାର୍ଯ୍ୟକୁ ପୂରଣ କରିପାରିଥିବା ଯୋଗୁଁ ନିଃସନ୍ଦେହ ଆମେ ତାଙ୍କଠାରେ ଚିରଋଣୀ ହୋଇ ରହିବା ।"[୧୭][୧୮]

ଭାରତୀୟ ସମ୍ବିଧାନ ନିର୍ମାଣର ସମୟରେଖା

[ସମ୍ପାଦନା]
  • ଡିସେମ୍ବର ୬, ୧୯୪୬ - ଫ୍ରାନ୍ସର ଅନୁକରଣରେ ସମ୍ବିଧାନ ସଭାର ସ୍ଥାପନ
  • ଡିସେମ୍ବର ୯, ୧୯୪୬ - ସମ୍ବିଧାନ ସଭାଗୃହରେ (ଏବେକାର ସଂସଦର ମୁଖ୍ଯ ଗୃହରେ) ସଭାର ପ୍ରଥମ ବୈଠକ ବସିଥିଲା । ଏଥିରେ ଜେ. ବି. କୃପାଳିନି ପ୍ରଥମେ ସମ୍ଭାଷଣ ଦେଇଥିଲେ । ସଚ୍ଚିଦାନନ୍ଦ ସିନ୍ହା ଏହାର ଅସ୍ଥାୟୀ ସଭାପତି ହୋଇଥିଲେ । (ଏକ ସ୍ୱତନ୍ତ୍ର ରାଜ୍ଯର ଦାବିକରି ମୁସଲିମ ଲିଗ ଏହି ସଭାର ପରିତ୍ଯାଗ କରିଥିଲା ।)
  • ଡିସେମ୍ବର ୧୧, ୧୯୪୬ - ସମ୍ବିଧାନ ସଭା, ରାଜେନ୍ଦ୍ର ପ୍ରସାଦଙ୍କୁ ସଭାପତି, ଏଚ୍. କେ. ମୁଖାର୍ଜୀଙ୍କୁ ଉପାଧ୍ୟକ୍ଷ ଏବଂ ବି.ଏନ୍. ରାଓଙ୍କୁ ସାମ୍ବିଧାନିକ ନ୍ଯାୟିକ ଉପଦେଷ୍ଟା ରୂପେ ନିଯୁକ୍ତି ଦେଲା । (ପ୍ରାରମ୍ଭରେ ଏହି ସଭାର ସଦସ୍ଯ ସଂଖ୍ଯା ୩୮୯ ଥିଲା । ବିଭାଜନ ପରେ ଏଥିରେ ଅବନତି ହୋଇ ୨୯୯ ହୋଇଗଲା । ୩୮୯ ଜଣ ସଦସ୍ଯଙ୍କ ମଧ୍ଯରୁ ୨୯୨ ଜଣ ପ୍ରଶାସନିକ ପ୍ରାନ୍ତରୁ, ୪ ଜଣ କମିଶନର ପ୍ରାନ୍ତରୁ ଓ ୯୩ ଜଣ ଦେଶୀୟ ରାଜ୍ଯମାନଙ୍କରୁ ଆସିଥିଲେ ।)
  • ଡିସେମ୍ବର ୧୩, ୧୯୪୬ - ପଣ୍ଡିତ ନେହେରୁଙ୍କଦ୍ୱାରା ସମ୍ବିଧାନର ମୌଳିକ ସିଦ୍ଧାନ୍ତ ରୂପେ ଏକ 'ଉଦ୍ଦ୍ଯେଶିକା ସଂକଳ୍ପ' ଆଗତ କରାଗଲା । ପରେ ଏହି ଉଦ୍ଦ୍ଯେଶିକା ସମ୍ବିଧାନର ପ୍ରସ୍ତାବନା ରୂପେ ଲିପିବଦ୍ଧ ହେଲା ।
