ଭାବନା କଣ୍ଠ
ଭାବନା କଣ୍ଠ | |
---|---|
ଭାବନା କଣ୍ଠ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଦାରଭଙ୍ଗା, ବିହାର, ଭାରତ | ୧ ଡିସେମ୍ବର ୧୯୯୨
ଜୀବନ ସାଥୀ | କହ୍ନେୟା ଆଚାର୍ଯ୍ୟ |
ଶିକ୍ଷାନୁଷ୍ଠାନ | ବି.ଏମ.ଏସ କଲେଜ ଅଫ ଇଂଜିନିୟରିଂ, ବି.ଏମ.ଏସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ବାଙ୍ଗାଲୋର |
ବୃତ୍ତି | ଯୁଦ୍ଧ ବିମାନଚାଳକ |
ପୁରସ୍କାର | ନାରୀ ଶକ୍ତି ପୁରସ୍କାର |
Military service | |
ଆନୁଗତ୍ୟ | ଭାରତ |
Branch/service | ଭାରତୀୟ ବାୟୁସେନା |
ର୍ୟାଙ୍କ | ଫ୍ଲାଇଟ୍ ଲେଫ୍ଟନାଣ୍ଟ |
ଭାବନା କଣ୍ଠ ଭାରତର ପ୍ରଥମ ମହିଳା ବିମାନଚାଳକ ଅଟନ୍ତି ।[୧][୨][୩] ତାଙ୍କୁ ତାଙ୍କର ଦୁଇ ସହଯୋଗୀ ମୋହନା ସିଂ ଜିତରବାଲ ଏବଂ ଅବନୀ ଚତୁର୍ବେଦୀଙ୍କ ସହ ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ଭାବରେ ଘୋଷଣା କରାଯାଇଥିଲା । ଜୁନ ୨୦୧୬ ମସିହାରେ ଏହି ତିନିଜଣଙ୍କୁ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ସେନାଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସେମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଆନୁଷ୍ଠାନିକ ଭାବେ ଦାୟିତ୍ୱ ଦେଇଥିଲେ ।[୪]
ମେ ୨୦୧୯ ମସିହାରେ, ସେ ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନଚାଳକ ହୋଇଥିଲେ ଯିଏ ଯୁଦ୍ଧ ମିଶନ ଗ୍ରହଣ କରିବାକୁ ଯୋଗ୍ୟ ହୋଇଥିଲେ ।[୫]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଭାବନା ୧ ଡିସେମ୍ବର ୧୯୯୨ ମସିହାରେ ବିହାରର ଦାରଭଙ୍ଗାଠାରେ[୬] ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତେଜ ନାରାୟଣ କାନ୍ତ ଭାରତୀୟ ତୈଳ ନିଗମର ବୈଦ୍ୟୁତିକ ଇଞ୍ଜିନିୟର ଏବଂ ମାତା ରାଧା କାନ୍ତ ଜଣେ ଗୃହିଣୀ ଅଟନ୍ତି ।[୭] ବଡ ହେବାପରେ ସେ, ଖୋ ଖୋ, ବ୍ୟାଡମିଣ୍ଟନ, ସନ୍ତରଣ ଏବଂ ଚିତ୍ରକଳାକୁ ଭଲ ପାଉଥିଲେ ।
ଶିକ୍ଷା
[ସମ୍ପାଦନା]ଭାବନା କଣ୍ଠ ବରାଉନି ରେଫିନାରୀର ଡ଼ିଏଭି ପବ୍ଲିକ୍ ସ୍କୁଲରୁ ନିଜର ପାଠପଢ଼ା ସମାପ୍ତ କରିଥିଲେ । ସେ ରାଜସ୍ଥାନର କୋଟାଠାରେ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଅଧିକ ଅଧ୍ୟୟନ ପାଇଁ କାନ୍ତ ବେଙ୍ଗାଲୁରୁର ବିଏମ୍ଏସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂରୁ ମେଡିକାଲ୍ ଇଲେକ୍ଟ୍ରୋନିକ୍ସରେ ସ୍ନାତକୋତ୍ତର ଇଞ୍ଜିନିୟରିଂରେ ଯୋଗ ଦେଇଥିଲେ ।[୮] ସେ ୨୦୧୪ ମସିହାରେ ସ୍ନାତକ ହାସଲ କରିଥିଲେ ଏବଂ ଆଇଟି ଗ୍ରାଣ୍ଟ ଟାଟା କନ୍ସଲୁଟାନ୍ସ ସେବା ପାଇଁ ନିଯୁକ୍ତ ହୋଇଥିଲେ ।[୯]
ବୃତ୍ତି
[ସମ୍ପାଦନା]କଣ୍ଠ ସର୍ବଦା ବିମାନ ଉଡେଇବାର ସ୍ୱପ୍ନ ଦେଖିଥିଲେ ।[୧୦] ସେ ବାୟୁସେନାର ସାଧାରଣ ପରୀକ୍ଷା ଦେଇଥିଲେ ଏବଂ ବାୟୁସେନାରେ ନିଯୁକ୍ତ ହେବା ପାଇଁ ମନୋନୀତ ହୋଇଥିଲ ।[୧୧]