  • ଜାନୁଆରୀ ୨୨, ୧୯୪୭ - ଉଦ୍ଦ୍ଯେଶିକା ସଂକଳ୍ପ ସର୍ବସମ୍ମତି କ୍ରମେ ସ୍ୱୀକାର କରାଗଲା ।
  • ଜୁଲାଇ ୨୨, ୧୯୪୭ - ଜାତୀୟ ପତାକା ଅଙ୍ଗୀକୃତ କରାଗଲା ।
  • ଅଗଷ୍ଟ ୧୫, ୧୯୪୭ - ସ୍ୱାଧୀନତା ପ୍ରାପ୍ତ ହେଲା । ଭାରତ, ଭାରତୀୟ ଅଧିରାଜ୍ୟପାକିସ୍ତାନୀ ଅଧିରାଜ୍ଯ ରୂପେ ଦୁଇ ଭାଗ ହେଲା ।
  • ଅଗଷ୍ଟ ୨୯, ୧୯୪୭ - ବାବାସାହେବ ଆମ୍ବେଦକରଙ୍କ ନେତୃତ୍ବରେ ଚିଠା ପ୍ରସ୍ତୁତକାରୀ କମିଟି ଗଠନ କରାଗଲା । ଏହି କମିଟିର ଅନ୍ଯାନ୍ଯ ସଦସ୍ଯମାନେ ହେଲେ ମୁନ୍ସି, ମୁହମ୍ମେଦ ସଦୁଲ୍ଲାଃ, ଆଲ୍ଲାଦି କ୍ରିଷ୍ଣସ୍ୱାମୀ ଅୟର, ଏନ୍. ଗୋପାଳସ୍ୱାମୀ ଅୟଙ୍ଗର, ଖୈତାନ, ମିତ୍ତର ।
  • ଜୁଲାଇ ୧୬,୧୯୪୮ - ହରେନ୍ଦ୍ର କୁମାର ମୁଖାର୍ଜୀଙ୍କ ସହ ଭି. ଟି. କ୍ରିଷ୍ଣାମଚାରୀ ମଧ୍ଯ ସମ୍ବିଧାନ ସଭାର ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ ।
  • ନଭେମ୍ବର ୨୬, ୧୯୪୯ - ସଭାଦ୍ୱାରା ସମ୍ବିଧାନ ଗୃହୀତ ଏବଂ ଅଙ୍ଗୀକୃତ ହେଲା ।
  • ଜାନୁଆରୀ ୨୪, ୧୯୫୦ - ସମ୍ବିଧାନ ସଭାର ଅନ୍ତିମ ବୈଠକ । ସମ୍ବିଧାନରେ ଦସ୍ତଖତ କରାଯାଇ ପ୍ରଣୟନ କରାଗଲା ।
  • ଜାନୁଆରୀ ୨୬, ୧୯୫୦ - ସମ୍ବିଧାନ କାର୍ଯ୍ୟକାରୀ କରାଗଲା । ( ଏହି ପ୍ରକ୍ରିୟାକୁ ୨ ବର୍ଷ, ୧୧ ମାସ ଓ ୧୮ ଦିନ ସମୟ ଲାଗିଥିଲା । ଏଥିରେ ୬.୪ ନିୟୁତ ଟଙ୍କା ଖର୍ଚ୍ଚ ହୋଇଥିଲା । )

ଅନ୍ଯାନ୍ଯ ସମ୍ବିଧାନଗୁଡ଼ିକର ପ୍ରଭାବ

[ସମ୍ପାଦନା]
ପ୍ରଶାସନ ପ୍ରଭାବ
 ଯୁକ୍ତରାଜ୍ୟ
ଛାଞ୍ଚ:Country data ଯୁକ୍ତରାଷ୍ଟ୍ର
  • ମୌଳିକ ଅଧିକାର
  • ସଂଘୀୟ ବ୍ଯବସ୍ଥା
  • ନିର୍ବାଚନ ମଣ୍ଡଳ
  • ସ୍ୱତନ୍ତ୍ର ନ୍ଯାୟପାଳିକା ଏବଂ କ୍ଷମତାର ପୃଥକୀକରଣ
  • ନ୍ଯାୟିକ ପୁନରାବଲୋକନ
  • ରାଷ୍ଟ୍ରପତି - ସଶସ୍ତ୍ର ବାହୀନିର ମୁଖ୍ଯ
  • ବିଧି ଆଗରେ ସମାନ ସୁରକ୍ଷା
ଛାଞ୍ଚ:Country data ଆୟାର୍ଲାଣ୍ଡ ରାଜ୍ଯ ନିତୀ ନିର୍ଦ୍ଦେଶକ ସିଦ୍ଧାନ୍ତ
 ଅଷ୍ଟ୍ରେଲିଆ
  • ରାଜ୍ଯ ରାଜ୍ଯ ମଧ୍ଯରେ ଅବାଧ୍ଯ ବାଣିଜ୍ଯ
  • ସାଧାରଣ ସଂଘୀୟ କ୍ଷମତା ବାହାରେ ସନ୍ଧି ପୂରଣ ପାଇଁ ରାଷ୍ଟ୍ରୀୟ ବୈଧାନିକ କ୍ଷମତା
  • ସମବର୍ତ୍ତୀ ସୂଚୀ
  • ପ୍ରସ୍ତାବନା ଶବ୍ଦାବଳୀ
 ଫ୍ରାନ୍ସ liberté, égalité, fraternité ଆଦିର ଧାରଣା
 କାନାଡା
  • ଅର୍ଦ୍ଧ-ସଂଘୀୟ ପ୍ରଶାସନିକ ବ୍ଯବସ୍ଥା - ଶକ୍ତିଶାଳୀ କେନ୍ଦ୍ର ଥିବା ଏକ ସଂଘତନ୍ତ୍ର
  • କେନ୍ଦ୍ର ଓ ରାଜ୍ଯ ପ୍ରଶାସନ ମଧ୍ଯରେ କ୍ଷମତା ବିତରଣ
  • ଅବଶିଷ୍ଟ କ୍ଷମତା, କେନ୍ଦ୍ର ପାଖରେ ରଖାଯିବା
ଛାଞ୍ଚ:Country data ସୋଭିଏତ ସଙ୍ଘ
  • ଧାରା ୫୧-କ ଅଧିନସ୍ଥ ମୌଳିକ କର୍ତ୍ତବ୍ଯ
  • ଅର୍ଥନୈତିକ ବିକାଶ ପରୀକ୍ଷଣ ପାଇଁ ବାଧ୍ଯତାମୂଳକ ଯୋଜନା କମିଶନ
 ୱେଇମାର ସାଧାରଣତନ୍ତ୍ର ଧାରା ୩୫୬ ଅଧୀନସ୍ଥ ଆପାତକାଳୀନ ବ୍ଯବସ୍ଥା
 ଦକ୍ଷିଣ ଆଫ୍ରିକା ସମ୍ବିଧାନ ସଂଶୋଧନ
 ଜାପାନ ଧାର୍ଯ୍ୟ ପ୍ରକ୍ରିୟା

ସଂରଚନା

[ସମ୍ପାଦନା]

ଭାରତୀୟ ସମ୍ବିଧାନ ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ । ପ୍ରଣୟନ ସମୟରେ ଏଥିରେ ୨୨ଟି ଭାଗରେ ୩୯୫ଟି ଧାରା ଏବଂ ଆଠଟି ପରିଶିଷ୍ଟ ଥିଲା । ପ୍ରାୟ ୧,୪୫,୦୦୦ଟି ଶବ୍ଦ ସହ ଏହା ବିଶ୍ୱରେ, ଆଲାବାମାର ସମ୍ବିଧାନ ପରେ ଦ୍ୱିତୀୟ ଦୀର୍ଘତମ ସକ୍ରିୟ ସମ୍ବିଧାନ ଅଟେ ।[୧୯]