ମାର୍ଚ୍ଚ ୯, ୨୦୨୦ ମସିହାରେ ତାଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ନାରୀ ଶକ୍ତି ପୁରସ୍କାର ସହିତ ପୁରସ୍କୃତ କରିଥିଲେ ।[୧୨]
ଆଧାର
[ସମ୍ପାଦନା]- ↑ "Meet The Trio Who Will Be India's First Women Fighter Pilots". NDTV.com. Retrieved 2017-11-20.
- ↑ "Latest Current Affairs and News About Bhawana Kanth - Current Affairs Today". currentaffairs.gktoday.in (in ଆମେରିକୀୟ ଇଂରାଜୀ). Archived from the original on 2019-05-23. Retrieved 2017-11-20.
- ↑ Mohammed, Syed (2016-06-19). "For IAF's first women fighter pilots Mohana Singh, Bhawana Kanth & Avani Chaturvedi, sky is no limit". The Economic Times. Retrieved 2017-11-20.
- ↑ Krishnamoorthy, Suresh (2016-06-18). "First batch of three female fighter pilots commissioned". The Hindu (in Indian English). ISSN 0971-751X. Retrieved 2017-11-20.
- ↑ Gurung, Shaurya Karanbir (2019-05-22). "Bhawana Kanth becomes 1st fighter pilot to qualify to undertake combat missions". The Economic Times. Retrieved 2019-12-24.
- ↑ "Flt Lt Bhawana Kanth is the first woman fighter pilot to qualify for combat duty". The Indian Express (in ଆମେରିକୀୟ ଇଂରାଜୀ). 2019-05-23. Retrieved 2020-05-12.
- ↑ "India's First Women Fighter Pilots Get Wings". NDTV.com. Retrieved 2017-11-20.
- ↑ "Landmark event in IAF history: Meet India's first 3 women fighter pilots". Firstpost (in ଆମେରିକୀୟ ଇଂରାଜୀ). 2016-06-18. Retrieved 2017-11-20.
- ↑ "Supported by parents, Bhawana Kanth to script IAF history, become a fighter pilot". News18. Retrieved 2017-11-20.
- ↑ "First three women Air Force fighter pilots to be commissioned in December". Zee News (in ଇଂରାଜୀ). 2017-10-05. Retrieved 2017-11-20.
- ↑ "Meet country's first women fighter pilots- The Times of India". The Times of India. Retrieved 2017-11-20.
- ↑ "Flying MiG-21 Bison matter of pride: Flt Lt Bhawana Kanth". Livemint (in ଇଂରାଜୀ). 2020-03-09. Retrieved 2020-04-10.