ବର୍ତ୍ତମାନ ଏହି ସମ୍ବିଧାନରେ ଏକ ପ୍ରସ୍ତାବନା ଓ ୨୫ଟି ଭାଗରେ ୪୭୦ଟି ଧାରା ରହିଛି । ତା ସହିତ ଏଥିରେ ୧୨ଟି ପରିଶିଷ୍ଟ ଓ ୫ଟି [ଅତିରିକ୍ତ?][୨୦] ରହିଛି । ୨୫ ଜାନୁଆରୀ ୨୦୨୦ର ଶହେ ଚତୁର୍ଥ ସଂଶୋଧନ ସହିତ ଏହାକୁ ଶହେ ଚାରିଥର ସଂଶୋଧନ କରାଯାଇଅଛି ।[୨୧][୨୨]

ସମ୍ବିଧାନର ଧାରାଗୁଡ଼ିକ ନିମ୍ନମତେ ବିଭିନ୍ନ ଅଧ୍ଯାୟରେ ବିଭକ୍ତ କରାଯାଇଅଛି:

  • ମୁଖବନ୍ଧ
  • ଭାଗ ୧ - ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳ
  • ଭାଗ ୨ - ନାଗରିକତା
  • ଭାଗ ୩ - ମୌଳିକ ଅଧିକାର
  • ଭାଗ ୪ - ରାଜ୍ଯ ନିତୀ ନିର୍ଦ୍ଦେଶକ ସିଦ୍ଧାନ୍ତ
  • ଭାଗ ୪କ - ମୌଳିକ କର୍ତ୍ତବ୍ଯ
  • ଭାଗ ୫ - ସଂଘ
  • ଭାଗ ୬ - ରାଜ୍ଯ
  • ଭାଗ ୭ - ପ୍ରଥମ ପରିଶିଷ୍ଟର ଖ ବିଭାଗରେ ଥିବା ରାଜ୍ଯ (ପ୍ରତ୍ଯାହୃତ)
  • ଭାଗ ୮ - କେନ୍ଦ୍ରଶାସିତ ଅଞ୍ଚଳ
  • ଭାଗ ୯ - ପଞ୍ଚାୟତ
  • ଭାଗ ୯କ - ମୁନିସିପାଲିଟି
  • ଭାଗ ୯ଖ - ସହାୟକ ଗୋଷ୍ଠୀ?
  • ଭାଗ ୧୦ - ସୂଚିତ ଓ ଅନୁସୂଚିତ? ଅଞ୍ଚଳ
  • ଭାଗ ୧୧ - କେନ୍ଦ୍ର ଓ ରାଜ୍ଯ ମଧ୍ଯରେ ସମ୍ପର୍କ
  • ଭାଗ ୧୨ - ଅର୍ଥ, ସମ୍ପତ୍ତି, ଚୁକ୍ତି ଓ ସୁଟ୍?
  • ଭାଗ ୧୩ - ଭାରତ ମଧ୍ଯରେ ବାଣିଜ୍ଯ ଓ ବ୍ଯବସାୟ
  • ଭାଗ ୧୪ - କେନ୍ଦ୍ର ଓ ରାଜ୍ଯ ଅଧିନସ୍ଥ ସେବା
  • ଭାଗ ୧୪କ - ଟ୍ରିବ୍ୟୁନାଲ
  • ଭାଗ ୧୫ - ନିର୍ବାଚନ
  • ଭାଗ ୧୬ - କେତେକ ପରିସ୍ଥିତି ପାଇଁ ବିଶେଷ ବ୍ଯବସ୍ଥା
  • ଭାଗ ୧୭ - ଭାଷା
  • ଭାଗ ୧୮ - ଆପାତକାଳ ବ୍ଯବସ୍ଥା
  • ଭାଗ ୧୯ - ବିବିଧ ବ୍ଯବସ୍ଥା
  • ଭାଗ ୨୦ - ସମ୍ବିଧାନ ସଂଶୋଧନ
  • ଭାଗ ୨୧ - ଅସ୍ଥାୟୀ, ମାଧ୍ଯମିକ ଓ ବିଶେଷ ବ୍ଯବସ୍ଥା
  • ଭାଗ ୨୨ - ଲଘୁ ଶୀର୍ଷକ, ଆରମ୍ଭ ତାରିଖ, ହିନ୍ଦୀରେ ଆଧିକାରିକ ପାଠ ଏବଂ ପ୍ରତ୍ଯାହାର
  1. Original edition with original artwork - The Constitution of India. New Delhi: Government of India. 26 November 1949. Archived from the original on 22 March 2019. Retrieved 22 March 2019.
  2. "Preface, The constitution of India" (PDF). Government of India. Archived (PDF) from the original on 31 March 2015. Retrieved 5 February 2015.
  3. Krithika, R. (21 January 2016). "Celebrate the supreme law". The Hindu. ISSN 0971-751X. OCLC 13119119. Archived from the original on 21 December 2016. Retrieved 24 July 2018.
  4. Nix, Elizabeth (9 August 2016). "Which country has the world's shortest written constitution?". History. A&E Networks. Archived from the original on 24 July 2018. Retrieved 24 July 2018.
  5. Pylee, Moolamattom Varkey (1994). India's Constitution (5th rev. and enl. ed.). New Delhi: R. Chand & Company. p. 3. ISBN 978-8121904032. OCLC 35022507.
  6. Limbach, Jutta (January 2001). "Constitutional Supremacy vs Parliamentary Supremacy". The Modern Law Review. Blackwell Publishing. 64 (1): 1–10. doi:10.1111/1468-2230.00306. Retrieved 14 June 2012.
  7. "Introduction to Constitution of India". Ministry of Law and Justice of India. 29 July 2008. Archived from the original on 22 October 2014. Retrieved 14 October 2008.
  8. Das, Hari (2002). Political System of India (Reprint ed.). New Delhi: Anmol Publications. p. 120. ISBN 978-8174884961.
  9. WP(Civil) No. 98/2002 (12 September 2002). "Aruna Roy & Ors. v. Union of India & Ors" (PDF). Supreme Court of India. p. 18/30. Archived (PDF) from the original on 7 May 2016. Retrieved 11 November 2015.
  10. "Preamble of the Constitution of India" (PDF). Ministry of Law & Justice. Archived from the original (PDF) on 9 October 2017. Retrieved 29 March 2012.
  11. Dhavan, Rajeev (26 November 2015). "Document for all ages: Why Constitution is our greatest achievement". Hindustan Times. OCLC 231696742. Archived from the original on 24 July 2018. Retrieved 24 July 2018.
  12. "The Constituent Assembly Debates (Proceedings):(9th December,1946 to 24 January 1950)". The Parliament of India Archive. Archived from the original on 29 September 2007. Retrieved 22 February 2008.
  13. Krithika, R. (21 January 2016). "Celebrate the supreme law". The Hindu. ISSN 0971-751X. OCLC 13119119. Archived from the original on 21 December 2016. Retrieved 24 July 2018.
  14. Yellosa, Jetling (26 November 2015). "Making of Indian Constitution". The Hans India. Archived from the original on 24 July 2018. Retrieved 24 July 2018.
  15. Laxmikanth, M. INDIAN POLITY. McGraw-Hill Education. ISBN 9789352604883. Retrieved 6 April 2019 – via Google Books.
  16. "Constitution Day: A look at Dr BR Ambedkar's contribution towards Indian Constitution". India Today. Ist. Archived from the original on 31 March 2019. Retrieved 6 April 2019
  17. "Denying Ambedkar his due". 14 June 2016. Archived from the original on 31 March 2019. Retrieved 6 April 2019.
  18. "Constituent Assembly of India Debates". 164.100.47.194. Archived from the original on 7 January 2019. Retrieved 6 April 2019.
  19. Lockette, Tim (18 November 2012). "Is the Alabama Constitution the longest constitution in the world?Truth Rating: 4 out of 5". The Anniston Star. Josephine Ayers. Archived from the original on 17 May 2019. Retrieved 24 July 2018.
  20. "Constitution of india". Ministry of Law and Justice, Govt. of India. Archived from the original on 25 March 2016. Retrieved 4 July 2010.
  21. "ONE HUNDRED AND FOURTH AMENDMENT" (PDF). Retrieved 12 December 2019.
  22. "Important Amendments in the Indian Constitution for UPSC". Jagran Josh.

ବାହାର ଆଧାର

[ସମ୍ପାଦନା]